ବାଣିଜ୍ୟ |

ସାପ୍ତାହିକ ସମୀକ୍ଷା: ରେକର୍ଡ ସ୍ତରରେ ପୁଞ୍ଜି ବଜାର

ସାପ୍ତାହିକ ସମୀକ୍ଷା: ରେକର୍ଡ ସ୍ତରରେ ପୁଞ୍ଜି ବଜାର


ବମ୍ବେ,୨୩-୧୨,(ପିଟି)- କ୍ରମାଗତ ଭାବରେ ତୃତୀୟ ସପ୍ତାହ ଲାଗି ବମ୍ବେ ଷ୍ଟକ ବଜାରରେ କାରବାର ଉନ୍ନତ ରହିଛି। ଉକ୍ତ ସମୟର ଷ୍ଟକ ବଜାର ରେକର୍ଡ ସ୍ତରରେ ରହିଛି। ଏହି ସମୟରେ ବମ୍ବେ ଷ୍ଟକ ବଜାର ୪୭୭.୩୩ ପଏଣ୍ଟ ବୃଦ୍ଧି ଘଟିବା ସହ ୩୩,୯୪୦.୩୦ ପଏଣ୍ଟରେ କାରବାର ବନ୍ଦ ହୋଇଥିଲା। ସେହିଭଳି ନିଫ୍ଟି ରେକର୍ଡ ସ୍ତରର କାରବାର କରିବାକୁ ସକ୍ଷମ ହୋଇଛି। ଊକ୍ତ ସମୟ ମଧ୍ୟରେ ନିଫ୍ଟି କାରବାର ୧୦,୪୯୩ ପଏଣ୍ଟରେ ବନ୍ଦ ହୋଇଛି। ଘରୋଇ ବଜାରର ଉନ୍ନତ ସ୍ଥିତି ଯୋଗୁ ବଜାରରେ ଏଭଳି ସ୍ଥିତି ଦେଖା ଯାଇଛି। ବିଶ୍ୱ ବଜାରର ସ୍ଥିତି ଯୋଗୁ ସପ୍ତାହର ପ୍ରଥମ ଦୁଇ ଦିନ ବିଶେଷ ଭାବେ କାରବାରରେ ଉନ୍ନତି ହୋଇ ନ ଥିବା ଦେଖା ଯାଇଥିଲା। ବ୍ୟାଙ୍କ ତଥା ଏନ୍‌ପିଏ ଉପରେ ଆର୍‌ବିଆଇର କାର୍ଯ୍ୟାନୁଷ୍ଠାନ ଆଶଙ୍କା ନିବେଶକଙ୍କ ଉପରେ ସାମାନ୍ୟ ଭାବେ ରହିଥିଲା ଯାହାର ପ୍ରତିଫଳନ ବଜାର ଉପରେ ପରିଲକ୍ଷିତ ହୋଇଥିଲା। ନିଫ୍ଟି ସର୍ବୋଚ୍ଚ ସ୍ତର ୧୦,୫୦୦ (ପ୍ୟାଗ୍‌ ଏଣ୍ଡ ଟ୍ରେଡ) ଛୁଇଁବାକୁ ସକ୍ଷମ ହୋଇଥିଲା। ସେନସେକ୍ସ ୩୩,୩୬୪.୫୨ ପଏଣ୍ଟରୁ କାରବାର ଆରମ୍ଭ କରି ସର୍ବୋଚ୍ଚ ସ୍ତର ୩୩,୯୬୪.୨୮ ପଏଣ୍ଟ ଛୁଇଁଥିଲା। ସେହିଭଳି ଏହାର ନିମ୍ନ ସ୍ତର ୩୨,୫୬୯.୬୩ ରହିଥିଲା। ଷ୍ଟକ ବଜାର କାରବାର ବନ୍ଦ ବେଳକୁ ଏହା ନୂତନ ରେକର୍ଡ ୩୩,୯୪୦.୩୦ ପଏଣ୍ଟ (୪୭୭.୩୩ ପଏଣ୍ଟ ବୃଦ୍ଧି ସହ),ସହ ୧.୪୩ % ବୃଦ୍ଧି ହୋଇଛି। ସେହିଭଳି ନିଫ୍ଟି କଥା ବିଚାରକୁ ନେଲେ ଏହା ସାପ୍ତାହିକ ବ୍ୟବଧାନରେ ୧୦,୨୬୩.୧୦ ପଏଣ୍ଟରୁ କାରବାର ଆରମ୍ଭ କରି ୧୦,୫୦୧.୧୦ ପଏଣ୍ଟ କାରବାର ଛୁଇଁଥିଲା। ଏହା ନିମ୍ନ ୧୦,୪୯୩.୦୦ ପଏଣ୍ଟକୁ ହ୍ରାସ ଘଟି ସାପ୍ତାହିକ ନୂଆ ରେକର୍ଡ ୧୦,୪୯୩.୦୦ ପଏଣ୍ଟରେ କାରବାର ବନ୍ଦ ହୋଇଥିଲା। ଏଥିରେ ୧୫୯.୭୫ ପଏଣ୍ଟ ବୃଦ୍ଧି ଘଟିବା ସହ ୧.୫୫ ପଏଣ୍ଟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।

