ସମ୍ପାଦକୀୟ |

କଳାର କିମ୍ବଦନ୍ତୀ

କଳାର କିମ୍ବଦନ୍ତୀ

ଡ. ଉଦ୍ଧବ ଚରଣ ନାୟକ
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ହେଉଛନ୍ତି ଓଡ଼ିଶା ସାଂସ୍କୃତିକ ଜଗତର ବିସ୍ମୟ ପୁରୁଷ। ବହୁମୁଖୀ ପ୍ରତିଭାର ଅଧିକାରୀ। ସାଧାରଣରେ ସେ ଥିଲେ ‘କାଳୀବାବୁ’ ନାମରେ ପରିଚିତ। ପ୍ରଚଣ୍ଡ ସ୍ବାଭିମାନୀ। ପୁରୀର ତତ୍କାଳୀନ ଗଜପତି ରାଜା ରାମଚନ୍ଦ୍ର ଦେବଙ୍କର ସେ ଥିଲେ ସଭାକବି ଓ ସଭାଗାୟକ। ତାଙ୍କ ଅସାଧାରଣ ସାହିତ୍ୟ ଜ୍ଞାନ ଓ ସାଧନାର ସିଦ୍ଧି ସ୍ବରୂପ ରାମଚନ୍ଦ୍ର ଦେବ କାଳୀବାବୁଙ୍କୁ ୧୯୨୬ ମସିହା ସୁନିଆଁ ତିଥିରେ କବିଚନ୍ଦ୍ର ଉପାଧିରେ ଭୂଷିତ କରିଥିଲେ। ସେହିଦିନଠାରୁ କାଳୀବାବୁ କବିଚନ୍ଦ୍ର ଭାବେ ହେଲେ ପରିଚିତ। ୧୯୪୧ ମସିହାରେ ଉତ୍କଳ ସାହିତ୍ୟ ସମାଜ କାଳୀବାବୁଙ୍କୁ ‘ନାଟ୍ୟାଚାର୍ଯ୍ୟ’ ଉପାଧିରେ ଭୂଷିତ କରିଥିଲେ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସେ ‘ରତ୍ନ ସଦସ୍ୟ’ ଭାବରେ ମନୋନୀତ ହୋଇଥିଲେ। ବହୁ ବିଳମ୍ବରେ ୧୯୭୪ ମସିହାରେ ତାଙ୍କୁ କେନ୍ଦ୍ର ସରକାର ‘ପଦ୍ମଶ୍ରୀ’ ଉପାଧି ପ୍ରଦାନ କରିଥିବାରୁ କାଳୀବାବୁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ‘ପଦ୍ମଶ୍ରୀ’ ଉପାଧି ପ୍ରତ୍ୟାଖ୍ୟାନ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ତହିଁ ପରବର୍ଷ ୧୯୭୫ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରିଥିଲେ। କାଳୀବାବୁ ଏହାକୁ ସାଦରେ ଗ୍ରହଣ କରିଥିଲେ। କାଳୀବାବୁ ଏକାଧାରରେ ଥିଲେ ଜଣେ ସାହିତି୍ୟକ, ନାଟ୍ୟକାର, ଅଭିନେତା, ଗୀତିକାର, ମଞ୍ଚ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଶିଶୁସାହିତ୍ୟ ଲେଖକ ଓ ଓଡ଼ିଶୀ ନୃତ୍ୟ ସଙ୍ଗୀତର ବିଶିଷ୍ଟ ଗବେଷକ। କାଳୀବାବୁ ଜୀବନକାଳ ମଧ୍ୟରେ ରଚନା କରିଥିଲେ ୧୩୭ ଖଣ୍ଡ ପୁସ୍ତକ। ତନ୍ମଧ୍ୟରୁ ୩୮ ଖଣ୍ଡ ନାଟକ। ତାଙ୍କ ନାଟକସମୂହ ପୌରାଣିକ, ଐତିହାସିକ, ସାମାଜିକ ଓ ଜୀବନୀମୂଳକ ତଥ୍ୟ ଉପରେ ରଚିତ। ଚକ୍ରୀ, ଦଶଭୁଜା, ଅଭିଯାନ, ଜୟଦେବ, ଅତିବଡ଼ୀ ଜଗନ୍ନାଥ ଦାସ, ଭାତ, ରକ୍ତମାଟି, ଫଟା ଭୂଇଁ, ପରିବର୍ତ୍ତନ, ଚୁମ୍ବନ, ବେକାର ଓ ଗାର୍ଲସ୍‌ ସ୍କୁଲ ଆଦି ଅତ୍ୟନ୍ତ ଉଚ୍ଚକୋଟୀର ନାଟକ ଭାବେ ଆଦୃତ। ନାଟକ ବ୍ୟତୀତ ସେ ରଚନା କରିଯାଇଛନ୍ତି ଅନେକ ଏକାଙ୍କିକା, କବିତା, ଦାସକାଠିଆ, ସଙ୍ଗୀତ, ଭଜନ, ଜଣାଣ, ଶିଶୁ ସାହିତ୍ୟ, ଗଳ୍ପ ଓ ଉପନ୍ୟାସ ପୁସ୍ତକ। ତାଙ୍କର ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ କୃତି ହେଲା, ଇଂଲିଶ ଭାଷାରେ ରଚିତ ଓଡ଼ିଶୀ ମ୍ୟୁଜିକ୍‌ ଓ ଓଡ଼ିଶୀ ଡ୍ୟାନ୍ସ ଏବଂ ଓଡ଼ିଆ ଭାଷାରେ ମଞ୍ଚଧାରା ନାମରେ ନାଟକ ସମ୍ପର୍କୀୟ ଏକ ଗବେଷଣା ତଥା ବିଶ୍ଳେଷଣାତ୍ମକ ପୁସ୍ତକ। ‘କୁମ୍ଭାରଚକ’ ହେଉଛି ତାଙ୍କ ଆତ୍ମଜୀବନୀ ପୁସ୍ତକ। ମଞ୍ଚ ନାଟକ ଅଭିନୟ କ୍ଷେତ୍ରରେ କାଳୀବାବୁଙ୍କ ଦାନ ଅବିସ୍ମରଣୀୟ। ୧୯୩୯ ମସିହାରେ ସେ ପ୍ରତିଷ୍ଠା କରିଥିଲେ ଓଡ଼ିଶା ଥିଏଟର୍ସ ନାମରେ ଏକ ନାଟ୍ୟ ଅନୁଷ୍ଠାନ। ତାଙ୍କର ପ୍ରଥମ ସାମାଜିକ ନାଟକ ‘ଗାର୍ଲସ୍‌ ସ୍କୁଲ’ ଏହି ଅନୁଷ୍ଠାନ ଦ୍ୱାରା ଅଭିନୀତ ହୋଇ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ମଞ୍ଚରେ କାଳୀବାବୁ ପ୍ରଥମେ ନାରୀମାନଙ୍କ ଦ୍ୱାରା ନାରୀ ଚରିତ୍ରର ଅଭିନୟ ଆରମ୍ଭ କରିଥିଲେ। ୧୯୪୯ ମସିହାରେ ଓଡ଼ିଶା ଥିଏଟର୍ସ ଭାଙ୍ଗିଗଲା। ଫଳରେ ସେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଲେ। ୧୯୫୯ ମସିହାର କଥା- ମାର୍ଚ୍ଚ ୬ ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନଠାରେ ଶାସ୍ତ୍ରୀୟ ନୃତ୍ୟ ସମାରୋହ ଅନୁଷ୍ଠିତ ହେଲା। ଏଥିରେ ଦେଶ ବିଦେଶର ବହୁ ବିଶିଷ୍ଟ ନୃତ୍ୟସଙ୍ଗୀତ ବିଶାରଦ ଯୋଗଦାନ କଲେ। ସେତେବେଳକୁ କଥକ, କଥାକଳୀ, ଭାରତନାଟ୍ୟମ୍‌ ଓ ମଣିପୁରୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥାଏ। ଓଡ଼ିଶୀ ନୃତ୍ୟକୁ ସେତେ ଗୁରୁତ୍ୱ ଦିଆଯାଇ ନ ଥିଲା। ଏଥିପାଇଁ ଓଡ଼ିଶାରୁ ବହୁ ଉଦ୍ୟମ ଜାରି ରହିଥାଏ। ଏହି ସମାରୋହକୁ କାଳୀବାବୁ ଯାଇଥାଆନ୍ତି ତାଙ୍କ ଓଡ଼ିଶୀ ନୃତ୍ୟ ଦଳ ସହ। ଓଡ଼ିଶୀ ନୃତ୍ୟ ପରିବେଷଣ ପାଇଁ ସେ ଚାତକ ପରି ଚାହିଁ ବସିଥାନ୍ତି। ତାଙ୍କୁ ଏ କ୍ଷେତ୍ରରେ ଆନ୍ତର୍ଜାତିକ ନୃତ୍ୟ ବିଦ୍ୱାନ୍‌ ଚାର୍ଲସ୍‌ ଫ୍ୟାଜି, ଇନ୍ଦ୍ରାଣୀ ରହମନ, ତତ୍କାଳୀନ ଲୋକ ସଭା ସଦସ୍ୟ ପଦ୍ମଚରଣ ସାମନ୍ତସିଂହାର ଓ ବାରିଷ୍ଟର ରଘୁମଣି ପଟ୍ଟନାୟକ ସହାୟତା କରୁଥାଆନ୍ତି। କାଳୀବାବୁଙ୍କ ଦଳକୁ ନୃତ୍ୟ ପରିବେଷଣ ପାଇଁ ମିଳିଲା ମାତ୍ର ଅଧଘଣ୍ଟାଏ ସମୟ। କୁମାରୀ ଜୟନ୍ତୀ ନନ୍ଦୀ ପରିବେଷଣ କଲେ ଓଡ଼ିଶୀ ନୃତ୍ୟ। ନୃତ୍ୟ ମଝିରେ କାଳୀବାବୁ ନୃତ୍ୟର ଶାସ୍ତ୍ରୀୟ ତତ୍ତ୍ୱକୁ ବିଶ୍ଳେଷଣ କରୁଥାଆନ୍ତି ଇଂଲିଶ ଭାଷାରେ। ଘନଘନ କରତାଳି ମାଡ଼ରେ ବିଜ୍ଞାନ ଭବନ ପ୍ରକମ୍ପିତ ହୋଇଉଠୁଥାଏ। ଅଧଘଣ୍ଟାଏ ସ୍ଥାନରେ ଓଡ଼ିଶୀ ନୃତ୍ୟ ପରିବେଷିତ ହେଲା ଦୀର୍ଘ ୩ ଘଣ୍ଟା ୩୫ ମିନିଟ୍‌। ପରଦିନ ପାର୍ଲାମେଣ୍ଟ ଭବନରେ ଅନୁଷ୍ଠିତ ହେଲା ଆନ୍ତର୍ଜାତିକ ସାମ୍ବାଦିକ ସମ୍ମିଳନୀ। ଏହି ଅବସରରେ ସାରେ ପୁଣି ପରିବେଷିତ ହେଲା ଓଡ଼ିଶୀ ନୃତ୍ୟ। ଏଠାରେ କେନ୍ଦ୍ରର ତତ୍କାଳୀନ ଶିକ୍ଷାମନ୍ତ୍ରୀ ପ୍ରଫେସର ହୁମାୟନ କବୀର ଫୁଲତୋଡା, ଉତ୍ତରୀୟ ଓ ମାନପତ୍ର ଦେଇ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ ସହ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତାକୁ ସ୍ବୀକାର କଲେ। ଏହା ହିଁ କାଳୀଚରଣଙ୍କର ହେଉଛି ଏ ଜାତିକୁ ପରମ ଓ ଚରମ ଅବଦାନ। ଏହି ଯୋଗଜନ୍ମା ପ୍ରବାଦପୁରୁଷ ୧୮୯୭ ଡିସେମ୍ବର ୨୩ ଗୁରୁବାର କଟକ ଜିଲା ବଡମ୍ବାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ନିମାଇଁ ଚରଣ ପଟ୍ଟନାୟକ ଓ ମାତାଙ୍କ ନାମ ରାଧାମାଳୀ ଦେବୀ। ସେ ଇହଲୀଳା ସାଙ୍ଗ କରିିଥିଲେ ୧୯୭୮ ଜୁଲାଇ ୧୪ ତାରିଖ ଦିନ ଘ୧୦.୪୫ ମିନିଟ୍‌ରେ। ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରେଷ୍ଠ ସମ୍ମାନ ଚାଦର ନିଯୋଗ (ଚଉରୀ ଖଟଣି) ଅଧିକାର ପାଇଥିବାରୁ ତାଙ୍କ ମରଶରୀରରେ ଶ୍ରୀଜଗନ୍ନାଥଙ୍କ ରୋଷଘରୁ ଅଗ୍ନି ଆସି ସ୍ପର୍ଶ ହେବା ପରେ ତାଙ୍କ ମୃତଦେହ ସତ୍କାର ହୋଇଥିଲା। ସେ ମରି ଆଜି ଅମର। ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଗଲେ କାଳୀବାବୁଙ୍କୁ ମିଳନ୍ତା ପ୍ରକୃତ ସମ୍ମାନ।
(କବିଚନ୍ଦ୍ର କାଳୀଚରଣଙ୍କ ଜୟନ୍ତୀ ଉପଲକ୍ଷେ)
ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ, ଭୁବନେଶ୍ୱର, ମୋ-୯୪୩୮୨୯୯୧୭୪

