ଅପରାଧ |

ପାଇପ ଲାଇନରୁ ତେଲ ଚୋରି ଘଟଣା: ୫ ଗିରଫ

ପାଇପ ଲାଇନରୁ ତେଲ ଚୋରି ଘଟଣା: ୫ ଗିରଫ

ପାରାଦୀପ,୨୩।୧୨(ସ୍ବ.ପ୍ର.)- ପାରାଦୀପର ଇଣ୍ଡିଆନ ଅଏଲ ପାଇପଲାଇନରୁ ଅନବରତ ତେଲ ଚୋରି ହୋଇଥିଲା। ଉକ୍ତ ଘଟଣାରେ ଶନିବାର ପାରାଦୀପ ପୋଲିସ ୫ଜଣ ଚୋରା ତେଲ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଏକ ତେଲ ବୋଝେଇ ମୋଟର ବୋଟ ଓ ପାଇପକୁ କଣା କରୁଥିବା ସରଞ୍ଜାମ ଜବତ କରିଛି। ଅଭିଯୁକ୍ତମାନେ ହେଲେ ନିର୍ମଳ ହାଲଦାର, ଚଣ୍ଡି ବର୍ମନ, ସପନ ବର୍ମନ, ବିଷ୍ଣୁ ସରକାର ଓ ବଳରାମ ଦାସ। ଏହି ଅଭିଯୁକ୍ତମାନେ ପାରାଦୀପର ଅଠରବାଙ୍କି, ଲକପଡ଼ା, ବାଲିଝରା ଓ ଉଦୟବଟ ଗ୍ରାମର ବାସିନ୍ଦା। ଏ ସମ୍ପର୍କରେ ମେରାଇନ ଥାନାରେ ଦୁଇଟି ମାମଲା (୪/୧୭ ଓ ୭/୧୭), ପାରାଦୀପ ଟାଉନ ଥାନାରେ ଗୋଟିଏ ମାମଲା (୧୭୦/୧୭) ରୁଜୁ ହୋଇଛି।

All Right Reserved By

ଅପରାଧ |

ବଲାଣୀରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ବଡ଼ବିଲ, ୧୮।୭(ସ୍ବ.ପ୍ର.): ବଲାଣୀରେ ବଡ଼ବିଲ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି।

ତାଲା କାଟି ନେଇଗଲେ ଏସି, କୁଲର

ତାଲା କାଟି ନେଇଗଲେ ଏସି, କୁଲର

ବଅଁରପାଳ, ୧୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନାଠାରୁ ପ୍ରାୟ ୫ଶହ ମିଟର ଦୂରରେ ଥିବା ଏକ ଇଲେକ୍ଟ୍ରି ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବତ୍ତ ଦୋକାନର ତାଲା ଭାଙ୍ଗି ଏସି, କୁଲର ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଛନ୍ତି।

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

କଟକ ଅଫିସ, ୧୮।୭: ସିଏମ୍‌ସି ସ୍ବାସ୍ଥ୍ୟକର୍ମୀ ସୁନୀଲ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଥିବା ସୁନୀଲଙ୍କ ଘର ଓ ସିଏମ୍‌ସି ଅଫିସରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଛି।

ଯାତ୍ରୀଙ୍କୁ ଟ୍ରାଫିକ ପୋଲିସ ମାଡ଼ ମାରିବା ଘଟଣା: ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଲୋକନାଥ

ଯାତ୍ରୀଙ୍କୁ ଟ୍ରାଫିକ ପୋଲିସ ମାଡ଼ ମାରିବା ଘଟଣା: ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଲୋକନାଥ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)- ଜୟଦେବ ବିହାର ପାଲହାଇଟ ଛକରେ ରବିବାର ସକାଳେ ବିବାହ କାର୍ଯ୍ୟରେ ଯୋଗଦେବାକୁ କାରରେ ଯାଉଥିବା ଲୋକନାଥ ପଟ୍ଟନାୟକ ଓ ତାଙ୍କ ପରିବାର ଲୋକଙ୍କୁ ଟ୍ରାଫିକ୍‌ ପୋଲିସ ମାଡ଼ ମାରିଥିଲା। ୫ଜଣ ପୋଲିସ କର୍ମଚାରୀ ସେମାନଙ୍କୁ ତଳେ ପକାଇ ଗୋଇଠା ବିଧା ମାରିଥିଲେ। ଏ ନେଇ ଲୋକନାଥ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ରାଜନୈତିକ ଲିଙ୍କ୍‌ ଖୋଜିବାରେ ଏସ୍‌ଟିଏଫ୍‌ ବିଫଳ: ଟିଟୋଙ୍କ ୮ ସହଯୋଗୀ ଗିରଫ

ରାଜନୈତିକ ଲିଙ୍କ୍‌ ଖୋଜିବାରେ ଏସ୍‌ଟିଏଫ୍‌ ବିଫଳ: ଟିଟୋଙ୍କ ୮ ସହଯୋଗୀ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ, ୧୮ା୭- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋ କେନ୍ଦ୍ରାପଡା ବାରିମୂଳ ଜେଲରେ ରହି ସହଯୋଗୀଙ୍କ ଦ୍ୱାରା ବାହାରେ ଆପରାଧିକ ନେଟଓ୍ବର୍କ ଚଳାଇପାରନ୍ତି। ଏହା ଉପରେ ଅଙ୍କୁଶ ଲଗାଇବାକୁ ଟିଟୋଙ୍କୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି।

ଟ୍ରେନରେ ମହିଳାଙ୍କୁ ଅସଦାଚରଣ, ଖବରଦାତା ଗିରଫ

ଟ୍ରେନରେ ମହିଳାଙ୍କୁ ଅସଦାଚରଣ, ଖବରଦାତା ଗିରଫ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ)- ଟ୍ରେନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜିଆରପି ଥାନା ପୋଲିସ ଜଣେ ଖବରଦାତାଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲା ଶିଳ୍ପାଞ୍ଚଳର ସୁନୀଲ କୁମାର ମିଶ୍ର(୬୦)। ସେ ଜାତୀୟ ସ୍ତରର ଏକ ଦୈନିକ ଇଂଲିଶରେ ଖବରଦାତା ଭାବେ କାର୍ଯ୍ୟକରନ୍ତି।

ବାଉନ୍‌ସରଙ୍କୁ ପିଟି ହତ୍ୟା ଘଟଣା: ବାହାଦଲପୁରରେ ପୋଲିସର ଚଢ଼ାଉ, ଅଟକ ୨ ଅଭିଯୁକ୍ତଙ୍କୁ ଜେଲ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ)- ଡୁମୁଡୁମା ଅଞ୍ଚଳର ବାଉନ୍‌ସର ଜ୍ୟୋତିରଞ୍ଜନ ବଳିୟାରସିଂଙ୍କୁ ହତ୍ୟା ଘଟଣାରେ ଏୟାରଫିଲ୍ଡ ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ବାହାଦଲପୁର ଗ୍ରାମରେ ଘନ ଘନ ଚଢ଼ାଉ ଜାରି ରଖିଛି। କିନ୍ତୁ ଗଁାର ଅଧିକାଂଶ ବ୍ୟକ୍ତି ଫେରାର ଥିବାରୁ ପୋଲିସ କାହାକୁ ଗିରଫ କରିପାରି ନାହିଁ। କେବଳ ଅଟକ ଥିବା ୨ ଅଭିଯୁକ୍ତଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

