ସମ୍ବଲପୁର

ଚିକିତ୍ସା ପାଇଁ ୪ ଜଣକୁ ସହାଯ୍ୟ ଦେଲା ରେଡକ୍ରସ

ଚିକିତ୍ସା ପାଇଁ ୪ ଜଣକୁ ସହାଯ୍ୟ ଦେଲା ରେଡକ୍ରସ
ମାନେଶ୍ୱର, ୨୦।୧୨ (ଡି.ଏନ.ଏ.)- କିଡ୍‌ନୀ ଓ କ୍ୟାନସର ଜନିତ ରୋଗରେ ଆକ୍ରାନ୍ତ ଥିବା ୪ଜଣଙ୍କୁ ଚିକିତ୍ସା ଖର୍ଚ୍ଚ ଲାଗି ସମ୍ବଲପୁର ରେଡକ୍ରସ ସହଯୋଗର ହାତ ବଢାଇଛି। କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିବା ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତ ସୁବନପୁର ଗ୍ରାମର ମୁରଲୀଧର ଭୋଇ, ବଡମାଳ ଗ୍ରାମର ଅଜୟ ବାର୍ଲା, ତେଲିବେର୍ଣ୍ଣାର ଇଲାବତୀ ବେହେରାଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଚେକ୍‌ ଦିଆଯାଇଛି। ସେହିଭଳି କ୍ୟାନସରରେ ଆକ୍ରାନ୍ତ ଥିବା ହୁମା ଗ୍ରାମର ଯଶୋବନ୍ତି ମେହେରଙ୍କୁ ମଧ୍ୟ ୨୦ ହଜାର ଟଙ୍କା ରେଡକ୍ରସ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ଚେକ୍‌ ପ୍ରଦାନ ବେଳେ ରେଢାଖୋଲ ବିଧାୟକ ରୋହିତ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଉପରୋକ୍ତ ୪ ଜଣଙ୍କୁ ରେଡ୍‌କ୍ରସ ପକ୍ଷରୁ ସାହାଯ୍ୟ ପ୍ରଦାନ କରାଯିବା ନେଇ ୨୧ ତାରିଖ ଧରିତ୍ରୀର ୮ ନଂ. ପୃଷ୍ଠାରେ ଭୁଲ୍‌ ବଶତଃ ‘ମୃତକଙ୍କ ପରିବାରକୁ ସହାୟତା’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରୁଛୁ। ଏଭଳି ତ୍ରୁଟି ଯେମିତି ପୁନରାବୃତ୍ତି ନ ଘଟେ ସେଥିପାଇଁ ବଦ୍ଧପରିକର ହେଉଛୁ। ମା’ ସମଲେଇ ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମ୍ପୃକ୍ତ ୪ ରୋଗାଗ୍ରସ୍ତଙ୍କ ନିରୋଗ ଓ ଦୀର୍ଘ ଜୀବନ କାମନା କରୁଛୁ।
All Right Reserved By

ସମ୍ବଲପୁର

କୃଷିକ୍ଷେତ୍ରର ଉନ୍ନତି ପାଇଁ ଚାଷୀଙ୍କ ସହ ଆଲୋଚନା

କୃଷିକ୍ଷେତ୍ରର ଉନ୍ନତି ପାଇଁ ଚାଷୀଙ୍କ ସହ ଆଲୋଚନା

ସୁନ୍ଦରଗଡ,୨୬।୯ (ଡି.ଏନ୍‌.ଏ.)-ଭାରତ ସରକାରଙ୍କ ସ୍ବଚ୍ଛତା ହିଁ ସେବା ପକ୍ଷ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଭାରତୀୟ ଜଳ ପ୍ରବନ୍ଧନ ଅନୁଷ୍ଠାନ ଦ୍ୱାରା ସୁନ୍ଦରଗଡ ଜିଲାର ଆଦିବାସୀ ବହୁଳ ସଦର ବ୍ଲକ ଅନ୍ତର୍ଗତ ବିର୍ଜାବେର୍ଣ୍ଣା ଗ୍ରାମରେ କୃଷି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଧୁନିକ ମତ୍ସ୍ୟ ଚାଷ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସେହିଭଳି ସମନ୍ବିତ କୃଷି ପଦ୍ଧତି, ପନିପରିବା ଚାଷ ଏବଂ ରୋଗ ପୋକ ନିୟନ୍ତ୍ରଣ ଉପରେ କୃଷି ବୈଜ୍ଞାନିକମାନେ ଆଲୋକପାତ କରି ଚାଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । 

