ମେଟ୍ରୋ |

ବାଜିଲାନି ଗୁଳି: ଛାତରୁ ଡେଇଁ ଖସିଗଲେ ପପୁ

ବାଜିଲାନି ଗୁଳି: ଛାତରୁ ଡେଇଁ ଖସିଗଲେ ପପୁ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ)- କୁଖ୍ୟାତ ଅପରାଧୀ ପପୁ ପରିଡାଙ୍କୁ ଧରିବା ପାଇଁ ଶୁକ୍ରବାର ରାତିରେ ଜାଲ ବିଛାଇଥିବା ଶହୀଦନଗର ପୋଲିସ ବିଫଳ ହୋଇଛି। ପପୁ ପୋଲିସକୁ ଚକ୍‌ମା ଦେଖାଇ ଛାତରୁ ଡେଇଁ ଖସିଯିବାରେ ସକ୍ଷମ ହୋଇଛନ୍ତି।
ସୂଚନା ମୁତାବକ, ଶୁକ୍ରବାର ରାତିରେ ପପୁ ଏବଂ ତାଙ୍କର ୩ ସହଯୋଗୀ ଭୋଟପଡା ଗ୍ରାମର କିଛି ଦୂରରେ ଥିବା ଏକ ଘର ଭିତରେ ଭୋଜି କରୁଥିଲେ। ପରେ ୨ଜଣ ଘରକୁ ଚାଲିଯାଇଥିବାବେଳେ ପପୁ ଏବଂ ଅନ୍ୟ ଜଣେ ସହଯୋଗୀ ଉକ୍ତ ଘରେ ଥିଲେ। ଏ ନେଇ ପୋଲିସକୁ ଖବର ମିଳିଥିଲା। ଯୋଜନାବଦ୍ଧ ଭାବେ ପୋଲିସ ରାତି ପ୍ରାୟ ୨ଟାରେ ସେଠାରେ ଚଢ଼ାଉ କରିଥିଲା। ଏହା ଜାଣିବା ପରେ ପପୁ ଖସିଯିବାକୁ ଉଦ୍ୟମ କରିଥିଲେ। ପପୁ ଛାତରୁ ଡେଇଁ ଫେରାର ହେବା ବେଳେ ପୋଲିସ ତାଙ୍କ ଗୋଡ଼କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା। କିନ୍ତୁ ତାହା ଲକ୍ଷ୍ୟଚ୍ୟୁତ ହୋଇଥିଲା। ଫଳରେ ପପୁ ଖସିଯାଇଥିଲେ। ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଧରିଥିଲା। ଭୋଜିରେ ପପୁଙ୍କ ସହଯୋଗୀମାନେ ମଦ ପିଇଥିଲେ। ଫଳରେ ଧରାପଡ଼ିଥିବା ସହଯୋଗୀ ନିଶାରେ ଶୋଇଥିବା ଅବସ୍ଥାରେ ପୋଲିସ ତାଙ୍କୁ ଧରିଥିଲା। ମାତ୍ର ପପୁ ମଦ ପିଇ ନ ଥିଲେ। ତେବେ ପପୁ ଥିବା ଘରର ବାହାରେ ପୋଲିସ ଗାଡି ରଖି ଛାତ ଉପର ବାଟ ଦେଇ ଘର ଭିତରକୁ ପଶିଥିଲା। ବାହାରେ ୩ ପୋଲିସ କର୍ମଚାରୀ ରହିଥିଲେ। କିନ୍ତୁ ସେ ଛାତ ଡେଇଁ ଖସିଯିବା ବେଳେ ବାହାରେ ଜଗି ରହିଥିବା କର୍ମଚାରୀମାନେ ତାଙ୍କୁ ଧରିବାରେ ବିଫଳ ହୋଇଥିଲେ। ସୂଚନାଯୋଗ୍ୟ, ପ୍ରେମଜନିତ କାରଣକୁ ନେଇ ଗତ ୬ତାରିଖ ସକାଳେ ଭିଏସ୍‌ଏସ୍‌ନଗରର ଏକ ସ୍କୁଲ ଛାତ୍ରଙ୍କୁ କେତେଜଣ ଅସାମାଜିକ ଯୁବକ ଆକ୍ରମଣ କରିଥିଲେ। ଛାତ୍ରମାନଙ୍କ ପାଇଁ ଟୁଲୁ ନାମକ ଯୁବକ ଅଭିଯୋଗ କରିବାକୁ ଥାନାକୁ ଯାଉଥିବାବେଳେ ପପୁଙ୍କ ଗୋଷ୍ଠୀ ତାଙ୍କୁ ବାଣୀବିହାର ଛକରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହିଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ମାଷ୍ଟରମାଇଣ୍ଡ ପପୁ ଫେରାର ଥିଲା। ଏହି ଘଟଣାର ମାଷ୍ଟରମାଇଣ୍ଡ ପପୁ ପରିଡାକୁ ପୋଲିସ ଗିରଫ କରିନାହିଁ। ତାଙ୍କ ନଁାରେ ୧୫ରୁ ଅଧିକ ମାମଲା ରହିଥିବା ଜଣାପଡିଛି।

