Dharitri News
ମେଟ୍ରୋ |

ବାଉଳି ମଠ ଦଖଲ ପ୍ରସଙ୍ଗ: ଉପଜିଲାପାଳଙ୍କୁ ରିପୋର୍ଟ ତଲବ

ବାଉଳି ମଠ ଦଖଲ ପ୍ରସଙ୍ଗ: ଉପଜିଲାପାଳଙ୍କୁ ରିପୋର୍ଟ ତଲବ ପୁରୀ ଅଫିସ, ୨୩।୧୨: ବାଲିସାହି ସ୍ଥିତ ଉଦାସୀନ ସମ୍ପ୍ରଦାୟର ବାଉଳି ମଠ ଦଖଲ ଘଟଣା ସଂକ୍ରାନ୍ତରେ ଦେବୋତ୍ତର କମିଶନର ବିରଜାପ୍ରସାଦ ଦତ୍ତ ଉପଜିଲାପାଳ ମଧୁସୂଦନ ଦାସଙ୍କୁ ସବିଶେଷ ରିପୋର୍ଟ ମାଗିଛନ୍ତି। ଦେବୋତ୍ତର କମିଶନରଙ୍କ ଅଧୀନରେ ମଠ ରହିଥିବା ବେଳେ ତାଙ୍କୁ ଅବଗତ କରା ନ ଯାଇ କାହା ନିର୍ଦ୍ଦେଶ ଓ କେଉଁ ପରିସ୍ଥିତିରେ ମଠ ସିଲ୍‌ କରାଗଲା ତା’ର ସବିଶେଷ ତଥ୍ୟ ୧୫ଦିନ ମଧ୍ୟରେ ଦେବାଲାଗି ଚିଠି ଲେଖିଛନ୍ତି। ଦେବୋତ୍ତର କମିଶନରଙ୍କ ଏହି ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ-ଦେବୋତ୍ତର ବିଭାଗ ଏକରକମ ମୁହଁାମୁହିଁ ହୋଇଛନ୍ତି। ଏହି ଘଟଣା ଭିନ୍ନମୋଡ଼ ନେବାର ଆଶଙ୍କା ରହିଛି। ସୂଚନାଯୋଗ୍ୟ, ପୁରୀ ସହରର ବାଲିସାହି (ନୋଳିଆ ସାହି) ମୌଜା ୟୁନିଟ-୧୨ରେ ରହିଛି ବାଉଳି ମଠ। ମଠ ଏବଂ ଶ୍ରୀମନ୍ଦିର ବିବାଦରେ ୨୦୧୫ ଡିସେମ୍ବର ୧୬ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ଗତ ନଭେମ୍ବର ୨୨ରେ ଶ୍ରୀମନ୍ଦିର ପ୍ରଶାସନ ବାଉଳି ମଠକୁ ଦଖଲ କରି ନେଇଥିଲା। ଉପଜିଲାପାଳ ମଧୁସୂଦନ ଦାସଙ୍କ ଉପସ୍ଥିତିରେ ମଠକୁ ସିଲ୍‌ କରାଯାଇଥିଲା। ପରବର୍ତ୍ତୀ ସମୟରେ ମଠ ମହନ୍ତ ସତ୍ୟନାରାୟଣ ଦାଶ ମଠକୁ କ୍ରୟ କରିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନର ମଠ ଦଖଲକୁ ନେଇ ମଠାଧୀଶମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଦେବୋତ୍ତର କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ। ଦେବୋତ୍ତର କମିଶନର ଇତି ମଧ୍ୟରେ ପୁରୀ ମଠ ମହନ୍ତମାନଙ୍କୁ ଡାକି ଦୁଇଟି ବୈଠକରେ ଆଲୋଚନା କରିଛନ୍ତି। ଏହାପରେ ଦେବୋତ୍ତର କମିଶନର ଚିଠି ଲେଖିଥିବା କୁହାଯାଉଛି।

ମେଟ୍ରୋ |

ରେଭେନ୍‌ଶାରେ ପଦୋନ୍ନତି ଜାଲିଆତି ଅଭିଯୋଗ

ରେଭେନ୍‌ଶାରେ ପଦୋନ୍ନତି ଜାଲିଆତି ଅଭିଯୋଗ

କଟକ ଅଫିସ,୧୭ା୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ସହଯୋଗୀ ପ୍ରଫେସରଙ୍କ ପଦୋନ୍ନତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟ ନିୟମକୁ ଉଲ୍ଲଂଘନ କରାଯାଇ କେତେଜଣ ସହଯୋଗୀ ପ୍ରଫେସରଙ୍କୁ ପଦୋନ୍ନତି ଦିଆଯାଇଛି। ୨ଦିନ ତଳେ କୁଳପତିଙ୍କ ନିକଟରେ ଏହି ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ଅବଦୁରଙ୍କ ବିରୋଧରେ ଶୁଣାଣି ଆରମ୍ଭ: ଅଦାଲତରେ କଥା ବଦଳାଇଲେ ସାକ୍ଷୀ