ଗଙ୍ଗାଜଳ ଗାଁରେ ମଦ ବିରୋଧୀ ଆନ୍ଦୋଳନ

ଗଙ୍ଗାଜଳ ଗାଁରେ ମଦ ବିରୋଧୀ ଆନ୍ଦୋଳନ

ବଡଗାଁ, ୨୬ ।୯(ଡି.ଏନ.ଏ.)- ରାଜ୍ୟ ସରକାର ଗାଁ ଗାଁରେ ମଦ ବେପାର କରିବାକୁ ସୁଯୋଗ ଦେଇଛନ୍ତି। ପୋଲିସ ଓ ଅବକାରୀ କର୍ମଚାରୀଙ୍କ ଛତ୍ରଛାୟା ତଳେ ମଦ ବେପାରୀ ନିର୍ଭୟ, ଅବାଧରେ କାରବାର କରୁଛନ୍ତି। ମଦ ବିକ୍ରି ବନ୍ଦ କରିବାକୁ କହିଲେ ଗାଳି, ଧମକ ଦେଇ ଯାଅ କାହାକୁ କହିବ କହ କହୁଛନ୍ତି । ଆଗାମୀ ନିର୍ବାଚନରେ ଏଇ ସରକାର ଆସିଲେ ଗାଁ ଗୁଡିକରେ ମଦ ବନ୍ୟା ଜଳ ଭଳି ଭାସିବ । ଏଣୁ ସରକାର ମଦ ବନ୍ଦ ପାଇଁ କଡା ନିର୍ଦ୍ଦେଶ ଦିଅନ୍ତୁ , ନ ଚେତ ନିର୍ବାଚନରେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ସୁନ୍ଦରଗଡ ଜିଲା ବଡଗାଁ ଓ କୁତ୍ରା ଥାନା ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ଚଳାଇଥିବା ମହିଳାମାନେ ଚେତାବନୀ ଦେଇଛନ୍ତି । 

ଦେଶୀ ମଦ ଭାଟି ଶ୍ରମିକଙ୍କୁ ହତ୍ୟା, ସନ୍ଦେହ ଘେରରେ ଭାଟି କର୍ମଚାରୀ

ଦେଶୀ ମଦ ଭାଟି ଶ୍ରମିକଙ୍କୁ ହତ୍ୟା, ସନ୍ଦେହ ଘେରରେ ଭାଟି କର୍ମଚାରୀ

ପାଟଣାଗଡ,୨୬।୯ (ଡି.ଏନ.ଏ.)
ବଲାଙ୍ଗୀର ଜିଲା ପାଟଣାଗଡ ଡାକ୍ତରଖାନାରେ ଜଣେ ଆଦିବାସୀ ବ୍ୟକ୍ତିଙ୍କ ବୁଧବାର ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ଭାଟିଶାଲ ପଡାର ନାରାୟଣ ମୁଣ୍ଡା (୪୦)। ସେ ପାଟଣାଗଡ ଦେଶୀ ମଦଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ରାତିରେ ନାରାୟଣ ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ସ୍ତ୍ରୀ ସରୋଜିନୀ ମୁଣ୍ଡା ତାଙ୍କୁ ଫୋନ କରିଥିଲେ। ହେଲେ ନାରାୟଣ ଫୋନ ଉଠାଇ ନ ଥିଲେ। ସରୋଜିନିଙ୍କୁ ସନ୍ଦେହ ହେବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଖୋଜା ଖୋଜି କରିଥିଲେ। ପରେ ଜାଣିବାକୁ ପାଇଥିଲେ ଯେ ରାତି ୧୦ଟା ସମୟରେ ମଦ ଭାଟିରୁ କାମ ସାରି ନିକଟରେ ଥିବା ସୁବର୍ଣ୍ଣରେଖା ନଦୀକୁ ଶୌଚ ହେବାପାଇଁ ଯାଇଥଲେ। ସେଠାରେ ତାଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି। ଲୋକେ ନାରାୟଣଙ୍କୁ ଉଦ୍ଧାର କରି ପାଟଣାଗଡ ଡାକ୍ତରଖାନାରେ ରାତି ୧୨ଟାରେ ଭର୍ତ୍ତି କରିଥିଲେ। 

