ମେଟ୍ରୋ |

କମିଶନ୍‌ରେଟ ପୋଲିସର ନୂଆ ଯୋଜନା: ଲଷ୍ଟ ଆଣ୍ଡ ଫାଉଣ୍ଡ ଆପ୍ଲିକେଶନ

କମିଶନ୍‌ରେଟ ପୋଲିସର ନୂଆ ଯୋଜନା: ଲଷ୍ଟ ଆଣ୍ଡ ଫାଉଣ୍ଡ ଆପ୍ଲିକେଶନ
ଭୁବନେଶ୍ୱର, ୨୩।୧୨ (ବ୍ୟୁରୋ)- ରାଜଧାନୀରେ ଏବେ ମୋବାଇଲ୍‌ ଲୁଟ୍‌ ବଢିବାରେ ଲାଗିଛି। ଥାନାରେ ଗଦା ଗଦା ଅଭିଯୋଗ ପହଞ୍ଚୁଛି। ହେଲେ ଏତେ ଗୁଡାଏ ମୋବାଇଲ୍‌ର ଆଇଏମ୍‌ଇଆଇ (ଇଣ୍ଟରନ୍ୟାଶନାଲ ମୋବାଇଲ ଇକ୍ୱିପମେଣ୍ଟ ଆଇଡେଣ୍ଟିଟି) ନମ୍ବରକୁ ଟ୍ରାକିଂରେ ପକାଇ ଲୁଟେରାଙ୍କୁ ଧରିବା ପୋଲିସ ପକ୍ଷେ କଷ୍ଟକର ହୋଇପଡୁଛି। ପୋଲିସ ଲୁଟେରାଙ୍କୁ ଧରି ମୋବାଇଲ୍‌ ଜବତ କରୁଥିଲେ ମଧ୍ୟ ମାଲିକାନା ନ ମିଳିବାରୁ ଏକାଧିକ ମୋବାଇଲ୍‌ ମାଲ ଖାନାରେ ପଡିରହୁଛି। ଏହାସହ ମୋବାଇଲ୍‌ ଲୁଟ୍‌ କିମ୍ବା ହଜି ଯାଇଥିବା ନେଇ ଥାନାକୁ ଅଭିଯୋଗ କରିବା ପାଇଁ କେହି ଗଲେ ପୋଲିସ ବାବୁମାନେ ବିରକ୍ତ ହେଉଛନ୍ତି। କିନ୍ତୁ ଏଥର ଆଉ ତାହା ହେବ ନାହିଁ କି ଥାନାକୁ ଯିବାକୁ ପଡିବ ନାହିଁ। କାରଣ କମିଶନ୍‌ରେଟ ପୋଲିସ ପକ୍ଷରୁ ଏକ ନୂଆ ଆପ୍‌ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ହଜି ଯାଇଥିବା ମୋବାଇଲ୍‌ ପାଇବାରେ ସହଜ ହେବ। ଏନେଇ ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଏହି ମୋବାଇଲ୍‌ ଆପ୍ଲିକେଶନ୍‌ ‘ଲଷ୍ଟ ଆଣ୍ଡ ଫାଉଣ୍ଡ’ ଏବେ ନିର୍ମାଣାଧୀନ। ପାନ୍‌ ଇଣ୍ଡିଆ ଆପ୍ଲିକେଶନ୍‌ ଦ୍ୱାରା ଏହାର ନିର୍ମାଣ କରାଯାଉଛି। ଯଦି କୌଣସି ବ୍ୟକ୍ତି ତାଙ୍କ ମୋବାଇଲ୍‌ ହଜାଇଛନ୍ତି ତେବେ ଏହି ଆପ୍‌ରେ ସେ ମୋବାଇଲ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଅପଲୋଡ୍‌ କରିବେ। ଏହାସହ ଯଦି ତାଙ୍କର ବାଇକ୍‌ ଚୋରି ହୋଇଛି ତେବେ ବାଇକ୍‌ ନମ୍ବର ଓ ଇଞ୍ଜିନ୍‌ ନମ୍ବର ଏହି ଆପ୍‌ରେ ଅପ୍‌ଲୋଡ କରିବେ। ଏହାସହ ଯେଉଁମାନଙ୍କର ମୋବାଇଲ୍‌ ହଜୁଛି କିମ୍ବା ଲୁଟ ହେଉଛି ସେମାନେ ଉକ୍ତ ଆପ୍‌ରେ ମୋବାଇଲ୍‌ ଆଇଏମ୍‌ଇଆଇ ନମ୍ବର ଓ ମୋବାଇଲ୍‌ କମ୍ପାନୀ ନଁା ଲେଖି ଅପଲୋଡ୍‌ କରିବେ। ପୋଲିସ ଜବତ କରୁଥିବା ଲୁଟ୍‌ ମୋବାଇଲ୍‌ କିମ୍ବା ଲୁଟ୍‌ ବାଇକ୍‌ର ସମ୍ପୂର୍ଣ୍ଣ ତଥ୍ୟ ଏହି ଆପ୍‌ରେ ଅପଲୋଡ୍‌ କରାଯିବ। ଯାହାଫଳରେ ଯେଉଁମାନେ ମୋବାଇଲ୍‌ କିମ୍ବା ବାଇକ୍‌ ହରାଇଛନ୍ତି ସେମାନେ ଏହି ଆପ୍‌ରୁ ନିଜ ମୋବାଇଲ ଫୋନ୍‌ ଆଉ ବାଇକ୍‌କୁ ମ୍ୟାଚ୍‌ କରି ପାଇପାରିବେ। ଏନେଇ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଉକ୍ତ ଅଧିକାରୀ ହଜାଇଥିବା ବ୍ୟକ୍ତି ଓ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରିବେ ବୋଲି କମିଶନର କହିଛନ୍ତି। କମିଶନ୍‌ରେଟ ପୋଲିସର ଅନ୍ୟ ଆପ୍‌ ଭଳି ଏହି ଆପ୍‌ କେତେ ଦୂର କାମ କରୁଛି ତାହା ସମୟ କହିବ। କିନ୍ତୁ କିଛି ମାତ୍ରାରେ ଏହି ଆପ୍‌ ଲୋକଙ୍କ ଅସୁବିଧା ସମାଧାନ କରିପାରିବ ବୋଲି ଅନେକ ପୋଲିସ ଅଫିସର କହିଛନ୍ତି।
All Right Reserved By