All Right Reserved By

ସମ୍ପାଦକୀୟ |

ନିଷ୍ଫଳ ଅନାସ୍ଥା

ନିଷ୍ଫଳ ଅନାସ୍ଥା

ଆକାର ପଟେଲ ମୋଦିଙ୍କ ବିରୋଧରେ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ ଓ ବିପକ୍ଷରେ ୩୨୫ଟି ଭୋଟ ପଡ଼ିବା ବାସ୍ତବରେ ବିରୋଧୀ ଦଳଗୁଡ଼ିକ ପ୍ରତି ଅନାସ୍ଥା ପ୍ରକଟ କରୁଛି। ଏହି ସଂଖ୍ୟାକୁ ଦେଖିଲେ ଏ ଅନାସ୍ଥା ପ୍ରସ୍ତାବରୁ ବିରୋଧୀଙ୍କୁ କି ଲାଭ ମିଳିଲା ଓ ପ୍ରସଙ୍ଗ କୁଆଡ଼କୁ ଗଲା କିଛି ସ୍ପଷ୍ଟ ହେଉ ନାହିଁ। ଭୋଟ୍‌ର ଫଳାଫଳକୁ ଦେଖି ବାସ୍ତବରେ କେହି ବିସ୍ମିତ ନୁହନ୍ତି। କେବଳ ଶିବସେନାର କାର୍ଯ୍ୟ ବ୍ୟତୀତ (ଏହାର ଉଦ୍ଦେଶ୍ୟ କ’ଣ ପରେ ଆମେ ଆଲୋଚନା କରିବା) ଗୃହରେ ଏପରି କିଛି ଘଟଣା ଘଟିଲା ...

