ଖେଳ |

ବୋଲ୍ଟଙ୍କ ଦମ୍‌ରେ ସିରିଜ୍‌ ଜିତିଲା ନ୍ୟୁଜିଲାଣ୍ଡ

ବୋଲ୍ଟଙ୍କ ଦମ୍‌ରେ ସିରିଜ୍‌ ଜିତିଲା ନ୍ୟୁଜିଲାଣ୍ଡ
ଖ୍ରୀଷ୍ଟଚର୍ଚ୍ଚ, ୨୩।୧୨(ଏଏଫ୍‌ପି)- ଦ୍ରୁତବୋଲର ଟ୍ରେଣ୍ଟ ବୋଲ୍ଟଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଯୋଗୁ ଘରୋଇ ନ୍ୟୁଜିଲାଣ୍ଡ ଦଳ ୨୦୪ ରନ୍‌ର ବୃହତ୍‌ ବ୍ୟବଧାନରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌କୁ ୨ୟ ଦିନିକିଆରେ ପରାସ୍ତ କରିଛି। ଏଥିସହ ତିନିଟିକିଆ ସିରିଜ୍‌କୁ ଘରୋଇ ଦଳ ଆଗୁଆ ୨-୦ ବ୍ୟବଧାନରେ ଜିତିନେଇଛି। ସ୍ଥାନୀୟ ହାଗ୍ଲେ ଓଭାଲଠାରେ ଖେଳାଯାଇଥିତ୍ବା ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୬ ଉଇକେଟ ବିନିମୟରେ ୩୨୫ ରନ୍‌ କରିଥିଲା। ଦଳ ପାଇଁ ହେନ୍‌ରୀ ନିକୋଲାସ ସର୍ବାଧିକ ୮୩ ରନ୍‌ କରି ଅପରାଜିତ ଥିବାବେଳେ ଜର୍ଜ ଓ୍ବର୍କର ୫୮, ରସ୍‌ ଟେଲର ୫୭ ଓ ଟଡ୍‌ ଆସ୍‌ଲେ ୪୯ ରନ୍‌ କରିଥିଲେ। ଜବାବରେ ବୋଲ୍ଟଙ୍କ ଘାତକ ବୋଲିଂ ଆଗରେ ଭ୍ରମଣକାରୀ ଦଳ ମାତ୍ର ୨୮ ଓଭର ମଧ୍ୟରେ ସମସ୍ତ ଉଇକେଟ୍‌ ହରାଇ ୧୨୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବିଜୟୀ ଦଳ ପାଇଁ ବୋଲ୍ଟ ୩୪ ରନ୍‌ ବ୍ୟୟରେ ୭ ଉଇକେଟ ନେଇଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ। ଏ ଭଳି ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଭାବେ ବିବେଚିତ କରାଯାଇଥିଲା।
All Right Reserved By

ଖେଳ |

ଏସିଆନ ଗେମ୍ସରୁ ଓହରିଲେ ପେସ୍‌

ଏସିଆନ ଗେମ୍ସରୁ ଓହରିଲେ ପେସ୍‌

ଜାକର୍ତ୍ତା, ୧୭ା୮ (ପି.ଟି.)-ଜଣେ ସ୍ପେଶାଲିଷ୍ଟ ପୁରୁଷ ପାର୍ଟନର ନ ପାଇବାରୁ ଭେଟେରାନ ଟେନିସ ଷ୍ଟାର ଲିଆଣ୍ଡର ପେସ୍‌ ଶେଷରେ  ଶନିବାର ଆରମ୍ଭ ହେବାକୁଥିବା ୧୮ତମ ଏସିଆନ ଗେମ୍ସରୁ ଓହରି ଯାଇଛନ୍ତି। ୪୫ ବର୍ଷୀୟ ଭାରତୀୟ ଖେଳାଳି ଇତିମଧ୍ୟରେ ୧୮ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ସାରିଛନ୍ତି। ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା) ପକ୍ଷରୁ ପେସ୍‌ଙ୍କୁ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲଙ୍କୁ ପାର୍ଟନର କରି ଖେଳିବାକୁ କୁହାଯାଇଥିଲା। ନାଗାଲ କିନ୍ତୁ ଏବେ ଭଲ ଫର୍ମରେ ନାହାନ୍ତି। ଏହା ପେସ୍‌ଙ୍କ ପାଇଁ ସମସ୍ୟା ହୋଇଥିଲା। ଅନ୍ୟପକ୍ଷରେ ଏସିଆନ ଗେମ୍ସରେ ସେମାନଙ୍କୁ ଯୋଡ଼ିଦାର ହୋଇ ଖେଳିବା ଲାଗି ସୁଯୋଗ ଦେବା ପାଇଁ ଦେଶର ଟପ୍‌ ଡବଲ୍ସ ଯୋଡ଼ି ରୋହନ ବୋପାନ୍ନା ଓ ଡିଭିଜ  ଶରନ   ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା)କୁ ଅନୁରୋଧ କରିଥିଲେ। 