ଅବଦୁରଙ୍କ ବିରୋଧରେ ଶୁଣାଣି ଆରମ୍ଭ: ଅଦାଲତରେ କଥା ବଦଳାଇଲେ ସାକ୍ଷୀ

କଟକ ଅଫିସ, ୧୭।୧- ଅଲ୍‌କାଏଦା ଲିଙ୍କ୍‌ ସନ୍ଦେହରେ ଗିରଫ ହୋଇଥିବା ଅବଦୁର ରହମନଙ୍କ ବିରୋଧରେ ବୁଧବାର ଶୁଣାଣି ଆରମ୍ଭ ହୋଇଛି। ଜିଲା ଦୌରାଜଜ୍‌ ସତ୍ୟନାରାୟଣ ମିଶ୍ରଙ୍କ ଅଦାଲତରେ ପୂର୍ବ ନିର୍ଦ୍ଦେଶ ମୁତାବକ ସାକ୍ଷୀ ସଲିମ୍‌ ଖଁା ସାକ୍ଷ୍ୟ ପ୍ରଦାନ କରିଥିଲେ। ସାକ୍ଷ୍ୟ ପ୍ରଦାନ କରି ସଲିମ୍‌ କହିଥିଲେ ଯେ, ସେ ଅବଦୁର୍‌ଙ୍କୁ ଚିହ୍ନିଛନ୍ତି।

ଜଟଣୀ ଫ୍ଲାଇ ଓଭର ବ୍ରିିଜ୍‌ କାର୍ଯ୍ୟ ନିମ୍ନମାନର ମାମଲା: ସିସି ଟିଭି ଫୁଟେଜ ଯାଞ୍ଚ୍‌ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ

ଜଟଣୀ ଫ୍ଲାଇ ଓଭର ବ୍ରିିଜ୍‌ କାର୍ଯ୍ୟ ନିମ୍ନମାନର ମାମଲା: ସିସି ଟିଭି ଫୁଟେଜ ଯାଞ୍ଚ୍‌ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ

କଟକ ଅଫିସ, ୧୭।୧- ଜଟଣୀରେ ୫୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଫ୍ଲାଇ ଓଭର ବ୍ରିଜ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କିତ ଆଗତ ମାମଲାରେ ବୁଧବାର ଭିଜିଲାନ୍ସ ପକ୍ଷରୁ ପୂର୍ବ ନିର୍ଦ୍ଦେଶ ମୁତାବକ ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି। ଉକ୍ତ ରିପୋର୍ଟରେ ରାଉରକେଲା ଏନ୍‌ଆଇଟିର ବିଶେଷଜ୍ଞ ଦଳ ଏହାର ତଦନ୍ତ କରୁଛନ୍ତି। ଏହି ବିଶେଷଜ୍ଞ ଦଳର ତଦନ୍ତ ଶେଷ ପରେ ଚୂଡ଼ାନ୍ତ ରିପୋର୍ଟ ଅଦାଲତରେ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ଦର୍ଶାଯାଇଛି। ଅନ୍ୟପକ୍ଷରେ ପୋଲ ନିକଟରେ ଥିବା ସିସି ଟିଭି ଫୁଟେଜକୁ ଯାଞ୍ଚ କରିବାକୁ ଭିଜିଲାନ୍ସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଲାଞ୍ଚ ମାମଲା: ପୂର୍ବତନ ତହସିଲଦାରଙ୍କୁ ବର୍ଷେ ଜେଲ୍‌

