Dharitri News
ବାଲେଶ୍ୱର

ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ: ଖୋକନ-ଆଶୁତୋଷ ଚାମ୍ପିୟନ

ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ: ଖୋକନ-ଆଶୁତୋଷ ଚାମ୍ପିୟନ ଭଣ୍ଡାରିପୋଖରୀ,୨୩।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀସ୍ଥିତ ତୋରତ ପଡ଼ିଆରେ ଦୁଇଦିନ ଧରି ଚାଲିଥିବା ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଶୁକ୍ରବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତ୍ୱ କମାଇବା ପାଇଁ ଥାନା ଅଧିକାରୀ ତ୍ରିଲୋଚନ ସେଠୀଙ୍କ ତତ୍ତ୍ବାବଧାନରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଦକ୍ଷିଣବାଡ଼ ସରପଞ୍ଚ ବିଜୟ ଶଙ୍କର ମହାନ୍ତିଙ୍କ ସମେତ ପ୍ରଶାନ୍ତ କୁମାର ସାହୁ, ଲଳିତ କୁମାର ରାଉତ ସହଯୋଗ କରିଥିଲେ। ଏଥିରେ ମୋଟ ୨୨ ଟିମ ଭାଗ ନେଇଥିଲେ। ଶୁକ୍ରବାର ଭଦ୍ରକର ଖୋକନ-ଆଶୁତୋଷଙ୍କ ସହ ଯାଜପୁରର ସରାଫତ-ଇସଲାମ ଏବଂ ନିଳଗିରିର ସେଣ୍ଡି-ଶଙ୍କରଙ୍କ ସହ ଭଦ୍ରକର ମଣ୍ଟୁ-ଅଜିତଙ୍କ ମଧ୍ୟରେ ସେମିଫାଇନାଲ ହୋଇଥିଲା । ଫାଇନାଲରେ ଖୋକନ-ଆଶୁତୋଷଙ୍କ ସହ ମଣ୍ଟୁ-ଅଜିତଙ୍କ ମଧ୍ୟରେ ଦୁଇ ସେଟ ଖେଳ ହୋଇଥିଲା । ଖୋକନ-ଆଶୁତୋଷ ପ୍ରଥମ ସେଟ ୨୧-୧୩ ଏବଂ ଦ୍ୱିତୀୟ ସେଟ ୨୧-୧୯ରେ ଜିତି ଚାମ୍ପିୟନ ହୋଇଥିଲେ । ବିଳମ୍ବିତ ରାତିରେ ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣି ସଭା ହୋଇଥିଲା । ମୁଖ୍ୟଅତିଥି ଭାବେ ସ୍ଥାନୀୟ ତହସିଲଦାର ପ୍ରଣୟ କୁମାର ଜେନା, ଧାମନଗର ଏସ୍‌ଡିପିଓ ମନୋରଞ୍ଜନ ସାମଲ, ଥାନା ଅଧିକାରୀ ତ୍ରିଲୋଚନ ସେଠୀ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି ପ୍ରମୁଖ ଯୋଗଦେଇ ଚାମ୍ପିୟନ ଓ ରନର୍ସଅପ ଟିମକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ। ବେଷ୍ଟ ସ୍ମାସର ସରାଫତ ଖାଁ, ମ୍ୟାନ ଅଫ ଦ ଟୁର୍ନାମେଣ୍ଟ ସେଣ୍ଡି, ମ୍ୟାନ ଅଫ ଦ ମ୍ୟାଚ ଖୋକନ, ବେଷ୍ଟ ଭାଲ୍ୟୁଏବୁଲ ପ୍ଲେୟାର ଭାବେ ଆଶୁତୋଷଙ୍କୁ ପୁରସ୍କୃତ କରାଯାଇଥିଲ। ରେଫରି ଭାବେ ରାଜେନ୍ଦ୍ର ଜେନା, ସ୍କୋରର ଭାବେ ପ୍ରତ୍ୟୁଷ ସାହୁ ଓ ରାଜା ଧଳ ମ୍ୟାଚ ପରିଚାଳନା କରିଥିଲେ।

