Dharitri News
ବାଲେଶ୍ୱର

ସୁସ୍ଥ ସମାଜ ପାଇଁ କ୍ରୀଡ଼ା ଆବଶ୍ୟକ

ସୁସ୍ଥ ସମାଜ ପାଇଁ କ୍ରୀଡ଼ା ଆବଶ୍ୟକ ବାଲେଶ୍ୱର ଅଫିସ,୨୩।୧୨-ବାଲେଶ୍ୱର ଜିଲା ଆଥଲେଟିକ୍‌ ଆସୋସିଏଶନ ତରଫରୁ ୭୪ତମ କ୍ରୀଡ଼ା ଦିବସ ଶନିବାର ପରମିଟ୍‌ ପଡ଼ିଆରେ ଉଦ୍‌ଘାଟିତ ହୋଇଛି। ପ୍ରଥମେ କ୍ରୀଡ଼ାବିତ୍‌ଙ୍କ ଦ୍ୱାରା ପରେଡ୍‌ ଏବଂ ପତାକା ଉତ୍ତୋଳନ କରାଯାଇଥିଲା। ଏମ୍‌.ପି. ରବୀନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ସୁସ୍ଥ ସମାଜ ଗଠନ ପାଇଁ କ୍ରୀଡ଼ାର ଆବଶ୍ୟକତା ରହିଛି ବୋଲି ଉଦ୍‌ବୋଧନ ଦେଇଥିଲେ। ସଭାରେ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଅଧିପ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଉପସଭାପତି ଅନନ୍ତ କୁମାର ଭଞ୍ଜ, ସନ୍ତୋଷ କୁମାର ଦାସ, ଅଭୟ ମହାପାତ୍ର, ପ୍ରଦୀପ କୁମାର ଦାସ, କଳିଙ୍ଗ ମହାପାତ୍ର, କୋଷାଧ୍ୟକ୍ଷ ସଦିକ୍‌ ଅଲ୍ଲି ଖାନ, ଯୁଗ୍ମସମ୍ପାଦକ ପଦ୍ମଲୋଚନ ଲେଙ୍କା, ବୀରେନ୍ଦ୍ର କୁମାର ସ୍ବାଇଁ, ବସନ୍ତ ମହାନ୍ତି, ଜଗଦୀଶ ବେହେରା, ସଞ୍ଜୟ କୁମାର ଲେଙ୍କା, ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉତ୍ସବ ଦୁଇଦିନ ଧରି ଚାଲିବ। ଏଥିରେ ଦୌଡ଼ (୧୦୦ ମିଟରରୁ ୧୦ହଜାର ମିଟର ପର୍ଯ୍ୟନ୍ତ), ଲଙ୍ଗଜମ୍ପ, ହାଇଜମ୍ପ, ସଟର୍ର୍ଫୁଟ୍‌, ଜେଭଲିନ୍‌ ଥ୍ରୋ, ଟ୍ରିପଲ ଜମ୍ପ, ହର୍ଡଲେସ ଭଳି ୩୦ଟି ବିଭାଗରେ ଖେଳ ଅନୁଷ୍ଠିତ ହେବ। ଜିଲାର ମୋଟ ୭୧ଟି ଅନୁଷ୍ଠାନରୁ ୬୪୦ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୪୪୨ ଜଣ ବାଳକ ଏବଂ ୧୯୮ ବାଳିକା ଯୋଗ ଦେଇଛନ୍ତି। ସେମାନଙ୍କର ରହଣି ଏବଂ ଖାଦ୍ୟପେୟର ବ୍ୟବସ୍ଥା ଅନୁଷ୍ଠାନ ତରଫରୁ ବ୍ୟବସ୍ଥା କରାଯାଇଛି। କୃତୀ ଛାତ୍ରୀଛାତ୍ର ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବେ ବୋଲି ସମ୍ପାଦକ ଅଧିପ ଦାସ ସୂଚନା ଦେଇଛନ୍ତି।

