ବାଲେଶ୍ୱର

ଉପନିର୍ବାଚନ ପାଇଁ ସରକାରୀ ଦଳର ପ୍ରାର୍ଥୀପତ୍ର ଦାଖଲ

ଉପନିର୍ବାଚନ ପାଇଁ ସରକାରୀ ଦଳର ପ୍ରାର୍ଥୀପତ୍ର ଦାଖଲ
ବାଲେଶ୍ୱର ଅଫିସ,୨୩।୧୨-ବାଲେଶ୍ୱର ଜିଲା ୨୬ନଂ. ଜୋନ୍‌ରେ ଉପନିର୍ବାଚନ ପାଇଁ ଗତ ଦୁଇଦିନରେ କଂଗ୍ରେସ, ଭାଜପା, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଉତ୍କଳ ଭାରତ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଶନିବାର ସରକାରୀ ଦଳ ବିଜେଡ଼ି ତରଫରୁ ପ୍ରାର୍ଥୀ କମଳ କୁମାର ସାହୁ ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଭବତାରଣ ସାହୁଙ୍କ ଅଫିସ୍‌ରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କ ସହିତ ଏମ୍‌ପି ରବୀନ୍ଦ୍ର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ପୌରାଧ୍ୟକ୍ଷ ଆଲୋକ ସାହୁ, ବ୍ରିଟ୍‌ ଅଧ୍ୟକ୍ଷ ଗୌରୀ ରାଉତ, ସଦର ବ୍ଲକ ଚେୟାରମ୍ୟାନ୍‌ ନାରାୟଣ ପ୍ରଧାନ, ଜିଲାପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ପର୍ଯ୍ୟବେକ୍ଷକ ଅଜୟ ନାୟକ, ଜିଲା ସାଧାରଣ ସମ୍ପାଦକ ବରୋଦା ପଟ୍ଟନାୟକ, ପୂର୍ବତନ ରେମୁଣା ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ଗିରିଶ ଦାଶ, ଉମିଲତା ଦାସ, ସଭାପତି ବିଜୁ ଯୁବ ଜନତା ଦଳ ଶୁଭେନ୍ଦୁ ମଙ୍ଗରାଜ, ବିଜୁ ଛାତ୍ର ଜନତା ଦଳ ସଭାପତି ସିମନ୍‌ ଦାସମହାପାତ୍ର, ସରପଞ୍ଚ ରବି ନାୟକ, ସମିତିସଭ୍ୟ ଅରୁଣ ମଣ୍ଡଳ, ସଞ୍ଜୟ ଧଳ, ରାଜୁ ପ୍ରଧାନ, ରଘୁନାଥ ଦାସ, ସୁଶାନ୍ତ ବିଶ୍ୱାଳ, ତନ୍ମୟ ମହାନ୍ତି, ନବକିଶୋର ବେହେରା, ସୁଶିଲ ପଟ୍ଟନାୟକ, ସତ୍ୟରଞ୍ଜନ ମହାପାତ୍ର, ରଘୁନାଥ ଲେଙ୍କା, ଧିରେନ୍‌ ନାୟକଙ୍କ ସମେତ ଦଳର ବରିଷ୍ଠ, ଛାମୁଆ ନେତାମାନେ ଏକାଠି ହୋଇଥିଲେ। ସ୍ଥାନୀୟ ମିଶନ ପଡ଼ିଆରୁ ଏକ ଶୋଭାଯାତ୍ରା ବାହାରିଥିଲା। ଏଥିରେ ଶତାଧିକ କର୍ମୀ ଯୋଗଦେବା ସହିତ ଉପନିର୍ବାଚନ ବିଜୟ ପାଇଁ ପ୍ରାର୍ଥୀଙ୍କୁ ଉତ୍ସାହିତ କରିଥିଲେ।
All Right Reserved By

ବାଲେଶ୍ୱର

ଶାମ୍ବ ରଥ ଉଦ୍‌ଘାଟିତ

ଶାମ୍ବ ରଥ ଉଦ୍‌ଘାଟିତ

ଭଣ୍ଡାରିପୋଖରୀ, ୨୬ା୯(ଡି.ଏନ.ଏ.)-ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁଷ୍ଠ ନିରାକରଣ ଅଭିଯାନ ସଚେତନତା ଶାମ୍ବ ରଥକୁ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡା. ଗଣେଶ ଚନ୍ଦ୍ର ପତି ମଙ୍ଗଳବାର ଉଦ୍‌ଘାଟନ କରିଥିଲେ।

‘ଏସିଡ୍‌ ଆକ୍ରମଣ ଏକ ନିନ୍ଦନୀୟ ଅପରାଧ’

‘ଏସିଡ୍‌ ଆକ୍ରମଣ ଏକ ନିନ୍ଦନୀୟ ଅପରାଧ’

ବାସୁଦେବପୁର,୨୬।୯(ଡି.ଏନ.ଏ.)-ବାସୁଦେବପୁର ଇରମ ଶହୀଦ ସ୍ମୃତି କଲେଜ ପରିସରରେ ତାଲୁକ ଆଇନସେବା ପ୍ରାଧିକରଣ ସଂସ୍ଥା ପକ୍ଷରୁ ଏସିଡ୍‌ ଆକ୍ରମଣ ନେଇ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ଜିଲା କାର୍ଯ୍ୟକାରିଣୀ: ଡାକ୍ତରଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ

ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ଜିଲା କାର୍ଯ୍ୟକାରିଣୀ: ଡାକ୍ତରଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ

ଭଦ୍ରକ ଅଫିସ,୨୬।୯-ଭଦ୍ରକ ଜିଲାରେ ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ବହୁ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ରୋଗୀସେବାରେ ସର୍ବଦା ନିଜକୁ ଉତ୍ସର୍ଗ କରୁଥିବା ଡାକ୍ତରମାନେ ରୋଗୀଙ୍କ ଚିକିତ୍ସାରେ ମନୋନିବେଶ କରୁଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଏଭଳି କାଣ୍ଡ କରନ୍ତି। ଡାକ୍ତରଙ୍କ ଚିକିତ୍ସା କରିବାର ମନୋବଳ ଉପରେ ଏହା ଆଘାତ ପହଞ୍ଚାଇଥାଏ। ଏହାକୁ ବନ୍ଦ କରାଇବା କ୍ଷେତ୍ରରେ ଉଭୟ ଡାକ୍ତର ଏବଂ ପ୍ରଶାସନର ମିଳିତ ସହଯୋଗ ଆବଶ୍ୟକ ବୋଲି ଓମ୍‌ସା(ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ) ଭଦ୍ରକ ଶାଖାର ଜିଲା କାର୍ଯ୍ୟକାରିଣୀ ବୈଠକରେ ମତପ୍ରକାଶ ପାଇଛି।

ମହିଳାମାନେ ଆଣିପାରିବେ ପରିବର୍ତ୍ତନ

ମହିଳାମାନେ ଆଣିପାରିବେ ପରିବର୍ତ୍ତନ

ବାଲେଶ୍ୱର ଅଫିସ, ୨୬।୯- ମହିଳାମାନେ ସଚେତନ ହେଲେ ଲତଙ୍ଗଗତ ବୈଷମ୍ୟ ଦୁର କରି  ସମାଜରେ ପରିବର୍ତ୍ତନ ଆଣିବା ସହ ପରିବାରର କଲ୍ୟାଣ ସାଧନ କରିବା ସହ ପାରିବେ ବୋଲି ଅଖିଳ ଭାରତ ମହିଳା ପରିଷଦ ତରଫରୁ ମଙ୍ଗଳବାର ବାଲେଶ୍ୱର ଜିଲା ନାରୀ ସଂଘ ଦ୍ୱାରା ଆୟୋଜିତ ଏକ ଦିବସୀୟ କର୍ମଶାଳାରେ ଅତିଥି ଓ ବକ୍ତାମାନେ ପରାମର୍ଶ ଦେଇଛନ୍ତି। 

ପ୍ରଭାତଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର

ପ୍ରଭାତଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର

ରୂପ୍‌ସା,୨୬।୯(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ନୀଳମଣି ମହାବିଦ୍ୟାଳୟର ଏନଏସ୍‌ଏସ୍‌ ସ୍ବେଚ୍ଛାସେବୀ ପ୍ରଭାତ ରଞ୍ଜନ ପ୍ରଧାନଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ମିଳିଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ଭୁବନେଶ୍ୱର ଇଡ଼କଲ ଅଡ଼ିଟୋରିୟମ୍‌ରେ ସୋମବାର ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର ବିତରଣ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ପ୍ରଭାତଙ୍କୁ ମାନପତ୍ର ଓ ମେଡ଼ାଲ ସହ ୩ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। 

କୁପାରୀ ଭାଗବତ ଟୁଙ୍ଗିର ବାର୍ଷିକ ଉତ୍ସବ

କୁପାରୀ ଭାଗବତ ଟୁଙ୍ଗିର ବାର୍ଷିକ ଉତ୍ସବ

ଖଇରା, ୨୬।୯(ଡି.ଏନ.ଏ.)-ଖଇରା ବ୍ଲକ କୁପାରୀ ପଟ୍ଟନାୟକସାହିସ୍ଥିତ ଭାଗବତ ଟୁଙ୍ଗିର ୫୬ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଭାଗବତ ଜନ୍ମଠାରୁ ଆରମ୍ଭ ହୋଇଛି।  ଡଃ ଅଜୟ ସେଣ୍ଡ ଓ ରମେଶ ମହାନ୍ତିଙ୍କ ଦ୍ୱାରା ଘଟ ଉତ୍ତୋଳନ କରାଯାଇଥିଲା।  ପ୍ରଥମେ ଚଳିତ କୃଷ୍ଣଙ୍କର ସ୍ଥାୟୀ ମାର୍ବଲ ମୂର୍ତ୍ତୀ ପ୍ରତିଷ୍ଠା କରାଯାଇଥିଲା। ପଣ୍ଡିତ କୃତିବାସ ପଣ୍ଡା, ବିଷ୍ଣୁଚରଣ ପଣ୍ଡା, ଶମ୍ଭୁନାଥ ପଣ୍ଡାଙ୍କ ଦ୍ୱାରା ଯଜ୍ଞାଦି କର୍ମ ଅନୁଷ୍ଠିତ ହୋଇଥିଲା।