ସେଣ୍ଟ୍‌ଲୁଇସ, ରାପିଡ୍‌, ବ୍ଲିଜ୍‌ ଚେସ୍‌: ଆନନ୍ଦଙ୍କୁ ଅନ୍ତିମ ସ୍ଥାନ

ସେଣ୍ଟ୍‌ଲୁଇସ, ରାପିଡ୍‌, ବ୍ଲିଜ୍‌ ଚେସ୍‌: ଆନନ୍ଦଙ୍କୁ ଅନ୍ତିମ ସ୍ଥାନ

ସେଣ୍ଟ୍‌ଲୁଇସ୍‌ (ଆମେରିକା),୧୭ା୮ (ପି.ଟି.)-ସେଣ୍ଟ ଲୁଇସ୍‌ ରାପିଡ୍‌ ଓ ବ୍ଲିଜ୍‌ ଚେସ୍‌ ଟୁର୍ନାମେଣ୍ଟରେ ଭାରତର ବିଶ୍ୱନାଥନ ଆନନ୍ଦଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ୫ଥର ବିଶ୍ୱ ଚାମ୍ପିୟନ ଏଥିରେ ସମ୍ଭାବ୍ୟ ୨୭ ରୁ ୧୩.୫ ପଏଣ୍ଟ ସ୍କୋର କରି ଅନ୍ତିମ ସ୍ଥାନରେ ରହିଛନ୍ତି। ଆନନ୍ଦ ଅନ୍ତିମ ଦିବସରେ ସମ୍ଭାବ୍ୟ ୯ରୁ ୪ ପଏଣ୍ଟ ସ୍କୋର କରିଥିଲେ। ବ୍ଲିଜ୍‌  ବିଭାଗରେ ତାଙ୍କ ପଏଣ୍ଟ ସଂଖ୍ୟା ୭.୫/୧୮ ରହିଥିଲା, ଯାହାକି ତାଙ୍କୁ ବିଶେଷ ସହାୟକ ହୋଇ ନ ଥିଲା। ଅନ୍ୟପକ୍ଷରେ ହିକାରୁ ନାକାମୁରା  ଆଉ ଗୋଟିଏ ରାଉଣ୍ଡ ଖେଳ ବାକି ଥାଇ ଇଭେଣ୍ଟକୁ ପୂର୍ବରୁ ଜିତି ସାରିଥିଲେ।  ଆମେରିକାର ଏହି ଖେଳାଳି ମୋଟ ୨୨.୫ ପଏଣ୍ଟ ସ୍କୋର କରିଥିଲେ। 

ଘାସିରାମଙ୍କ ‘ବି’ ନମୁନା ପଜିଟିଭ୍‌

ଘାସିରାମଙ୍କ ‘ବି’ ନମୁନା ପଜିଟିଭ୍‌

ବ୍ରହ୍ମପୁର ଅଫିସ୍‌,୧୭ା୮-ଓଡ଼ିଶା ଭାରୋତ୍ତୋଳନ ଜଗତରେ କଳଙ୍କିତ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ନିଷିଦ୍ଧ ଔଷଧ ସେବନ  ଅଭିଯୋଗରେ ଛନ୍ଦି ହୋଇପଡ଼ିଛନ୍ତି ଯୁବ ଭାରୋତ୍ତୋଳକ ଘାସିରାମ୍‌ ଖରା । ଗତ ଫେବୃୟାରୀରେ ତାଙ୍କ ‘ଏ’ ନମୁନା ପରୀକ୍ଷା ହୋଇଥିଲା। ଯେଉଁଥିରେ ତାଙ୍କ ନମୁନା ପଜିଟିଭ୍‌ ବାହାରିଥିଲା । ଫଳରେ ଘାସିରାମ୍‌ ଖରା ‘ବି’ ନମୁନା ପରୀକ୍ଷା କରିବାକୁ ଆବେଦନ କରିଥିଲେ। ହେଲେ ‘ବି’ ନମୁନା ମଧ୍ୟ ପଜିଟିଭ୍‌ ବାହାରିଛି । ଫଳରେ ୫୦ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି  ସହ ନିୟମ ଅନୁଯାୟୀ ତାଙ୍କ ଉପରେ ୪ବର୍ଷର ନିଲମ୍ବନ ମଧ୍ୟ ଲାଗୁହେବାର ସମ୍ଭାବନା ରହିଛି ।