All Right Reserved By

ବାଣିଜ୍ୟ |

ପାସେଞ୍ଜର ଭେହିକିଲ୍‌ ମୂଲ୍ୟରେ ବୃଦ୍ଧି ଆଣିବ ଟାଟା ମୋଟର୍ସ

ପାସେଞ୍ଜର ଭେହିକିଲ୍‌ ମୂଲ୍ୟରେ ବୃଦ୍ଧି ଆଣିବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୧୮।୭-ଟାଟା ମୋଟର୍ସ୍‌ ଆସନ୍ତା ଅଗଷ୍ଟରେ ନିଜର ଯାତ୍ରୀବାହୀ ଯାନଗୁଡିକର ମୂଲ୍ୟରେ ୨.୨% ପର୍ଯ୍ୟନ୍ତ ବୃଦ୍ଧି ଆଣିବ। କମ୍ପାନୀ ଚଳିତ ବର୍ଷ ଏପ୍ରିଲରେ ଯାନ ମୂଲ୍ୟରେ ୩% ବୃଦ୍ଧି ଆଣିଥିଲା। ମୂଲ୍ୟରେ ବୃଦ୍ଧି ସୁଦ୍ଧା ଯାନ ବିକ୍ରି ଉପରେ ଏହାର କୌଣସି ପ୍ରଭାବ ପଡି ନ ଥିଲା। କମ୍ପାନୀ ଦର ହ୍ରାସ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି।

ସ୍ବଦେଶୀ ଖଦି, ଫ୍ରୋଜେନ୍‌ ପନିପରିବା ବିକିବ ପତଞ୍ଜଳି

ସ୍ବଦେଶୀ ଖଦି, ଫ୍ରୋଜେନ୍‌ ପନିପରିବା ବିକିବ ପତଞ୍ଜଳି

ନୂଆଦିଲ୍ଲୀ,୧୮।୭-ଏଫ୍‌ଏମ୍‌ସିଜି ବଜାରରେ ନିଜର କାୟା ବିସ୍ତାର ପରେ ଟେଲିକମ୍‌ ସେକ୍ଟରକୁ ପ୍ରବେଶ କରିଥିଲା ବାବା ରାମଦେବଙ୍କ ପତଞ୍ଜଳି। ୧୦,୦୦୦ କୋଟି ଟଙ୍କାର ନିବେଶ ସହିତ ବର୍ତ୍ତମାନ ପନିପରିବା ଏବଂ ଖଦି ବଜାରରେ ପ୍ରବେଶ କରିବାକୁ ଯାଉଛି ଉକ୍ତ କମ୍ପାନୀ।

୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୧୧,୩୩୬ କୋଟି ପୁଞ୍ଜି ସହାୟତା

୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୧୧,୩୩୬ କୋଟି ପୁଞ୍ଜି ସହାୟତା

ନୂଆଦିଲ୍ଲୀ,୧୮-୭(ପି.ଟି.) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି), କର୍ପୋରେଶନ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଏବଂ ଆଲ୍ଲାହାବାଦ୍‌ ବ୍ୟାଙ୍କକୁ କେନ୍ଦ୍ର ସରକାର ୧୧,୩୩୬ କୋଟି ଟଙ୍କା ପୁଞ୍ଜି ପ୍ରଦାନ କରିବେ।

ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡିଶାର ୨୩ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡିଶାର ୨୩ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ଭୁବନେଶ୍ୱର, ୧୮-୭(ବ୍ୟୁରୋ): କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଜାତୀୟ କୌଶଳ ବିକାଶ ନିଗମ(ଏନ୍‌ଏସ୍‌ଡିସି)ର ମିଳିତ ଆୟୋଜନରେ ଅନୁଷ୍ଠିତ ତିନିିଦିନିଆ ଇଣ୍ଡିଆ ସ୍କିଲ୍‌ ରିଜିଓନାଲ୍‌ କମ୍ପିଟିଶନ(ଇଷ୍ଟ)୨୦୧୮ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୨୭ଟି କ୍ଷେତ୍ରରେ ୨୫୦ ପ୍ରତିଯୋଗୀ ସାମିଲ ହୋଇଥିବା ବେଳେ ୧୨ଟି କ୍ଷେତ୍ରରେ ଓଡିଶାର ପ୍ରତିଯୋଗୀ ବିଜେତା ହୋଇଛନ୍ତି। ସେହିପରି ୧୧ ଟି କ୍ଷେତ୍ରରେ ମଧ୍ୟ ଓଡିଶାର ପ୍ରତିଯୋଗୀ ରନର୍ସ ଅପ ହୋଇଛନ୍ତି।

୫୦ରୁ ଊର୍ଦ୍ଧ୍ୱ ବୟନଶିଳ୍ପ ଉତ୍ପାଦରେ ଆମଦାନୀ ଶୁଳ୍କ ଦ୍ୱିଗୁଣିତ

୫୦ରୁ ଊର୍ଦ୍ଧ୍ୱ ବୟନଶିଳ୍ପ ଉତ୍ପାଦରେ ଆମଦାନୀ ଶୁଳ୍କ ଦ୍ୱିଗୁଣିତ

ନୂଆଦିଲ୍ଲୀ,୧୮-୭(ପି.ଟି.): ଜ୍ୟାକେଟ୍‌, ସୁଟ୍‌ ଏବଂ କାର୍ପେଟ୍‌ ସମେତ ୫୦ରୁ ଊର୍ଦ୍ଧ୍ୱ ବୟନଶିଳ୍ପ ସାମଗ୍ରୀରେ ଆମଦାନୀ ଶୁଳ୍କ ଦ୍ୱିଗୁଣିତ ହୋଇଛି। ସରକାର ଏହାକୁ ୨୦%କୁ ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ସୋମବାର ବିଳମ୍ବିତ ରାତ୍ରିରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଷ୍ପତ୍ତି ଦ୍ୱାରା ଆମଦାନୀ କରାଯାଉଥିବା ବୁଣା ଫେବ୍ରିକ୍ସ, ଡ୍ରେସ, ଟ୍ରାଉଜର, ସୁଟ୍‌ ଏବଂ ପିଲାମାନଙ୍କ ପୋଷାକ ଆଦି ମହଙ୍ଗା ହେବ। ଘରୋଇ ନିର୍ମାତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବାଂଲାଦେଶ ଭଳି ସ୍ବଳ୍ପ ବିକଶିତ ରାଷ୍ଟ୍ରଗୁଡିକ ପୂର୍ବଭଳି ଭାରତୀୟ ବଜାରରେ ଶୁଳ୍କମୁକ୍ତ ଆକ୍ସେସ୍‌ କରିପାରିବେ ବୋଲି ଫେଡେରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେଶନ୍‌(ଫିଓ)ର ମହାନିର୍ଦ୍ଦେଶକ ଅଜୟ ସାହାଇ ପ୍ରକାଶ କରିଛନ୍ତି।

