Dharitri News
ମେଟ୍ରୋ |

ଚଳନ୍ତା ଟ୍ରେନ୍‌ରୁ ଡେଇଁ ୨ ଲୁଟେରାଙ୍କୁ କାବୁ କଲେ ସୁଶାନ୍ତ

ଚଳନ୍ତା ଟ୍ରେନ୍‌ରୁ ଡେଇଁ ୨ ଲୁଟେରାଙ୍କୁ କାବୁ କଲେ ସୁଶାନ୍ତ ଭୁବନେଶ୍ୱର, ୨୩।୧୨(ବ୍ୟୁରୋ)- ଟ୍ରେନ୍‌ରେ ଲୁଟ କରୁଥିବା ୨ ଲୁଟେରାଙ୍କୁ ଚଳନ୍ତା ଟ୍ରେନରୁ ଡେଇଁ ଧରିଛନ୍ତି ଜଣେ ଯୁବକ। ପୂରା ଫିଲ୍ମ ଷ୍ଟାଇଲରେ ଯୁବକ ଜଣକ ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ଶନିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ବାଣୀବିହାର ଷ୍ଟେଶନ ଅଞ୍ଚଳରେ। ସାହସିକତା ଦେଖାଇ ଲୁଟେରାଙ୍କୁ ଧରିଥିବା ଯୁବକ ଜଣକ ହେଉଛନ୍ତି ଯାଜପୁର ଜିଲାର ସୁଶାନ୍ତ କୁମାର ପଣ୍ଡା। ସୂଚନା ଅନୁଯାୟୀ, ସୁଶାନ୍ତ ଦିଲ୍ଲୀରେ ଏକ ଷ୍ଟିଲ୍‌ ପାଇପ୍‌ କମ୍ପାନୀରେ କାମ କରନ୍ତି। ଶୁକ୍ରବାର ସେ ଦିଲ୍ଲୀରୁ ନିଜ ଗଁାକୁ ଫେରୁଥିଲେ। ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଭୁବନେଶ୍ୱରରୁ ମଧ୍ୟାହ୍ନ ୧୨ଟା ବେଳକୁ ସେ ଯାଜପୁର ଯିବା ପାଇଁ ଏକ ଟ୍ରେନ୍‌ରେ ବସିଥିଲେ। ବାଣୀବିହାର ଷ୍ଟେଶନ୍‌ ନିକଟରେ ଟ୍ରେନ୍‌ ଲାଇନ୍‌ ମରାମତି ହେଉଥିବାରୁ ସୁଶାନ୍ତ ବସିଥିବା ଟ୍ରେନ୍‌ର ବେଗ ମନ୍ଥର ହୋଇଯାଇଥିଲା। ସୁଶାନ୍ତ ଫୋନ୍‌ରେ ମା’ଙ୍କ ସହ କଥା ହେଉଥିଲେ। ଏହି ସମୟରେ ୨ଜଣ ଲୁଟେରା ତାଙ୍କ ଫୋନ୍‌କୁ ଝାମ୍ପି ନେଇ ଟ୍ରେନ୍‌ରୁ ଡେଇଁ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଧରିବାକୁ ଯାଇ ସୁଶାନ୍ତ ମଧ୍ୟ ଟ୍ରେନ୍‌ରୁ ଡେଇଁଥିଲେ। ଦୁଇ ଲୁଟେରାଙ୍କୁ ଗୋଡାଇଥିଲେ। ଅଭିଯୁକ୍ତଦ୍ୱୟ ବାଣୀବିହାର ଓଭରବ୍ରିଜ୍‌ ନିକଟ ଏକ ବସ୍ତିରେ ପଶିଯାଇଥିଲେ। ସେଠାରେ ସୁଶାନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ। ସୁଶାନ୍ତ ତାଙ୍କ ମୋବାଇଲ୍‌ ଫେରିପାଇଥିଲେ ମଧ୍ୟ ଟ୍ରେନ୍‌ଟି ପଳାଇଥିଲା। ସେଥିରେ ତାଙ୍କ ଲଗେଜ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହ ୧୫ ହଜାର ଟଙ୍କା ଥିଲା ବୋଲି ସୁଶାନ୍ତ କହିଛନ୍ତି। ପୋଲିସ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମେଟ୍ରୋ |

ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ: ଭୁବନେଶ୍ୱରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଜି

ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ: ଭୁବନେଶ୍ୱରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଜି

ପୁରୀ ଅଫିସ,୨୧ା୧: ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗୋବର୍ଦ୍ଧନ ପୀଠରେ ଅଭିଷେକ ହେବାର ସୋମବାର ୨୫ ବର୍ଷ ପୂରଣ ହେଉଛି। ଏହାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଆରମ୍ଭ ହେବ।

  ଅଧା ରହିଗଲା ଚାକିରି ସ୍ବପ୍ନ: ସନ୍ତରଣ ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ

ଅଧା ରହିଗଲା ଚାକିରି ସ୍ବପ୍ନ: ସନ୍ତରଣ ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧।୧(ଡି.ଏନ.ଏ)- ଚାକିରି କରିବାର ସ୍ବପ୍ନ ଥିଲା। ଆଗକୁ ଏକ ସରକାରୀ ଚାକିରି ପାଇଁ ସନ୍ତରଣ ପରୀକ୍ଷା ମଧ୍ୟ ଥିଲା। ଏଥିପାଇଁ ସାଙ୍ଗ ସହ ମିଶି ଜୋରଦାର ପ୍ରସ୍ତୁତି ଚଳାଇଥିଲେ।

ଡାକ୍ତର ସ୍ବାମୀଙ୍କ ପରକୀୟା ପ୍ରୀତିକୁ ଧରାଇଲେ ଗୁପ୍ତଚର: ହୋଟେଲରେ ପହଞ୍ଚତ୍ ଛେଚିଲେ ସ୍ତ୍ରୀ

ଡାକ୍ତର ସ୍ବାମୀଙ୍କ ପରକୀୟା ପ୍ରୀତିକୁ ଧରାଇଲେ ଗୁପ୍ତଚର: ହୋଟେଲରେ ପହଞ୍ଚତ୍ ଛେଚିଲେ ସ୍ତ୍ରୀ

ଭୁବନେଶ୍ୱର, ୨୧।୧(ବ୍ୟୁରୋ)- ଘରେ ସ୍ତ୍ରୀ ଥାଇ ଅନ୍ୟ ମହିଳାଙ୍କ ସହ ପରକୀୟା ପ୍ରୀତିରେ ଡାକ୍ତର ସ୍ବାମୀ ବ୍ୟସ୍ତ ରହୁଥିଲେ। ଶେଷରେ ତାଙ୍କ ସ୍ତ୍ରୀ ଗୁପ୍ତଚର ଲଗାଇ ତାଙ୍କୁ ଧରିବାରେ ସଫଳ ହୋଇଛନ୍ତି।

୪୪୦୭.୭୩ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି

୪୪୦୭.୭୩ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି

କଟକ ଅଫିସ,୨୧।୧: ୮ ଜିଲାରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷ ରୋକାଯିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୨୦୧୭ -୧୮ ବର୍ଷରେ ୪୪୦୭.୭୩ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏ ନେଇ ରବିବାର ପୋଲିସ ମହାନିର୍ଦ୍ଦେଶକ ଡ. ଆର ପି ଶର୍ମା ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଚମ୍ପୁ ୨୫୦ ବର୍ଷର ପ୍ରାଚୀନ ସୃଷ୍ଟି

ଚମ୍ପୁ ୨୫୦ ବର୍ଷର ପ୍ରାଚୀନ ସୃଷ୍ଟି

ସାାକ୍ଷୀଗୋପାଳ, ୨୧।୧(ଡି.ଏନ.ଏ.): ପୁରୀ ଜିଲା ସତ୍ୟବଦୀର ବୀରଗୋବିନ୍ଦପୁର ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପରିସରରେ ରବିବାର ଓଡ଼ିଶୀ ସଙ୍ଗିତରେ ଚମ୍ପୁର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଶୀ ସଙ୍ଗିତ ଗୁରୁ ରାମହରି ଦାସ ଅଧ୍ୟକ୍ଷତା କରିଥିଲେ।

ଗ୍ରାମବସୀଙ୍କ ଗଣଧାରଣା

ଗ୍ରାମବସୀଙ୍କ ଗଣଧାରଣା

ବ୍ରହ୍ମଗିରି,୨୧।୧(ଡି.ଏନ୍‌.ଏ): ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ରେଣ୍ଢା ଗ୍ରାମବସୀଙ୍କ ପକ୍ଷରୁ ପୁରୀ-ବ୍ରହ୍ମଗିରି ଜାତୀୟ ରାଜପଥରେ ରବିବାର ଗଣଧାରଣା ଦିଆଯାଇଛି।