ପର୍ବତ ଗୁମ୍ଫାରେ ସତର ଦିନ

ପର୍ବତ ଗୁମ୍ଫାରେ ସତର ଦିନ

ପ୍ରକାଶ ତ୍ରିପାଠୀ ସମ୍ପ୍ରତି ଥାଇଲାଣ୍ଡର ପ୍ରଖ୍ୟାତ କାର୍ଟୁନିଷ୍ଟ ସିସିଡିଆଙ୍କର ଗୋଟିଏ କାର୍ଟୁନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଦେଖାଯାଇଛି, ୧୨ଟି ବଣୁଆ ବାର୍‌ହା ଛୁଆ, ଗୋଟିଏ ବଡ଼ ବାର୍‌ହା ଓ କିଛି ଅନ୍ୟ ଜୀବଜନ୍ତୁ ଏକ ଜଳଭର୍ତ୍ତି ଅଣଓସାରିଆ ସୁଡ଼ଙ୍ଗ ବାଟ ଦେଇ ପହଁରି ପହଁରି ଯାଉଛନ୍ତି। ସୂଚନାଯୋଗ୍ୟ ଯେ, କାର୍ଟୁନିଷ୍ଟ ସିସିଡିଆ ଏହି କାର୍ଟୁନ ମାଧ୍ୟମରେ ଥାଇଲାଣ୍ଡର ଥାମ୍‌ ଲୁଆଙ୍ଗ ପର୍ବତ ଗୁମ୍ଫାରେ ୧୭ଦିନ ଧରି ଫସି ରହିଥିବା ଥାଇଲାଣ୍ଡର ଏକ ଜୁନିୟର ଫୁଟବଲ ଟିମ୍‌ (ଓ୍ବାଇଲ୍‌ଡ ବୋର୍ସ)ର ୧୨ଜଣ ସ୍କୁଲ ...

ସେଲିବ୍ରିଟି ଉଦ୍ୟୋଗୀ

ସେଲିବ୍ରିଟି ଉଦ୍ୟୋଗୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ସମୟ ବଦଳିବା ସହ ଯୁବପିଢ଼ିର ରୁଚିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପ୍ରଗତିଶୀଳ ଚିନ୍ତାଧାରା ପୋଷଣ କରୁଥିବା କେତେକ ଯୁବତୀଯୁବକ ଚାକିରି ଅପେକ୍ଷା ଉଦ୍ୟୋଗୀ ହେବାକୁ ପସନ୍ଦ କରୁଛନ୍ତି ଓ ସ୍ଥଳବିଶେଷରେ ସଫଳ ହେଉଛନ୍ତି। ପୂର୍ବରୁ ନିର୍ଦ୍ଦିଷ୍ଟ କେତୋଟି କ୍ଷେତ୍ର ଉପରେ ଆଧାରିତ ବ୍ୟବସାୟିକ ଚିନ୍ତାଧାରା ନେଇ ଜଣେ ଉଦ୍ୟୋଗୀ ହେଉଥିଲେ। ଏବେ ଏହାର ପରିସର ...

ଏଇ ଭାରତରେ

ଏଇ ଭାରତରେ

ସ୍କୁଲ୍‌ଛାତ୍ରଙ୍କୁ ସର୍ବସମ୍ମୁଖରେ ଅପମାନଜନକ ଦଣ୍ଡଦେବା ଭଳି ଘଟଣା ଜଣେ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଫଳ ସ୍ବରୂପ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପୁଣେସ୍ଥିତ ବିଶ୍ରାନ୍ତଓ୍ବାଡି ପୁଣେ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ରେ ଜୁଲାଇ ୧୭ରେ ଏପରି ଏକ ଘଟଣା ଘଟିଛି। ଆର୍ଯ୍ୟନ୍‌ ଅମିତ୍‌ ଓ୍ବଘ୍‌ମେୟାର ନାମକ ୧୦ବର୍ଷର ବାଳକ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ଶିକ୍ଷକ ଶ୍ୱେତ ଗୁପ୍ତା ଛାତ୍ରମାନଙ୍କ ସମ୍ମୁଖରେ ତାଙ୍କୁ ଦଣ୍ଡଦେଇଥିଲେ। ଛାତ୍ରର ମା’ ଅଦିତିଙ୍କ କହିବାନୁଯାୟୀ, ଶିକ୍ଷକ ଜଣକ ଗୋଟିଏ କଇଁଚି ଧରି ଆର୍ଯ୍ୟନ୍‌ଙ୍କ ମୁଣ୍ଡବାଳ ସମ୍ମୁଖ ଭାଗରୁ କା...

