
ଟୋକିଓ,୨୩।୧୨: ଜାପାନ ତା’ର ଆର୍ଥିକ ବର୍ଷରେ ପ୍ରତିରକ୍ଷା ବଜେଟକୁ ବୃଦ୍ଧି କରି ୪୬ ହଜାର ଡଲାର କରିଥିବା ଜାପାନ ସରକାର ସୂଚନା ଦେଇଛନ୍ତି। ଉତ୍ତର କୋରିଆର କ୍ଷେପଣାସ୍ତ୍ର ଓ ପରମାଣୁ ପରୀକ୍ଷାକୁ ନଜରରେ ରଖି ଜାପାନ ତା’ର କ୍ଷେପଣାସ୍ତ୍ର ରୋଧି କ୍ଷମତାକୁ ବଢାଇବାକୁ ଚାହୁଁଛି। ଏହି ପ୍ରତିରକ୍ଷା ଖର୍ଚ୍ଚ ଆସନ୍ତା ଏପ୍ରିଲରେ ଆରମ୍ଭ ହେବାକୁ ଥିବା ଆର୍ଥିକ ବର୍ଷର ୮୬୦ ଅରବ ଡଲାରର ରାଷ୍ଟ୍ରୀୟ ବଜେଟର ଏକ ଅଂଶ। ଜାପାନର ପ୍ରତିରକ୍ଷା ବଜେଟରେ ଲଗାତର ୬ବର୍ଷ ହେବ ଏପରି ବୃଦ୍ଧି କରାଯାଉଛି।