ମେଟ୍ରୋ |

ପ୍ରେମକୁ ବିରୋଧ: ପ୍ରେମିକଙ୍କୁ ଅପହରଣ, ହାତ କାଟିଲେ ପ୍ରେମିକା

ପ୍ରେମକୁ ବିରୋଧ: ପ୍ରେମିକଙ୍କୁ ଅପହରଣ, ହାତ କାଟିଲେ ପ୍ରେମିକା

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ)- ଏକ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଙ୍କ ପରିବାର ଲୋକେ ଜଣେ ଯୁବକଙ୍କୁ ଅଟୋରେ ଅପହରଣ କରିନେଉଥିଲେ। ଏହା ଜାଣିପାରି ୫ଜଣ ଯୁବକ ଅଟୋକୁ ପିଛା କରି ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପଟେ ପ୍ରେମିକଙ୍କୁ ଅପହରଣ କରାଯିବା ଖବର ଶୁଣି ପ୍ରେମିକା ଜଣକ ନିଶା ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଘଟଣା ଶନିବାର ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।
ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୫ଟା। ୟୁନିଟ୍‌-୬ ଦୁର୍ଗା ମଣ୍ଡପ ସମ୍ମୁଖରେ କେତେଜଣ ଯୁବକ ବସି ଖଟି କରୁଥିଲେ। ସେହିବାଟ ଦେଇ ସିରିପୁର ଆଡ଼କୁ ଏକ ଅଟୋ ଯାଉଥିଲା। ଅଟୋ ଭିତରୁ ଜଣେ ଯୁବକ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ। ଏହା ଶୁଣି ଖଟି କରୁଥିବା ୫ ଯୁବକ ୩ଟି ବାଇକ୍‌ରେ ଅଟୋକୁ ପିଛା କରିଥିଲେ। ସେମାନଙ୍କୁ ପଛରେ ଆସୁଥିବା ଦେଖି ଅଟୋ ଚାଳକ ଗତି ବଢ଼ାଇଥିଲେ। ପ୍ରାୟ ୧୫ ମିନିଟ୍‌ ଏଭଳି ଗୋଡାଗୋଡି ଚାଲିବା ପରେ ଓୟୁଏଟିର ଦ୍ୱିତୀୟ ହଷ୍ଟେଲ ସମ୍ମୁଖରେ ଅଟୋକୁ ଯବକମାନେ ଅଟକାଇଥିଲେ। ଅଟୋରେ ବସିଥିବା ୩ ଯୁବକ ଅଟୋରୁ ବାହାରି ହଠାତ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୫ ଯୁବକଙ୍କ ହାତ ମଧ୍ୟ କଟିଯାଇଥିଲା। କିନ୍ତୁ ସେମାନେ ଅଟୋରେ ଥିବା ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୩ ଆକ୍ରମଣକାରୀଙ୍କୁ କାବୁ କରି ଖଣ୍ଡଗିରି ପୋଲିସକୁ ଜଣାଇଥିଲେ। ସ୍ଥାନୀୟ ଲୋକେ ୩ ଅଭିଯୁକ୍ତଙ୍କୁ ନିସ୍ତୁକ ପିଟି ପୋଲିସ ଜିମା ଦେଇଥିଲେ। ପରେ ଆହତ ଯୁବକମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପହୃତ ଯୁବକ ଜଣକ ନୟ୍ୟାପଲ୍ଲୀ ଭୋଇସାହି ଅଞ୍ଚଳର ଜଗା ସ୍ବାଇଁ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଓୟୁଏଟି ନିକଟରେ ରହୁଥିବା ଜଣେ ଯବତୀ ଏବଂ ଜଗାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଝିଅଘର ଲୋକେ ତାହାକୁ ଗ୍ରହଣ କରୁ ନ ଥିଲେ। ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ଜାଣିବା ପରେ ଯୁବତୀଙ୍କ ଦାଦା ଏବଂ ତାଙ୍କର ୨ ସହଯୋଗୀ ଜାଗାଙ୍କୁ ଅପହରଣ କରିଥିବା ପୋଲିସ ଜାଣିବାକୁ ପାଇଛି। ଅନ୍ୟପେଟ ପ୍ରେମିକଙ୍କୁ ଅପହରଣ କରାଯାଉଥିବା ଖବର ପାଇବା ପରେ ଯୁବତୀ ଜଣକ କିଛି ନିଶା ବଟିକା ଖାଇବା ସହ ନିଜ ହାତ କାଟିଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ କୌଣସି ମାମଲା ରୁଜୁ ହୋଇ ନ ଥିବାବେଳେ ୩ ଅଭିଯୁକ୍ତ ଥାନାରେ ଅଟକ ଥିବା ପୋଲିସ ସୂଚନା ଦେଇଛି।