ବାଲେଶ୍ୱର

ବରିଷ୍ଠ ଆଇନଜୀବୀ ବିମାନଙ୍କ ପରଲୋକ

ଭଦ୍ରକ ଅଫିସ,୧୯।୧-ଭଦ୍ରକର ବରିଷ୍ଠ ଦେୱାନୀ ଆଇନଜୀବୀ ବିମାନ ଚନ୍ଦ୍ର ରାୟ(୭୨)ଙ୍କ ପରଲୋକ ଘଟିଛି। ଗତ କିଛି ଧରି ସେ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ତେଜିଲା ମଦ ବିରୋଧୀ ଆନ୍ଦୋଳନ

ଚାନ୍ଦବାଲି,୧୯।୧(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ଚୋରାମଦ କାରବାର ବଢି ଚାଲିଛି।

ନିଶା ସାହିତ୍ୟ, ପେଶା ଚା’ ଦୋକାନ

ନିଶା ସାହିତ୍ୟ, ପେଶା ଚା’ ଦୋକାନ

ଭଦ୍ରକ ଅଫିସ,୧୯।୧-ନିଶାରେ ଜଣେ ସାହିତ୍ୟ ସାଧକ, ହେଲେ ପେଶା ଚା’ ଦୋକାନ। ଜୀବନ ଜୀବିକା ପାଇଁ ସକାଳ ୫ରୁ ରାତି ୧୧ଟା ପର୍ଯ୍ୟନ୍ତ ଚା’ ଦୋକାନରେ ଗ୍ରାହକଙ୍କ ସହ ସେ ସମୟ ବିତାଇଥାନ୍ତି। କେବେ କେମିତି ଅବସର ପାଇଲେ ସେ ସାହିତ୍ୟର ଆକର୍ଷଣରେ ବାନ୍ଧି ହୋଇଯାଆନ୍ତି।

ପୂରଣ ହେଉନି ରାଜସ୍ବ ଆଦାୟ ଲକ୍ଷ୍ୟ

ଭଦ୍ରକ ଅଫିସ,୧୯।୧ -ଭଦ୍ରକ ଜିଲାରେ ଥିବା ତହସିଲଗୁଡ଼ିକରୁ ଲକ୍ଷ୍ୟ ଧାର୍ଯ୍ୟ ମୁତାବକ ରାଜସ୍ବ ଆଦାୟ କରାଯାଇପାରୁନାହିଁ। ଆଗାମୀ ମାଚ୍ଚ ସୁଦ୍ଧା ୨୯କୋଟି ରାଜସ୍ବ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବା ବେଳେ ଗତ ଡିସେମ୍ବର ସୁଦ୍ଧା ମାତ୍ର ୯କୋଟି ରାଜସ୍ବ ସଂଗ୍ରହ ହୋଇଛି। ଏହାକୁ ନେଇ ପ୍ରଶାସନିକ ମହଲରେ ତନାଘନା ଆରମ୍ଭ ହୋଇଛି।

ହେମନ୍ତଙ୍କୁ ଭେଟିଲେ ରାଜସ୍ବ ନିରୀକ୍ଷକ

ଖଇରା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ଅଧିନ ରୁସ୍ତମପୁର ଗ୍ରାମରେ ୩ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଥିବା ହେମନ୍ତ କୁମାର ସେଠୀଙ୍କୁ ଡୁଙ୍ଗୁରା ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ବେଜ ଭେଟିଛନ୍ତି।

ଭୋଟ ଗଣତି ଦାବିକୁ ନେଇ ଗଣ୍ଡଗୋଳ

ଭୋଟ ଗଣତି ଦାବିକୁ ନେଇ ଗଣ୍ଡଗୋଳ

ଉଦଳା, ୧୯।୧(ଡି.ଏନ.ଏ.) -ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ କୋଚିଳାଡିହା ପଞ୍ଚାୟତର ୨ ନଂ ୱାର୍ଡ ଓ ରାଢୋ ପଞ୍ଚାୟତର ୧୨ ନଂ ୱାର୍ଡରେ ଶୁକ୍ରବାର ୱାର୍ଡ ସଭ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉଭୟ ଓ୍ବାର୍ଡରେ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିବା ବେଳେ ୨ ନଂ ଓ୍ବାର୍ଡବାସୀ କିନ୍ତୁ ସଙ୍ଗେ ସଙ୍ଗେ ଗଣତି କରିବାକୁ ଦାବି କରିଥିଲେ।