କଟକରୁ ୩୦ ଲକ୍ଷର ବ୍ରାଉନସୁଗାର ଜବତ: ବ୍ୟବହୃତ ଆଇନଜୀବୀଙ୍କ କାର୍‌ ଜବତ, ୪ ଗିରଫ

କଟକରୁ ୩୦ ଲକ୍ଷର ବ୍ରାଉନସୁଗାର ଜବତ: ବ୍ୟବହୃତ ଆଇନଜୀବୀଙ୍କ କାର୍‌ ଜବତ, ୪ ଗିରଫ

କଟକ ଅଫିସ୍‌,୧୮ା୭- କଲିକତାରୁ ଭାୟା ଜଳେଶ୍ୱର ଦେଇ କଟକ-ଭୁବନେଶ୍ୱରକୁ ଚାଲାଣ ହେଉଛି ବ୍ରାଉନସୁଗାର। ପୁଣି ଏଥିରେ ବ୍ୟବହୃତ ହେଉଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ କାର୍‌ ଓ ନାମୀଦାମୀ ଗାଡ଼ି। ପୋଲିସ ଆଖିରେ ଧୂଳିଦେଇ ଏହି ବେଆଇନ ନିଶା କାରବାର ବେଧଡ଼କ ଚାଲୁଥିବାବେଳେ ଅବକାରୀ ଗୋଇନ୍ଦା ବିଭାଗ ମଙ୍ଗଳବାର ଏକ ର଼୍ୟାକେଟକୁ ଧରିଛି।

ଯୁଧିଷ୍ଠିର ସାମନ୍ତରାୟଙ୍କୁ ହାଇକୋର୍ଟରୁ ଜାମିନ

ଯୁଧିଷ୍ଠିର ସାମନ୍ତରାୟଙ୍କୁ ହାଇକୋର୍ଟରୁ ଜାମିନ

କଟକ ଅଫିସ, ୧୮ା୭- ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓ ପୁଅ ପ୍ରିୟବ୍ରତ ସାମନ୍ତରାୟଙ୍କୁ ହାଇକୋର୍ଟ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି। ୨୫ହଜାର ଟଙ୍କାର ଜମାନତ ଓ ୨ ଜଣ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି। ଯୁଧିଷ୍ଠିର ଓ ତାଙ୍କ ପୁଅଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ଗତ ୧୧ ତାରିଖରେ ହାଇକୋର୍ଟରେ ହୋଇଥିଲା।

ଜୁଆ ଆଡ୍ଡା ଉପରେ ଚଢ଼ାଉ: ବାଇକ୍‌ ଜବତ, ଜଣେ ଅଟକ

ପରଜଙ୍ଗ, ୧୮।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଜୁଆ ଖେଳ ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଆଡ୍ଡା ଖୋଲି ଲକ୍ଷାଧିକ ଟଙ୍କାର ଖେଳ ହେଉଛି।

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

ଅନୁଗୋଳ ଅଫିସ,୧୮ା୭- ଅନୁଗୋଳସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଲୁଟ୍‌ ଘଟଣାରେ ବିହାରର ଗୟାରୁ ଗିରଫ ହୋଇଥିବା ଦୁଇ ଡକାୟତ ଓମ୍‌ ପ୍ରକାଶ ଦାସ ଓ ରାଜେଶ ଦାସଙ୍କୁ ମଙ୍ଗଳବାର ରିମାଣ୍ଡରେ ନେଇଛି ଅନୁଗୋଳ ପୋଲିସ। ଏ ନେଇ କୋର୍ଟରେ ୧୫ ଦିନ ପାଇଁ ଆବେଦନ କରାଯାଇଥିଲା।

ମହିଳାଙ୍କଠାରୁ ସୁନାଚେନ ଲୁଟ୍‌

ମହିଳାଙ୍କଠାରୁ ସୁନାଚେନ ଲୁଟ୍‌

ତାଳଚେର,୧୭ା୭(ନି.ପ୍ର.)- କଲିୟାରୀ ଥାନା ନିକଟରେ ମଙ୍ଗଳବାର ଅପରାହ୍ନରେ ଲୁଟ୍‌ ହୋଇଛି। ୩ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ସ୍ବାମୀଙ୍କୁ ମାଡ଼ମାରି ତାଙ୍କଠାରୁ ସୁନାଚେନ ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଭରତପୁର କୋଇଲା ଖଣିରେ ତାଳଚେର ସହରର ଭରତ ଚନ୍ଦ୍ର ସାମଲ ଫୋରମ୍ୟାନ ଭାବେ କାମ କରନ୍ତି।

Model This Week

ରୂପେଶ