ସମ୍ପାଦକୀୟ |

ସମସ୍ୟାମୟ ଜୀବନ

ସମସ୍ୟାମୟ ଜୀବନ
ମନ-ମାନଚିତ୍ର/ଡ. ନରହରି ବେହେରା ଆମ ଜୀବନଧାରାରେ ବାଧା ଉପୁଜାଉଥିବା ପ୍ରତ୍ୟେକ ଘଟଣା ହିଁ ସମସ୍ୟା। ଏହି ସମସ୍ୟା ଜଟିଳ ହେଲେ ବିପଦରେ ପରିଣତ ହୁଏ। ଅର୍ଥାତ୍‌ ସବୁ ସମସ୍ୟା ବିପଦ ନୁହେଁ, କିନ୍ତୁ ସବୁ ବିପଦ ଗୋଟିଏ ଗୋଟିଏ ଜଟିଳ ସମସ୍ୟା। ବଣରେ ବାଘ ଥିବାରୁ ବଣ ପାଖ ରାସ୍ତାରେ ଯାତାୟାତ କରିବା ଗୋଟିଏ ସମସ୍ୟା, ମାତ୍ର ଯାତାୟାତ ସମୟରେ ବାଘ ହାବୁଡ଼ରେ ପଡ଼ିଯିବା ହିଁ ବିପଦ। ସମସ୍ୟା ଛୋଟ ହେଉ କି ବଡ଼,ଏହା ଆମ ସାବଲୀଳ ଜୀବନଯାତ୍ରାରେ ବାଧକ ସାଜିଥାଏ। ମାତ୍ର ଏହି ସମସ୍ୟା ଆମ ଜୀବନରେ ଛାଇ ପରି ଲାଗି ରହିଥାଏ। ଏହି ସଂସାରରେ ସମସ୍ୟା ବିନା କେହି ବି ଜୀବନ ଧାରଣ କରିନାହିଁ। ସମସ୍ୟା ମାନବ ସଭ୍ୟତା ପାଇଁ ଏକ ନକାରାମତ୍କ ବିଷୟ ନୁହେଁ, ଏହା ଆମ ପ୍ରଗତି ପାଇଁ ଏକ ମୁଖ୍ୟ ମାର୍ଗ। ମଣିଷ ସମସ୍ୟାକୁ ସାମ୍ନା କରିଥିବାରୁ ସେ ଆରଣ୍ୟକ ସଭ୍ୟତାରୁ ଆସି ଆଜି ଆଧୁନିକ ସଭ୍ୟତାରେ ପାଦ ଦେଇଛି। ରହିବାରେ ସମସ୍ୟା ସୃଷ୍ଟି ହେବାରୁ ସେ ଘର ତିଆରି କରିଛି, କଞ୍ଚାଖାଦ୍ୟ ଖାଇବାରେ ସମସ୍ୟା ହେବାରୁ ସେ ଅଗ୍ନିର ବ୍ୟବହାର କରିଶିଖିଛି। ସମସ୍ୟା ମଣିଷକୁ ଯେତିକି ନମ୍ର କରାଏ ସେତିକି ଶକ୍ତିଶାଳୀ କରାଏ। ଶ୍ରୀଅରବିନ୍ଦ ତାଙ୍କର ପ୍ରସିଦ୍ଧ ‘ସାବିତ୍ରୀ’ ମହାକାବ୍ୟରେ ଏକ ଚମକତ୍ାର ତତ୍ତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ସତ୍ୟବାନଙ୍କର ମୃତ୍ୟୁ ପ୍ରସଙ୍ଗ ସାବିତ୍ରୀଙ୍କୁ ଲୌକିକ ଚେତନାରୁ ଏକ ଅଲୌକିକ ଚେତନା ଆଡ଼କୁ ନେଇଯିବା ପାଇଁ ଉଦ୍ଦିଷ୍ଟ ଥିଲା। ଯେଉଁମାନେ ସମସ୍ୟାକୁ ସାମ୍ନା କରିପାରିଛନ୍ତି, ସେହିମାନେ ହିଁ ମହାକାଳର ମହାସ୍ରୋତକୁ ଅତିକ୍ରମ କରିପାରିଛନ୍ତି। ଜଳର ପ୍ରଖର ସ୍ରୋତକୁ ପ୍ରତିହତ କରି ମାଛମାନେ ଖେଳୁଥିବାର ଆମେ ଦେଖୁ। ଅତି ଛୋଟ ଛୋଟ ମାଛମାନେ ମଧ୍ୟ ଜଳସ୍ରୋତକୁ ଖାତିର ନ କରି ତା’ର ପ୍ରତିକୂଳରେ ଗତି କରୁଥିବାର ଦେଖାଯାଏ। ପ୍ରବଳ ଝଡ଼ ବତାସର ଭୟଙ୍କରତାକୁ ଭ୍ରୂକ୍ଷେପ ନ କରି ଇଗଲ ଘୂରି ବୁଲୁଥାଏ। ତେଣୁ ମଣିଷ ସମସ୍ୟାକୁ ଭୟ କାହିଁକି କରିବ? ଏବେ ଚାଷୀଙ୍କର ଆମତ୍ହତ୍ୟା ଘଟଣାକୁ ନେଇ ରାଜନୈତିକ ହଟଚମଟ ହେଉଛି। ଋଣଭାର ସହି ନ ପାରି ଚାଷୀମାନେ ଆମତ୍ହତ୍ୟା କରିବା କଥା କେହି କେହି କହୁଥିବାବେଳେ ଆଉ କେହି ଏ ଆମତ୍ହତ୍ୟା ପଛରେ ଅନ୍ୟ କିଛି କାରଣ ଅଛି ବୋଲି କହୁଛନ୍ତି। ଏ ବାଦବିବାଦ ପଛରେ କ’ଣ ସତ୍ୟତା ଅଛି ସେ ସମ୍ବନ୍ଧରେ ଆମର କିଛି ମନ୍ତବ୍ୟ ଦେବାର ନାହିଁ, ମାତ୍ର ଏ ଆମତ୍ହତ୍ୟା ହିଁ ସେହି ଚାଷୀମାନଙ୍କର ଇଚ୍ଛାଶକ୍ତିର ପରାଜୟ ଯୋଗୁ ଘଟିଛି, ଏ କଥାକୁ ଆମେ ଅସ୍ବୀକାର କରିପାରିବା ନାହିଁ। ଆମେ ଜାଣୁ ପୂର୍ବାପେକ୍ଷା ଆମ ସମସ୍ତଙ୍କ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିଛି। ଆଉ ଥରେ ନଅଙ୍କ ଦୁର୍ଭିକ୍ଷ ଆମେ ଦେଖିନାହୁଁ। ପୂର୍ବରୁ ମଧ୍ୟ ଅନେକ ବନ୍ୟା, ବାତ୍ୟା ଓ ମରୁଡ଼ି ଘଟିଛି, ସେତେବେଳେ ଚାଷୀଭାଇ ଅଣ୍ଟା ସଳଖି ବଞ୍ଚତ୍ଛନ୍ତି। ଏବେ ତା’ଠାରୁ ବଡ଼ ବିଷମ ପରିସ୍ଥିତି ଘଟିନାହିଁ। ବଞ୍ଚତ୍ବା ପାଇଁ ଅନେକ ଯୋଜନାର ଶୁଭାରମ୍ଭ ହୋଇଛି। ତେବେ ଏ ଆମତ୍ହତ୍ୟା କାହିଁକି? ଏହାର ମୂଳ କାରଣ ହେଉଛି ସମସ୍ୟା ସହିତ ଯୁଝିବାକୁ ମାନସିକତାର ଅଭାବ, ଯାହାକୁ ଆମେ କହୁ ଉଇଲ୍‌ ପାୱାର। ମହାଭାରତ ଯୁଦ୍ଧରେ ଅର୍ଜୁନ ଥିଲେ ଜଣେ ପ୍ରବୀଣ ଯୋଦ୍ଧା। ଦ୍ରୋଣାଚାର୍ଯ୍ୟ ତା’ଙ୍କୁ ଜଣେ ଅଦମନୀୟ ବୀର ଭାବରେ ପ୍ରତିଷ୍ଠା କରିବା ପାଇଁ ସକଳ ଚେଷ୍ଟା କରି ଦକ୍ଷ କରିଥିଲେ। ମାତ୍ର ସେ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ଆମତ୍ୀୟମାନଙ୍କୁ ଦେଖି ଦୁର୍ବଳ ହୋଇଗଲେ। ଏପରି କି ସେ ଗାଣ୍ଡିବ ଧାରଣ କରିବାକୁ ଅସମର୍ଥ ହୋଇପଡ଼ିଲେ। ତାଙ୍କର ଏ ଅବସ୍ଥା ଦେଖି ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ମନେ ପକାଇଦେଲେ ଏ ପରିସ୍ଥିତିରେ ସେ କ’ଣ କରିବା ଉଚିତ। ଏହି ଗୋଟିଏ କଥା ବୁଝାଇବାକୁ ଯାଇ ସଂସାରର ଅନେକ ସାରତତ୍ତ୍ୱ ତାଙ୍କ ନିକଟରେ ଉପସ୍ଥାପନ କଲେ। ଅର୍ଜୁନ ବୁଝିପାରିଲେ ନିଜର କର୍ତ୍ତବ୍ୟ ଏବଂ ଫେରିପାଇଲେ ହରାଇଥିବା ସକଳ ଶକ୍ତିକୁ। ସେ ରଣକ୍ଷେତ୍ରରେ ନିଜର ବୀରତ୍ୱ ପ୍ରତିପାଦନ କଲେ। ଏ ଜୀବନ ଅନେକ ସମସ୍ୟାର ରଣକ୍ଷେତ୍ରକୁ ନେଇ ଗଠିତ। ତା’ ନିକଟରେ ମଥାନତ କଲେ ପଳାୟନପନ୍ଥୀ ହେବା ସିନା ବିଜୟଲାଭ କରିପାରିବା ନାହିଁ। ନିଜ ଜୀବନର ସମସ୍ୟାକୁ ସମାଧାନ କରି ନ ପାରି ଅନେକ ପ୍ରାଣୀ ଏ ପୃଥିବୀରୁ ନିଶ୍ଚିହ୍ନ ହୋଇଗଲେଣି, ମାତ୍ର ମଣିଷ ତା’ର ପ୍ରଗତି ରଥକୁ କେବଳ ଆଗକୁ ଟାଣି ଚାଲିଛି।ସମସ୍ୟା ମଣିଷକୁ ଦୃଢ଼, ସ୍ବାବଲମ୍ବୀ, ଦୁଃସାହସିକ, ନମ୍ର ଏବଂ ଈଶ୍ୱରବିଶ୍ୱାସୀ କରିଥାଏ। ତେଣୁ କୁହାଯାଇଛି, ‘ବିପଦଟି ଅଟେ କଷଟି ପାଷାଣ, ପରଖନ୍ତି ତହିଁ ନର ହୃଦ ଟାଣ।’ ମହାଭାରତରେ ପାଣ୍ଡବମାନଙ୍କର ରାଜ୍ୟ ପ୍ରତିଷ୍ଠା ପରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାରିକା ଯିବା ପାଇଁ କୁନ୍ତୀଙ୍କର ଅନୁମତି ମାଗିଲେ। ମାତ୍ର ପ୍ରତ୍ୟେକ ଦିନ କୁନ୍ତୀ କିଛି ନା କିଛି ବାହାନା କରି ତାଙ୍କୁ ଯିବାକୁ ଅନୁମତି ଦେଲେନାହିଁ। ଶେଷରେ ଦିନେ କୃଷ୍ଣ ବିଦାୟ ନେବା ପାଇଁ କୁନ୍ତୀଙ୍କ ନିକଟରେ ଏକପ୍ରକାର ଜିଦ୍‌ କଲେ। କୁନ୍ତୀ ଅଟକାଇବାର କୌଣସି ଉପାୟ ନ ପାଇ ଗୋଟିଏ ବର ଦେବାକୁ କୃଷ୍ଣଙ୍କୁ ଶପଥ କରାଇ କହିଲେ- ”ହେ ଜଗଦ୍‌ଗୁରୋ, ଆମ ପାଇଁ ବାରମ୍ବାର ବିପଦ ଆସୁ, ଏହି ବିପଦ ଆସିଲେ ହିଁ ଆମେ ଆପଣଙ୍କୁ ସ୍ମରଣ କରିବୁ।“ କୁନ୍ତୀଙ୍କର ଏହି ପ୍ରାର୍ଥନା ସୂଚାଇଦିଏ, ସମସ୍ୟାବହୁଳ ଜୀବନ ହିଁ ମଣିଷକୁ ଈଶ୍ୱରଙ୍କ ନିକଟତର କରିଥାଏ। ଅନ୍ୟପକ୍ଷରେ ଆମେ ଯେଉଁମାନଙ୍କୁ ଐତିହାସିକ ବା କିମ୍ବଦନ୍ତୀ ପୁରୁଷ ଭାବରେ ଆଜି ସ୍ମରଣ କରୁଛୁ ସେମାନଙ୍କର ବ୍ୟକ୍ତିଗତ ଜୀବନ କିଛି କମ୍‌ ସମସ୍ୟାବହୁଳ ନ ଥିଲା। ସେମାନେ ନିଜର ଅଦମ୍ୟ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସମସ୍ୟାର ଅର୍ଗଳିକୁ ଭେଦକରି ସମାଜରେ ନିଜ ସ୍ଥିତିକୁ ଦୃଢ଼ କରିପାରିଛନ୍ତି। ମୋଗଲ ସମ୍ରାଟ୍‌ ହୁମାୟୁନ୍‌ ନିଜ ଭ୍ରାତୃ ବିବାଦର ଶିକାର ହୋଇଥିଲେ। ନିଜ ରାଜ୍ୟ ହରାଇ ୧୫ବର୍ଷ କାଳ ଏଠି ସେଠି ଘୂରି ବୁଲିଲେ, ଶେଷରେ ସେ ପୁନର୍ବାର ନିଜ ରାଜ୍ୟ ଫେରିପାଇଥିଲେ। ଆଡ୍‌ଲଫ ହିଟଲର ମାତାପିତାଙ୍କୁ ହରାଇଥିଲେ। ସେ ନିଜେ ଆଙ୍କିଥିବା ଚିତ୍ରକୁ ବିକି ପେଟ ପୋଷୁଥିଲେ। ନିଜର ସଂଘର୍ଷମୟ ଜୀବନ ସତ୍ତ୍ୱେ ସେ ପରବର୍ତ୍ତୀ ସମୟରେ ହୋଇଥିଲେ ବିଶ୍ୱରେ ଜଣେ ଚର୍ଚ୍ଚିତ ବ୍ୟକ୍ତି। ହେଲେନ କେଲେର, ସୁରଦାସ, ଭୀମଭୋଇଙ୍କ ପରି ଅନେକ ବ୍ୟକ୍ତି ନିଜର ଶାରୀରିକ ଅକ୍ଷମତା ସତ୍ତ୍ୱେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିଲେ। କେବଳ ଏତିକି ନୁହେଁ, ନିଜ ସମସ୍ୟା ସହିତ ସାଲିସ୍‌ ନ କରି, ସମସ୍ୟା ନିକଟରେ ମୁଣ୍ଡ ନ ନୁଆଁଇ ଅନେକ ବ୍ୟକ୍ତି ସତ୍ୟ ପ୍ରତିଷ୍ଠା ପାଇଁ ଆମତ୍ବଳି ଦେଇଛନ୍ତି। ସକ୍ରେଟିସ୍‌ଙ୍କୁ ରାଜଦ୍ରୋହ ଅପରାଧରେ ଦଣ୍ଡିତ କରାଯାଇ ବିଷ ପିଇବାକୁ କୁହାଗଲା। ଯିଶୁଖ୍ରୀଷ୍ଟଙ୍କୁ ମଧ୍ୟ ଅନୁରୂପ ଭାବରେ ଦଣ୍ଡବିଧାନ କରାଗଲା। ମାତ୍ର ସେମାନେ ତକତ୍ାଳୀନ ଶାସକଙ୍କ ନିକଟରେ ଶିରନତ କଲେନାହିଁ। ସମସ୍ୟା ଯେତେ ଜଟିଳ ହେଉପଛେ ତା’କୁ ସାମ୍ନା କରିବାର ମାନସିକତା ଆମ ନିକଟରେ ରହିବା ଆବଶ୍ୟକ। ମଣିଷ ହାରିବା ପାଇଁ ନୁହେଁ ଜିଣିବା ପାଇଁ ଅହରହ ସଂଗ୍ରାମ କରିଆସିଛି। କିନ୍ତୁ ନିଜର ଇଚ୍ଛାଶକ୍ତି ଉପରେ ଅତୁଟ ବିଶ୍ୱାସ ରଖିଥିବା ମଣିଷକୁ ହିଁ କେବଳ ଏହାର ସଫଳତା ମିଳିଛି। ଏହି ସଫଳ ମଣିଷମାନେ ହିଁ ହୋଇଛନ୍ତି ଏ ପୃଥିବୀରେ ଜଣେ ଜଣେ କାଳଜୟୀ ମହାପୁରୁଷ। ତେଣୁ ସମସ୍ୟା ଆମ ପାଇଁ ସମସ୍ୟା ନୁହେଁ, ସମସ୍ୟା ରହିଛି ଆମର ଇଚ୍ଛାଶକ୍ତି ନିକଟରେ। ସମସ୍ୟା ସହିତ ଲଢ଼ିବା ପାଇଁ ଆମକୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼ିବ। ତେଣୁ ତ କୁହାଯାଇଛି, ‘ବୀରଭୋଗ୍ୟା ବସୁନ୍ଧରା।’ ଜୀବନ ଯୁଦ୍ଧରେ ସଂଗ୍ରାମ ପାଇଁ ଦୃଢ଼ ଇଚ୍ଛାଶକ୍ତି ରଖିଥିବା ବ୍ୟକ୍ତି ହିଁ ପ୍ରକୃତ ବୀର। ଭଦ୍ରକ, ମୋ: ୯୪୩୮୪୬୫୪୭୮
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଟିକା ଦେଇ ଶୋଷଣ