Model This Week

ସୁରଶ୍ରୀ
Pilanka Dharitri

ବାଲେଶ୍ୱର

ସମ୍ପର୍କ ଯୋଡେ ମହୋତ୍ସବ

ସମ୍ପର୍କ ଯୋଡେ ମହୋତ୍ସବ

ବାଲିଆପାଳ, ୧୬।୧(ଡି.ଏନ.ଏ.)-ମହୋସତ୍ବ ସମ୍ପର୍କ ଯୋଡିବା ସହ ପରସ୍ପରକୁ ଭାଇଚାରାର ଡୋରିରେ ବାନ୍ଧିରଖେ ବୋଲି ଡଗରା ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ମକର ମେଳାରେ ପାରମ୍ପରିକ ଝଲକ

ମକର ମେଳାରେ ପାରମ୍ପରିକ ଝଲକ

ଝୁମ୍ପୁରା, ୧୬।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଗ୍ରାମାଞ୍ଚଳରେ ଅବସ୍ଥିତ ବଡ଼ ଡୁମୁରିଆ ଗାଁ ପାଖ ଚତିରି ପଡ଼ିଆରେ ୩ଦିନ ଧରି ମକର ମେଳା ଅନୁଷ୍ଠିତ ହୋଇଛି।

କାରଖାନା ପରିସରରେ ହାତୀ ଉପଦ୍ରବ

କାରଖାନା ପରିସରରେ ହାତୀ ଉପଦ୍ରବ

କେନ୍ଦୁଝର,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ପଳାସପଗାସ୍ଥିତ ଓଡ଼ିଶା ସ୍ପଞ୍ଜ କାରଖାନା ପରିସରରେ ୧୦ରୁ ଊର୍ଦ୍ଧ୍ୱ ହାତୀ ଉପଦ୍ରବ ଚଳାଇଛନ୍ତି। ବହୁଦିନ ହେବ କାରଖାନା ବନ୍ଦ ରହିଥିବାରୁ କାରଖାନା ପରିସର ଜଙ୍ଗଲରେ ପରିଣତ ହୋଇଛି।

ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ମଜୁରୀପଡ଼ା ଗ୍ରାମର ଜଣେ ଚାଷୀଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଉଠା ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

ବାଲେଶ୍ୱର ଅଫିସ,୧୬।୧: ବାଲେଶ୍ୱର ଜିଲା ସୀମା ସହଦେବ ଖୁଣ୍ଟା ଥାନା ଅଧୀନ ବାଙ୍କିତିରା ଗାଁ ଏବଂ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମା ଗାଁ ଭିତରେ କିଛିଦିନ ହେବ ଲାଗି ରହିଥିବା ବିବାଦ ମଙ୍ଗଳବାର ଉଗ୍ରରୂପ ଧାରଣ କରିଛି। ସଂଘର୍ଷରେ ୪ ଗ୍ରାମବାସୀ ଆହତ ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

  ଚାଷୀଙ୍କୁ ଡିଜିଟାଲ ଠକେଇ

ଚାଷୀଙ୍କୁ ଡିଜିଟାଲ ଠକେଇ

ଭଦ୍ରକ ଅଫିସ,୧୫।୧- ଭଦ୍ରକ ଜିଲାରେ ଅଦିନିଆ ବର୍ଷା ଓ ରୋଗପୋକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଏବେ ଡିଜିଟାଲ ୱେଟ୍‌ ମେସିନରେ ଧାନ ବିକ୍ରି ବେଳେ ସେବା ସମବାୟ ସମିତିରେ ଓଜନରେ ଠକେଇ କରାଯାଉଛି ।

ପଥର ମୂର୍ତ୍ତି ନିର୍ମାଣରେ ସିଦ୍ଧହସ୍ତ ଉଦୟ

ପଥର ମୂର୍ତ୍ତି ନିର୍ମାଣରେ ସିଦ୍ଧହସ୍ତ ଉଦୟ

ସୋର, ୧୫।୧(ଡି.ଏନ.ଏ.)-ପଥରରେ ନିଖୁଣ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ତିଆରି କରିବାରେ ସିଦ୍ଧହସ୍ତ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଶିଳ୍ପୀ ଉଦୟ ମହାନ୍ତି । ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ ହାଇସ୍କୁଲ ପରେ ଆଉ ଆଗକୁ ମାଡି ପାରି ନ ଥିବା ଉଦୟ ଆଜି ଏହି କଳା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଛନ୍ତି।