ମେଟ୍ରୋ |

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କ,୨୧।୧୦(ଡି.ଏନ୍‌.ଏ.): କାକଟପୁର  ନିିର୍ବାଚନ ମଣ୍ଡଳୀ ଅଧୀନ କୋଣାର୍କ ଏନ୍‌ଏସିରେ ବିଜୁ ଜନତା ଦଳ ପକ୍ଷରୁ ରବିବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)-ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦକ୍ଷିଣ ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡିବା ପାଇଁ ଶକ୍ତି ବିଭାଗ ଉଦ୍ୟମ ଅବ୍ୟାହତ ରଖିଛି। ଯେଉଁଭଳି ଭାବେ କ୍ଷତିଗ୍ରସ୍ତ ହୋଇଥିଲା, ସାଧାରଣ ଭାବେ ତାହାର ପୁନରୁଦ୍ଧାର ପାଇଁ ୬ ମାସ ସମୟ ଲାଗିଥାନ୍ତା।

ଓଏଏସ୍‌ ସ୍ତରରେ ଅଦଳବଦଳ

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)-ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। 

ଗୋଚର ଜମି ଜବରଦଖଲ

ଖୋର୍ଦ୍ଧା ଅଫିସ,୨୧।୧୦: ଖୋର୍ଦ୍ଧା ଜିଲା ଟାଙ୍ଗୀ ତହସିଲ ରତନପୁର ମୌଜାରେ ୨ ଏକର ଗୋଚର ଜମି ଜବରଦଖଲ ହୋଇଛି। 

ଖୋର୍ଦ୍ଧାରେ ଶହୀଦ ଦିବସ ଅନୁଷ୍ଠିତ

ଖୋର୍ଦ୍ଧାରେ ଶହୀଦ ଦିବସ ଅନୁଷ୍ଠିତ

ଖୋର୍ଦ୍ଧା ଅଫିସ,୨୧।୧୦: ଖୋର୍ଦ୍ଧା ପୋଲିସ ପକ୍ଷରୁ ସ୍ଥାନୀୟ ତରତୁଆ ପୋଲିସ ପଡିଆଠାରେ ରବିବାର ୫୯ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଏସ୍‌ପି ଦୀପ୍ତି ରଞ୍ଜନ ରାୟ ଯୋଗଦେଇ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ ।

ତିତ୍‌ଲି ପ୍ରଭାବିତଙ୍କୁ ସହାୟତା; ଘର ଏବଂ ଗୃହପାଳିତ ପଶୁଙ୍କ ଲାଗି କ୍ଷତିପୂରଣ ଘୋଷଣା

ତିତ୍‌ଲି ପ୍ରଭାବିତଙ୍କୁ ସହାୟତା; ଘର ଏବଂ ଗୃହପାଳିତ ପଶୁଙ୍କ ଲାଗି କ୍ଷତିପୂରଣ ଘୋଷଣା

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ସାମୁଦ୍ରିକ ଝଡ଼ ତିତ୍‌ଲି ଏବଂ ଏହାର ପରବର୍ତ୍ତୀ ବନ୍ୟାରେ ରାଜ୍ୟର ତିନୋଟି ଜିଲା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲାଗୁଡ଼ିକର ଭିତ୍ତି ଭୂମି ସଜାଡ଼ିବାକୁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହି କ୍ରମରେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଓ ଗୃହପାଳିତ ପଶୁଙ୍କ ପାଇଁ କ୍ଷତିପୂରଣ ମିଳିବା ନେଇ ଯୁଗ୍ମ ଏସ୍‌ଆର୍‌ସି ପ୍ରଭାତ ମହାପାତ୍ର ରବିବାର ବିଭିନ୍ନ ଘୋଷଣା କରିଛନ୍ତି। 