ଅସହଯୋଗର ଦୁଃଖ

ଅସହଯୋଗର ଦୁଃଖ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦେଶର ସର୍ବୋଚ୍ଚ ଖାଉଟି ସମବାୟ ସଂସ୍ଥା ବୋର୍ଡ ଅଫ୍‌ ନ୍ୟାଶ୍‌ନାଲ କୋଅପରେଟିଭ୍ସ କଞ୍ଜ୍ୟୁମର୍ସ ଫେଡ଼େରେଶନ୍‌ (ଏନ୍‌ସିସିଏଫ୍‌ ବୋର୍ଡ)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ ନିଯୁକ୍ତି ଦେବା କାହାର ଅଧିକାରଭୁକ୍ତ ଏ ନେଇ ଉକ୍ତ ସଂସ୍ଥା ଏବଂ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି। ମନ୍ତ୍ରଣାଳୟ ଜଣେ ଯୁଗ୍ମ ସଚିବ ଅନିଲ ବହୁଗୁଣାଙ୍କୁ ଏମ୍‌ଡି ଭାବେ ନିଯୁକ୍ତି ଦେବାବେଳେ ଏହି ମତଭେଦ ପଦାକୁ ଆସିଛି। ବିଶିଷ୍ଟ ସମବାୟ ନେତା ତଥା ପୂର୍ବତନ ବିଧାୟକ ବିଜେନ୍ଦର ...

ଗୁଜବର ବ୍ୟାପକତା

ଗୁଜବର ବ୍ୟାପକତା

ଶିବରାମ ଶତପଥୀ ପ୍ରାୟ ଷାଠିଏ ବର୍ଷ ପୂର୍ବର କଥା। ଲୋକେ ପଦବ୍ରଜରେ ଯିବା ଆସିବା କରୁଥିଲେ। ଦିନେ ମୁଁ ପଦିଆ ମାମୁଙ୍କୁ ପଚାରିଲି- ତୁମେ ପରା ଆଜି ଅମୁକ ଗାଁକୁ ଯିବାର ଥିଲା, ଯାଉନ। ସେ କହିଲେ ଖଙ୍ଗାର ମାତିଛି ପରା, ଏକୁଟିଆ କେମିତି ଯିବି? ପିଲାଙ୍କୁ ତାଗିଦ କରାଯାଉଥିଲା, ଏକା ଏକା ଦେଖିଲେ ପିଲାଙ୍କୁ ଖଙ୍ଗାର ବସ୍ତାରେ ପୂରାଇ ନେଇଯିବ। ଅମୁକଠାରେ ପୋଲ ତିଆରି ହେଉଛି ତ, ତା ନିଅଁରେ ପକାଇବା ପାଇଁ ପିଲାଙ୍କୁ ଧରି ନିଆଯାଉଛି। ପୋଲର ସ୍ଥାୟିତ୍ୱ ପାଇଁ ନରବଳି ଆବଶ୍ୟକ। ଏହା ଅବଶ୍ୟ ଏକ ଅନ୍ଧବିଶ୍ୱାସ।...

ଭକ୍ତ ଓ ଭଗବାନଙ୍କ ମହାମିଳନ

ଭକ୍ତ ଓ ଭଗବାନଙ୍କ ମହାମିଳନ

ବିମଳ ପ୍ରସନ୍ନ ଦାସ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗେ ଯୁଗେ ଅନୁପମ ଓ ଅଲୌକିକ। ସେଥିପାଇଁ ଦାସିଆ ବାଉରିଙ୍କ ଅଧିକାର ଓ ଅଭିମାନ ଯୁଗ ଯୁଗକୁ ଅତୁଟ ରହିଛି ଓ ରହିଥିବ। କାରଣ ଲୀଳାମୟ, କାଳିଆ ସାଆନ୍ତ, ମହାବାହୁ ରାଜାଧିରାଜ ମଣିଷର ଠାକୁର। ଭକ୍ତର ଭାବରେ ବନ୍ଧା। ତା’ର ଜୀବନ ଧନ-ଅନ୍ଧ ଲଉଡି। କେତେ ବିଶ୍ୱାସ ଓ ନିର୍ଭରତା ଭକ୍ତର। ସାମାନ୍ୟ ଭରତିଆ ପକ୍ଷୀଟିର ଉଦାହରଣ ଯଥେଷ୍ଟ। କୁରୁକ୍ଷେତ୍ର ଯୁଦ୍ଧ ପ୍ରାରମ୍ଭରେ ପକ୍ଷୀଟି ବ୍ୟାକୁଳ ପ୍ରାର୍ଥନା କରିଛି ତା’ର ଅଣ୍ଡା ଦୁଇଟିକୁ ରକ୍ଷା କରିବାକୁ। ଭକ୍ତ ବଳରାମଙ୍କ କାଳଜ...