ମରୁଡି ସହୟତା ଦାବି ନେଇ ଫାସଡରେ ରାସ୍ତାରୋକୋ

ମରୁଡି ସହୟତା ଦାବି ନେଇ ଫାସଡରେ ରାସ୍ତାରୋକୋ

ଲୋଇସିଂହା,୨୬।୯(ଡି.ଏନ.ଏ.)-୨୦୧୭ ଖରିଫ ମରୁଡି ସହାୟତା ଦାବିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ଠାରେ ବଲାଙ୍ଗୀର ସଦର ବ୍ଲକ  କଂଗ୍ରେସ ତରଫରୁ ୨୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ା ପୂର୍ବାହ୍ନ ୧୦ଟାରୁ ପ୍ରାୟ ୧ ଘଣ୍ଟା ଧରି ରାସ୍ତାରୋକୋ ଅନୁଷ୍ଠିତ ହୋଇଥିଲା। ଅବରୋଧ ସ୍ଥଳକୁ ଉପଜିଲାପାଳ ବୈରବସିଂ ପଟେଲ, ଲୋଇସିଂହା ତହସିଲଦାର କର୍ଣ୍ଣ ମଲ୍ଲିକ ପହଞ୍ଚତ୍ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ଓ ଓ ରାଜ୍ୟ ସରକାରଙ୍କୁ ଅବଗତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। 

ବିଦେଶୀ ହଟାଅ, ଲୋଇସିଂହା ବଞ୍ଚାଅ

ବିଦେଶୀ ହଟାଅ, ଲୋଇସିଂହା ବଞ୍ଚାଅ

ଲୋଇସିଂହା,୨୬।୯(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବିଦେଶୀ ହଟାଅ,ଲୋଇସିଂହା ବଞ୍ଚାଅ ଅଭିଯାନର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି । ସହଦେବ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଲୋଇସିଂହା, ଆଗଲପୁର ଓ ପୁଇଁତଳା ବ୍ଲକର ବହୁ ସଂଖ୍ୟକ କର୍ମୀ ଯୋଗ ଦେଇଥିଲେ।

ଭିଜିଲାନ୍ସ ଜାଲରେ ଅମିନ, ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ

ଭିଜିଲାନ୍ସ ଜାଲରେ ଅମିନ, ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ

ଧର୍ମଗଡ଼, ୨୬।୯ (ଡି.ଏନ.ଏ.)-କଳାହାଣ୍ଡି ଜିଲା କୁସୁମଖୁଣ୍ଟିସ୍ଥିତ ସ୍ବତନ୍ତ୍ର ଭୂ-ଅର୍ଜନ ଅଫିସରେ କାର୍ଯ୍ୟରତ ଅମିନ ତୋଫାନ ମହନ୍ତ ବୁଧବାର ଜଣେ ଚାଷୀଙ୍କଠାରୁ ଜମିର ମୂଲ୍ୟ ବଢାବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଲାବେଳ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି।

କର୍ଲାରେ ଅବାଧ ନିଶା କାରବାର ବନ୍ଦ ଦାବି: ଗାଁ ଲୋକେ ଜିଲା ପ୍ରଶାସନର ଦ୍ୱାରସ୍ଥ

କର୍ଲାରେ ଅବାଧ ନିଶା କାରବାର ବନ୍ଦ ଦାବି: ଗାଁ ଲୋକେ ଜିଲା ପ୍ରଶାସନର ଦ୍ୱାରସ୍ଥ

ସୁନ୍ଦରଗଡ, ୨୬।୯  (ଡି.ଏନ୍‌.ଏ) -ଗ୍ରାମାଞ୍ଚଳ ବିକାଶ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଆଦିବାସୀ ବହୁଳ ସୁନ୍ଦରଗଡ ଜିଲାର ଅଧିକାଂଶ ଗ୍ରାମାଞ୍ଚଳରେ ଅବାଧ ନିଶା କାରବାର ଜନସାଧାରଣଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶରେ ବାଧକ ସାଜିଛି। ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମପଞ୍ଚାୟତରେ ଅବାଧରେ ମଦ, ଗଞ୍ଜେଇ ତଥା ଅନ୍ୟାନ୍ୟ ନିଶା କାରବାର ବୃଦ୍ଧି ପାଉଛି। ଏହାକୁ ରୋକିବା ଦିଗରେ ପୋଲିସ ଓ ଅବକାରୀ ବିଭାଗର ନିଷ୍କ୍ରିୟତା ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ଧରୁଆଡିହି ଥାନା ପୋଲିସ ଓ ଅବକାରୀ ବିଭାଗ ଚୁପ୍‌ ରହିବା ପରେ ସୋମବାର କର୍ଲା ଗ୍ରାମର ଶତାଧିକ ମହିଳା ପୁରୁଷ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। 