All Right Reserved By

ମେଟ୍ରୋ |

ବନ୍ତିଳୋରେ ଅନୁଷ୍ଠିତ ହେଲା ବାସି ରଥଯାତ୍ରା

ବନ୍ତିଳୋରେ ଅନୁଷ୍ଠିତ ହେଲା ବାସି ରଥଯାତ୍ରା

କାକଟପୁର, ୧୫।୭(ଡି.ଏନ୍‌.ଏ.)-ପବିତ୍ର ଶ୍ରୀଗୁଣ୍ଡିଚା ଲାଗି ପୁରୀରୁ ପୁରପଲ୍ଲୀ ପର୍ଯ୍ୟନ୍ତ ଜଗନ୍ନାଥମୟ ହୋଇ ଉଠିଥିଲା। ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ଅସ୍ତରଙ୍ଗ ବ୍ଲକ ବନ୍ତିଳୋ ଗ୍ରାମରେ କିନ୍ତୁ ଏହାର ଗୋଟିଏ ଦିନ ପରେ ପାଳିତ ହୋଇଥିଲା ବାସି ରଥଯାତ୍ରା।

ଲଗାଣ ବର୍ଷାରେ ସମୁଦ୍ର ଅଶାନ୍ତ, ଆଶଙ୍କାରେ ଉପକୂଳ ବାସୀ

ଲଗାଣ ବର୍ଷାରେ ସମୁଦ୍ର ଅଶାନ୍ତ, ଆଶଙ୍କାରେ ଉପକୂଳ ବାସୀ

ବ୍ରହ୍ମଗିରି, ୧୫।୭(ଡି.ଏନ୍‌.ଏ.)-ଉପକୂୂଳ ଅଞ୍ଚଳରେ ଶନିବାରଠାରୁ ଆରମ୍ଭ ହୋଇଛି ଲଗାଣ ବର୍ଷା। ଫଳରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଏହା ଯୋଗୁ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଉପକୂଳବାସୀ ଆଶଙ୍କାରେ ରହିଛନ୍ତି ।

ବର୍ଷାରେ ଅଲାରନାଥ ମନ୍ଦିର ପରିସରରେ ଆଣ୍ଠୁଏ ପାଣି

ବର୍ଷାରେ ଅଲାରନାଥ ମନ୍ଦିର ପରିସରରେ ଆଣ୍ଠୁଏ ପାଣି

ବ୍ରହ୍ମଗିରି, ୧୫।୭(ଡି.ଏନ୍‌.ଏ.)-ଅସରାଏ ବର୍ଷାହେଲେ ବେହାଲ ହୋଇପଡୁଛି ମହାପ୍ରଭୁ ଅଲାରନାଥଙ୍କ ମନ୍ଦିର । ଯଦି ବର୍ଷା ଲାଗିରହିଲା ସମସ୍ୟା ଆହୁରି ଜଟିଳ । ଶନିବାର ରାତିରୁ ଲଗାଣ ବର୍ଷା ହେବା ଦ୍ୱାରା ମନ୍ଦିର ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିରହିଥିଲା ।

ବାଲିଅନ୍ତା ହାଇସ୍କୁଲ ୧୯୭୮ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ବାଲିଅନ୍ତା ହାଇସ୍କୁଲ ୧୯୭୮ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ବାଲିଅନ୍ତା,୧୫।୭(ଡି.ଏନ୍‌.ଏ.): ବାଲିଅନ୍ତା ହାଇସ୍କୁଲର ୧୯୭୮ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ରବିବାର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮୦ଜଣ ପୁରାତନ ଛାତ୍ରୀଛାତ୍ର ଯୋଗଦେଇ ୪୦ ବର୍ଷ ତଳ ପାଠପଢ଼ା ସମୟର ସ୍ମୃତିକୁ ମନେପକାଇଥିଲେ। ଏହି ଅବସରରେ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ମହାପ୍ରଭୁଙ୍କ ଟାହିଆ ଛିଡ଼ାଇବା ଆବେଗର ପ୍ରତିଫଳନ: ଆଇଜି