ଏଇ ଭାରତରେ

ଏଇ ଭାରତରେ

ନୀଚକୁଳରେ ଜନ୍ମ ହୋଇଥିବାରୁ ଜଣେ ମହିଳାଙ୍କ ହାତରନ୍ଧା ଖାଇବାକୁ କେତେକେ ନାକ ଟେକିଛନ୍ତି। ପରିଣାମ ସ୍ବରୂପ ଉକ୍ତ ମହିଳାଙ୍କୁ ସ୍କୁଲ୍‌ରୁ ହଟାଇ ଦେବାପାଇଁ ଉଚ୍ଚଜାତିର ଲୋକମାନେ ଦାବି ଉଠାଇଥିଲେ। ତାମିଲନାଡୁର ଏକ ସ୍କୁଲ୍‌ରେ ମଧ୍ୟାହ୍ନଭୋଜନ ରୋଷେଇ କରିବାରୁ ଉକ୍ତ ଦଳିତ ମହିଳାଙ୍କୁ ବଞ୍ଚତ୍ତ କରାଯାଇଛି। ତିରୁପୁର ଜିଲାର ଓକାମ୍‌ପଲାୟମ୍‌ ଗାଅଁାରେ ପି. ପାପଲ୍‌ ନାମ୍ନୀ ଏହି ମହିଳା ଗତ ୨ବର୍ଷ ହେଲା ମଧ୍ୟାହ୍ନଭୋଜନ ପାଚିକା ଭାବରେ ନିଯୁକ୍ତି ପାଇଥିଲେ। ସପ୍ତାହକ ତଳେ ନିଜ ଅନୁରୋଧ କ୍ରମେ ...

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଗତମାସରେ ବୀମା ନିୟାମକ ଓ ଉନ୍ନୟନ କର୍ତ୍ତୃପକ୍ଷ (ଆଇଆର୍‌ଡିଏ)ଠାରୁ ଅନୁମତି ପାଇବା ପରେ ଜୀବନବୀମା ନିଗମ (ଏଲ୍‌ଆଇସି) ବୋର୍ଡ କ୍ଷତିରେ ଚାଲୁଥିବା ଆଇଡିବିଆଇ ବ୍ୟାଙ୍କରେ ନିଜର ଅଂଶଧନ ୫୧ ପ୍ରତିଶତକୁ ବୃଦ୍ଧି କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଆଉ କେତେଟା ପ୍ରକ୍ରିୟା ଶେଷହେବା ପରେ ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଲ୍‌ଆଇସିର ଅଧୀନ ହୋଇଯିବ। ଆଇଡିବିଆଇ ବ୍ୟାଙ୍କରେ ଜୀବନବୀମା ନିଗମର ବର୍ତ୍ତମାନ ୭.୯୮ ପ୍ରତିଶତ ଅଂଶଧନ ରହିଛି, ଯାହା ମାର୍ଚ୍ଚ ୨୦୧୮ ସୁଦ୍ଧା ୧୦.୮୨ ପ୍ରତିଶତ ଥିଲା। ରୁଗ୍ଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁସ୍ଥ କରିତୋଳିବା ଦୀର୍ଘଦିନ ହେଲା ସରକାରଙ୍କର ଏକ ନୀତି ...

