ମେଟ୍ରୋ |

ଆସୁଛି ନୂଆବର୍ଷ: ପୁରୀ ପ୍ୟାକ୍‌

ଆସୁଛି ନୂଆବର୍ଷ: ପୁରୀ ପ୍ୟାକ୍‌

ପୁରୀ ଅଫିସ, ୨୩।୧୨: ଆସୁଛି ବଡ଼ଦିନ, ନୂଆବର୍ଷ। ଏହାସାଙ୍ଗକୁ ଡିସେମ୍ବର ୨୬ରେ ପୁରୀରେ ରହିଛି ବିଜେଡିର ପ୍ରତିଷ୍ଠା ଦିବସ। ନୂଆବର୍ଷକୁ ପାଳନ କରିବା ଲାଗି ପୁରୀରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ସହରରେ ଥିବା ହୋଟେଲ, ଲଜିଂ, ଧର୍ମଶାଳା, ମଠଗୁଡ଼ିକ ପ୍ୟାକ୍‌ ହୋଇଗଲାଣି। ନୂଆବର୍ଷ ପାଇଁ ପୁରୀକୁ ଆସିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ଲାଗି ଆଉ ରୁମ୍‌ ମିଳୁନାହିଁ। ଯେଉଁ ହୋଟେଲରେ କିଛି ବି ରୁମ୍‌ ଅଛି ସେମାନେ ଦୁଇଗୁଣା ଦର ନେଉଥିବା ଅଭିଯୋଗ ହେଉଛି। ଏପରି କି ଛୋଟ ଛୋଟ ଲଜିଂଗୁଡିକରେ ହଜାରେ ଟଙ୍କା ତଳକୁ ରୁମ୍‌ ନାହିଁ।
ଦିନକ ପରେ ବଡ଼ଦିନ। ଅଧିକାଂଶ ପର୍ଯ୍ୟଟକ ପୁରୀକୁ ବଡ଼ଦିନ ପୂର୍ବରୁ ଆସି ନୂଆବର୍ଷ କଟାଇ ଫେରିଥାନ୍ତି। ତେଣୁ ପୁରୀରେ ଏବେଠାରୁ ଭିଡ଼ ଜମିବା ଆରମ୍ଭ ହେଲାଣି। ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁଯାୟୀ, ପୁରୀ ସହରରେ ୫୨୫ ହୋଟେଲ ଓ ଲଜିଂ ରହିଛି। ଏଥିରେ ପ୍ରାୟ ୩୫ ହଜାର ଲୋକ ରହିପାରିବେ। ବାସ୍ତବରେ ପୁରୀ ସହରର ହୋଟେଲ, ଲଜିଂ, ଧର୍ମଶାଳା, ମଠ, ହଲିଡେହୋମ୍‌ ଆଦି ମିଶିଲେ ୭୦୦ରୁ ଅଧିକ ରହିଛି। ଚଳିତବର୍ଷ ପାଗ ଅନୁକୂଳ ରହିଥିବାରୁ ଏବେଠାରୁ ସହରରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାକୁ ଲାଗିଲାଣି। ପ୍ରାୟତଃ ସମସ୍ତ ହୋଟେଲ, ଲଜିଂର ରୁମ୍‌ ପ୍ୟାକ୍‌ ହୋଇଯାଇଥିବା ଜଣାପଡିଛି। ଏବେ ପର୍ଯ୍ୟଟକଙ୍କୁ ଦୁଇଗୁଣା ଦର ଦେଲେ ବି ରୁମ୍‌ ମିଳୁନାହିଁ। ପୁରୀରେ ରହିବାକୁ ନେଇ ପର୍ଯ୍ୟଟକଙ୍କ ଚିନ୍ତା ବଢିଛି। ପର୍ଯ୍ୟଟକ ମଠ, ଧର୍ମଶାଳା ଆଡକୁ ମୁହଁାଉଥିବା ବେଳେ ସେଠାରେ ବି ଶ୍ରଦ୍ଧାଳୁଙ୍କ ଭିଡ଼ ରହିଛି।
ଅନ୍ୟପକ୍ଷରେ ଭିଆଇପି ଓ ଭିଭିଆଇପିଙ୍କୁ ନେଇ ପ୍ରଶାସନ ଚିନ୍ତାରେ ରହିଛି। ଛୁଟି ପଡିଥିବାରୁ ରାଜ୍ୟ ଏବଂ ରାଜ୍ୟ ବାହାରର ବିଚାରବିଭାଗୀୟ ଅଧିକାରୀ ମଧ୍ୟ ପୁରୀମୁହଁା ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୩ ଜଣ ବିଚାରପତିଙ୍କ ରହଣି ଲାଗି ଜିଲା ପ୍ରଶାସନ ବ୍ୟବସ୍ଥା କରିଛି। ଏହାସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ଅତିଥି (ଷ୍ଟେଟ୍‌ ଗେଷ୍ଟ)ଙ୍କ ଧାଡି ପୁରୀକୁ ଲାଗିଛି। ବିଜେଡିର ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଇଁ ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ନେତାଙ୍କର ମଧ୍ୟ ପୁରୀରେ ଭିଡ଼ ହେବ। ୨୫ ତାରିଖରୁ ସେମାନେ ପୁରୀରେ ଆସି ଡେରା ପକାଇବେ। ବିଶେଷକରି ମନ୍ତ୍ରୀ ଏବଂ ବିଧାୟକଙ୍କ ରହଣି ବ୍ୟବସ୍ଥା ମଧ୍ୟ ପ୍ରଶାସନ ବୁଝୁଥିବା କୁହାଯାଉଛି। ସହରରେ ସରକାରୀ ବଙ୍ଗଳା କହିଲେ ସ୍ବତନ୍ତ୍ର ସର୍କିଟ୍‌ ହାଉସ ସହିତ ବିଭିନ୍ନ ବିଭାଗ ଯଥା ପୂର୍ତ୍ତ, ଜନସ୍ବାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସେଚନ ବିଭାଗର ଗେଷ୍ଟ ହାଉସ୍‌ ରହିଛି। ପର୍ଯ୍ୟଟନ ବିଭାଗ ପାନ୍ଥନିବାସରେ ଗତ ୨୨ ତାରିଖଠାରୁ ଜାନୁୟାରୀ ୫ ତାରିଖ ପର୍ଯ୍ୟନ୍ତ କୌଣସି ରୁମ୍‌ ଖାଲି ନାହିଁ। ସ୍ବତନ୍ତ୍ର ସର୍କିଟ ହାଉସରେ ୪୪ଟି ରୁମ୍‌ ରହିଛି। ରୁମ୍‌ଗୁଡ଼ିକ ମନ୍ତ୍ରୀ, ବିଧାୟକ, ବିଚାରପତି ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଦିଆଯାଇଛି। ଏପରି କି ଷ୍ଟେଟ୍‌ ଗେଷ୍ଟ ହୋଇଥିବା କେତେଜଣ ବିଚାରପତିଙ୍କ ପାଇଁ ସରକାର କେତେକ ହୋଟେଲରେ ରହଣି ବ୍ୟବସ୍ଥା କରିଛନ୍ତି। ୪ଟି ବିଭାଗର ଗେଷ୍ଟ ହାଉସ୍‌ର ରୁମ୍‌ଗୁଡ଼ିକ ଜିଲା ପ୍ରଶାସନକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ତ୍ତ ବିଭାଗକୁ ବାଦ୍‌ ଦେଲେ ଅନ୍ୟ କୌଣସି ବିଭାଗ ଏ ପର୍ଯ୍ୟନ୍ତ ଜିଲା ପ୍ରଶାସନକୁ ରୁମ୍‌ ହସ୍ତାନ୍ତର କରିନାହାନ୍ତି। ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ରୁମ୍‌ ହସ୍ତାନ୍ତର କରିବାକୁ ପ୍ରଶାସନକୁ ସିଧାସଳଖ ମନା କରିଦେଇଥିବା ଜଣାପଡିଛି।
ଅନ୍ୟପକ୍ଷରେ ପ୍ରଶାସନ ଗତ ୨୧ ତାରିଖରେ ପ୍ରତି ହୋଟେଲ ମାଲିକଙ୍କୁ ଚିଠି ଲେଖି ପେମେଣ୍ଟ ବେସିସ୍‌ରେ ୩ଟି ଲେଖାଏ ରୁମ୍‌ ଦେବା ପାଇଁ ନିବେଦନ କରିଛନ୍ତି। ହେଲେ ହୋଟେଲ ମାଲିକମାନେ ରୁମ୍‌ ନ ଥିବା ଦର୍ଶାଇଛନ୍ତି। ତେଣୁ ଭିଆଇପି ଏବଂ ଭିଭିଆଇପିଙ୍କ ରହଣିକୁ ନେଇ ପ୍ରଶାସନ ଏବେ ଚିନ୍ତାରେ ପଡିଛି। ହୋଟେଲ ମାଲିକଙ୍କ ଦୁଇଗୁଣା ଦରକୁ ନେଇ ମଧ୍ୟ ପର୍ଯ୍ୟଟକ ହନ୍ତସନ୍ତ। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା କୁହନ୍ତି, ବର୍ତ୍ତମାନ ପ୍ରାୟତଃ ସବୁ ହୋଟେଲ ପ୍ୟାକ୍‌ ରହିଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗିରହିବ। କିନ୍ତୁ ହୋଟେଲ ମାଲିକ ରୁମ୍‌ ପାଇଁ ଦୁଇଗୁଣା ନେଉଥିବା ଅଭିଯୋଗ ଏ ପର୍ଯ୍ୟନ୍ତ ଆମ ପାଖରେ ପହଞ୍ଚତ୍ନାହିଁ। ବିଶେଷକରି ହୋଟେଲ ମାଲିକମାନେ ଅଫ୍‌ ସିଜନରେ ସେମାନେ ରିହାତି ଦେଉଥିବା ବେଳେ ବର୍ତ୍ତମାନ ତାରିଫ ଅନୁଯାୟୀ ରୁମ୍‌ ଦର ନେଉଛନ୍ତି। ଏ ସମ୍ପର୍କରେ ପୁରୀ ହୋଟେଲ ମାଲିକ ସଂଘ ସଭାପତି ରାମକୃଷ୍ଣ ଦାସମହାପାତ୍ର କୁହନ୍ତି, କଁା ଭଁା ହୋଟେଲରେ କିଛି ରୁମ୍‌ ରହିଛି। ଲଜିଂ, ହଲିଡେ ହୋମ୍‌ଗୁଡ଼ିକ କାହାଠାରୁ କ’ଣ ଦାମ୍‌ ନେଉଛନ୍ତି ତାହା ଜାଣିବା କଷ୍ଟକର। ଦୁଇଗୁଣ ଦର ନିଆଯାଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।