କଟକ ଅଫିସ, ୧୭।୧- ଏକ ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ଓଏଏସ୍‌ ଅଫିସର ତଥା ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଉଦଳା ତହସିଲର ପୂର୍ବତନ ତହସିଲଦାର ସନ୍ତୋଷ କୁମାର ମହାନ୍ତିଙ୍କୁ ଜେଲ୍‌ ଦଣ୍ଡାଦେଶ ହୋଇଛି। ବୁଧବାର ମାମଲାର ବିଚାର କରି ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ଏକ ବର୍ଷ ସଶ୍ରମ ଜେଲ୍‌ ଓ ୨୦ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅର୍ଥ ଅନାଦାୟ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ସାଲେପୁର ଭାଗ୍ୟଧର ହତ୍ୟା ମାମଲା: ମହିଳାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ସାଲେପୁର ଭାଗ୍ୟଧର ହତ୍ୟା ମାମଲା: ମହିଳାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କଟକ ଅଫିସ, ୧୭।୧- ସାଲେପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁରର ଭାଗ୍ୟଧର ଓଝା ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ସଞ୍ଜୟ କୁମାର ସାହୁ ଏହି ମାମଲାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦଣ୍ଡିତ ହୋଇଥିବା ଅଭିଯୁକ୍ତମାନେ ହେଲେ ଅହଲ୍ୟା ଓଝା, ରବୀନ୍ଦ୍ର କୁମାର ଓଝା, ସନ୍ତୋଷ କୁମାର ଓଝା ଓ ତପନ କୁମାର ଓଝା। ଅଭିଯୁକ୍ତମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି ।

ଏସ୍‌ସିବିରେ କଳାହାଣ୍ଡି ଏସିଡ୍‌ ପୀଡିତା: ଜିଲା ଜଜ୍‌ଙ୍କ ଉପସ୍ଥିତିରେ ଆସିଲା ଧମକପୂର୍ଣ୍ଣ ମେସେଜ

ଏସ୍‌ସିବିରେ କଳାହାଣ୍ଡି ଏସିଡ୍‌ ପୀଡିତା: ଜିଲା ଜଜ୍‌ଙ୍କ ଉପସ୍ଥିତିରେ ଆସିଲା ଧମକପୂର୍ଣ୍ଣ ମେସେଜ

କଟକ ଅଫିସ, ୧୭।୧- ଏସ୍‌ସିବି ମେଡିକାଲର ପ୍ଲାଷ୍ଟିକସର୍ଜରୀ ବିଭାଗରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି କଳାହାଣ୍ଡି ଏସିଡ ପୀଡିତା। ବୁର୍ଲା ମେଡିକାଲରୁ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା। ବୁଧବାର ଭୋରରେ ପୀଡିତା କାଜୁଆଲିଟିରେ ପହଞ୍ଚତ୍ବା ପରେ ତାଙ୍କୁ ପ୍ଲାଷ୍ଟିକସର୍ଜରୀ ବିଭାଗକୁ ପଠାଯାଇଥିଲା। ବିଭାଗୀୟ ପ୍ରଫେସର ଡା. ଅରୁଣ କୁମାର ଚୌଧୁରୀଙ୍କ ୟୁନିଟରେ ପୀଡିତା ଭର୍ତ୍ତି ହୋଇଛନ୍ତି।

ହାଇକୋର୍ଟରେ ନାଟ ମଣ୍ଡପ ମରାମତି ମାମଲା:ନିରୂପିତ ସ୍ଥାନ ଏଏସ୍‌ଆଇକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ

ହାଇକୋର୍ଟରେ ନାଟ ମଣ୍ଡପ ମରାମତି ମାମଲା:ନିରୂପିତ ସ୍ଥାନ ଏଏସ୍‌ଆଇକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ

କଟକ ଅଫିସ, ୧୭।୧- ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଗରୁଡ଼ସ୍ତମ୍ଭ ନିକଟ ନାଟ ମଣ୍ଡପ ପଥର ବିମ୍‌ରେ ଫାଟ ଦେଖାଦେଇଛି। ଏହି ଫାଟ ଓ ଅନ୍ୟାନ୍ୟ ମରାମତି କାର୍ଯ୍ୟ ନିମନ୍ତେ ନିରୂପଣ କରାଯାଇଥିବା ସ୍ଥାନ ଚଳିତ ମାସ ୨୨ ତାରିଖ ସୁଦ୍ଧା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ପ୍ରଦାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗରୁଡ଼ ସ୍ତମ୍ଭ ନିକଟରେ କ’ଣ ମରାମତି କରାଯିବ। କାର୍ଯ୍ୟ ପାଇଁ କେତେ ସମୟ ଲାଗିବ ଓ ବ୍ୟୟ ଅଟକଳ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ଏଏସ୍‌ଆଇକୁ ମଧ୍ୟ କୁହାଯାଇଛି। ମୁଖ୍ୟ ବିଚାରପତି ବିନୀତ ସରନ ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ହୋଲ୍‌ଡିଂ ଟିକସ ଫାଙ୍କି: ବିଏମ୍‌ସି ଜାରି କଲା ରେଡ କର୍ନର ନୋଟିସ

ଭୁବନେଶ୍ୱର,୧୭।୧(ବ୍ୟୁରୋ)-ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ରାଜସ୍ବର ପ୍ରମୁଖ ଭାଗ ଆୟ ହୋଲ୍‌ଡିଂ ଟିକସରୁ ଆସିଥାଏ। ଗତ କିଛି ମାସ ହେବ ହୋଲ୍‌ଡିଂ ଟିକସ ଆଦାୟରେ ମାନ୍ଦାବସ୍ଥା ଦେଖାଦେଇଛି। ଫଳରେ ବିଏମ୍‌ସିର ରାଜସ୍ବ ପ୍ରଭାବିତ ହୋଇଛି। ଏଣୁ ଯେଉଁ ସଂସ୍ଥା ଓ ବ୍ୟକ୍ତି ଟିକସ ନିୟମିତ ଭାବେ ଫାଙ୍କି ଚାଲିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବିଏମ୍‌ସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଶ୍ରୀମନ୍ଦିରକୁ ଅପମାନ: ଷ୍ଟେଶନ ସମ୍ମୁଖରେ ଜଗନ୍ନାଥ ସେନାର ବିକ୍ଷୋଭ

ଶ୍ରୀମନ୍ଦିରକୁ ଅପମାନ: ଷ୍ଟେଶନ ସମ୍ମୁଖରେ ଜଗନ୍ନାଥ ସେନାର ବିକ୍ଷୋଭ

ପୁରୀ ଅଫିସ,୧୭।୧: ବମ୍ବେର ଛତ୍ରପତି ଶିବାଜୀ ଟର୍ମିନସ(ସିଏସ୍‌ଟି) ଷ୍ଟେଶନରେ ଶ୍ରୀମନ୍ଦିରକୁ ଅପମାନିତ କରାଯାଇ ଲଗାଯାଇଥିବା ବିବାଦୀୟ ପୋଷ୍ଟରକୁ ନେଇ ବୁଧବାର ପୁରୀରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଇଆର୍‌ସିଟିସିର ଭାରତ ଦର୍ଶନ ପୋଷ୍ଟରରେ ପୁରୀ ଜଗନ୍ନାଥ ମନ୍ଦିର ଲେଖାଯାଇଥିବାବେଳେ ସେଠାରେ ଅନ୍ୟ ଏକ ମନ୍ଦିର ଫଟୋ ରହିଥିଲା। ଏହାର ପ୍ରତିବାଦରେ ଆଇଆରସିଟିସିକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ରେଳ ଷ୍ଟେଶନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ଷ୍ଟେଶନ ମ୍ୟାନେଜରଙ୍କୁ ଏକ ଦାବିପତ୍ର ଦିଆଯାଇଛି।

ବମ୍ବେ ସିଏସ୍‌ଟିରୁ ହଟିଲା ବିବାଦୀୟ ପୋଷ୍ଟର: କ୍ଷମା ପ୍ରାର୍ଥନା କଲା ଆଇଆରସିଟିସି

ବମ୍ବେ ସିଏସ୍‌ଟିରୁ ହଟିଲା ବିବାଦୀୟ ପୋଷ୍ଟର: କ୍ଷମା ପ୍ରାର୍ଥନା କଲା ଆଇଆରସିଟିସି

ପୁରୀ ଅଫିସ, ୧୭।୧: ବମ୍ବେର ଛତ୍ରପତି ଶିବାଜୀ ଟର୍ମିନସ(ସିଏସ୍‌ଟି)ରେ ଲଗାଯାଇଥିବା ବିବାଦୀୟ ପୋଷ୍ଟରକୁ ବୁଧବାର ଆଇଆର୍‌ସିଟିସି ପକ୍ଷରୁ ହଟାଇ ଦିଆଯାଇଛି। ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ ଆଣ୍ଡ ଟୁରିଜମ କର୍ପୋରେଶନ (ଆଇଆର୍‌ସିଟିସି)ର ଭାରତ ଦର୍ଶନ ପୋଷ୍ଟରରେ ପୁରୀ ଜଗନ୍ନାଥ ମନ୍ଦିର ଲେଖାଯାଇଥିବାବେଳେ ସେଠାରେ ଅନ୍ୟ ଏକ ମନ୍ଦିରର ଫଟୋ ରହିଥିଲା। ସିଏସ୍‌ଟିରେ ଲଗାଯାଇଥିବା ଏହି ବିବାଦୀୟ ପୋଷ୍ଟର ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଇଆରସିଟିସି କ୍ଷମା ପ୍ରାର୍ଥନା କରିଛି।

