ମେଟ୍ରୋ |

‘କଲର୍ସ ଅଫ ଦ ଇୟର’ ଆରମ୍ଭ

‘କଲର୍ସ ଅଫ ଦ ଇୟର’ ଆରମ୍ଭ
ଭୁବନେଶ୍ୱର, ୨୩।୧୨(ବ୍ୟୁରୋ)- ସୁଭଦ୍ରା ଆର୍ଟ ଗ୍ୟାଲେରି ଏବଂ ଆର୍ଟ ଫେୟାର ମାଗାଜିନର ମିଳିତ ଉଦ୍ୟମରେ ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ୍‌ ଆର୍ଟ ଫେୟାର ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ତଥା ସାଧାରଣ ଲୋକଙ୍କୁ ଚିତ୍ର ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ସୁଭଦ୍ରା ଆର୍ଟ ଗ୍ୟାଲେରି ପକ୍ଷରୁ ଏହା ପରିସରରେ ସାମୂହିକ ଚିତ୍ରକଳା ପ୍ରଦର୍ଶନୀ ‘କଲର୍ସ ଅଫ ଦ ଇୟର’ ଶନିବାରଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୩୧ଜଣ ପ୍ରତିଷ୍ଠିତ ଶିଳ୍ପୀଙ୍କ ୭୫ଟି ଚିତ୍ରକଳା ପ୍ରଦର୍ଶିତ ହେଉଛି। କଳାଶ୍ରୀ ବିନୋଦିନୀ ବେହେରାଙ୍କ ଆଦିବାସୀଙ୍କ ଜୀବନ ସମ୍ପର୍କିତ ଚିତ୍ର ହେଉ କି ଶିଳ୍ପୀ ଡାଏନା ମହାପାତ୍ରଙ୍କ ଚିତ୍ର, ସବୁଥିରେ ସମାଜ ପାଇଁ କିଛି ନା କିଛି ବାର୍ତ୍ତା ରହିଛି। ଡାଏନାଙ୍କ ଚିତ୍ରରେ ମହିଳାମାନେ କିପରି ଅନ୍ଧକାରର ଅନ୍ଧଗଳିରୁ ଏବେ ଆଲୋକ ଆଡକୁ ଗତି କରୁଛନ୍ତି ତାହାକୁ ବେଶ ସୁନ୍ଦର ଭାବେ ଦର୍ଶାଯାଇଛି। ସେହିପରି ଶିଳ୍ପୀ ପ୍ରଣତି ଦାସ ଫାବ୍ରିକ୍‌, ନେଟ୍‌, କଉଡି ସାହାଯ୍ୟରେ ଛୋଟ ଶିଶୁକୁ ପ୍ରକୃତି ସହ ଯୋଡିବାରେ ସଫଳ ହୋଇଛନ୍ତି। ପ୍ରଦର୍ଶନୀର ଆକର୍ଷଣ ସାଜିଛି ଶିଳ୍ପୀ ମୁରଲୀଧରଙ୍କ ୫୦ ବର୍ଷ ପୁରୁଣା ଅଏଲ ପେଣ୍ଟିଂ। ଏଥିରେ ଏକ ନଦୀରେ ଭୁସ୍ଖଳନ ହେବା ସମୟର ପ୍ରତିବିମ୍ବକୁ ବେଶ୍‌ ଚମତ୍କାର ଭାବେ ଚିତ୍ରଣ କରାଯାଇଛି। ଗ୍ୟାଲେରି ପକ୍ଷରୁ ଏହି ପେଣ୍ଟିଂକୁ ନିଲାମ ପାଇଁ ରଖାଯାଇଛି। ସେହିପରି ମୁରଲୀଙ୍କ ଆଉ ଏକ ପୁରୁଣା ଚିତ୍ର, ଯେଉଁଥିରେ ଗ୍ରାମାଞ୍ଚଳର ରୋଷେଇ ପଦ୍ଧତିକୁ ଦର୍ଶାଯାଇଛି। ଏହା ବ୍ୟତୀତ ଜଗନ୍ନାଥ ମହାପାତ୍ରଙ୍କ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତାମୂଳକ ଚିତ୍ରକଳା ଏବଂ ମାନସ ଜେନାଙ୍କ ଚିତ୍ରକଳା ବେଶ୍‌ ଆକର୍ଷଣୀୟ ହୋଇଛି। ପ୍ରଦର୍ଶନୀର ଉଦ୍‌ଘାଟନୀ ଉତ୍ସବରେ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ଗ୍ୟାଲେରିର ପ୍ରତିଷ୍ଠାତା ସୂର୍ଯ୍ୟ ରଥ, ନିର୍ଦ୍ଦେଶକ ଅଶୋକ ନାୟକ, କର୍ପୋରେଟର ପୁଷ୍ପା ଦାସ ପ୍ରମୁଖ ଯୋଗଦେଇଥିଲେ।
All Right Reserved By