ମହାପ୍ରଭୁଙ୍କ ଟାହିଆ ଛିଡ଼ାଇବା ଆବେଗର ପ୍ରତିଫଳନ: ଆଇଜି

ପୁରୀ ଅଫିସ,୧୫।୭: ଶନିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡିବେଳେ କିଛି ସେବାୟତ ଏବଂ କିଛି ପୋଲିସ କର୍ମଚାରୀ ଜଗନ୍ନାଥଙ୍କ ଟାହିଆ ଛିଡ଼ାଇ ନେଇଥିଲେ। ଏହାକୁ ନେଇ ଭକ୍ତଙ୍କ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ରବିବାର ଗଣମାଧ୍ୟମରେ ମତ ରଖିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଏବଂ କେନ୍ଦ୍ରାଞ୍ଚଳ ଆଇଜି।

ରଥ ନିକଟରେ ନଡ଼ିଆ ଭଙ୍ଗାକୁ ନେଇ ଉତ୍ତେଜନା: ନୀତି ବନ୍ଦ

ରଥ ନିକଟରେ ନଡ଼ିଆ ଭଙ୍ଗାକୁ ନେଇ ଉତ୍ତେଜନା: ନୀତି ବନ୍ଦ

ପୁରୀ ଅଫିସ,୧୫।୭: ଶରଧାବାଲିରେ ଲାଗିଛି ତିନି ରଥ। ରଥ ଚାରିପାର୍ଶ୍ୱରେ ବ୍ୟାରିକେଟ କରାଯାଇଛି। ବ୍ୟାରିକେଟ ନିକଟରେ ପୂଜାପଣ୍ଡା ସେବକମାନେ ରହି ନଡ଼ିଆ ଭାଙ୍ଗି ଦାନ, ଦକ୍ଷିଣା ଆଦାୟ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି କୌଣସି ସେବାୟତ ଦାନ ଦକ୍ଷିଣା ଆଦାୟ କରିପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାନ ଦକ୍ଷିଣା ଆଦାୟ କରିବାକୁ ବାରଣ କରାଯାଇଛି। ମାତ୍ର ରବିବାର କିଛି ସେବାୟତ ଥାଳି ରଖି ଦାନ ଦକ୍ଷିଣା ଆଦାୟ କରୁଥିବା ବେଳେ କିଛି ନଡ଼ିଆ ଭାଙ୍ଗି ଆଦାୟ କରୁଥିବା ଦେଖାଯାଇଥିଲା। ଏହାକୁ ମନ୍ଦିର ପ୍ରଶାସନ ବନ୍ଦ କରିବାରୁ ରଥ ନିକଟରେ ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା।

ବର୍ତ୍ତି ଛକରେ ଦୁର୍ଘଟଣା: ଧକ୍କା ଦେଇ ରାସ୍ତାରେ ଓଲଟିଲା କାର୍‌, ନାବାଳକ ମୃତ

ବର୍ତ୍ତି ଛକରେ ଦୁର୍ଘଟଣା: ଧକ୍କା ଦେଇ ରାସ୍ତାରେ ଓଲଟିଲା କାର୍‌, ନାବାଳକ ମୃତ

ରଘୁନାଥପୁର,୧୫।୭(ଡି.ଏନ୍‌.ଏ.): କଟକ ଜିଲା ରଘୁନାଇପୁର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ବର୍ତ୍ତି ଛକଠାରେ ରବିବାର ଏକ କାର୍‌ ଦୁର୍ଘଟଣା ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ କାର୍‌ଟି ଧକ୍କା ଦେବାରୁ ରାସ୍ତା କଡ଼ରେ ଥିବା ଦୁଇଟି ବାଇକ୍‌ ଏବଂ ୭ଟି ସାଇକେଲ କ୍ଷତିଗ୍ରସ୍ତ ହୋଇଛି।