ପୁରୀ ରେଳ ଷ୍ଟେଶନରେ ଅଘଟଣ: ସେନା ଟ୍ରେନରେ ବିସ୍ଫୋରଣ, ରୋଷେଇ ଗ୍ୟାସ ଟାଙ୍କି ଫାଟି ପ୍ୟାଣ୍ଟ୍ରିକାର ଧ୍ୱସ୍ତ

ପୁରୀ ରେଳ ଷ୍ଟେଶନରେ ଅଘଟଣ: ସେନା ଟ୍ରେନରେ ବିସ୍ଫୋରଣ, ରୋଷେଇ ଗ୍ୟାସ ଟାଙ୍କି ଫାଟି ପ୍ୟାଣ୍ଟ୍ରିକାର ଧ୍ୱସ୍ତ

ପୁରୀ ଅଫିସ, ୧୭।୧: ପୁରୀ ରେଳ ଷ୍ଟେଶନରେ ଲଗାତର ୩ଟି ଟ୍ରେନରେ ଅଗ୍ନିକାଣ୍ଡ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ବୁଧବାର ପୁଣି ଘଟିଛି ଏକ ଅଘଟଣ। ଷ୍ଟେଶନର ୨ନମ୍ବର ପ୍ଲାଟଫର୍ମରେ ଲାଗିଥିବା ମିଲିଟାରୀ(ସେନା)ର ସ୍ବତନ୍ତ୍ର ଟ୍ରେନର ପ୍ୟାଣ୍ଟ୍ରିକାର (ରୋଷ ବଗି)ରେ ଏକ ଗ୍ୟାସ ସିଲିଣ୍ଡର ଫାଟି ଘଟିଛି ବିସ୍ଫୋରଣ। ଏଥିରେ ଉକ୍ତ ବଗିର କିଛି ଅଂଶ ଜଳିଯିବା ସହ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଷ୍ଟେଶନ ଆଖାପାଖ ଅଞ୍ଚଳ ଥରି ଉଠିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ବିଭିନ୍ନ ପ୍ଲାଟଫର୍ମରେ ଥିବା ଯାତ୍ରୀ ଭୟରେ ଦୌଡାଦୌଡି କରିଥିଲେ। ଏହି ସମୟରେ ପ୍ଲାଟଫର୍ମରେ ରହିଥିବା ଧଉଳି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ମ୍ୟାନେଜର ବିନୋଦ କୁମାର ଆର୍ଯ୍ୟ ଏବଂ କର୍ମଚାରୀ ଚନ୍ଦନ କୁମାର ଦାସ ଆହତ ହୋଇଛନ୍ତି। ତେବେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇ ନାହିଁ। ପ୍ୟାଣ୍ଟ୍ରିକାରରେ ରୋଷେଇ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜିଆରପି କିମ୍ବା ଆରପିଏଫ ନିକଟରେ କୌଣସି ମାମଲା ରୁଜୁ ହୋଇନାହିଁ।

ଆସିବ ରଥ କାଠ: ବୌଦ୍ଧ ଗଲା ୫ ଜଣିଆ ଟିମ୍‌

ଆସିବ ରଥ କାଠ: ବୌଦ୍ଧ ଗଲା ୫ ଜଣିଆ ଟିମ୍‌

ପୁରୀ ଅଫିସ, ୧୭।୧: ଆସନ୍ତା ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ତିନିରଥ ନିର୍ମାଣ ନିମନ୍ତେ ଚଳିତବର୍ଷ ପ୍ରଥମଥର ଲାଗି ବୌଦ୍ଧ ବନମଣ୍ଡଳରୁ ଆସିବ ରଥକାଠ। ଏଥିପାଇଁ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ୫ ଜଣିଆ ଟିମ୍‌ ବୌଦ୍ଧ ଗସ୍ତ କରିଛି। ଶ୍ରୀମନ୍ଦିର ମୁଖ୍ୟ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍‌ରେ ନୀତି ଇନ୍‌ଚାର୍ଜ ରବୀନ୍ଦ୍ର ନାଥ ଦାସ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ଏବଂ ୱାର୍କ ସରକାର କାର୍ତ୍ତିକ ଭୋଇ ସାମିଲ ଅଛନ୍ତି। ଏହି ଟିମ୍‌ ୨୦ ତାରିଖ ପର୍ଯ୍ୟନ୍ତ ବୌଦ୍ଧରେ ରହି ରଥ ପାଇଁ ଉପଯୁକ୍ତ କାଠ ଚୟନ କରିବ।