ମେଟ୍ରୋ |

ଝାରପଡ଼ାରେ ୩ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଜଣେ ଗୁରୁତର

ଝାରପଡ଼ାରେ ୩ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଜଣେ ଗୁରୁତର

କଟକ ରୋଡ଼, ୧୯।୧(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଶାନ୍ତିନଗର ନିକଟରେ ଥିବା ଏକ ଗ୍ୟାସ ରିଫିଲିଂ ଦୋକାନରେ ଶନିବାର ମଧ୍ୟାହ୍ନରେ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ହେଲେ ଲକ୍ଷ୍ମୀସାଗର ମଣ୍ଡପସାହିର ପ୍ରଭାକର ବାରିକ। ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା : ୨ଶହ ଟଙ୍କା ବୃଦ୍ଧିନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା : ୨ଶହ ଟଙ୍କା ବୃଦ୍ଧିନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ ଟଙ୍କା ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ଏହା ଦ୍ୱାରା ୩୦୦ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ୫୦୦ ଟଙ୍କା ପାଇପାରିବେ। ସେହିପରି ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ୭ଶହ ଟଙ୍କା ପାଇବେ।

ପିଠା ସ୍ଥଳୀରେ ମାର୍‌ପିଟ: ସରପଞ୍ଚଙ୍କ ଅନୁପସ୍ଥିତିରେ ପ୍ରୋତ୍ସାହନ ବାଣ୍ଟିଲେ ମନ୍ତ୍ରୀ

ପିଠା ସ୍ଥଳୀରେ ମାର୍‌ପିଟ: ସରପଞ୍ଚଙ୍କ ଅନୁପସ୍ଥିତିରେ ପ୍ରୋତ୍ସାହନ ବାଣ୍ଟିଲେ ମନ୍ତ୍ରୀ

କଟକସଦର, ୧୯।୧(ଡି.ଏନ୍‌.ଏ.): କଟକସଦର ବ୍ଲକ ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତର ପିଠା କାର୍ଯ୍ୟକ୍ରମ ସ୍ଥଳରେ ଶନିବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ  ମାର୍‌ପିଟ୍‌ ହୋଇଛି। ଫଳରେ ସରପଞ୍ଚ ଗୋଷ୍ଠୀର ୨ ଜଣ ଆହତ ହୋଇଥିବା  ଜଣାପଡିଛି। 

୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରୁ ଖଣ୍ଡଗିରି ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢ଼ାଉକରି ୨ ବ୍ରାଉନ୍‌ ସୁଗାର ବ୍ୟବସାୟୀଙ୍କୁ ଶନିବାର ସକାଳେ ଗିରଫ କରିଛି। ସେମାନଙ୍କ ପରିଚୟ ଏଯାବତ୍‌ ମିଳିପାରି ନାହିଁ। ତେବେ ସେମାନଙ୍କ ନିକଟରୁ ୨୦ ଗ୍ରାମର ବ୍ରାଉନ୍‌ସୁଗାର ଓ ଏକ କାର ଜବତ କରାଯାଇଛି। 

ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସ୍ବାମୀ,  ସ୍ତ୍ରୀ, ଝିଅ ଗୁରୁତର

ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସ୍ବାମୀ, ସ୍ତ୍ରୀ, ଝିଅ ଗୁରୁତର

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର ନଗର କେନାଲବନ୍ଧ ଅଞ୍ଚଳରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଦମ୍ପତ୍ତି ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ହେଲେ ସ୍ବାମୀ ଅଜୟ ଦାସ(୪୦), ସ୍ତ୍ରୀ ଜାନକୀ ଦାସ। ଏଥିରେ ସେମାନଙ୍କ ୩ ବର୍ଷିୟା ଝିଅ ମଧ୍ୟ ଆହତ ହୋଇଛନ୍ତି। 

ରାଜଧାନୀରେ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ, ବିମାନ ସେବା ବିଳମ୍ବ

ରାଜଧାନୀରେ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ, ବିମାନ ସେବା ବିଳମ୍ବ

ଭୁବନେଶ୍ୱର,୧୯।୧: ଘନ କୁହୁଡ଼ିର ଆସ୍ତରଣ ମଧ୍ୟରେ ରାଜଧାନୀ ଭୂବନେଶ୍ୱର। ଶନିବାର ସକାଳେ ରାଜଧାନୀ ସମେତ କଟକରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଫଳରେ ଜନଜୀବନ ସାଧାରଣ ବାଧାପ୍ରାପ୍ତ ହୋଇଛି। 

ପଶ୍ଚିମ  ଓଡିଶାରେ ଶୀତର ପ୍ରକୋପ ଜାରି: ୧୦ ଡିଗ୍ରୀ ତଳେ ୧୦ ସହର

ପଶ୍ଚିମ ଓଡିଶାରେ ଶୀତର ପ୍ରକୋପ ଜାରି: ୧୦ ଡିଗ୍ରୀ ତଳେ ୧୦ ସହର

 ଭୁବନେଶ୍ୱର,୧୯।୧(ବ୍ୟୁରୋ)-ପଶ୍ଚିମ  ଓଡିଶାରେ ଶୀତର ପ୍ରକୋପ ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଅନୁଗୋଳ, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଜିଲାରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଅଞ୍ଚଳରେ ପାରଦ ୧୦ ଡିଗ୍ରୀ ତଳେ ରହିବ।  କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ର ଆହୁରି ତଳକୁ ଖସିବ ବୋଲି ଅନୁମାନ କରାଯାଇଛି। 

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି  ରାଜ୍ୟ ସରକାର

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ଭୁବନେଶ୍ୱର, ୧୯।୧(ସୁନିତ୍‌ ମିଶ୍ର): ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇ ବିଜେଡି ନିଜ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। ଲୋକମାନଙ୍କ ବିପୁଳ ସମର୍ଥନ ପାଇ ୪ର୍ଥ ଥର ଲାଗି ବିଜେଡି କ୍ଷମତାକୁ ଫେରିଥିଲା। ହେଲେ ରାଜ୍ୟ ସରକାର ୨୦୧୯ ସୁଦ୍ଧା ୨୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଲେ। 

୨୦୨୦ ସୁଦ୍ଧା ସରିବ ବ୍ୟାଖ୍ୟାନ କେନ୍ଦ୍ର କାମ: ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ବେଶ, ଖର୍ଚ୍ଚ ହେବ ୫ କୋଟି

୨୦୨୦ ସୁଦ୍ଧା ସରିବ ବ୍ୟାଖ୍ୟାନ କେନ୍ଦ୍ର କାମ: ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ବେଶ, ଖର୍ଚ୍ଚ ହେବ ୫ କୋଟି

ପୁରୀ ଅଫିସ,୧୯ା୧: ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ଥାନ ସ୍ବତନ୍ତ୍ର। ଶ୍ରୀମନ୍ଦିର ଏବଂ ବିସ୍ତୀର୍ଣ୍ଣ ବେଳାଭୂମିର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କେନ୍ଦ୍ର ସରକାରଙ୍କ ଆଇକନିକ ସିଟି ତାଲିକାରେ ସ୍ଥାନ ପାଇଥିବା ପୁରୀ ସହରରେ ରହିଛି ବହୁ ପୁରାତନ ମଠ ଓ ମନ୍ଦିର। ଯେଉଁଥିପାଇଁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଏଠାକୁ ଛୁଟି ଆସନ୍ତି। 