All Right Reserved By

ମେଟ୍ରୋ |

ଆତ୍ମହତ୍ୟା ପ୍ରବଣତାକୁ ନେଇ ବଢ଼ୁଛି ଚିନ୍ତା , ଆରମ୍ଭ ହେବ ସ୍ବତନ୍ତ୍ର କାଉନ୍‌ସେଲିଂ ବ୍ୟବସ୍ଥା

କଟକ ଅଫିସ, ୧୯।୭- ପ୍ରେମରେ ଧୋକା ଖାଇବା ପରେ ହେଉ କିମ୍ବା ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବିବାଦ କାରଣରୁ ହେଉ ଅବା ପରୀକ୍ଷାରେ ଅକୃତକାର୍ଯ୍ୟ ଓ ମାନସିକ ଅସୁସ୍ଥତା କାରଣରୁ ଲୋକେ ଆତ୍ମହତ୍ୟା କରୁଛନ୍ତି। ସେହିପରି ନିଶା ସେବନ ଯୋଗୁ ଆତ୍ମହତ୍ୟା ପ୍ରବୃତ୍ତି ଜାଗ୍ରତ ହେଉଛି।

ରଞ୍ଜିତା ବିଶ୍ୱାଳ ଜାମିନ ମାମଲା , ଡି’ଲିଙ୍କ୍‌ର ପ୍ରମାଣ ଲୋଡିଲେ ହାଇକୋର୍ଟ

କଟକ ଅଫିସ,୧୯।୭- ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଗତ ମଙ୍ଗଳବାର ହାଇକୋର୍ଟରେ ହୋଇଥିଲା। କର୍ପୋରେଟର ରଞ୍ଜିତା ଧଳସାମନ୍ତ ଭ୍ରାତାଙ୍କୁ ଜେଲ୍‌ରେ ଭେଟିବାର କ’ଣ ସବୁ ପ୍ରମାଣ ରହିଛି ସେସବୁ କୋର୍ଟରେ ଦାଖଲ କରିବା ପାଇଁ ବିଚାରପତି ଜଷ୍ଟିସ ଜେ.ପି. ଦାସ ସରକାରଙ୍କୁ ଆଦେଶ ଦେଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ କିରାଣିଙ୍କ ଘରେ ଭିଜିଲାନ୍ସ ଯାଞ୍ଚ , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