ଆବୁଧାବି ମାଷ୍ଟର୍ସ ଚେସ୍‌ରେ ଦେବାଶିଷଙ୍କ ସଫଳତା

ଆବୁଧାବି ମାଷ୍ଟର୍ସ ଚେସ୍‌ରେ ଦେବାଶିଷଙ୍କ ସଫଳତା

ଭୁବନେଶ୍ୱର, ୧୭।୮(କ୍ରୀଡ଼ା ପ୍ରତିନିଧି)-ଆବୁଧାବି ମାଷ୍ଟର୍ସ ଚେସ୍‌ ବୁଧବାର ଉଦ୍‌ଯାପିତ ହୋଇଛି। ୯ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ରୁଷିଆ ଗ୍ରାଣ୍ଡମାଷ୍ଟର ଡୁବୋଭ ଡାନିଲ ୭.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ଓଡ଼ିଶା ପ୍ରତିଯୋଗୀଙ୍କ ମଧ୍ୟରେ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ଆକର୍ଷଣୀୟ ପ୍ରଦର୍ଶନ କରି ୬.୫ ପଏଣ୍ଟ ସହିତ ୧୫ତମ ସ୍ଥାନରେ ରହିଛନ୍ତି। ସେ ୩୬ତମ ସ୍ଥାନରେ ରହି ଖେଳିବା ଆରମ୍ଭ କରିଥିଲେ। 

୧୫ ବର୍ଷରୁ କମ୍‌ ସାଫ୍‌ ଫୁଟବଲ:ନେପାଳକୁ ହରାଇ ଭାରତ ଫାଇନାଲରେ

୧୫ ବର୍ଷରୁ କମ୍‌ ସାଫ୍‌ ଫୁଟବଲ:ନେପାଳକୁ ହରାଇ ଭାରତ ଫାଇନାଲରେ

ଥିମ୍ଫୁ(ଭୁଟାନ), ୧୭।୮-ଏଠାରେ ଚାଲିଥିବା ୧୫ ବର୍ଷରୁ କମ୍‌ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ଫାଇନାଲରେ ଭାରତ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୨-୧ ଗୋଲରେ ନେପାଳକୁ ପରାସ୍ତ କରିଛି। ୩୧ତମ ମିନିଟରେ ଲିଣ୍ଡା କମ୍‌ ଓ ୫୮ତମ ମିନିଟରେ କ୍ରିଟିନା ଦେବୀଙ୍କ ଗୋଲ ଭାରତର ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇଥିଲା। ନେପାଳ ପକ୍ଷରୁ ୩୭ତମ ମିନିଟରେ ରଜନୀ ଠୋକର ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲେ। ଦ୍ୱିତୀୟ ସେମିଫାଇନାଲରେ ଆୟୋଜକ ଭୁଟାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଏହାର ବିଜେତାକୁ ଭାରତ ୧୮ ତାରିଖରେ ଫାଇନାଲରେ ଭେଟିବ।