ମୁଣ୍ଡ ପିଛା ପେଟ୍ରୋଲ ବ୍ୟବହାର: ଗୋଆରେ ସର୍ବାଧିକ

ମୁଣ୍ଡ ପିଛା ପେଟ୍ରୋଲ ବ୍ୟବହାର: ଗୋଆରେ ସର୍ବାଧିକ

ନୂଆଦିଲ୍ଲୀ,୧୮-୭: ଦେଶର ଅନ୍ୟାନ୍ୟ ରାଜ୍ୟଗୁଡିକ ତୁଳନାରେ ଗୋଆରେ ମୁଣ୍ଡ ପିଛା ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ସବୁଠାରୁ ଅଧିକ। ୨୦୧୭-୧୮ରେ ଏହି ରାଜ୍ୟରେ ମୁଣ୍ଡ ପିଛା ୧୧୯.୭ କିଲୋଗ୍ରାମ ପେଟ୍ରୋଲ ବିକ୍ରି ହୋଇଛି, ଯାହାକି ଜାତୀୟ ହାର ତୁଳନାରେ ୬ ଗୁଣ ଅଧିକ। ସୂଚନାଯୋଗ୍ୟ, ଜାତୀୟ ସ୍ତରରେ ମୁଣ୍ଡ ପିଛା ପେଟ୍ରୋଲ ବ୍ୟବହାର ୧୯ କିଲୋଗ୍ରାମ ରହିଛି। ତୈଳ ମନ୍ତ୍ରଣାଳୟ ପ୍ରଦତ୍ତ ତଥ୍ୟରୁ ଏହା ଜଣାଯାଇଛି। ଡିଜେଲକୁ ଯଦି ହିସାବକୁ ନେବା ତା’ହେଲେ ଗୋଆରେ ବ୍ୟକ୍ତି ପିଛା ଏହି ଇନ୍ଧନ ବ୍ୟୟ ୨୨୫.୬ କିଲୋଗ୍ରାମ ରହିଛି। ଜାତୀୟ ହାର ତୁଳନାରେ ଏହା ପାଖାପାଖି ସାଡେ ୩ ଗୁଣ ଅଧିକ। ଜାତୀୟ ସ୍ତରରେ ମୁଣ୍ଡ ପିଛା ଡିଜେଲ ବ୍ୟବହାର ୬୬.୯ କିଲୋଗ୍ରାମ ରହିଛି। ଅନ୍ୟପକ୍ଷରେ, ବିହାରରେ ବ୍ୟକ୍ତି ପିଛା ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ସର୍ବନିମ୍ନ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ମୁଣ୍ଡ ପିଛା ପେଟ୍ରୋଲ ବ୍ୟବହାର ୬.୭ କିଲୋଗ୍ରାମ ଏବଂ ଡିଜେଲ ବ୍ୟବହାର ୨୨ କିଲୋଗ୍ରାମ ରହିଛି।

ପିଏନ୍‌ବି ଠକେଇର ପ୍ରଭାବ:ଗହଣା ବ୍ୟବସାୟୀମାନଙ୍କୁ ମିଳୁନି ଋଣ

ପିଏନ୍‌ବି ଠକେଇର ପ୍ରଭାବ:ଗହଣା ବ୍ୟବସାୟୀମାନଙ୍କୁ ମିଳୁନି ଋଣ

ଚେନ୍ନାଇ,୧୮-୭(ପି.ଟି.): ବିଲିୟନେୟାର ଗହଣା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ସମ୍ପର୍କୀୟ ମାମୁ ତଥା ଗୀତାଞ୍ଜଳି ଜେମ୍ସର ମାଲିକ ମେହୁଲ୍‌ ଚୋକ୍‌ସୀ ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି)ରେ ୧୩,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜାଲିଆତି କରି ଦେଶରୁ ଫେରାର୍‌ ହୋଇଯାଇଛନ୍ତି। ବ୍ୟାଙ୍କିଙ୍ଗ୍‌ ଇତିହାସରେ ଏହାକୁ ସର୍ବବୃହତ୍‌ ସ୍କାମ୍‌ ବୋଲି କୁହାଯାଇଛି। ତେବେ ମାମଲାର ପର୍ଦ୍ଦାଫାଶ ହେବା ପୂର୍ବରୁ ଏମାନେ ବାଟକାଟି ପଳାୟନ କରିଛନ୍ତି।