ନାଚଗୀତରେ ଜମିଲା ନୂଆଁଖାଇ ଭେଟଘାଟ

ନାଚଗୀତରେ ଜମିଲା ନୂଆଁଖାଇ ଭେଟଘାଟ

ସୁନ୍ଦରଗଡ,୨୬।୯(ଡି.ଏନ୍‌.ଏ)-ସୁନ୍ଦରଗଡ ଲକ୍ଷେଘର ଓ ସମାଜ ସେବା ସମିତି ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି। ସଚ୍ଚିନ୍ଦ୍ର ବୁଖରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଭଗବାନ ତନ୍ତୀ ପ୍ରାରମ୍ଭରେ ସ୍ବାଗତ ଅଭିଭାଷଣ ଓ ବିବରଣୀ ପାଠ କରିଥିଲେ। ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରଦୀପ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । 

ସୁନ୍ଦରଗଡ ସରକାରୀ କଲେଜକୁ ମିଳିଲା ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର

ସୁନ୍ଦରଗଡ ସରକାରୀ କଲେଜକୁ ମିଳିଲା ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର

ସୁନ୍ଦରଗଡ, ୨୬।୯ (ଡି.ଏନ୍‌.ଏ.)-ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟକୁ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର ମିଳିଛି । ଭବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ନିକଟରୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଡଃ ନିଗମାନନ୍ଦ ଓଝା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସମାରୋହରେ ରାଜ୍ୟ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ ।

ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଲେ ୫୬ ଛାତ୍ରୀଛାତ୍ର

ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଲେ ୫୬ ଛାତ୍ରୀଛାତ୍ର

ରେଢ଼ାଖୋଲ,୨୬।୯(ଡି.ଏନ.ଏ.)-ସମ୍ବଳପୁର ଜିଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ ସ୍ଥାନୀୟ ରାଣୀ ଅନ୍ନପୂର୍ଣ୍ଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବ୍ଲକସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

‘ପ୍ଲାଷ୍ଟିକ ଫ୍ରି ଓଡ଼ିଶା’କୁ ସମର୍ଥନ

‘ପ୍ଲାଷ୍ଟିକ ଫ୍ରି ଓଡ଼ିଶା’କୁ ସମର୍ଥନ

କଣ୍ଟାବାଞ୍ଜିି,୨୬।୯(ଡି.ଏନ.ଏ.)-ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଚଟୁଅନକା ମାଝିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଦୈନିକ ଓଡିଶା ପୋଷ୍ଟ ଓ ଧରିତ୍ରୀ ତରଫରୁ ଚାଲିଥିବା ‘ପ୍ଲାଷ୍ଟିକ ଫ୍ରି ଓଡ଼ିଶା’କୁ ସମର୍ଥନ ମିଳିଛି। ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାସଙ୍କ ନେତୃତ୍ୱରେ କିଶୋର ବରିହା, ଦେବକୀ ତାଣ୍ଡି, ଅଗସ୍ତି ମାଝୀ, ଛିନେ ମାଝି ଓ ଛାତ୍ରୀଛାତ୍ର ଗାଁ ପରିକ୍ରମା କରିଥିଲେ। ଏହି ଅବସରରେ ପରିବେଶକୁ ପଲିଥିନମୁକ୍ତ କରିବାକୁ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଟିଟିଲାଗଡ ଶାଖା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ

ଟିଟିଲାଗଡ ଶାଖା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ

ଟିଟିଲାଗଡ, ୨୬।୯ (ଡି.ଏନ.ଏ)- ବଲାଙ୍ଗୀର ଜିଲା ଟିଟିଲାଗଡରେ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ଟିଟିଲାଗଡ ଶାଖାର ଏକ ବନ୍ଧୁ ମିଳନ ତଥା ନୂଆଁଖାଇ ଭେଟଘାଟ ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ସକୁନ୍ତଳା ମହାକୁଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସଂଘର ରାଜ୍ୟ ସଭାପତି ସରୋଜ କୁମାର ମହାନ୍ତି ଏବଂ ସମ୍ପାଦକ ସୁବଳ କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ନୂଆଁଖାଇର ଅଭିନନ୍ଦନ ଜଣାଇଥିଲେ ।