ସମ୍ବଲପୁର

ଗାଁ ଲୋକଙ୍କୁ ଭରସା କାଠପୋଲ

ଗାଁ ଲୋକଙ୍କୁ ଭରସା କାଠପୋଲ
ଜୁନାଗଡ,୨୩।୧୨(ଡି.ଏନ୍‌.ଏ)-ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ସେଥିମଧ୍ୟରୁ କିଛି ଯୋଜନା ଜନସାଧାରଣଙ୍କ ପାଇଁ ଫଳପ୍ରଦ ହେଉଥିବାବେଳେ ଆଉ କିଛି ଯୋଜନା ଫେଲ୍‌ ମାରୁଛି। ବିଶେଷକରି ଦୁର୍ଗମ ଅଞ୍ଚଳମାନଙ୍କରେ ଗମନାଗମନର ବହୁ ଅସୁବିଧା ଦେଖାଦେଉଛି। ପ୍ରଶାସନିକ ଅଧିକାରୀଙ୍କ ସମସ୍ତ ପ୍ରତିଶ୍ରୁତି ପାଣି ଫୋଟକା ପରି ମିଳେଇ ଯାଉଛି। ଏଭଳି ଏକ ଗମନାଗମନର ଅସଫଳାର ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଙ୍ଗୁଡିସର ପଞ୍ଚାୟତ ପରିଆ ଗଁ।ରେ। ଜୁନାଗଡ ବ୍ଲକ କାର୍ଯ୍ୟାଳୟରୁ ପ୍ରାୟ ୭ କିମି ଦୂରରେ ଏହି ଗ୍ରାମ ଅବସ୍ଥିତ। ଗୋଟିଏ ୱାର୍ଡ ବିଶିଷ୍ଟ ପରିଆ ଗଁ।ର ଜନସଂଖ୍ୟା ପାଖାପାଖି ୫ ଶହରୁ ଊର୍ଦ୍ଧ୍ୱ। ଗଁ।ରେ ବ୍ରାହ୍ମଣ, କୁମ୍ଭାର, ମାଳି, ବଙ୍କା, ହରିଜନ ଆଦି ବିଭିନ୍ନ ଜାତିର ଲୋକେ ବାସ କରନ୍ତି। ଗ୍ରାମର ପ୍ରାୟ ଲୋକ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି। ଏହି ଗଁ।ର ଲୋକଙ୍କ ମୁଖ୍ୟ ସମସ୍ୟା ହେଉଛି ସିକଲି ଯୋର (ନାଳ)। ଗ୍ରାମବାସୀ ମୁଖ୍ୟ ରାସ୍ତା ନିକଟସ୍ଥ ପୋରା ଗଁାକୁ ଉକ୍ତ ନାଳ ଦେଇ ଗଲେ ପ୍ରାୟ ୫ଶହ ମିଟର ପଡେ। ଗାଁ ଭିତର ବୁଲାଣି ରାସ୍ତା ଦେଇ ଗଲେ ୩ କିମି ପଡିଥାଏ। ସେହିପରି ଉକ୍ତ ନାଳ ଦେଇ ଜୁନାଗଡକୁ ଗଲେ ୪.୫୦କି.ମ.ଓ ବୁଲାଣି ରାସ୍ତା ଦେଇ ଗଲେ ୭ କ.ମି. ପଡେ। ଏପରିକି ଗଁ। ଭିତର ଦେଇ ଯାଉଥିବା ବୁଲାଣି ରାସ୍ତା ବର୍ତ୍ତମାନ ସୁଦ୍ଧା ପକ୍କା ରାସ୍ତା ହୋଇ ନ ଥିବାରୁ ବର୍ଷାଦିନେ ଗ୍ରାମବାସୀ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅନ୍ୟପକ୍ଷରେ, ସିକଲି ଯୋର(ନାଳ) ରେ ଏକ ପୋଲ ତିଆରି କରିବା ପାଇଁ ଗ୍ରାମବାସୀ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶୁଭ ଦୃଷ୍ଟି ପଡି ପାରି ନାହଁ। ଫଳରେ ଗ୍ରାମବାସୀ ଶୀଘ୍ର ମୁଖ୍ୟ ରାସ୍ତାରେ ପହଞ୍ଚତ୍ବା ପାଇଁ ନିଜ ଉଦ୍ୟମରେ ଗତ କିଛି ବର୍ଷ ତଳେ ଏକ କାଠ ପୋଲ ତିଆରି କରିଛନ୍ତି। ଏବେ ଏହି କାଠର ପୋଲଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି ପୋଲ ଉପରେ ଚାଲିଲେ ପୋଲଟି ଖୁବ୍‌ ଜୋରରେ ହଲୁଥିବା ଦେଖିବାକୁ ମିଳୁଛି। ପୋଲ ଦେଇ ପ୍ରତ୍ୟହ ଗ୍ରାମବାସୀ ବିଭିନ୍ନ କାମ ପାଇଁ ବ୍ଲକ କାର୍ଯ୍ୟାଳୟ ଏବଂ ଛାତ୍ରୀଛାତ୍ର ପାଠ ପଢିବା ପାଇଁ ସ୍କୁଲ, କଲେଜକୁ ଯାଇଥାନ୍ତି। ଗମନାଗମନ ପାଇଁ ଅନ୍ୟ କୌଣସି ଉପାୟ ନ ଥିବାରୁ ଛାତ୍ରୀଛାତ୍ର ଏବଂ ଗ୍ରାମବାସୀ ୨ ଚକିଆ ଯାନରେ ଯାତୟାତ କରିଥାନ୍ତି। କିନ୍ତୁ ବର୍ତ୍ତମାନ ପୋଲର ଅବସ୍ଥା ଶୋଚନୀୟ ହୋଇଯାଇଥିବାରୁ ଏହା ଯେ କେତେବେଳେ ଭୁଷୁଡି ପଡିବ ତାହା କହି ହେବ ନାହିଁ। କୌଣସି ଧନ ଜୀବନ ନଷ୍ଟ ହେବା ଆଗରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସିକଲି ଜୋରରେ ଏକ ପୋଲ ତିଆରି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଚିଙ୍ଗୁଡିସର ସରପଞ୍ଚ ତିଲକର ମାଝିଙ୍କୁ ପଚାରିବାରୁ ଉକ୍ତ ନାଳରେ ଏକ ପୋଲ ତିଆରି କରିବା ପାଇଁ ସ୍ଥାନୀୟ ବିଧାୟକଙ୍କୁ ଜଣାଇଛି। ଜୁନାଗଡ ବିଡିଓ ପରମ ବ୍ରହ୍ମ ଯୋଷୀଙ୍କୁ ପଚାରିବାରୁ ବିଜୁ କେବିକେ ଯୋଜନାରେ ଉକ୍ତ ନାଳରେ ପୋଲଟିଏ ତିଆରି କରିବା ପାଇଁ ଚେଷ୍ଟା କରିବୁ। ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କୁ ପଚାରିବାରୁ ଶୀଘ୍ର ଉକ୍ତ ପୋଲ ପରିଦର୍ଶନ ପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।
All Right Reserved By