ସମ୍ପାଦକୀୟ/ ଟିକା ଦେଇ ଶୋଷଣ

ଜନସଂଖ୍ୟାବହୁଳ ଭାରତରେ ବଢ଼ି ଚାଲିଥିବା ରୋଗୀଙ୍କ ସଂଖ୍ୟାକୁ ଦେଖି ଔଷଧ ନିର୍ମାତାମାନେ ଏହାର ଫାଇଦା ଉଠାଇ ଚାଲିଛନ୍ତି। ଖୁବ୍‌ କମ ଦାମ୍‌ର ଔଷଧରେ ଯେତେବେଳେ ନାମକରା କମ୍ପାନୀଗୁଡ଼ିକର ଷ୍ଟାମ୍ପ୍‌ ବାଜିଯାଉଛି, ସେତେବେଳେ ମୂଲ୍ୟ ବହୁଗୁଣ ହୋଇଯାଉଛି। ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଫାର୍ମା କମ୍ପାନୀଗୁଡ଼ିକ ସ୍ବତନ୍ତ୍ର ବ୍ରାଣ୍ଡ୍‌ର ଭାକ୍‌ସିନ୍‌ ଲେଖିବା ପାଇଁ ଡାକ୍ତର ଓ ହସ୍ପିଟାଲ...

ବିପଦକୁ ଅବହେଳାରୁ ବିପତ୍ତି

ବିପଦକୁ ଅବହେଳାରୁ ବିପତ୍ତି

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

‘ତିତ୍‌ଲି’ ଭଳି ବାତ୍ୟାରେ, ଅମୃତସରରେ ରେଳଗାଡ଼ି ମାଡ଼ିଯିବା ଭଳି ଘଟଣାରେ ବା ଅନ୍ୟାନ୍ୟ ଘଟଣା ଦୁର୍ଘଟଣାରେ ହେଉଥିବା ଅକାଳ ମୃତ୍ୟୁଜନିତ କ୍ଷୟକ୍ଷତିକୁ ଅନେକ ମାତ୍ରାରେ କମ୍‌ କରାଯାଇପାରିଥାନ୍ତା ବା ସମ୍ପୂର୍ଣ୍ଣ ଭାବେ ଏଡାଯାଇ ପାରିଥାନ୍ତା, ଯଦି ସମ୍ଭାବ୍ୟ ‘ବିପଦ’କୁ ବ୍ୟକ୍ତିଗତ, ସାମୂହିକ ଓ ସରକାରୀ ସ୍ତରରେ ସଜ୍ଞାନରେ ରଖାଯାଇଥାନ୍ତା। ଏପରି ହୋଇଥିଲେ ତିତ୍‌ଲି ଓ ଅମୃତସରରେ ଜଣଙ୍କର ବି ମୃତ୍ୟୁ ହୋଇ ନ ଥାନ୍ତା। ସମ୍ଭାବ୍ୟ ବିପଦକୁ ଅଣଦେଖା ହିଁ ଏକ ସାଧାରଣ ବିପଦକୁ ଅସାଧାରଣ ବିପର୍ଯ୍ୟୟରେ ପରିଣତ କରିଦିଏ। ତିତ୍‌ଲିି ଓ ଅମୃତସର ଦୁର୍ଘଟଣା ତାହାର ସଦ୍ୟତମ ଉଦାହରଣ। ପ୍ରଥମେ ତିତ୍‌ଲିର ଉଦାହରଣ ନେବା। ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ। ...

