ସମ୍ବଲପୁର

ହାଇଦ୍ରାବାଦ ଇଟାଭାଟିରେ ୩୪ ଦାଦନ ନିର୍ଯାତିତ: ଉଦ୍ଧାର ପାଇଁ ପରିବାର ଲୋକ ପ୍ରଶାସନର ଦ୍ୱାରସ୍ଥ

ହାଇଦ୍ରାବାଦ ଇଟାଭାଟିରେ ୩୪ ଦାଦନ ନିର୍ଯାତିତ: ଉଦ୍ଧାର ପାଇଁ ପରିବାର ଲୋକ ପ୍ରଶାସନର ଦ୍ୱାରସ୍ଥ
ନୂଆପଡା ଅଫିସ,୨୩।୧୨ ଘର ଘର ବୁଲି ଶ୍ରମିକ ସର୍ଦ୍ଦାରମାନେ ଭୁତାଇ ହାଇଦ୍ରାବାଦକୁ ନେଇଗଲେ। ଏବେ ସେଠାରେ ପଶୁଭଳି କାମ କରି ଶୋଷଣର ଶିକାର ହେଉଛନ୍ତି। ବିରୋଧ ଆଉ ମନା କଲେ ନିର୍ଘାତ ମାଡ ମରାଯାଉଛି। ଏହିଭଳି ଭାବେ ଇଟାଭାଟି ମାଲିକଙ୍କ କବ୍‌ଜାରେ ୩୪ଜଣ ଶ୍ରମିକ ରହିଥିବାବେଳେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ନୂଆପଡା ସଦର ବ୍ଲକ ଭେରା ପଞ୍ଚାୟତ ପଥର ପୁଞ୍ଜି, ଟିପାଝର ଏବଂ ଭେରା ଗାଁର ଶ୍ରମିକ ପରିବାରର ଲୋକମାନେ। ଏମାନେ ଶନିବାର ଅପରାହ୍ନରେ ଖରିଆରରୋଡସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟକୁ ଆସି ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ କୋମନା ଥାନା ଅନ୍ତର୍ଗତ ସିମେଲପାଲି ଗାଁର ଜଣେ ଶ୍ରମିକ ସର୍ଦ୍ଦାର ସ୍ଥାନୀୟ ଦଲାଲଙ୍କ ଜରିଆରରେ ପରିବାର ପିଛା ୧୦ହଜାର ଟଙ୍କା କରି ଅଗ୍ରିମ ଦେଇଥିଲେ। ଜୁଲାଇ ମାସ ପହିଲାରେ ଗାଡି ଯୋଗେ ବଲାଙ୍ଗୀର ଜିଲା ଲାଠୋର ରେଳ ଷ୍ଟେଶନ ଦେଇ ଟ୍ରେନ ଯୋଗେ ହାଇଦ୍ରାବାଦକୁ ନେଇ ଯାଇଥିଲେ। ସେଠିକାର ଏକ ଇଟାଭାଟି ମାଲିକ ପାଖରେ ଛାଡି ଦେଇ ଚାଲି ଆସିଥିଲେ । ସେଠାରେ କିଛି ଦିନ କାମ କରିବା ପରେ ଇଟାଭାଟି ମାଲିକ ଶ୍ରମିକମାନଙ୍କ ଉପରେ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ । ଶିଶୁ ଶ୍ରମିକମାନଙ୍କୁ ମାଡପିଟ ମଧ୍ୟ କରୁଛନ୍ତି। ଏହାକୁ ସହ୍ୟ କରି ନ ପାରି ସେଠିକାର ବିନ୍ଦା କମାର ବୋଲି ଜଣେ ମହିଳା ଶ୍ରମିକ ଗାଁରେ ଥିବା ତାଙ୍କ ମା’ ଫିରନ ବାଈଙ୍କୁ ଫୋନ ଯୋଗେ ଖବର ଦେଇଛନ୍ତି। ସେହି ଅନୁସାରେ ଗାଁର ଦୁକାଲୁ କମାର, ମୁଖୀଆର କମାର, ସୁକରୁ କମାର, ବାବୁଲା କମାର, ବୁଧିଆରି କମାର ପ୍ରମୁଖ ଖରିଆରରୋଡ ଆସି ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାଇଛନ୍ତି। ସେମାନଙ୍କ ସୂଚନା ଅନୁସାରେ ସେଠିକାର ଇଟାଭାଟିରେ ପାଥର ପୁଞ୍ଜି ଗାଁର ଝୁନକୁରାମ କମାର, ନରେଶ କମାର, ଦୀପକ କମାରଙ୍କ ୪ଜଣ, ହେମସିଂ କମାରଙ୍କ ପରିବାରର ଜଣେ ଶିଶୁ ସମେତ ୪ଜଣ, ଭିମ କମାରଙ୍କ ପରିବାରର ୩ଶିଶୁ ସମେତ ୫ଜଣ, ତାତୁରାମ କମାରଙ୍କ ଜଣେ ଶିଶୁଙ୍କ ସମେତ ୩ଜଣ, ଭେରା ଗାଁର ଛିମନ କମାର, ପବନ ସିଂଙ୍କ ପରିବାରର ୪ଜଣ, ଭାଗବତ କମାର, ଜଳଧର କମାରଙ୍କ ପରିବାରର ୪ଜଣ, ଟିପାଝର ଗାଁର ସାସ କମାରଙ୍କ ସହ ସ୍ତ୍ରୀ, ଦ୍ୱାରକା କମାରଙ୍କ ପରିବାରର ୨ଜଣ ଏହିଭଳି ଭାବେ ୩୩ ଜଣ ଶ୍ରମିକ ରହିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ଏହା ଉପରେ ଦାବିପତ୍ର ଗ୍ରହଣ କରିଥିବା ଶ୍ରମ ଇନ୍ସପେକ୍ଟର ଗୌରାଙ୍ଗ ସାମନ୍ତରାୟଙ୍କୁ ପଚାରିବାରେ ଏହି ମାମଲାକୁ ନେଇ ସଂପୃକ୍ତ ସର୍ଦ୍ଦାରଙ୍କ ସହ କଥାବାର୍ତ୍ତାସରିଛି। ୩ଦିନ ଭିତରେ ଲୋକେ ଫେରିବେ। ସମ୍ପୃକ୍ତ ସର୍ଦ୍ଦାର ଯଦି ପ୍ରତିଶ୍ରୁତି ରକ୍ଷା ନ କରନ୍ତି ତେବେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ। ପ୍ରଶାସନ ଲୋକଙ୍କୁ ଉଦ୍ଧାର କରିବ।
All Right Reserved By