ସମ୍ବଲପୁର

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଥିଲା। ଶନିବାର ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ଏତଲା ପରେ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା:  ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା: ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଛି। ଛାତ୍ରୀ ଜଣକ ନିଜ ପରିବାର ସଦସ୍ୟଙ୍କ ସହ ବିହାର ଚାଲି ଯାଇଥିବା ଜଣାପଡିଛି । 

ଝଲୋ ଝଲୋ ଦିଶୁଛେ ସରକାରୀ ଅବହେଲା:  ଆବାସ ଯୋଜ୍‌ନାର କାର୍ଯ୍ୟାଦେଶ ଲାଗି ହଟହଟା

ଝଲୋ ଝଲୋ ଦିଶୁଛେ ସରକାରୀ ଅବହେଲା: ଆବାସ ଯୋଜ୍‌ନାର କାର୍ଯ୍ୟାଦେଶ ଲାଗି ହଟହଟା

ଉଲୁଣ୍ଡା ୧୯ା୧ (ଡି.ଏନ.ଏ):  ବଖ୍‌ରେ ଘର, ସେଥ୍‌ରେ ଫେନ୍‌ ଜଁକାପେଲ୍‌ହା ହେଇ ରହୁଛନ୍‌ ଗୁଟେ ପରିବାର୍‌ର ୯ ଝନ୍‌ ଲୋକ୍‌। ସଖାଲ ପାଏଲେ ପର୍‌ହର ଘରେ ଖଟ୍‌ଲେ ଯାଇ ଘରର ଚୁଲି ଜଲୁଛେ। ସରକାରୀ ଯୋଜ୍‌ନା କହେଲେ ପରିବାର ପାଇଥିବାର ବିପିଏଲ କାର୍ଡ ଖଁଡ଼େ, ବାକି ସବୁ ସରକାରୀ ସୁବିଧା ସୁଯୋଗ୍‌ ପରିବାର ଲାଗି ସାତ୍‌ ସପନ୍‌ ହେଇଛେ। 