କଟକ ଅଫିସ, ୧୯।୭- କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁନୀଲ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ଯାଞ୍ଚ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ସୁନୀଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ପୁରୀ ଜେଲ୍‌ରେ କଏଦୀଙ୍କ ମୃତ୍ୟୁ

ପୁରୀ ଜେଲ୍‌ରେ କଏଦୀଙ୍କ ମୃତ୍ୟୁ

ପୁରୀ ଅଫିସ,୧୯।୭ : ଏକ ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡାଦେଶ ପାଇ ପୁରୀ ଜିଲା ଜେଲରେ ଥିବା ଜଣେ କଏଦୀଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ କାକଟପୁରର ତ୍ରିଲୋଚନ ମଲିକ। ପୋଲିସ କହିବାନୁସାରେ, ସକାଳେ ତାଙ୍କ ଦେହ ଭୀଷଣ ଖରାପ ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଜିଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ବଟାନିକାଲ ଗାର୍ଡେନ : ବିନା ଟେଣ୍ଡରରେ ରାସ୍ତା କାମ, ନିମ୍ନମାନ ଅଭିଯୋଗ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଓ କ୍ରାଇମ୍‌ବ୍ରାଞ୍ଚକୁ ଚିଠି ଲେଖିଲେ ବ୍ଲକ ଉପାଧ୍ୟକ୍ଷା

ଭୁବନେଶ୍ୱର, ୧୯।୭(ବ୍ୟୁରୋ) - ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିନା ଟେଣ୍ଡରରେ ୯୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟ ହେଉଛି। ଅତି ଚତୁରତାର ସହ ଜଣେ ଠିକାଦାରଙ୍କୁ ଭାଗ ଭାଗ କରି କାର୍ଯ୍ୟ ଦିଆଯାଇଥିବା ଅଭିଯୋଗ ଉଠିଛି।

‘ହାତୀ ବଞ୍ଚାଅ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରିଚା ଚଢ଼ା

‘ହାତୀ ବଞ୍ଚାଅ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରିଚା ଚଢ଼ା

ଓଡ଼ିଶାରେ ଟ୍ରେନ ଧକ୍କାରେ ହାତୀଙ୍କ ମୃତ୍ୟୁ ଘଟୁଥିବାରୁ ରିଚା ଏହାକୁ ଗଭୀରତାର ସହ ନେଇଛନ୍ତି। ଏହାର ସମାଧାନ କିପରି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରିଚା କହିଛନ୍ତି, ୨୦୧୮ରେ ଅନେକ ଜାଗାରେ ହାତୀ ଦୁର୍ଘଟଣାର ଶିକାର ହୋଇଛନ୍ତି।

ଡ୍ରେନ ପାଇଁ ଘରୋଇ ଜମି କିଣିବ ବିଏମ୍‌ସି

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ଭାଗବତ ସନ୍ଧାନ ନିକଟ ଡ୍ରେନ୍‌ ପାଣି ନିଷ୍କାସନ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଘରୋଇ ଜମି ଅଧିଗ୍ରହଣ କରିବ। ଏଠାରେ ଡ୍ରେନ୍‌ର ସ୍ଥିତି ଆକଳନ ପାଇଁ ବିଏମ୍‌ସି କମିଶନର ଡ. କ୍ରିଷନ କୁମାରଙ୍କ ନେତୃତ୍ୱରେ ନଗର ପ୍ରଶାସନର