ଗଣମାନସର କବି

ଗଣମାନସର କବି

ଡ. ସିଦ୍ଧାର୍ଥ କାନୁନ୍‌ଗୋ

୧୮୮୨ ମସିହା କୁମାରପୂର୍ଣ୍ଣିମା ଦିନ ମାହାଙ୍ଗା ସନ୍ନିକଟ କୋଠପଦା ଗ୍ରାମର ଏକ  ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ଓଡ଼ିଆ ଗଣମାନସର କବି ବୈଷ୍ଣବ ପାଣି। ଦାରିଦ୍ର୍ୟ ହେତୁ ଚୁଲିମୁଣ୍ଡରେ ଏବଂ ବେଳେ ବେଳେ ଜୁଳୁଜୁଳିଆ ପୋକ ସାହାଯ୍ୟରେ ଏହି ଯୋଗଜନ୍ମା କବିଙ୍କୁ ବିଦ୍ୟାଧ୍ୟୟନ କରିବାକୁ ପଡ଼ିଛି। ଦାରିଦ୍ର୍ୟ ତାଙ୍କୁ ଉଚ୍ଚଶିକ୍ଷା ସୁଯୋଗ ଦେଇନାହିଁ। ଷଷ୍ଠଶ୍ରେଣୀରେ ତାଙ୍କ ବିଦ୍ୟାଶିକ୍ଷାର ହୋଇଛି ଆନୁଷ୍ଠାନିକ ପରିସମାପ୍ତି। ପରେ ମାସକୁ ୪ଟଙ୍କା ବେତନରେ ଦୁଇ ମାସ ପାଇଁ ମାଳୀହତା ଗ୍ରାମରେ ସେ ପ୍ରଥମେ ହେଲେ ଯାତ୍ରା ଓସ୍ତାଦ୍‌...

ଏଇ ଭାରତରେ

ଏଇ ଭାରତରେ

ଆଗକୁ ଦୀପାବଳି। ଏହା ହେଉଛି ଆଲୋକର ପର୍ବ। ଏହି ପର୍ବରେ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକ ଜଳାଇ ଏବଂ ବାଣ ଫୁଟାଯାଇ ଖୁସି ମନାଯାଏ। କିନ୍ତୁ ବିଭିନ୍ନ ପ୍ରକାର ବାଣ ଫୁଟିବା ଦ୍ୱାରା ବାୟୁ ପ୍ରଦୂଷଣ ହୁଏ। ଦୀପାବଳି ଋତୁରେ ପ୍ରଚୁର ବାଣ ଫୁଟାଇବା ଯୋଗୁ ଶବ୍ଦ ପ୍ରଦୂଷଣ ମଧ୍ୟ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ବାୟୁମଣ୍ଡଳରେ ସଲ୍‌ଫର ଡାଇଅକ୍ସାଇଡ୍‌, କାର୍ବନ ମନୋକ୍ସାଇଡ୍‌ ଏବଂ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ ...

 ସମ୍ପାଦକୀୟ/ ଅହମିକାର ଲଢ଼େଇ

ସମ୍ପାଦକୀୟ/ ଅହମିକାର ଲଢ଼େଇ

ଭାରତରେ ନିରପେକ୍ଷ ତଦନ୍ତ ପ୍ରସଙ୍ଗ ଉଠିଲେ ଲୋକେ ଟିକେ କଥାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାମ ଉଠାଇଥାଆନ୍ତି। ଏହାର ଅର୍ଥ ହେଲା ସିବିଆଇ ଏକ ଭରସାଯୋଗ୍ୟ ସଂସ୍ଥା ବୋଲି ଧରାଯାଇଥାଏ। କିନ୍ତୁ ବିଗତ କିଛିବର୍ଷ ହେବ ଏହାର କାର୍ଯ୍ୟକଳାପ ...