ଇଣ୍ଡିପେଣ୍ଡେନ୍ସ ଡେ’ କ୍ରିକେଟ: ଟାଇଟଲ ବଜାୟ ରଖିଲା କଟକ

ଇଣ୍ଡିପେଣ୍ଡେନ୍ସ ଡେ’ କ୍ରିକେଟ: ଟାଇଟଲ ବଜାୟ ରଖିଲା କଟକ

ଭୁବନେଶ୍ୱର, ୧୭।୮(ସ୍ପୋଟର୍‌ସ ବ୍ୟୁରୋ)-ଓଡ଼ିଶା ୟୁଥ୍‌ ଆନୁକୂଲ୍ୟରେ ବେଙ୍ଗାଲୁରୁରେ ଇଣ୍ଡିପେଣ୍ଡେନ୍ସ ଡେ’ କ୍ରିକେଟ ଲିଗ୍‌ ବୁଧବାର ଶେଷ ହୋଇଛି। ଫାଇନାଲରେ ଭୁବନେଶ୍ୱର ଦଳକୁ ୨୮ ରନରେ ହରାଇ କଟକ ଟାଇଟଲ ବଜାୟ ରଖିଛି। ଟସ୍‌ଜିତି ପ୍ରଥମେ ବ୍ୟାଟିଂ କରିଥିବା କଟକ ନିର୍ଦ୍ଧାରିତ ୨୦ ଓଭରରେ ୧୫୨ ରନକରି ଅଲଆଉଟ ହୋଇ ଯାଇଥିଲା। ଜବାବରେ ଭୁବନେଶ୍ୱର ଦଳ ୧୮.୨ ଓଭରରେ ୧୨୪ ରନକରି ଅଲଆଉଟ ହୋଇ ଯାଇଥିଲା। ୩୦ ବଲ୍‌ରୁ ୬୯ ରନ କରିଥିବା ବିଜୟୀ ଦଳର ରୋହିତ ପାଟିଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। 

ଆମନ୍ତ୍ରଣୀୟ ଚେସ୍‌: ଆୟୁଷୀ ଚାମ୍ପିୟନ

ଆମନ୍ତ୍ରଣୀୟ ଚେସ୍‌: ଆୟୁଷୀ ଚାମ୍ପିୟନ

କଟକ ଅଫିସ,୧୭ା୮-ଏସ୍‌.ଆର୍‌ ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଏକ ଆମନ୍ତ୍ରଣୀୟ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୧୦ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାର ବାଳିକା ବିଭାଗରେ ଆୟୁଷୀ ଦାସ ୯ ପଏଣ୍ଟ ହାସଲ କରି ଚାମ୍ପିୟନ ହୋଇଥିଲେ । ଏହି ବିଭାଗରେ ସିମୀ ସ୍ବୀକୃତି ୮ ପଏଣ୍ଟ ଓ ନୀତିଶା ସୁର ୬.୫ ପଏଣ୍ଟ ହାସଲ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ବାଳକ ବିଭାଗରେ ଆଦିତ୍ୟ ନାରାୟଣ ମହାନ୍ତି ୭.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବା ବେଳେ ଅଭିଜିତ ଜେନା ୭ ପଏଣ୍ଟ, ଏ.ରାମାନୁଜନ ୬.୫ ପଏଣ୍ଟ ପାଇ ପୁରସ୍କୃତ ହୋଇଥିଲେ। ବିଗ୍‌ନର ବାଳକ ବିଭାଗରେ ଉମଙ୍ଗ ନେହେର ଓ ବାଳିକା ବିଭାଗରେ ନିଲୀସା ଚାମ୍ପିୟନ ହୋଇଥିଲେ।

 ଏସିଆନ ଗେମ୍ସ: ଆଥଲେଟିକ୍ସ ଭିଲେଜ୍‌ରେ ଉଡ଼ିଲା ତ୍ରିରଙ୍ଗା

ଏସିଆନ ଗେମ୍ସ: ଆଥଲେଟିକ୍ସ ଭିଲେଜ୍‌ରେ ଉଡ଼ିଲା ତ୍ରିରଙ୍ଗା

ଜାକର୍ତ୍ତା, ୧୬ା୮(ପି.ଟି.)-ଏସିଆନ ଗେମ୍ସ ଆଥଲେଟିକ୍ସ ଭିଲେଜ୍‌ରେ ଗୁରୁବାର ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ଭାରତୀୟ ପୁରୁଷ ହକି ଷ୍ଟାର ଏବଂ ରେସଲରମାନେ ଉପସ୍ଥିତ ଥିଲେ। ଆଥଲେଟିକ୍ସ ଭିଲେଜରେ ହକି ଖେଳାଳି ଓ ରେସ୍‌ଲରମାନେ ପ୍ରଥମେ ପହଞ୍ଚତ୍ସାରିଥିବାରୁ ସେମାନେ ଏହି ଉତ୍ସବରେ ଯୋଗଦାନ କରି ପାରିଥିଲେ। ବ୍ୟାଡ୍‌ମିଣ୍ଟନ ଓ କବାଡ଼ି ଖେଳାଳିମାନେ ଗୁରୁବାର ଅପରାହ୍ନରେ ସିଙ୍ଗାପୁର ବାଟ ଦେଇ ଇଣ୍ଡୋନେସିଆ ରାଜଧାନୀରେ ପହଞ୍ଚତ୍ଛନ୍ତି।