ସମ୍ବଲପୁର

ଉଷାଦେବୀ ମେମୋରିଆଲ କ୍ରିକେଟ:  ସୋନପୁର ଚାମ୍ପିୟନ

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଚାମ୍ପିୟନ

ଉଲୁଣ୍ଡା, ୧୩।୧୨ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କେସିସି କୁକିଆ ପକ୍ଷରୁ ଆୟୋଜିତ ହେଉଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଟାଇଟଲ ହାସଲ କରିଛି ଏସଡିସିଏ ସୋନପୁର। ଫାଇନାଲ ମ୍ୟାଚରେ  ସୋନପୁର ଦଳ ଜେସିସି ବଡମାଳକୁ ପରାସ୍ତ କରିଛି ।

ଜିଲା ଦାବି ଆନ୍ଦୋଳନ, ସାମିଲ ହେଲେ କନ୍ଦେଇ ପଞ୍ଚାୟତବାସୀ

ଜିଲା ଦାବି ଆନ୍ଦୋଳନ, ସାମିଲ ହେଲେ କନ୍ଦେଇ ପଞ୍ଚାୟତବାସୀ

 କଣ୍ଟାବାଞ୍ଜି, ୧୩ା୧୨(ଡି.ଏନ.ଏ.): କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ ଜଣାଇ ଚାଲିଥିବା ଧାରଣାରେ ଗୁରୁବାର ତୁରେକେଲା ବ୍ଲକର ଉପାନ୍ତ  କନ୍ଦେଇ ପଞ୍ଚାୟତର ଜନସାଧାରଣ ସାମିଲ ହୋଇଛନ୍ତି। 