ମନ୍ଦିର ପରିସରରେ ପୂଜକଙ୍କୁ ହତ୍ୟା

ମନ୍ଦିର ପରିସରରେ ପୂଜକଙ୍କୁ ହତ୍ୟା

ନିରାକାରପୁର,୧୫।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂହ ପଞ୍ଚାୟତ ଓଳସିଂହ ଗ୍ରାମରେ ଥିବା ମା’ ସିଦ୍ଧେଶ୍ୱରୀଙ୍କ ପୀଠରୁ ରବିବାର ଜଣେ ପୁଜକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ସୋମନାଥ ବିଶ୍ୱାଳ।

ସମୁଦ୍ର ଅଶାନ୍ତ: ୬ ସେକେଣ୍ଡରେ ଆସୁଛି ଏକ ମିଟର ଉଚ୍ଚ ଜୁଆର

ସମୁଦ୍ର ଅଶାନ୍ତ: ୬ ସେକେଣ୍ଡରେ ଆସୁଛି ଏକ ମିଟର ଉଚ୍ଚ ଜୁଆର

ପୁରୀ ଅଫିସ,୧୫।୭: ଲଘୁଚାପ ପ୍ରଭାବରେ ପୁରୀ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ର ଜୁଆରିଆ ରହିବା ସହିତ ଉଚ୍ଚରେ ଜୁଆର ଆସୁଛି। ପ୍ରତି ୬ ସେକେଣ୍ଡରେ ପ୍ରାୟ ଏକ ମିଟର ଉଚ୍ଚରେ ଜୁଆର ଆସୁଥିବା ପୁରୀ ପାଣିପାଗ ବିଭାଗ ସୁତ୍ରରୁ ଜଣାପଡ଼ିଛି। ସମୁଦ୍ର ଅଶାନ୍ତ ରହିଥିବାରୁ ସ୍ନାନ ବେଳେ ସତର୍କତା ଅବଲମ୍ବନ କରିବା ସହ ଅଧିକ ଗଭୀର ସମୁଦ୍ର ମଧ୍ୟକୁ ନ ଯିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଉଛି।

ବର୍ଷା ବଢ଼ାଇଲା ଦୁର୍ଦ୍ଦଶା: ପୁରୀରେ ୭୦ ମିମି ବର୍ଷା

ବର୍ଷା ବଢ଼ାଇଲା ଦୁର୍ଦ୍ଦଶା: ପୁରୀରେ ୭୦ ମିମି ବର୍ଷା

ପୁରୀ ଅଫିସ,୧୫।୭: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପୁରୀ ଲୋକାରଣ୍ୟ। କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ। ହେଲେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲାଗି ପ୍ରତିକୂଳ ପାଗ ସାଜିଛି ବାଧକ। ଲଗାଣ ବର୍ଷା ଶ୍ରଦ୍ଧାଳୁଙ୍କ ଦୁର୍ଦ୍ଦଶାକୁ ବଢ଼ାଇଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ସହରରେ ୭୦ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି।

ଶରଧାବାଲିରେ ତିନି ରଥ: ପହଞ୍ଚିଲେ ଶ୍ରୀଜଗନ୍ନାଥ

ଶରଧାବାଲିରେ ତିନି ରଥ: ପହଞ୍ଚିଲେ ଶ୍ରୀଜଗନ୍ନାଥ

ପୁରୀ ଅଫିସ,୧୫।୭: ଘୋଷଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶନିବାର ସନ୍ଧ୍ୟାରେ ବଳଗଣ୍ଡି ଛକରେ ଅଟକି ରହିଥିଲା। ରବିବାର ପ୍ରାତଃରେ ରଥ ଉପରେ ୬ଟା ୩୦ରୁ ୭ ଟା ୪୦ ମଧ୍ୟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ସରିଥିଲା। ଏହାପରେ ଅବକାଶ ନୀତି ସମ୍ପନ୍ନ ହୋଇ ମହାପ୍ରଭୁ ବେଶ ହୋଇଥିଲେ। ବେଶ ପରେ ରଥଟଣା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା ମଧ୍ୟରେ ସକାଳ ପ୍ରାୟ ୯ଟା ବେଳେ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିବା ବେଳେ ୯ଟା ୪୦ ମିନିଟରେ ଶରଧାବାଲିରେ ପହଞ୍ଚିଛି। ଭକ୍ତ ଏବଂ ପୋଲିସ ବାହିନୀ ରଥକୁ ଟାଣିଟାଣି ଶରଧାବାଲିକୁ ନେଇଛନ୍ତି।

ପ୍ରବଳ ବର୍ଷା ସମ୍ଭାବନା

ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅପରାହ୍ନରେ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଦୁଇଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Model This Week

ରୂପେଶ