ମରନଜଁତା ପାଲଟିଛେ ପ୍ରଧାନମନ୍ତ୍ରୀ ରାସ୍‌ତା

ମରନଜଁତା ପାଲଟିଛେ ପ୍ରଧାନମନ୍ତ୍ରୀ ରାସ୍‌ତା

ଘଣ୍ଟାପଡା,୧୯ା୧ (ଡି.ଏନ.ଏ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡା-ସିନ୍ଧୁଗୋରା ରାଜ୍ୟ ରାଜପଥ ନଂ.୪୧ର ଲଣ୍ଡାବାହାଲ ଛକଠାନୁ ଖମନମୁଣ୍ଡା ତକ୍‌ ଯାଇଥିବାର ୫ କି.ମି. ପ୍ରଧାନମନ୍ତ୍ରୀ ରାସ୍‌ତାର ଅବସ୍‌ତା ବହୁତ୍‌ ଖରାପ ଅଛେ। 

ଶିକ୍ଷାର ଉନ୍ନତିରେ ଦେଶର ବିକାଶ

ଶିକ୍ଷାର ଉନ୍ନତିରେ ଦେଶର ବିକାଶ

ଦେଓଗାଁ, ୧୯ା୧(ଡି.ଏନ.ଏ.)   ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅର୍ଜୁନପୁର ଉଚ୍ଚବିଦ୍ୟାଳୟର  ରଜତ ଜୟନ୍ତୀ ସମାରୋହ ଶୁକ୍ରବାର ଉଦ୍‌ଘାଟିତ  ଅପରାହ୍ନ ୧୨ଟାରେ ଶୁଲିଆବୁଢ଼ା ପୀଠରୁ ମଶାଲ ପହଞ୍ଚତ୍ବା ପରେ ଅତିଥିବୃନ୍ଦଙ୍କ ଦ୍ୱାରା ମଶାଲ  ସ୍ଥାପନ କରାଯାଇଥିଲା

 ବିକାଶରେ ଅସମତା ପାଇଁ ଦାଦନ ସମସ୍ୟା

ବିକାଶରେ ଅସମତା ପାଇଁ ଦାଦନ ସମସ୍ୟା

ସୋନପୁର,୧୯।୧(ନି.ପ୍ର.) ମାନବ ସମ୍ବଳର ସଦୁପଯୋଗ କ୍ଷେତ୍ରରେ ବିକାଶଶୀଳ ଦେଶ ଭାରତ ବହୁ ପଛରେ ପଡିଛି। ଓଡିଶା ଓ ଝାଡଖଣ୍ଡ ଭଳି ରାଜ୍ୟର ସ୍ଥିତି ସଙ୍ଗୀନ। ପଶ୍ଚିମ ଓଡିଶାରେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। 

ଜୋଙ୍କ ପ୍ରକଳ୍ପରୁ ପାଣି ଛାଡିବା ଘଟଣା: ତଳ ମୁଣ୍ଡ ଚାଷୀଙ୍କ ୧୨ ଘଣ୍ଟିଆ ବନ୍ଦ

ଜୋଙ୍କ ପ୍ରକଳ୍ପରୁ ପାଣି ଛାଡିବା ଘଟଣା: ତଳ ମୁଣ୍ଡ ଚାଷୀଙ୍କ ୧୨ ଘଣ୍ଟିଆ ବନ୍ଦ

ନୂଆପଡା ଅଫିସ,୧୯ା୧: ସ୍ଥାନୀୟ ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ଛାଡିବା ଘଟଣାକୁ ନେଇ ଦୀର୍ଘ ତିନି ସପ୍ତାହ ହେବ ଛକାପଞ୍ଛା ଚାଲିଥିବାବେଳେ ଦୁଇ ମୁଣ୍ଡ ଚାଷୀଙ୍କ ଆନ୍ଦୋଳନ ପରେ ମଧ୍ୟ ପ୍ରଶାସନ କୌଣସି ନିଷ୍ପତ୍ତି ନେଇପାରୁନାହିଁ। 

ଜଂଗ୍‌ଲି ହାତୀର ଉପ୍‌ଦରବ୍‌:  ହାଡ଼ଭଂଗା ଶୀତ୍‌ ରାତିରେ ବେଘର ହେଲେ ୮ ପରିବାର

ଜଂଗ୍‌ଲି ହାତୀର ଉପ୍‌ଦରବ୍‌: ହାଡ଼ଭଂଗା ଶୀତ୍‌ ରାତିରେ ବେଘର ହେଲେ ୮ ପରିବାର

ପଡିଆବାହାଲ, ୧୯।୧ (ଡି.ଏନ.ଏ):  ଥମବାର ନାଁ ନାଇଁଧରବାର ଜଂଗଲି ହାତୀକର ଉତ୍‌ପାତ। ଗୋଠ୍‌ଛଡ଼ା ହେଇ ଅଂଚଲରେ ଘୂରି ବୁଲୁଥିବାର ପଟକିଆ ଦଁତା ହାତୀର ଉପ୍‌ଦରବ୍‌ରେ ଥାନୀୟ ଲୁକ୍‌କର ନିଦ୍‌ ହଜି ଯାଇଛେ। ଗଲା ୧୫ ତାରିଖ ରାତିରେ ସେମେଲଟିକିରା ଗାଁର ୬ ପରିବାରକୁ ବାସହରା କରାଇଥିଲା ଦଁତା।