ବାଣିଜ୍ୟ ଯୁଦ୍ଧ ବିଶ୍ୱ ଅର୍ଥନୀତି ପାଇଁ ବିପଦ: ୫୦୦ ବିଲିୟନ ଡଲାରର ପ୍ରଭାବ ପଡିପାରେ

ବାଣିଜ୍ୟ ଯୁଦ୍ଧ ବିଶ୍ୱ ଅର୍ଥନୀତି ପାଇଁ ବିପଦ: ୫୦୦ ବିଲିୟନ ଡଲାରର ପ୍ରଭାବ ପଡିପାରେ

ନୂଆଦିଲ୍ଲୀ,୧୮-୭: ଆମେରିକା ପକ୍ଷରୁ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ବିଶ୍ୱ ଅର୍ଥନୀତି ପାଇଁ ବଡ ବିପଦ ସୃଷ୍ଟି କରିବାକୁ ଯାଉଛି। ଅର୍ଥନୈତିକ ସୁଧାର ପ୍ରକ୍ରିୟାକୁ ଏହା ଲାଇନ୍‌ଚ୍ୟୁତ କରିବ। ବିଶ୍ୱ ଅର୍ଥନୀତି ଉପରେ ଏହାର ମଧ୍ୟବର୍ତ୍ତୀକାଳୀନ ପ୍ରଭାବ ପଡିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଆକଳନ କରିଛି। ଏହା କହିଛି ଯେ, ଆମେରିକା ରାଷ୍ଟ୍ରପ୍ରତି ଡୋନାଲ୍‌ଡ ଟ୍ରମ୍ପଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଏବଂ ଏହାକୁ ବିରୋଧ କରି ଅନ୍ୟ ରାଷ୍ଟ୍ରଗୁଡିକ ନେଉଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବିଶ୍ୱ ଅର୍ଥନୀତିକୁ ବଡ ଧରଣର କ୍ଷତି ପହଞ୍ଚାଇବ।

ସର୍ବନିମ୍ନ ବାଲାନ୍ସ ଜରିମାନା: ୧୫୧.୬୬ କୋଟି ଆଦାୟ କଲା ପିଏନ୍‌ବି

ସର୍ବନିମ୍ନ ବାଲାନ୍ସ ଜରିମାନା: ୧୫୧.୬୬ କୋଟି ଆଦାୟ କଲା ପିଏନ୍‌ବି

ଇନ୍ଦୋର, ୧୮-୭(ପି.ଟି): ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନ ରଖିବା ଯୋଗୁ ୨୦୧୭-୧୮ ଆର୍ଥତ୍କ ବର୍ଷରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଗ୍ରାହକଙ୍କ ଠାରୁ ୧୫୧.୬୬ କୋଟି ଟଙ୍କା ଜରିମାନା ଆଦାୟ କରିଛି। ୧.୨୩ କୋଟି ସଞ୍ଚୟ ଖାତାରୁ ଉକ୍ତ ଜରିମାନା ଆଦାୟ ହୋଇଥିବା ଆର୍‌ଟିଆଇ ସୂଚନାରୁ ସାମ୍ନାକୁ ଆସିଛି। ଗତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ବ୍ୟାଙ୍କ ଜରିମାନା ବାବଦରେ ୩୧.୯୯ କୋଟି, ଦ୍ୱିତୀୟ ତ୍ରୈମାସରେ ୨୯.୪୩ କୋଟି, ତୃତୀୟ ତ୍ରୈମାସରେ ୩୭.୨୭ କୋଟି ଏବଂ ଚତୁର୍ଥ ତ୍ରୈମାସରେ ୫୨.୯୭ କୋଟି ଟଙ୍କା ଆଦାୟ କରିଛି।