ହାତୀ ବାଡି ବଗିଚା ନଷ୍ଟ କଲା

ହାତୀ ବାଡି ବଗିଚା ନଷ୍ଟ କଲା

ବଡଗାଁ, ୧୩।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । କିଛି ଦିନ ହେଲା ୧୭ଟି ହାତୀ ଥିବା ପଲରୁ କେତେକ ହାତୀ ମହାବୀର ପର୍ବତରେ ଥିଲାବେଳେ କେତେକ ହାତୀ ୩ଭାଗ ହୋଇ ଉପଦ୍ରବ କରୁଥିବାରୁ ବନ କର୍ମଚାରୀଙ୍କ ପାଇଁ ଘଉଡାଇବା କଷ୍ଟକର ହେଉଛି । ବୁଧବାର ରାତି ସାଢ଼େ ୧୧ଟାରେ କୁଲଗା ଗ୍ରାମରେ ହାତୀ ପଶି ଉପଦ୍ରବ କରିଥିଲା ବେଳେ ମହାବୀର ପର୍ବତ ତଳି କୁରେଇବଗା ଗ୍ରାମରେ ରାତି ଗୋଟାଏରେ ୨ଟି ହାତୀ ବାଡି 

ଓଡିଆ ପୁରାଣ-ସାହିତ୍ୟ ହିଁ ଓଡିଆ ଜାତିର ଜୀବନବେଦ

ଓଡିଆ ପୁରାଣ-ସାହିତ୍ୟ ହିଁ ଓଡିଆ ଜାତିର ଜୀବନବେଦ

ବୀରମହାରାଜପୁର, ୧୩।୧୨(ଡି.ଏନ୍‌.ଏ.) 

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଓଡିଆ ପୂରାଣ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗ ମୁଖ୍ୟ ଡ. ହିମାଂଶୁ ଶେଖର ପାଢୀ ପୌରୋହିତ୍ୟ କରିଥିଲେ। ପ୍ରାରମ୍ଭରେ ଓଡିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ସୂର୍ଯ୍ୟନାରାୟଣ ପଣ୍ଡା ସଂପାନର ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ ଅଧ୍ୟାପକ ସଞ୍ଜୟ କୁମାର ପଧାନ, 

ଗାଡି ମଡ଼ାଇ ସାବତ ମା’ଙ୍କୁ ହତ୍ୟା : ବାପପୁଅ ଗିରଫ

ଗାଡି ମଡ଼ାଇ ସାବତ ମା’ଙ୍କୁ ହତ୍ୟା : ବାପପୁଅ ଗିରଫ

ଲହୁଣୀପଡା, ୧୩।୧୨ (ଡି.ଏନ.ଏ)- ସୁନ୍ଦରଗଡ଼  ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗୌଡଣୀପୋଷ ଆମଚାତି ପୋଲ ନିକଟରେ ଗତ ୨୦ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାର ରହସ୍ୟ ଉନ୍ମୋଚିତ  ହୋଇଛି। ଦୁର୍ଘଟଣାରେ ମୃତ ଅଚିହ୍ନା ମହିଳାଙ୍କ ପରିଚୟ ମିଳିଛି। ସେ ହେଲେ ଆକିଲା ଖାତୁନ (୩୦)। ଏହା ଦୁର୍ଘଟଣା ନୁହେଁ, ଯୋଜନା ବଦ୍ଧ ଭାବେ ସାବତ ପୁଅ ଏମଡି ନଇମ (୨୬) ଟ୍ରକ୍‌ ଚଢ଼େଇ ସାବତ ମା’ଙ୍କୁ ହତ୍ୟା କରି ଫେରାର 

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ଦେବଗଡ଼, ୧୩।୧୨(ସ୍ବ.ପ୍ର.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଲାଇମୁରା ଅଞ୍ଚଳ ମୟୂରଡିମା ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁବାର ଏକ ମାଈ ହାତୀର ମୃତ୍ୟୁ ଘଟିଛି। 

ଝାରସୁଗୁଡ଼ାରେ ଶିଶୁ ଯତ୍ନ ୟୁନିଟ୍‌ ଯାଞ୍ଚ କଲେ କେନ୍ଦ୍ରୀୟ ଏନ୍‌ସିପିସିଆର୍‌ ଟିମ୍‌

ଝାରସୁଗୁଡ଼ାରେ ଶିଶୁ ଯତ୍ନ ୟୁନିଟ୍‌ ଯାଞ୍ଚ କଲେ କେନ୍ଦ୍ରୀୟ ଏନ୍‌ସିପିସିଆର୍‌ ଟିମ୍‌

ଝାରସୁଗୁଡ଼ା ଅଫିସ,୧୩।୧୨: ଢେଙ୍କାନାଳ ଜିଲା ଗୁଡ୍‌ ନିଉଜ୍‌ ଇଣ୍ଡିଆରେ ଯୌନ ଶୋଷଣ ପରେ ରାଜ୍ୟରେ ଥିବା ସମସ୍ତ ଶିଶୁ ପରିଚର୍ଯ୍ୟା ଗୃହରେ ଯାଞ୍ଚ କରାଯାଉଛି। ଗୁରୁବାର ଝାରସୁଗୁଡ଼ା ଜିଲାରେ ଥିବା ଦୁଇଟି ଶିଶୁ ଯତ୍ନ ୟୁନିଟ୍‌କୁ କେନ୍ଦ୍ରୀୟ ଏନ୍‌ସିପିସିଆର୍‌ ଟିମ୍‌ ପରିଦର୍ଶନ କରି ଯାଞ୍ଚ କରିଛି। 

ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ: ସହଯୋଗର ହାତ ବଢାଇଲେ ଜିଲାପାଳ

ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ: ସହଯୋଗର ହାତ ବଢାଇଲେ ଜିଲାପାଳ

ଅତାବିରା/ଭେଡେନ, ୧୩।୧୨(ଡି.ଏନ.ଏ.): ବରଗଡ-ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥର ପିସିବ୍ରିଜଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଥିବା ଜଣେ ବ୍ୟକ୍ତି ଦୀର୍ଘ ୩ ମାସ ହେଲା ଗୁରୁତର ହୋଇପଡିଛନ୍ତି।

ଓଲଟିଲା ବସ୍‌: ଜଣେ ମୃତ, ଅନେକ ଆହତ

ଓଲଟିଲା ବସ୍‌: ଜଣେ ମୃତ, ଅନେକ ଆହତ

ବୌଦ୍ଧ, ୧୩।୧୨ (ଡି.ଏନ.ଏ)- ବୌଦ୍ଧ ଜିଲାର ପୁରୁଣା କଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର କରଡାକୋଠାଠାରେ ବୁଧବାର ବିଳମ୍ବିତ ରାତିରେ ଏକ ବେସରକାରୀ ଯାତ୍ରୀବାହି ବସ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି।

ବିଜ୍ଞାନ,ଗଣିତ ଓ ପରିବେଶ ସମ୍ପର୍କୀତ ପ୍ରଦର୍ଶନୀ: ୧୦ ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ବିଜ୍ଞାନ,ଗଣିତ ଓ ପରିବେଶ ସମ୍ପର୍କୀତ ପ୍ରଦର୍ଶନୀ: ୧୦ ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ଦେବଗଡ, ୧୩।୧୨(ସ୍ବ.ପ୍ର) -ଦେବଗଡ ପୌରାଞ୍ଚଳ ପୁରୁଣାଗଡ ସ୍ଥିତ ଟାଉନ ଉଚ୍ଚ ବିଦ୍ୟାଳୟଠାରେ ଜିଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ୮ମ ଜିଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଏବଂ ଇନ୍ସପାୟାର ଏୱାର୍ଡ ୨୦୧୮ ବୁଧବାର ଅନୁଷ୍ଠିତ ହୋଇଯାଇଛି। 

ଦେବଗଡ଼ ଜିଲା ବିଜେଡିର କାର୍ଯ୍ୟକାରିଣୀ କମିଟି ବୈଠକ

ଦେବଗଡ଼ ଜିଲା ବିଜେଡିର କାର୍ଯ୍ୟକାରିଣୀ କମିଟି ବୈଠକ

ଦେବଗଡ,୧୩।୧୨(ସ୍ବ.ପ୍ର.) - ବିଜେଡିର ଜିଲା କାର୍ଯ୍ୟକାରିଣୀ କମିଟି ବୈଠକ ସ୍ଥାନୀୟ ପ୍ରଧାନପାଟସ୍ଥିତ ବସନ୍ତ ନିବାସ ଡାକବଙ୍ଗଳାଠାରେ ଜିଲା ସଭାପତି ସୁଧୀର କୁମାର କପରଦାରଙ୍କ ସଭାପତିତ୍ୱରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। 

ତିଲେଇବଣି ବ୍ଲକରେ ଭାଜପାର ଜନପରାମର୍ଶ ପଦଯାତ୍ରା

ତିଲେଇବଣି ବ୍ଲକରେ ଭାଜପାର ଜନପରାମର୍ଶ ପଦଯାତ୍ରା

ଦେବଗଡ,୧୩।୧୨(ସ୍ବ.ପ୍ର.) -ଦେବଗଡ ଜିଲା ଭାଜପା ପକ୍ଷରୁ ତିଲେଇବଣି ବ୍ଲକରେ ଜନପରାମର୍ଶ ପଦଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଅରୁଣ ସାହୁଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା।