ସମ୍ବଲପୁର

ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ: ବରଗଡ଼ରେ କଂସ ରାଜୁତି

ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ: ବରଗଡ଼ରେ କଂସ ରାଜୁତି
ମଥୁରାନଗରୀ,୨୩।୧୨ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ ଉଦ୍‌ଘାଟିତ ହୋଇଛି । ଏହି ଅବସରରେ ଅପରାହ୍ନ ୨ଟାରୁ ସଂସ୍କୃତି ଭବନ ସମ୍ମୁଖରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ତଳିପଡ଼ାସ୍ଥିତ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲା । ସେଠାରେ ପୂଜାର୍ଚ୍ଚନା ଶେଷ ହେବା ପରେ ଶୋଭାଯାତ୍ରା ସାଢ଼େ ୫ଟାରେ ବାହାରି ହାଟପଦାସ୍ଥିତ ରାଜଦରବାର ମଞ୍ଚ ନିକଟରେ ପହଞ୍ଚିଥିଲା। ରାଜ ଦରବାରରେ ଏମ୍‌ପି ଡା. ପ୍ରଭାସ ସିଂ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଫିତା କାଟି ଧନୁଯାତ୍ରା ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ତଥା ଜିଲାପାଳ ଖଗେନ୍ଦ୍ର କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ, ଏସ୍‌ପି ବି. ଯୁଗଳ କିଶୋର, ଧନୁଯାତ୍ରା କମିଟି ସମ୍ପାଦକ ସୁରେଶ୍ୱର ଶତପଥୀ, ବରଗଡ ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା, ଉପାଧ୍ୟକ୍ଷା କଳ୍ପନା ମାଝି, ରାଜ ଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ, ସହ ଆବାହକ ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ଧନୁଯାତ୍ରା ଏକ ଅନନ୍ୟ ପରମ୍ପରା। ବିଶ୍ୱ ଦରବାରରେ ଏହି ମହୋତ୍ସବ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଧନୁଯାତ୍ରା ଉଦ୍‌ଘାଟନ ପରେ ବରଗଡ଼ ସହର ମଥୁରାନଗରୀ ପାଲଟିଯାଇଛି । ଏଠାରେ କଂସ ରାଜୁତି ଆରମ୍ଭ ହୋଇଛି। ନାଟ୍ୟାଭିନୟରେ ମହାରାଜା ଉଗ୍ରସେନ ରାମଜୀ ମନ୍ଦିରରେ ବସୁଦେବଙ୍କ ସହିତ ତାଙ୍କ କନ୍ୟା ଦେବକୀଙ୍କ ବିବାହ ସମ୍ପନ୍ନ କରିଥିଲେ । ଅନ୍ୟପଟେ ଦେବକୀଙ୍କ ଅଷ୍ଟମ ସନ୍ତାନ ତାଙ୍କ ମୃତ୍ୟୁର କାରଣ ହେବ ବୋଲି ଶୂନ୍ୟବାଣୀ ଶୁଣି କଂସ ବିଚଳିତ ହୋଇ ପଡ଼ିଥିଲେ । ଏଣୁ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ମଥୁରା ଶାସନ ଭାର ନିଜ ହାତକୁ ନେଇଥିଲେ। ମଥୁରାଧିପତି କଂସଙ୍କ ନିର୍ଦ୍ଦେଶରେ ରାଜା ଉଗ୍ରସେନଙ୍କ ହାତରୁ ସମସ୍ତ ଶାସନ କ୍ଷମତା ହଟାଯାଇଥିଲା । କଂସ ଉଗ୍ରସେନଙ୍କୁ କଟୁଆଳ ପଦବୀରେ ନିଯୁକ୍ତି ଦେଇ ତାଙ୍କ ଭୃତ୍ୟ, ମନ୍ତ୍ରୀ, ପାତ୍ର, ଅମାତ୍ୟଙ୍କୁ ରାଜ ସେବାରୁ ନିବୃତ୍ତ କରିଥିଲେ ଏବଂ ନିଜର ବିଶ୍ୱସ୍ତମାନଙ୍କୁ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ କରିଥିଲେ । ଏହାସହ କଂସ ଦେବକୀ, ବସୁଦେବଙ୍କୁ କାରାଗାର (ସମଲେଶ୍ୱରୀ ମଣ୍ଡପ)କୁ ପଠାଇ ଦେଇଥିଲେ। କଂସଙ୍କ ରାଜୁତି ପରେ ସମଗ୍ର ମଥୁରାନଗରୀରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ ଶୂନ୍ୟବାଣୀ ପରଠାରୁ ବିଚଳିତ ମନକୁ ଶାନ୍ତ କରିବା ପାଇଁ ମହାରାଜା କଂସଙ୍କ ନିର୍ଦ୍ଦେଶରେ ରାଜ ଦରବାରରେ ନୃତ୍ୟ ପରିବେଷିତ ହୋଇଥିଲା । କୁମ୍ଭାରୀର ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ, ନରେନ୍ଦ୍ରପୁରର ଶୁଭଶ୍ରୀ ଶଙ୍ଖଧ୍ୱନି ଅନୁଷ୍ଠାନ, ବରଗଡ଼ର ମା ଦିବ୍ୟରୂପା କଳା ପରିଷଦର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
All Right Reserved By

ସମ୍ବଲପୁର

ବାଉତୀ ଫୁଟବଲ ଟୁର୍ନାମେଣ୍ଟ: ଟାଟରକିଲା ଚାମ୍ପିୟନ

ବାଉତୀ ଫୁଟବଲ ଟୁର୍ନାମେଣ୍ଟ: ଟାଟରକିଲା ଚାମ୍ପିୟନ

ବୀରମହାରାଜପୁର, ୧୫।୧୦ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କୁମୁରସିଂଘା ଖେଳ ପଡିଆଠାରେ ଆୟୋଜିତ ୮ମ ମା’ ବାଉତୀ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। 

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା: ବିକାଶ ନାଁରେ ଚାଲିଛି ଖୋଲା ଦୁର୍ନିତୀ

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା: ବିକାଶ ନାଁରେ ଚାଲିଛି ଖୋଲା ଦୁର୍ନିତୀ

ନୂଆଗାଁ,୧୫।୧୦(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମଜିଏସୱାଇ) ଗ୍ରାମାଞ୍ଚଳରେ ରାସ୍ତା ଘାଟର ବିକାଶରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଆସୁଛି । ଗାଁକୁ ଗାଁ, ଗାଁକୁ ସଦର ମହକୁମା ତଥା ଗାଁକୁ ସହର ସହିତ ସଂଯୋଗୀକରଣରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ଭୁମିକା ଗୁରୁତ୍ୱପୂର୍ଣ୍ଣ । 

ଡଙ୍ଗର ଯାତ୍ରାରେ ୬ଟି ବୋଦା, ମେଣ୍ଢା ବଳି

ଡଙ୍ଗର ଯାତ୍ରାରେ ୬ଟି ବୋଦା, ମେଣ୍ଢା ବଳି

ରିଷିଡ଼ା,୧୫।୧୦(ଡ଼ି.ଏନ.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ନିକଟସ୍ଥ ବଡଡୁଙ୍ଗୁରୀଗୁଡ଼ାଠାରେ ରବିବାର ଡଙ୍ଗର ଯାତ୍ରା ଅବସରରେ ଗୋଟିଏ ମେଣ୍ଢା ବଳି ଦିଆଯାଇଛି । 

ତିତ୍‌ଲି ବାତ୍ୟାରେ ଆଖୁ ଚାଷ କ୍ଷତିଗ୍ରସ୍ଥ

ତିତ୍‌ଲି ବାତ୍ୟାରେ ଆଖୁ ଚାଷ କ୍ଷତିଗ୍ରସ୍ଥ

ଗୁଡ଼ଭେଲା,୧୫।୧୦(ଡ଼ି.ଏନ.ଏ.): ଗତ ସପ୍ତାହରେ ଆସିଥିବା ବାତ୍ୟା ତିତ୍‌ଲିରେ ଗୁଡ଼ଭେଲା ବ୍ଳକରେ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି।

ବିପଦ ସଙ୍କୁଳ ଅବସ୍ଥାରେ ବସ୍‌ ଛାତ ଉପରେ ଯାତ୍ରୀ

ବିପଦ ସଙ୍କୁଳ ଅବସ୍ଥାରେ ବସ୍‌ ଛାତ ଉପରେ ଯାତ୍ରୀ

ଅତାବିରା,୧୫।୧୦(ଡି.ଏନ.ଏ.): ଦଶହରା ପର୍ବ ପର୍ବାଣୀ ପାଇଁ ରାସ୍ତା, ଘାଟ, ବସ, ଟ୍ରେକର ଗୁଡିକରେ ଯାତ୍ରୀଙ୍କ ନାହିଁ ନ ଥିବାର ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ବସଷ୍ଟାଣ୍ଡ, ଛକ ଗୁଡିକରେ ବସ, ଟ୍ରେକର ଡ୍ରାଇଭର, କଣ୍ଟ୍ରାକ୍ଟରମାନେ ଓଭର ଲୋଡରେ ଯାତ୍ରୀମାନଙ୍କୁ ବସାଇ ନେଉଛନ୍ତି । 

୨୭ବର୍ଷ ହେବ ୱାଚରଙ୍କୁ ମିଳିନି ଦରମା: ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

୨୭ବର୍ଷ ହେବ ୱାଚରଙ୍କୁ ମିଳିନି ଦରମା: ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୧୫।୧୦(ଡି.ଏନ.ଏ): କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ରେଙ୍ଗାଲି ଗ୍ରାମ ସ୍ଥିତ କାଶିଡଙ୍ଗରରେ ଜବାହାର ରୋଜଗାର ଯୋଜନାରୁ ୧୯୯୦ରେ ବୃକ୍ଷ ରୋପଣ କରାଯାଇଥିଲା ।

ବଲାଙ୍ଗୀର କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ବଲାଙ୍ଗୀର କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ବଲାଙ୍ଗୀର ଅଫିସ,୧୫।୧୦: ବଲାଙ୍ଗୀର ସିଭିଲ କୋର୍ଟ ପରିସରରୁ ରବିବାର ସନ୍ଧ୍ୟାରେ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗୀର ମାଳପଡାର କଳିଙ୍ଗ ମେଣ୍ଡଲି(୩୦) ବୋଲି ଜଣାପଡିଛି ।

ହାଟପଡ଼ା ଦୁର୍ଗାପୂଜା, ଏଥର ବଜେଟ୍‌ ୨୦ ଲକ୍ଷ

ହାଟପଡ଼ା ଦୁର୍ଗାପୂଜା, ଏଥର ବଜେଟ୍‌ ୨୦ ଲକ୍ଷ

ସମ୍ବଲପୁର,୧୫।୧୦(ବ୍ୟୁରୋ) : ସମ୍ବଲପୁରରେ ଦୁର୍ଗାପୂଜାର ନିଆରା ପରମ୍ପରା ରହିଛି। ଦେବୀଙ୍କ ପୂଜାର୍ଚ୍ଚନା ସହ ଆଖଡା ଖେଳ ବହୁ ପୁରୁଣା ପରମ୍ପରା ଅଟେ । ସମ୍ବଲପୁର ହାଟପଡ଼ା ଦୁର୍ଗାପୂଜା କମିଟି ଦଶହରା ମାସର ଶୁକ୍ଲପକ୍ଷ ସପ୍ତମୀ ତିଥିରୁ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥାଏ ।

ଉଜୁଡିବ ଧଳାସୁନା ଚାଷ

ଉଜୁଡିବ ଧଳାସୁନା ଚାଷ

ପଦ୍ମପୁର, ୧୫।୧୦ (ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ପଦ୍ମପୁର, ଗାଇସିଲେଟ ଓ ପାଇକମାଳ ବ୍ଲକ ଅଞ୍ଚଳରେ ଧଳାସୁନା ଭାବେ ପରିଚିତ କପା ଚାଷ କରାଯାଉଛି। 

ତିତ୍‌ଲି ବର୍ଷାରେ ଭାଙ୍ଗିଲା ଘର

ତିତ୍‌ଲି ବର୍ଷାରେ ଭାଙ୍ଗିଲା ଘର

ତଳଗାଁ,୧୫।୧୦(ଡି.ଏନ୍‌.ଏ): ତିତ୍‌ଲି ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ହରଭଙ୍ଗା ବ୍ଲକର ତଳଗାଁ ପଞ୍ଚାୟତରେ ଅନେକ ଘର ଭାଙ୍ଗି ଯାଇଛି । ତଳଗାଁ ପଞ୍ଚାୟତ ହରିଜନ ସାହିରେ ରୁହନ୍ତି ଚକ୍ରଧର ବେହେରା (୬୮) । 

ଚାଷୀ ସମସ୍ୟା ନେଇ ଆନ୍ଦୋଳନ ଆହ୍ବାନ

ଚାଷୀ ସମସ୍ୟା ନେଇ ଆନ୍ଦୋଳନ ଆହ୍ବାନ

ବରଗଡ଼ ଅଫିସ୍‌,୧୫।୧୦: ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ବଜାର ପ୍ରାଙ୍ଗଣରେ ରବିବାର ଜୟ କିଶାନ ଆନ୍ଦୋଳନର ଏକ ଆଞ୍ଚଳିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ଧାନଚାଷ ନଷ୍ଟ ଆଶଙ୍କା

ଧାନଚାଷ ନଷ୍ଟ ଆଶଙ୍କା

ଜୁନାଗଡ,୧୫।୧୦ (ଡି.ଏନ.ଏ.): ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନ ବାମ ମୁଖ୍ୟ କେନାଲର ତଳ ଅଞ୍ଚଳରେ ଥିବା ଜୁନାଗଡ ବ୍ଲକ ଆଟିଗଁ । ଓ ତଳମଲା ପଞ୍ଚାୟତକୁ ଠିକ ଭାବେ କେନାଳ ପାଣି ପହଞ୍ଚତ୍ ପାରୁ ନାହିଁ ।