ଏସିଆନ ଗେମ୍ସ : ଆଜାମ ସଫ୍ଟ ଟେନିସ ଟେକ୍ନିକାଲ ଅଫିସିଆଲ

ଏସିଆନ ଗେମ୍ସ : ଆଜାମ ସଫ୍ଟ ଟେନିସ ଟେକ୍ନିକାଲ ଅଫିସିଆଲ

ଭୁବନେଶ୍ୱର, ୧୬।୮(କ୍ରୀଡ଼ା ପ୍ରତିନିଧି)-
ଚଳିତମାସ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ହେବାକୁ ଯାଉଥିବା ଏସିଆନ ଗେମ୍ସର ସଫ୍ଟ ଟେନିସ ଇଭେଣ୍ଟ ପାଇଁ ଓଡ଼ିଶାର ମହମ୍ମଦ ଆଜମ ଟେକ୍ନିକାଲ ଅଫିସିଆଲ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତାର ସଫ୍ଟ ଟେନିସ ଇଭେଣ୍ଟ ଆଗାମୀ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ରେ ଶେଷ ହେବ। ନିଜ ଦାୟିତ୍ୱ ତୁଲାଇବା ପାଇଁ ଆଜମ ୨୪ ତାରିଖରେ ଇଣ୍ଡୋନେସିଆ ଯିବେ।

ଏସିଆନ୍‌ ଗେମ୍ସ: ପେସ୍‌ଙ୍କ ଖେଳିବା ନେଇ ଅନିଶ୍ଚିତତା

ଏସିଆନ୍‌ ଗେମ୍ସ: ପେସ୍‌ଙ୍କ ଖେଳିବା ନେଇ ଅନିଶ୍ଚିତତା

ପାଲେମ୍ବାଙ୍ଗ,୧୬।୮(ପି.ଟି.)- ଆସନ୍ତା ୧୮ ତାରିଖରୁ ଏସିଆନ୍‌ ଗେମ୍ସ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଟେନିସ୍‌ ଦଳ ଗୁରୁବାର ଏଠାରେ ପହଞ୍ଚତ୍ୟାଇଛି। ମାତ୍ର ଘୋଷିତ ଟେନିସ୍‌ ଦଳରେ ସ୍ଥାନ ପାଇଥିବା ଭେଟେରାନ ଲିଆଣ୍ଡର ପେସ ଏଠାରେ ଅନୁପସ୍ଥିତ ରହିଛନ୍ତି। 

ଫିଫା ର଼୍ୟାଙ୍କିଙ୍ଗ୍‌:  ଶୀର୍ଷରେ ଫ୍ରାନ୍ସ, ୧୫କୁ ଖସିଲା ଜର୍ମାନୀ

ଫିଫା ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ଫ୍ରାନ୍ସ, ୧୫କୁ ଖସିଲା ଜର୍ମାନୀ

ଜୁରିଖ,୧୬।୮- ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଫିଫା ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷକୁ ଉଠିଛି। ଏହା ଦର୍ଶାଇଛି ଗୁରୁବାର ପ୍ରକାଶ ପାଇଥିବା ନୂଆ ଫିଫା ର଼୍ୟାଙ୍କିଙ୍ଗ୍‌। ଅନ୍ୟପକ୍ଷରେ ପୂର୍ବରୁ ଶୀର୍ଷରେ ଥିବା ଜର୍ମାନୀ ଦଳ ବିଶ୍ୱକପ୍‌ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ଯୋଗୁ ଏବେ ୧୫ତମ ସ୍ଥାନକୁ ଖସିଛି। 

ଆଟଲେଟିକୋ ମାଡ୍ରିଡ୍‌ ଜିତିଲା ସୁପର କପ୍‌

ଆଟଲେଟିକୋ ମାଡ୍ରିଡ୍‌ ଜିତିଲା ସୁପର କପ୍‌

ଟାଲିନ୍ନ,୧୬।୮- ସାଉଲ ନିଗୁଏଜ ଓ କୋକେଙ୍କ ମ୍ୟାଚ୍‌ର ଅତିରିକ୍ତ ସମୟରେ ଗୋଲ ଯୋଗୁ ଆଟଲେଟିକୋ ମାଡ୍ରିଡ୍‌ ୟୁଫା ସୁପର କପ୍‌ ଟାଇଟଲ ଜିତିଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଆଟଲେଟିକୋ ମାଡ୍ରିଡ୍‌ ୪-୨ ଗୋଲ୍‌ରେ ରିଅଲ ମାଡ୍ରିଡ୍‌କୁ ହରାଇ ଏହି ସଫଳତା ପାଇଛି।