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ଜଣେ ଦୋଷ ସ୍ବୀକାର କରି କ୍ଷମା ମାଗିଛନ୍ତି

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ଜଣେ ଦୋଷ ସ୍ବୀକାର କରି କ୍ଷମା ମାଗିଛନ୍ତି

ପୁରୀ ଅଫିସ,୧୯।୧: ବହୁଚର୍ଚ୍ଚିତ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଗତ ନଭେମ୍ବର ୧୪ରେ ୯ ଦଇତାପତି ସେବକ ଏବଂ ଜଣେ ମହାରଣା ସେବକଙ୍କୁ ନୋଟିସ ଜାରି କରିଥିଲା। ସେମାନେ ଉତ୍ତର ରଖିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୋଷ ସ୍ବୀକାର କରି କ୍ଷମା ମାଗିଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ବ୍ରହ୍ମ ବିଭ୍ରାଟ ଘଟଣାରେ ୯ ଜଣ ଦୋଷୀ ସ୍ବୀକାର କରିନାହାନ୍ତି।

ଶ୍ରୀମନ୍ଦିରରେ ଅଚଳାବସ୍ଥା ପ୍ରସଙ୍ଗ: ଚିହ୍ନଟ ୩୬ଙ୍କ ମଧ୍ୟରେ ୨ ଅଣସେବକ, ୧୮ ସେବକଙ୍କୁ ନୋଟିସ, ୧୬ ଜଣଙ୍କୁ ମଗାଯିବ ତଥ୍ୟ

ଶ୍ରୀମନ୍ଦିରରେ ଅଚଳାବସ୍ଥା ପ୍ରସଙ୍ଗ: ଚିହ୍ନଟ ୩୬ଙ୍କ ମଧ୍ୟରେ ୨ ଅଣସେବକ, ୧୮ ସେବକଙ୍କୁ ନୋଟିସ, ୧୬ ଜଣଙ୍କୁ ମଗାଯିବ ତଥ୍ୟ

ପୁରୀ ଅଫିସ,୧୯।୧: ଶ୍ରୀମନ୍ଦିରରେ ଗତ ଡିସେମ୍ବର ୨୮ରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଫିଟି ନ ଥିଲା ଦ୍ୱାର। ୧୪ ଘଣ୍ଟା ଅଖିଆ, ଅପିଆ ରହିଥିଲେ ମହାପ୍ରଭୁ। ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ କେଉଁମାନେ ଦାୟୀ ସେ ଦିଗରେ ପ୍ରାଥମିକ ଯାଞ୍ଚ ଏବଂ ବୟାନ ରେକର୍ଡ ପରେ ୧୮ ସେବକଙ୍କୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। 

ଶ୍ରୀମନ୍ଦିର ଶୃଙ୍ଖଳା ଉପରେ ଗୁରୁତ୍ୱ: ତଦାରଖ ପାଇଁ ତିନିଥାକିଆ ବ୍ୟବସ୍ଥା, ପୁଣି କାର୍ଯ୍ୟକ୍ଷମ କରିବ ବୁଧବାରିଆ କମିଟି

ଶ୍ରୀମନ୍ଦିର ଶୃଙ୍ଖଳା ଉପରେ ଗୁରୁତ୍ୱ: ତଦାରଖ ପାଇଁ ତିନିଥାକିଆ ବ୍ୟବସ୍ଥା, ପୁଣି କାର୍ଯ୍ୟକ୍ଷମ କରିବ ବୁଧବାରିଆ କମିଟି

ପୁରୀ ଅଫିସ,୧୯।୧: ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଠାକୁରଙ୍କ ନୀତିକାନ୍ତି ହେଉ କି ଭକ୍ତଙ୍କ ଦର୍ଶନ ସବୁ ଯେପରି ସୁରୁଖୁରୁରେ ଏବଂ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିବ ତାହା ଉପରେ ଗୁରୁତ୍ୱ ଦେଇଛି ମନ୍ଦିର ପ୍ରଶାସନ। ବାରମ୍ବାର ତାଗିଦ ସତ୍ତ୍ବେ ମଝିରେ ମଝିରେ ନୀତିକାନ୍ତିରେ ବିଭ୍ରାଟ ହେଉଛି।