୧୬୩ କୋଟି, ୧୦୦ କିଲୋ ସୁନା ଜବତ କଲା ଆଇଟି

୧୬୩ କୋଟି, ୧୦୦ କିଲୋ ସୁନା ଜବତ କଲା ଆଇଟି

ଚେନ୍ନାଇ/ନୂଆଦିଲ୍ଲୀ, ୧୮-୭(ପି.ଟି) :ଆୟକର ବିଭାଗ(ଆଇଟି) ପକ୍ଷରୁ ଚେନ୍ନାଇର ବିଭିନ୍ନ କଣ୍ଟ୍ରାକ୍ଟିଂ ଫାର୍ମ ଉପରେ ହୋଇଥିବା ଚଢାଉରୁ ୧୬୩ କୋଟି ନଗଦ ଟଙ୍କା ଏବଂ ୧୦୦ କିଲୋ ସୁନା ଜବତ ହୋଇଛି।

ଓଡିଶାରେ ନେଟଓ୍ବର୍କ ଦୃଢ କରିବ ଏୟାରଟେଲ

ଓଡିଶାରେ ନେଟଓ୍ବର୍କ ଦୃଢ କରିବ ଏୟାରଟେଲ

ଭୁବନେଶ୍ୱର, ୧୮-୭(ବ୍ୟୁରୋ): ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ ଓଡିଶାରେ ଏହାର ନେଟଓ୍ବର୍କ ଆହୁରୀ ଦୃଢ କରିବ। ୨୦୧୮-୧୯ ଆର୍ଥତ୍କ ବର୍ଷରେ କମ୍ପାନୀ ଏ ନେଇ ଏକ ଯୋଜନା ଧାର୍ଯ୍ୟ କରିଛି। ଉଭୟ କଲ୍‌ ତଥା ଡାଟା ସେବା ତ୍ୱରାନ୍ବିତ କରିବାକୁ ଏହି ଭଳି ପଦକ୍ଷେପ ଗ୍ରହଣ କରାଯିବ। କମ୍ପାନୀ ବର୍ତ୍ତମାନ ରାଜ୍ୟରେ ୫୩,୫୦୦ରୁ ଅଧିକ ସହର ଏବଂ ଗ୍ରାମକୁ ସେବା ସଂଯୋଗ କରିଛି।

ଆର୍ଥତ୍କ ଅନ୍ତର୍ଭୁକ୍ତିକରଣକୁ ଝଟ୍‌କା: ତୃଣମୂଳ ସ୍ତରରେ ଅପହଞ୍ଚ ବ୍ୟାଙ୍କ ସେବା

ଆର୍ଥତ୍କ ଅନ୍ତର୍ଭୁକ୍ତିକରଣକୁ ଝଟ୍‌କା: ତୃଣମୂଳ ସ୍ତରରେ ଅପହଞ୍ଚ ବ୍ୟାଙ୍କ ସେବା

ନୂଆଦିଲ୍ଲୀ, ୧୮-୭: ଲୋକଙ୍କୁ ଉନ୍ନତ ବ୍ୟାଙ୍କ ସେବା ଯୋଗାଣ ନେଇ ବିଭିନ୍ନ ପଦକ୍ଷେପ ନେଉଥିବା ସରକାର କହୁଛନ୍ତି। ସେହିଭଳି ଦେଶର ସିଂହଭାଗ ଲୋକଙ୍କୁ ଆର୍ଥତ୍କ ଅନ୍ତର୍ଭୁକ୍ତିକରଣ ଯୋଜନାରେ ସାମିଲ କରାଇବାକୁ ଅଡି ବସିଛନ୍ତି। ମାତ୍ର ସରକାରଙ୍କ ଏପରି ଯୋଜନାକୁ ଝଟକା ଲାଗିଥିବା ଜଣାଯାଇଛି। ତୃଣମୂଳ ସ୍ତରରେ ଲୋକମାନେ ଏବେ ମଧ୍ୟ ବ୍ୟାଙ୍କ ସେବାଠାରୁ ବଞ୍ଚିତ ହେଉଥିବା ବିଭିନ୍ନ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଉଛି।

Model This Week

ରୂପେଶ