ଦାୟିତ୍ୱବୋଧର ବିସର୍ଜନ

ଦାୟିତ୍ୱବୋଧର ବିସର୍ଜନ

ସହଦେବ ସାହୁ

ନିର୍ବାଚନ କ’ଣ ଦାୟିତ୍ୱବୋଧର ଜଳାଞ୍ଜଳି ପର୍ବ? ଦଳ ଲୁଟ୍‌ କରୁଥିବାବେଳେ ଦଳର ସଭ୍ୟ ହିସାବରେ ବ୍ୟକ୍ତିର ଦାୟିତ୍ୱ ବଢ଼ିଯିବା କଥା। କିନ୍ତୁ ଦଳ ତିଷ୍ଠିଲେ ସେମାନେ ଲାଭାନ୍ବିତ ହେବେ ଭାବି ଦଳର ଲୋକେ ତ ଦାୟିତ୍ୱବୋଧ ହରାନ୍ତି, ଭୋଟରମାନଙ୍କ ଦାୟିତ୍ୱବୋଧକୁ ବି ଜଳାଞ୍ଜଳି ଦିଅନ୍ତି। ସାଧାରଣ ନାଗରିକ ବୁଝୁ ନ ବୁଝୁ, ଆମେ ବୁଦ୍ଧିଜୀବୀମାନେ ଚୁପ୍‌ ରହି ଶାସକ ଦଳକୁ ଏ ଦିଗରେ ଉତ୍ସାହିତ କରୁଛୁ, ଭବିଷ୍ୟତ ପିଢିକୁ ଧ୍ୱଂସମୁହାଁ କରୁଛୁ। ଚୁପ୍‌ ରହିବା ଯେ ସମର୍ଥନ (ପିଙ୍ଗଳ ସଂହିତାର ଭାଷାରେ ‘ଆବେଟ୍‌’) କରିବା ଆମେ ତାହା ...

ସାମ୍ୟବାଦୀ ଚିନ୍ତାନାୟକ

ସାମ୍ୟବାଦୀ ଚିନ୍ତାନାୟକ


ବିଜୟ କୁମାର ପଢ଼ିହାରୀ

ଓଡ଼ିଶାର ରାଜନୈତିକ ଇତିହାସକୁ ପର୍ଯ୍ୟାଲୋଚନା କଲେ ଦୃଷ୍ଟିଗୋଚର ହୁଅନ୍ତି ତିନିଜଣ ମହାମନୀଷୀ- ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜନନେତା ଭଗବତୀ ଚରଣ ପାଣିଗ୍ରାହୀ। ପ୍ରତ୍ୟେକେ ଓଡ଼ିଶାର ଇତିହାସରେ ଜଣେ ଜଣେ ଯୁଗସ୍ରଷ୍ଟା। ଭାଷାଭିତ୍ତିକ ପ୍ରଦେଶ ନିର୍ମାଣ ପାଇଁ ସ୍ବତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ଜନନାୟକ ମଧୁବାବୁ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ଓଡ଼ିଆ ସ୍ବାଭିମାନ ଜାଗ୍ରତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ। ସେହିପରି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଜାତୀୟତାର ମହାମନ୍ତ୍ରରେ ଦୀକ୍ଷିତ କରି ସ୍ବାଧୀନତା ସଂଗ୍ରାମର ଜାତୀୟ ସ୍ରୋତରେ ସାମିଲ କରିଥିଲେ। ସେ ଥିଲେ ଜାତୀୟତାବାଦୀ ଚେତନା ଓ ଜାତୀୟତାବାଦୀ ସାହିତ୍ୟର ପ୍ରମୁଖ ଉଦ୍‌ଗାତା।...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେବଳେ ଆସେ। କୌଣସି କାର୍ଯ୍ୟ କରିବାକୁ ହେଲେ ଆନ୍ତରିକ ନିଷ୍ଠା ଏକାନ୍ତ ଆବଶ୍ୟକ। ସମର୍ଥ ବ୍ୟକ୍ତିମାନେ ଯେଉଁ କାମ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେଭଳି କାର୍ଯ୍ୟକୁ ଭିନ୍ନକ୍ଷମ ବ୍ୟକ୍ତିମାନେ ବି ବେଳେବେଳେ ଅନାୟାସରେ କରିଥାଆନ୍ତି। ସେଭଳି ଜଣେ ତରୁଣୀ ହେଉଛନ୍ତି ହରିୟାଣାର ନିଷ୍ଠା ଡୁଡେଜା। ସଫଳତା ବାଟରେ ଅକ୍ଷମତା କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ ବୋଲି...

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...