ନାରୀଶକ୍ତି ଜାଗ୍ରତ ହେଲେ ନକରାତ୍ମକ ଶକ୍ତିର ବିନାଶ ହେବ

ନାରୀଶକ୍ତି ଜାଗ୍ରତ ହେଲେ ନକରାତ୍ମକ ଶକ୍ତିର ବିନାଶ ହେବ

 ବଲାଙ୍ଗୀର ଅଫିସ, ୧୯ା୧: ବଲାଙ୍ଗୀର ମ୍ୟୁନିସିପାଲିଟିର ୧୮ନମ୍ବର ୱାର୍ଡରେ କଂଗ୍ରେସ ପକ୍ଷରୁ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।  ଏଥିରେ ବଲାଙ୍ଗୀର ବିଧାୟକ ତଥା ରାଜ୍ୟ ବିଧାନସଭା ବିରୋଧୀଦଳ ନେତା ନରସିଂହ ମିଶ୍ର୍ର ଯୋଗଦେଇ ମହିଳା ନେତ୍ରୀ ଓ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ । 

କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କଲେ ୨୨୭ଚାଷୀ

କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କଲେ ୨୨୭ଚାଷୀ

ଗୁଡ଼ଭେଲା,୧୮।୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ତେନ୍ତୁଲିଖୁଣ୍ଟି ଗ୍ରାମ ମକର ମେଳା ପଡ଼ିଆରେ ଗତ ଛଅ ଦିନ ଧରି ଚାଲିଥିବା  ୫୨ତମ ଗା୍ରମ ପଞ୍ଚାୟତସ୍ତରୀୟ ମକର ମେଳା ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି ।

ବାଇକକୁ ଧକ୍କା ଦେଇ ଓଲଟିଲା ତୀର୍ଥଯାତ୍ରୀ ବସ, ବାଇକ ଚାଳକ ମୃତ

ବାଇକକୁ ଧକ୍କା ଦେଇ ଓଲଟିଲା ତୀର୍ଥଯାତ୍ରୀ ବସ, ବାଇକ ଚାଳକ ମୃତ

ପାଟଣାଗଡ, ୧୮।୧ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ପାଟଣାଗଡ-ପଦ୍ମପୁର ରାସ୍ତାର ପାଟଣାଗଡ ଥାନା ଅନ୍ତର୍ଗତ ଝରନିପାନି ଗ୍ରାମ ନିକଟରେ ଶୁକ୍ରବାର ସକାଳ ପ୍ରାୟ ୮ଟାରେ ଏକ ବାଇକକୁ ଧକ୍କାଦେଇ ତୀର୍ଥଯାତ୍ରୀ ବସ୍‌ ଓଲଟି ପଡିଛି। 

ବେପାରୀକର କବ୍‌ଜାରେ କେଉଁଟିପାଲି ମାର୍କେଟ ୟାର୍ଡ: ଚାଷୀ ସରକାରୀ ସାହାଯ୍‌ରୁ ବଁଚିତ ହେବାର ଆଶଁକା

ବେପାରୀକର କବ୍‌ଜାରେ କେଉଁଟିପାଲି ମାର୍କେଟ ୟାର୍ଡ: ଚାଷୀ ସରକାରୀ ସାହାଯ୍‌ରୁ ବଁଚିତ ହେବାର ଆଶଁକା

ବିଜେପୁର, ୧୮।୧ (ଡି.ଏନ.ଏ):  ବରଗଡ଼ ଜିଲା ବିଜେପୁର ବ୍ଲକ୍‌ କେଉଁଟିପାଲି ମାର୍କେଟ ୟାର୍ଡ ଏହେଦେ ବେପାରୀମାନକର କବଜାରେ ରହିଛେ। ଚାଷୀମାନକର କାର୍ଡକେ ଚାଲକରି ବେପାରୀମାନେ ଧାନ ଘିନୁଥିବାର ଅଭିଯୋଗ ହେଉଛେ। ଇଆଡ଼େ ଇ ବ୍ଲକକେ ସରକାର ମର୍‌ଡି ଘୋଷନା କରିଛନ୍‌। ଯେନ୍‌ଥିରଲାଗି ଆଏବାର ଦିନେ ଚାଷୀ ପାଏବାକେ ଥିବାର ସରକାରୀ ସାହାଯ୍‌ରୁ ବଁଚିତ୍‌ ହେବାର ଆଶଁକା ଦେଖା ଦେଇଛେ।