ଜାହାନିୟାଁ ବେଳାଭୂମି ଓ ମଙ୍ଗଳା ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ

ଜାହାନିୟାଁ ବେଳାଭୂମି ଓ ମଙ୍ଗଳା ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ

କାକଟପୁର, ୨୧।୧୦(ଡି.ଏନ.ଏ): ଆଜି ରବିବାର। ଦଶହରା ଛୁଟି କଟାଇବାକୁ ଶହଶହ ଯୁବତୀଯୁବକ, ଶ୍ରଦ୍ଧାଳୁ ଓ ପରିବାର ରାଜ୍ୟର ବିଭିନ୍ନ ସ୍ଥାନରୁ ଛୁଟି ଆସିଛନ୍ତି ଅସ୍ତରଙ୍ଗ ଉପକୂଳର ସର୍ବଧର୍ମ ସମନ୍ବୟର ପୀଠ ଜାହାନିୟାଁ ଓ କାକଟପୁରର ମଙ୍ଗଳା ମନ୍ଦିରକୁ। 

ଶାନ୍ତିଶୃଙ୍ଖଳାରେ ମା’ଙ୍କୁ ବିଦାୟ

କଣ୍ଟାପଡା,୨୧।୧୦(ଡି.ଏନ୍‌.ଏ.): ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି। ୧୫ ତାରିଖରେ  ମା’ ଦୁର୍ଗା ଓ ହରପାର୍ବତୀ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା ପରେ ୨୦ ତାରିଖରେ ମେଲାଣି ନେଇଛନ୍ତି। 

ପୁରୀ ହିଂସାକାଣ୍ଡ: ଗିରଫ ସଂଖ୍ୟା ୮୬ରେ ପହଞ୍ଚିଲା

ପୁରୀ ହିଂସାକାଣ୍ଡ: ଗିରଫ ସଂଖ୍ୟା ୮୬ରେ ପହଞ୍ଚିଲା

ପୁରୀ ଅଫିସ,୨୧।୧୦:ଅକ୍ଟୋବର ୩ ତାରିଖରେ ପୁରୀ ବନ୍ଦ ପାଳନ ବେଳେ ଘଟିଥିବା ହିସାଂକାଣ୍ଡରେ ଗିରଫ ସଂଖ୍ୟା ୮୬ରେ ପହଞ୍ଚିଛି। ରବିବାର ଶହୀଦ ଦିବସ ପାଳନ ଅବସରରେ ଏସପି ସାର୍ଥକ ଷଡଙ୍ଗୀ ଏହା କହିଛନ୍ତି ।

‘ଶହୀଦଙ୍କ ତ୍ୟାଗ ଓ ନିଷ୍ଠା ପ୍ରେରଣାର ଉତ୍ସ’

‘ଶହୀଦଙ୍କ ତ୍ୟାଗ ଓ ନିଷ୍ଠା ପ୍ରେରଣାର ଉତ୍ସ’

ପୁରୀ ଅଫିସ,୨୧।୧୦: ପୁରୀ ପୋଲିସ ପକ୍ଷରୁ ୫୯ତମ ପୋଲିସ ଶହୀଦ ଦିବସ ପୋଲିସ ରିଜର୍ଭ ପଡିଆରେ ରବିବାର ଅନୁଷ୍ଠିତ ହୋଇଯାଇଛି।

ପରଲୋକରେ ପ୍ରଯୋଜକ ଅମିୟ ପଟ୍ଟନାୟକ:ପୁରୀରେ ଶେଷକୃତ୍ୟ ସମ୍ପନ୍ନ

ପରଲୋକରେ ପ୍ରଯୋଜକ ଅମିୟ ପଟ୍ଟନାୟକ:ପୁରୀରେ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ)- ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦ୍ଦେଶକ ଅମିୟ ରଞ୍ଜନ ପଟ୍ଟନାୟକଙ୍କର ଶୁକ୍ରବାର ପରଲୋକ ଘଟିଛି। ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। 

ବାଇକ୍‌କୁ ଧକ୍କା ଦେଇ ପୋଖରୀରେ ବୁଡ଼ିଲା କାର

ବାଇକ୍‌କୁ ଧକ୍କା ଦେଇ ପୋଖରୀରେ ବୁଡ଼ିଲା କାର

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର/ପିପିଲି(ଡି.ଏନ.ଏ.) ୨୧।୧୦- ବିଜୟା ଦଶମୀରେ ସାରା ରାଜ୍ୟ ଉତ୍ସବମୁଖର ଥିବାବେଳେ ରାଜଧାନୀ ଉପକଣ୍ଠ ଉତ୍ତରା ଛକ ନିକଟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର(ସିଫା) ସମ୍ମୁଖରେ ଶୁକ୍ରବାର ରାତି ପ୍ରାୟ ୯ଟା ୪୫ରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।