All Right Reserved By

ମେଟ୍ରୋ |

ମହାପ୍ରଭୁଙ୍କୁ ଭେଟିଲେ ଲକ୍ଷ୍ମୀ ଠାକୁରାଣୀ: ଭେଟ କରାଇଲେ ଗଜପତି

ମହାପ୍ରଭୁଙ୍କୁ ଭେଟିଲେ ଲକ୍ଷ୍ମୀ ଠାକୁରାଣୀ: ଭେଟ କରାଇଲେ ଗଜପତି

ପୁରୀ ଅଫିସ,୨୨ା୭: ଜନ୍ମବେଦୀରେ ଲୀଳାଖେଳା ସାରି ଭାଇ ଭଉଣୀକୁ ସାଥୀରେ ଧରି ସିଂହଦ୍ୱାର ଅଭିମୁଖେ ଯାଉଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟସ୍ଥ ଚାହାଣି ମଣ୍ଡପରେ ରହି ସ୍ବାମୀ ଆସୁଥିବା ବାଟକୁ ଚାହିଁ ରହିଥିଲେ ମହାଲକ୍ଷ୍ମୀ ।

ସଅଳ ବାହୁଡ଼ିଲେ ମହାପ୍ରଭୁ: ସିଂହଦ୍ୱାରରେ ଚତୁର୍ଦ୍ଧାବିଗ୍ରହ

ସଅଳ ବାହୁଡ଼ିଲେ ମହାପ୍ରଭୁ: ସିଂହଦ୍ୱାରରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ,୨୨ା୭: ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି। ସିଂହଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ବାହୁଡା ନୀତିକାନ୍ତି ଓ ପହଣ୍ଡି ବି ସଅଳ ହୋଇଥିଲା। ନିର୍ଘଣ୍ଟ ସମୟର ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ ଆରମ୍ଭ ହେଲା ରଥଟଣା। ସିଂହଦ୍ୱାରରେ ପହଞ୍ଚତ୍ଥିବା ଚତୁର୍ଦ୍ଧାବିଗ୍ରହ ସୋମବାର ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ତେବେ ଚଳିତ ବର୍ଷର ବାହୁଡା ଯାତ୍ରାର ସଅଳ ପହଣ୍ଡି ଓ ରଥଟଣା ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି ।

ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ: ଏସ୍‌ଆର୍‌ସି

ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୨।୭(ବ୍ୟୁରୋ): ସାମ୍ପ୍ରତିକ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

ଲଗାଣ ବର୍ଷାରେ ହନ୍ତସନ୍ତ ନନ୍ଦନକାନନ ଜୀବଜନ୍ତୁ, ଏନ୍‌କ୍ଲୋଜରରେ ପଶିଲା ପାଣି

ଲଗାଣ ବର୍ଷାରେ ହନ୍ତସନ୍ତ ନନ୍ଦନକାନନ ଜୀବଜନ୍ତୁ, ଏନ୍‌କ୍ଲୋଜରରେ ପଶିଲା ପାଣି

ଭୁବନେଶ୍ୱର,୨୨।୭(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରି ସ୍ଥିତିରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଜୀବଜନ୍ତୁ ବି ବାଦ ପଡ଼ୁନାହାନ୍ତି। ଏହି କ୍ରମରେ ନନ୍ଦନକାନନର ହାଲ ବେହାଲ୍‌ ହୋଇଛି। ବଟାନିକାଲ୍‌ ଗାର୍ଡେନ୍‌କୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବା ବେଳେ ବିଭିନ୍ନ ଏନ୍‌କ୍ଲୋଜର ମଧ୍ୟରେ ପାଣି ପଶିଛି। ଏଣୁ ଜନ୍ତୁମାନେ ହନ୍ତସନ୍ତ ହେଉଛନ୍ତି।

ସିଂହଦ୍ୱାରରେ ତାଳଧ୍ୱଜ: ଗହଳ ଲଗାଇ ଆସୁଛନ୍ତି ଜଗନ୍ନାଥ

ସିଂହଦ୍ୱାରରେ ତାଳଧ୍ୱଜ: ଗହଳ ଲଗାଇ ଆସୁଛନ୍ତି ଜଗନ୍ନାଥ

ପୁରୀ ଅଫିସ,୨୨।୭: ସିଂହଦ୍ୱାରରେ ପହଞ୍ଚିଛି ବଡ଼ଠାକୁର ବଳଭଦ୍ରଙ୍କ ରଥ। ମାଉସୀ ମା’ ମନ୍ଦିରଠାରେ ପୋଡ଼ପିଠା ଖାଇ ଯାତ୍ରା ଆରମ୍ଭ କରିବା ପରେ ଅପରାହ୍ନ ୩.୩୦ରେ ତାଳଧ୍ୱଜ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି।

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

ଜଟଣୀ,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରାଜବଜାର ଅଞ୍ଚଳରେ ଥିବା ଗୋଲ୍ଡ ପ୍ଲାଜା ନାମକ ଜୁଏଲାରି ଦୋକାନରୁ ଶନିବାର ବିଳମ୍ବିତ ରାତିରେ ବଡ ଧରଣର ଚୋରୀ ହୋଇଛି। ନିକଟରେ ଥିବା ଡ୍ରେନ୍‌ ଭିତରୁ ଜୁଏଲାରୀ ଦୋକାନ ପର୍ଯ୍ୟନ୍ତ ୪ ଫୁଟ ଲମ୍ବର ସୁଡଙ୍ଗ କରି ଦୁର୍ବୃତ୍ତମାନେ ଏହି ଚୋରି କରିଥିବା ଜଣାପଡ଼ିଛି।

ଦବିଥିବା ଲୁଣାବନ୍ଧ ମରାମତି ଆରମ୍ଭ

ଦବିଥିବା ଲୁଣାବନ୍ଧ ମରାମତି ଆରମ୍ଭ

କାକଟପୁର,୨୨।୭(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବାରୁ ବେଳଙ୍ଗ-କେଉଟଜଙ୍ଗା ଲୁଣାବନ୍ଧର ବିଭିନ୍ନ ସ୍ଥାନ ଦବିଯାଇଥିଲା। ଫଳରେ ନଦୀ ତଟବର୍ତ୍ତୀ ଗ୍ରାମର ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଥିଲେ।

ଜଳବନ୍ଦି ଗ୍ରାମ ପରିଦର୍ଶନ କଲେ କାକଟପୁର ବିଧାୟକ

ଜଳବନ୍ଦି ଗ୍ରାମ ପରିଦର୍ଶନ କଲେ କାକଟପୁର ବିଧାୟକ

କାକଟପୁର,୨୨।୭(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଏହାର ଅନେକ ଅଞ୍ଚଳ ଜଳବନ୍ଦି ହୋଇ ରହିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରବିବାର କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ, କାକଟପୁର ବିଡିଓ ସୁଧିର କୁମାର ନାୟକ ପ୍ରମୁଖ ଜଳବନ୍ଦି ହୋଇଥିବା ବିଭିନ୍ନ ଗାଁ ପରିଦର୍ଶନ କରିଥିଲେ।

ବଡ଼ଦାଣ୍ଡରେ ଗଡୁଛି ତିନି ରଥ

ବଡ଼ଦାଣ୍ଡରେ ଗଡୁଛି ତିନି ରଥ

ପୁରୀ ଅଫିସ,୨୨।୭: ନିର୍ଦ୍ଧାରିତ ସମୟର ୨ ଘଣ୍ଟା ପୂର୍ବରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଛି ରଥଟଣା। ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ସଅଳ ରଥଟଣା ହୋଇଛି। ଛେରାପହଁରା ନୀତି ବଢ଼ିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡାଗୁଡ଼ିଙ୍କୁ ଲଗାଯାଇଥିଲା।

ଜଳିଗଲା ଟ୍ରାନ୍ସପୋର୍ଟ କମ୍ପାନୀ ଗୋଦାମ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଜଳିଗଲା ଟ୍ରାନ୍ସପୋର୍ଟ କମ୍ପାନୀ ଗୋଦାମ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କଟକ ରୋଡ,୨୨।୭(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଓଭରବ୍ରିଜ ନିକଟରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀରେ ରବିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

ଭାଙ୍ଗିଲା ସ୍କୁଲ ପାଚେରୀ

ଭାଙ୍ଗିଲା ସ୍କୁଲ ପାଚେରୀ

ନିରାକାରପୁର,୨୨।୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ସରକାରୀ ପଞ୍ଚାୟତ ସରପାରୀ ଗ୍ରାମରେ ଥିବା ଏକ ସ୍କୁଲର ପାଚେରୀ ଭାଙ୍ଗିଛି।

ଜଳବନ୍ଦିରେ ଲେଣ୍ଡୋ ପଞ୍ଚାୟତ: ଭାଙ୍ଗିଲା ଘର, ବାତ୍ୟା ଆଶ୍ରୟସ୍ଥଳରେ ଦିନ କାଟୁଛନ୍ତି ଗ୍ରାମବାସୀ

ଜଳବନ୍ଦିରେ ଲେଣ୍ଡୋ ପଞ୍ଚାୟତ: ଭାଙ୍ଗିଲା ଘର, ବାତ୍ୟା ଆଶ୍ରୟସ୍ଥଳରେ ଦିନ କାଟୁଛନ୍ତି ଗ୍ରାମବାସୀ

ନିରାକାରପୁର,୨୨।୭(ଡି.ଏନ୍‌.ଏ.): ଶୁକ୍ରବାରଠାରୁ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖୋର୍ଦ୍ଧା ଜିଳା ଟାଙ୍ଗି ବ୍ଲକ ଲେଣ୍ଡୋ ପଞ୍ଚାୟତର ପ୍ରାୟ ସମସ୍ତ ଗାଁ ପାଣି ଘେରରେ ରହିଛି।

Model This Week

ଚିଣ୍ଟୁ