 ସଙ୍କଟରେ ଭବିଷ୍ୟତ

ସଙ୍କଟରେ ଭବିଷ୍ୟତ

ଉପେନ୍ଦ୍ର ବିଶ୍ୱାଳ ପାଗଳପ୍ରାୟ ଘୂରି ବୁଲୁଥାନ୍ତି ମହାମାନ୍ୟ ମଦନମୋହନ ମାଲବ୍ୟ। ନିଶା ଘାରିଥାଏ ବନାରସରେ ବିଶ୍ୱସ୍ତରୀୟ ହିନ୍ଦୁ ବିଶ୍ୱବିଦ୍ୟାଳୟଟିଏ ପ୍ରତିଷ୍ଠା କରିବାକୁ। ହାତ ପତଉଥାନ୍ତି ସମସ୍ତଙ୍କୁ। ଏପରିକି ମୃତଦେହ ଶୋଭାଯାତ୍ରାରେ ଫିଙ୍ଗାଯାଉଥିବା ପଇସା କଉଡ଼ିକୁ ମଧ୍ୟ ସାଉଁଟି ରଖୁଥାନ୍ତି। ବଡ଼ ଆଶା ନେଇ ପହଞ୍ଚତ୍ଲେ ଦିନେ ଘନଶ୍ୟାମ ଦାସ ବିର୍ଲାଙ୍କ ବାସଭବନରେ। ବୈଠକଖାନାରେ ଟିକିଏ ବସିବାକୁ କହି ଠାକୁର ପୂଜା ପାଇଁ ଗଲେ ସେ। ଦୀପଟି ଜଳାଇଲାବେଳେ ପ୍ରଥମ ପରେ ଦ୍ୱିତୀୟ ଦିଆସିଲିକାଠିଟି ଲିଭିଗଲା। ତୃତୀୟ କାଠିଟି ବି ଲିଭିଗଲା ସାମାନ୍ୟ ଅସାବଧାନତାବଶତଃ। ଗର୍ଜିଉଠି ବର୍ଷିଗଲେ ପୂଜକ ଉପରେ। ଆଚମ୍ବିତ ହେଲେ ...

ପ୍ରାଣବନ୍ତ, ପ୍ରଣବସ୍ବରୂପ

ପ୍ରାଣବନ୍ତ, ପ୍ରଣବସ୍ବରୂପ

ଡା. ଅଂଶୁମାନ୍‌ କର ଗତ ସ୍ନାନପୂର୍ଣ୍ଣିମା ଦିନ ଗଜପତି ମହାରାଜ ପ୍ରଭୁ ଜଗନ୍ନାଥଙ୍କ ଆଳତି କରିବା ସମୟରେ ପ୍ରଭୁଙ୍କ ଶିରରୁ ଫୁଲମାଳ ଖସିବାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଆଜିର ସୋସିଆଲ ମିଡିଆ ଯୁଗରେ ଏହି ଘଟଣାର ଭୂରି ଭୂରି ପ୍ରଚାର ଓ ପ୍ରସାର ଚାଲିଛି। ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିରର ପ୍ରାଣବନ୍ତ ଅସ୍ତିତ୍ୱର ଏହା ଏକ ଦିବ୍ୟ ପ୍ରମାଣ ବୋଲି ଅନେକେ ମତ ବ୍ୟକ୍ତ କରୁଛନ୍ତି। କେତେଜଣ କହୁଛନ୍ତି, ଏହାଦ୍ୱାରା ପ୍ରଭୁ ନିଜ ପ୍ରତ୍ୟକ୍ଷ ଉପସ୍ଥିତିର ପ୍ରମାଣ ଦେଉଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ଜଣେ ନବଜାତ ଶିଶୁ କ୍ଷୀର ପାନ କରିବା ପରେ କୋମା ଅବସ୍ଥାରେ ଥିବା ତା’ ମା’ଙ୍କର ଚେତା ଫେରିଆସିଛି। ଏପରି ଏକ ଘଟଣା କେରଳରେ ଘଟିଛି। ବେଟିନା ନାମ୍ନୀ ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣି ଧୀରେ ଧୀରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜୁନ୍‌ ୧୪ରେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଶିଶୁଟି ସ୍ତନ୍ୟପାନ କରିବା ପରେ ମହିଳାଙ୍କର ସ୍ନାୟୁଗତ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିଥିଲା ବୋଲି ହସ୍ପିଟାଲ୍‌ର ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ର ମୁଖ୍ୟ ଡକ୍ଟର ଆର. ବିବେକ ପ୍ରକାଶ କରିଛନ୍ତି। ...

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