ଟିଟୋଙ୍କୁ ପେଟ୍ରୋଲ ପମ୍ପ ଡିଲରଶିପ ମିଳିବା ପ୍ରସଙ୍ଗ ସିବିଆଇ ତଦନ୍ତ ସୁପାରିସ କଲା ଆଇଓସିଏଲ୍‌

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ଗ୍ୟାଙ୍ଗଷ୍ଟର ସୟଦ ଉସମାନ ଅଲି ଓରଫ ଟିଟୋଙ୍କୁ ପେଟ୍ରୋଲ ପମ୍ପ ଡିଲରଶିପ ମିଳିବା ଘଟଣାର ସିବିଆଇ ତଦନ୍ତ କରାଯିବ। ନିୟମର ଉଲ୍ଲଂଘନ କରାଯାଇ ଟିଟୋଙ୍କୁ ପେଟ୍ରୋଲ ପମ୍ପ ଦିଆଯାଇଥିବା ଆଇଓସିଏଲ(ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ) ନିଜସ୍ବ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।

ଭୁବନେଶ୍ୱର ଓ୍ବାନ୍‌ ଟୋଲ ଫ୍ରି ନମ୍ବର ଉନ୍ମୋଚିତ , ଘରେ ବସି ଦାଖଲ କରିହେବ ଅଭିଯୋଗ

ଭୁବନେଶ୍ୱର ଓ୍ବାନ୍‌ ଟୋଲ ଫ୍ରି ନମ୍ବର ଉନ୍ମୋଚିତ , ଘରେ ବସି ଦାଖଲ କରିହେବ ଅଭିଯୋଗ

ଭୁବନେଶ୍ୱର, ୧୯।୭ (ବ୍ୟୁରୋ)- ଏଣିକି ଭୁବନେଶ୍ୱର ସହରବାସୀଙ୍କୁ ଅଭିଯୋଗ ଦାଖଲ କରିବାକୁ ଆଉ ବାରମ୍ବାର ବିଏମ୍‌ସି କିମ୍ବା ବିଡିଏ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବନି। ଘରେ ବସି ଗୋଟିଏ କଲରେ ବିଏମ୍‌ସି ପାଖରେ ପହଞ୍ଚିଯିବ ଅଭିଯୋଗ।

ଦବିଲା ବସ୍‌ ଚକ , ବାଘ ସଫାରିରେ ଫସିଲେ ୩୮ ପର୍ଯ୍ୟଟକ

ଦବିଲା ବସ୍‌ ଚକ , ବାଘ ସଫାରିରେ ଫସିଲେ ୩୮ ପର୍ଯ୍ୟଟକ

ବାରଙ୍ଗ,୧୯।୭(ଡି.ଏନ୍‌.ଏ.)-ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଘଟିଛି ପୁଣି ଏକ ଅଘଟଣ। ମଙ୍ଗଳବାର ୩୮ଜଣ ପର୍ଯ୍ୟଟକଙ୍କୁ ଧରି ବାଘ ସଫାରି ବୁଲାଇବାକୁ ନେଇଥିବା ବସ୍‌ର ଚକ କାଦୁଅ ରାସ୍ତାରେ ଦବିଯିବାରୁ ଯାତ୍ରୀମାନେ ସଫାରି ଭିତରେ ଫସିରହିଥିଲେ।

ଅନିଶ୍ଚିତତା ଭିତରେ ମୟୂର ଅଭୟାରଣ୍ୟ

ଅନିଶ୍ଚିତତା ଭିତରେ ମୟୂର ଅଭୟାରଣ୍ୟ

ଭୁବନେଶ୍ୱର,୧୯।୭(ବ୍ୟୁରୋ)- ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଚଳପ୍ରଚଳ କରୁଥିବା ମୟୂରଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି ଲକ୍ଷ୍ୟରେ ମୟୂର ଅଭୟାରଣ୍ୟର ପରିକଳ୍ପନା କରାଯାଇଥିଲା। ମେଣ୍ଡାଶାଳ ସଂରକ୍ଷିତ ଜଙ୍ଗଲ, ଗଙ୍ଗାପାଟଣା ଓ ଦେଉଳିଆପାଟଣା ଅଞ୍ଚଳରେ ଏହି ଅଭୟାରଣ୍ୟ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ।

୨୧ରେ ‘କାଳିନ୍ଦୀ ଚରଣ ପାଣିଗ୍ରାହୀ’ ଆଲୋଚନାଚକ୍ର

ଭୁବନେଶ୍ୱର,୧୯।୭(ବ୍ୟୁରୋ)-କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆସନ୍ତା ୨୧ ଏବଂ ୨୨ ତାରିଖରେ ୩ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୨୧ ତାରିଖ ଅପରାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ସମ୍ମିଳନୀ

Model This Week

ରୂପେଶ