ଫକୀରମୋହନଙ୍କ ସୃଷ୍ଟି କାଳଜୟୀ

ଫକୀରମୋହନଙ୍କ ସୃଷ୍ଟି କାଳଜୟୀ

ବାଲେଶ୍ୱର ଅଫିସ, ୧୫।୧-ଫକୀରମୋହନଙ୍କର ଜୟନ୍ତୀ ଉତ୍ସବ ସୋମବାର ସନ୍ଧ୍ୟାରେ କବିତୀର୍ଥ ଶାନ୍ତିକାନନ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ପୂର୍ବାହ୍ନରେ ଫକୀରମୋହନ ସାହିତ୍ୟ ପରିଷଦ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସଭାରେ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରୋହିତ୍ୟ କରିଥିଲେ।

ହୋଟେଲରେ ପଶି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ହୋଟେଲରେ ପଶି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ରେମୁଣା,୧୫।୧(ଡି.ଏନ.ଏ.)-୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ହୋଟେଲଗୁଡିକ ଉପରେ ଏବେ ଦୁର୍ବୃତ୍ତମାନଙ୍କର ଲୋଲୁପ ଦୃଷ୍ଟି ପଡିଛି । ପୋଲିସ୍‌ ପାଟ୍ରୋଲିଂ କଡ଼ାକଡ଼ି କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ଦେବୀ   ହେଲେ ଷ୍ଟ୍ରଙ୍ଗ ଓମେନ ଅଫ ଇଣ୍ଡିଆ

ଦେବୀ ହେଲେ ଷ୍ଟ୍ରଙ୍ଗ ଓମେନ ଅଫ ଇଣ୍ଡିଆ

ବାରିପଦା ଅଫିସ,୧୫।୧- ତାମିଲନାଡୁର କୋଏମ୍ବାଟୁରଠାରେ ଗତ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜାତୀୟ କନିଷ୍ଠ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାକୁ ସଫଳତା ମିଳିଛି। ଓଡିଶା ଦଳ ପକ୍ଷରୁ ମୟୂରଭଞ୍ଜ ଜିଲାର ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରି ୪ଟି ସ୍ବର୍ଣ୍ଣ ପଦକ ସମେତ ୭ଟି ପଦକ ହାସଲ କରିଛନ୍ତି।

  ଧରାପଡିଲେ ୨ ଲୁଟେରା

ଧରାପଡିଲେ ୨ ଲୁଟେରା

ବାରିପଦା ଅଫିସ,୧୫।୧- ଏଟିଏମ ସମ୍ମୁଖରେ ସରଳ ଲୋକଙ୍କୁ ସହଯୋଗର ହାତ ବଢ଼ାଇ ଲୁଟ୍‌ କରୁଥିବା ୨ ଯୁବକ ସୋମବାର ବାରିପଦା ଟାଉନ ପୋଲିସ ହାବୁଡରେ ପଡିଛନ୍ତି। ପୋଲିସ ସେମାନଙ୍କଠାରୁ ୫୯ ହଜାର ୪୦୦ ଟଙ୍କା, ଗୋଟିଏ ମୋବାଇଲ ଫୋନ ଏବଂ ଦୁଇଟି ଲେଖାଏଁ ଏଟିଏମ କାର୍ଡ ଓ ପାସବୁକ ଜବତ କରିଛି। ଗିରଫଦ୍ୱୟ ହେଲେ ବାରିପଦା ସହର ଶ୍ରୀପଦଗ ୱାର୍ଡ ନଂ-୧୩ ର ଅକ୍ଷୟ କୁମାର ମିଶ୍ର ଏବଂ ବାରିପଦା ସହର ପ୍ରଫୁଲ୍ଲନଗର ୱାର୍ଡନଂ-୧୨ ମାନିକ ସିଂ ।

ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

କୋଳିମାଟି,୧୫।୧-କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀର ଧକୋଠା ପଞ୍ଚାୟତ ଭାଲୁକୁମା ଗ୍ରାମ ରାସ୍ତା ଦୀର୍ଘ ବର୍ଷ ହେଲା ଶୋଚନୀୟ ହୋଇପଡ଼ିଛି।