ପରିତ୍ୟକ୍ତ କୂଅରେ ପଡି ଶିଶୁ ମୃତ

ଖଇରା,୧୯।୧(ଡି.ଏନ.ଏ.)-ଖଇରା ଥାନା ଗୁଆପାଳ ଗ୍ରାମର ବଂଶୀଧର ଓଝାଙ୍କର ପୁଅ ରାଜା ଓଝା (୬) ଖେଳୁଥିବା ବେଳେ ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲେ।

ମଧ୍ୟାହ୍ନଭୋଜନ ଆତ୍ମସାତ

ନୀଳଗିରି, ୧୯।୧(ଡି.ଏନ.ଏ.)-ନୀଳଗିରି ବ୍ଲକ ହଳଦୀ ପାଟଣା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଆତ୍ମସାତ୍‌ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ଔପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଆରସିସି ବଂଶୀଧର ଜେନା ଓ ଦକ୍ଷିଣ ନରସିଂହପୁର ସିଆରସିସି ଈଶ୍ୱର ଚନ୍ଦ୍ର ରଥ ଉକ୍ତ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରି ଫେରିଯାଇଛନ୍ତି।

ନିମ୍ବ କାଠ ଜବତ କଲା ବନବିଭାଗ

ନିମ୍ବ କାଠ ଜବତ କଲା ବନବିଭାଗ

ରୂପ୍‌ସା,୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜ ଅଫିସର ପ୍ରଫୁଲ କୁମାର ମଲିକଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ବସ୍ତା ଥାନା ଅନ୍ତର୍ଗତ ବାହାର୍ଦ୍ଦା ଗ୍ରାମରେ ଅଚାନକ ଚଢ଼ାଉ କରାଯାଇଛି।

ନୂତନ ଜିଲାପାଳଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା

ନୂତନ ଜିଲାପାଳଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୧୯।୧-ବାଲେଶ୍ୱରରେ ନବନିଯୁକ୍ତ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସଙ୍ଗଠନ ସଭାପତି ଭିନ୍ନକ୍ଷମ ଜାତୀୟ କ୍ରୀଡ଼ାବିତ୍‌ ସୁଧାକର ସେଠୀ, କର୍ମକର୍ତ୍ତା ଜ୍ୟୋତିର୍ମୟୀ ଶତପଥି, ନିରଞ୍ଜନ ଜେନା, ସୁରେନ୍ଦ୍ର ଦାସ, ଉପଦେଷ୍ଟା ଉଷାରାଣୀ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ।

ଅଙ୍ଗନୱାଡ଼ି କେନ୍ଦ୍ରରେ ଅନିୟମିତତା, ଜିଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ଖଇରା,୧୯।୧(ଡି.ଏନ.ଏ.)-ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ଅନନ୍ତପୁର ଶାସନରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ହେଉଥିବା ନେଇ ଗ୍ରାମର ମହେନ୍ଦ୍ର ପଣ୍ଡା, ସୁକାନ୍ତି ମିଶ୍ର, ହରିପ୍ରୀୟା ମିଶ୍ରଙ୍କ ସମେତ ଆଉ କେତେକ ଗ୍ରାମବାସୀ ବାଲେଶ୍ୱର ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ, ୧୯।୧: ଭଦ୍ରକ ଜିଲା ନୂଆବଜାରସ୍ଥିତ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଶୁକ୍ରବାର କିଛି ଦୁର୍ବୃତ୍ତ ଜଣେ ଜମାକାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଏକ ପଲ୍‌ସର ବାଇକ୍‌ରେ ଆସି ଏହି କାଣ୍ଡ ଘଟାଇଛନ୍ତି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।