ଦେବଶିଳ୍ପୀଙ୍କୁ ମେଲାଣି

ଦେବଶିଳ୍ପୀଙ୍କୁ ମେଲାଣି

ଖଇରା,୨୬।୯(ଡି.ଏନ.ଏ.)-ଖଇରା ବ୍ଲକ ଅଧୀନ କୁପାରୀସ୍ଥିତ ଶୁନ୍ୟବ୍ରହ୍ମ ଡ୍ରାଇଭର ସଂଘ ପକ୍ଷରୁ ୧୭ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱକର୍ମା ପୂଜା ସୋମବାର ଶେଷ ହୋଇ ଯାଇଛି।   ଶିତିକଣ୍ଠ ପଣ୍ଡା ଦେବଶିଳ୍ପୀଙ୍କୁ ଆବାହନ କରିବା ଶେଷ ଦିବସରେ ବିସର୍ଜନ କରିଥିଲେ । 

 ଟ୍ରାକ୍ଟରରୁ ବ୍ୟାଟେରି ଚୋରି, ଅଭିଯୁକ୍ତ ଗିରଫ

ଟ୍ରାକ୍ଟରରୁ ବ୍ୟାଟେରି ଚୋରି, ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୬।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ନିମା ଗ୍ରାମର ଶଶୀକାନ୍ତ ନାୟକଙ୍କ ଟ୍ରାକ୍ଟରରୁ ବ୍ୟାଟେରି ଚୋରି ଅଭିଯୋଗରେ ବସ୍ତା ପୋଲିସ ଅଭିଯୁକ୍ତ ପ୍ରମୋଦ ମଲିକଙ୍କୁ ମଙ୍ଗଳବାର ଗିରଫ କରିଛି। ପ୍ରମୋଦଙ୍କ ଘର ହଳଦୀପଦା ନୟାପଡ଼ା ଗ୍ରାମରେ। ଏନେଇ ଥାନାରେ ଏକ ମାମଲା (ନଂ. ୨୫୫/୧୮) ରୁଜୁ ହୋଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ସରିଲା ଖୁଦୁରୁକୁଣୀ ଓଷା

ସରିଲା ଖୁଦୁରୁକୁଣୀ ଓଷା

ସିମୁଳିଆ,୨୬। ୯(ଡି.ଏନ୍‌.ଏ.)-ଭାଇମାନଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଭଉଣୀମାନଙ୍କ ଦ୍ୱାରା ଅନୁଷ୍ଠିତ ଖୁଦୁରୁକୁଣୀ ଓଷା ରବିବାର ଶେଷ ହୋଇଯାଇଛି।  ମାର୍କୋଣା ବଜାର ସାହିର ଯୁବତୀମାନେ ମାସେ ବ୍ୟାପୀ ଏହି ଓଷା କରିଆସୁଥିଲେ। 

ଚାରା ମଦ କାରବାରକୁ ନେଇ ତାତିଲେ ମହିଳା, ରାସ୍ତାରେ ଢ଼ାଳିଲେ ମଦ

ଚାରା ମଦ କାରବାରକୁ ନେଇ ତାତିଲେ ମହିଳା, ରାସ୍ତାରେ ଢ଼ାଳିଲେ ମଦ

ସଜନାଗଡ଼,୨୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସନ୍ତାରାଗଡ଼ିଆ ଅଞ୍ଚଳରେ ଦୀର୍ଘଦିନ ଧରି ଚୋରା ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ମାତ୍ର ଅବକାରୀ ବିଭାଗର ଏଥିପ୍ରତି ନିଘା ନାହିଁ। ଯାହାକୁ ନେଇ ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି।

କଂଗ୍ରେସର କର୍ମୀ ସମ୍ମିଳନୀ

କଂଗ୍ରେସର କର୍ମୀ ସମ୍ମିଳନୀ

ତିହିଡ଼ି,୨୬।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ରାଜନଗର ପଞ୍ଚାୟତ ଅଧୀନ ଗୁରୁଦାସପୁରରେ ବୁଧବାର ମଧ୍ୟାହ୍ନରେ ତିହିଡ଼ି ବ୍ଲକ କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ପାଟଣାରେ ଜାତୀୟ କୃମି ନାଶକ ଦିବସ     ,

ପାଟଣାରେ ଜାତୀୟ କୃମି ନାଶକ ଦିବସ ,

ପାଟଣା,୨୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ,ସ୍ବାମ ପାଟଣାଠାରେ  ବୁଧବାର ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଛି। ପାଟଣା ବ୍ଲକ ଅଧକ୍ଷ ଜଗନ୍ନାଥ ନାଏକ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ପିଲାଙ୍କୁ କୃମୀ ନାଶକ ଔଷଧ ଖୁଆଇଥିଲେ।