ଅର୍ଥ ତୋସରପାତ: ବିଡିଓ, ଯନ୍ତ୍ରୀଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୦।୧- ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଦୁର୍ନୀତି। ୧କୋଟି ୩୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନ କରି ବିଭାଗ ପକ୍ଷରୁ କରାଯାଇ ୪୨ଲକ୍ଷ ଟଙ୍କା ତୋସରପାତ କରାଯାଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସୁନ୍ଦରଗଡ ଜିଲାର ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଶନିବାର ଗିରଫ କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧- ଅଦାଲତ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କଲେ ମାମଲାର ତଦନ୍ତ ଅଧିକାରୀ ପୁରସ୍କୃତ ହେବେ। ଓଡିଶା ପୋଲିସ ପକ୍ଷରୁ ଏଭଳି ଅଭିନବ ଯୋଜନା ଶନିବାର କାର୍ଯ୍ୟକାରୀ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ୨୪ ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ନିର୍ଝର ହତ୍ୟାକାଣ୍ଡ: ଭାବୀପତ୍ନୀଙ୍କୁ ପଚରାଉଚରା କରିବ ପୋଲିସ

କଟକ ଅଫିସ, ୨୦।୧- ଚୌଦ୍ୱାର କପାଳେଶ୍ୱରର ଲିଟିଲ ଓରଫ ନିର୍ଝର ବେହେରା ହତ୍ୟା ମାମଲାରେ ପୋଲିସ ନିର୍ଝରଙ୍କ ଭାବୀପତ୍ନୀଙ୍କୁ ପଚରାଉଚରା କରିବ। ଅନ୍ୟପକ୍ଷରେ ଅଭିଯୁକ୍ତ ସମ୍ବିତ କୁମାର ସେନାପତିଙ୍କୁ ଶନିବାର ସାଲେପୁର ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସହରାଞ୍ଚଳ ବସ୍‌ ସେବା: ଗଠନ ହେବ ସିଆରୟୁଟି

ଭୁବନେଶ୍ୱର,୨୦।୧(ବ୍ୟୁରୋ)-ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ(ବିପିଟିଏସଏଲ) ସହିତ କଟକ ଟ୍ରାନ୍ସପୋର୍ଟ ସର୍ଭିସ୍‌ର ବିଲୟ ହେବ। ଉଭୟ ସଂସ୍ଥାର ବିଲୟ ହୋଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି) ନାମରେ ନୂତନ ପରିବହନ ସଂସ୍ଥା ଗଠନ ହେବ। ଏହି ସଂସ୍ଥା କଟକ, ଭୁବନେଶ୍ୱର, ପୁରୀ ଓ କୋଣାର୍କ ଅଞ୍ଚଳରେ ଜନସାଧାରଣଙ୍କୁ ବସ ସେବା ଯୋଗାଇ ଦେବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁମୋଦନ କରିଛନ୍ତି।

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଖୋର୍ଦ୍ଧା ଅଫିସ,୨୦।୧: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନିରାକାରପୁର ଥାନା ହରିପୁର ଉଗ୍ରତାରା ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟାକାରୀ ହେଉଛନ୍ତି ଅଞ୍ଜଳିଙ୍କ ପଡ଼ିଶା ଘରର ଜ୍ୱାଇଁ କୁନୁ ଜେନା(୨୨)।

ବୈଧ ହେବ ସମୁଦ୍ରକୂଳର ବେଆଇନ କୋଠା

ବୈଧ ହେବ ସମୁଦ୍ରକୂଳର ବେଆଇନ କୋଠା

ପୁରୀ ଅଫିସ, ୨୦।୧: ଅନୁମୋଦିତ ଗୃହ ନିର୍ମାଣ ନକ୍ସା ଉଲ୍ଲଂଘନ କରି ସମୁଦ୍ରକୂଳରେ ତିଆରି ହୋଇଥିବା କୋଠାଗୁଡିକ ସମ୍ପର୍କରେ ଓଡ଼ିଶା ପୌର ଆଇନ ଅନୁଯାୟୀ ପୁନଃର୍ବିଚାର କରିବାକୁ ପିକେଡିଏ ନିଷ୍ପତ୍ତି ନେଇଛି।