ମେଟ୍ରୋ |

ଥମୁନି ଦାମ ବିରୋଧୀ ଆନ୍ଦୋଳନ, ସାକ୍ଷୀଗୋପାଳରେ ବିକ୍ଷୋଭ

ଥମୁନି ଦାମ ବିରୋଧୀ ଆନ୍ଦୋଳନ, ସାକ୍ଷୀଗୋପାଳରେ ବିକ୍ଷୋଭ

ସାକ୍ଷୀଗୋପାଳ, ୨୩।୧୨(ଡି.ଏନ.ଏ.): ମନ୍ତ୍ରୀ ପଦରୁ କୃଷିମନ୍ତ୍ରୀ ଦାମୋଦର ରାଉତ ବିଦା ହେବାପରେ ମଧ୍ୟ ଥମୁନି ଦାମ ବିରୋଧୀ ଆନ୍ଦୋଳନ। ସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହିତ ବ୍ରାହ୍ମନିନ୍ଦା ପାପରୁ ମୁକ୍ତି ପାଇବା ପାଇଁ ଶାସ୍ତ୍ରମତେ ପ୍ରାୟଶ୍ଚିତ୍ତ କରିବାକୁ ଶନିବାର ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏକ ବିକ୍ଷୋଭ ସଭାରେ ବ୍ରାହ୍ମଣ ମହାସଂଘ ପକ୍ଷରୁ ଦାବି କରାଯାଇଛି। ବିରୋଧୀଦଳ ନେତା ନରସିଂହ ମିଶ୍ର ଦାମଙ୍କ ମନ୍ତବ୍ୟଙ୍କୁ ସମର୍ଥନ କରିଥିବାରୁ ତାଙ୍କୁ ମଧ୍ୟ ସଭାରେ ସମାଲୋଚନା କରାଯାଇଛି। ଶ୍ରୀଜଗନ୍ନାଥ ଷୋହଳ ଶାସନ ଓ ବତିଶି କରବାଡ଼ ବ୍ରାହ୍ମଣ ମହାସଂଘ ପକ୍ଷରୁ ଅନୁଷ୍ଠିତ ସଭାରେ ଅଶ୍ୱିନୀ ନନ୍ଦ ସଭାପତିତ୍ୱ କରିଥିଲେ। ଏଥିରେ ଦଳରୁ ଦାମକୁ ବହିଷ୍କାର କରା ନ ଗଲେ ପୁରୀରେ ହେବାକୁ ଥିବା ବିଜେଡି ପ୍ରତିଷ୍ଠା ଦିବସରେ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ମହାସଂଘ ପକ୍ଷରୁ କୁହାଯାଇଛି। ପୁରୀ ଜିଲା ବିଭିନ୍ନ ଗ୍ରାମର ମହାସଂଘ ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ।

All Right Reserved By

Model This Week

ନିକିତା

ମେଟ୍ରୋ |

ଫସଲ ବିବିଧକରଣକୁ ଆପଣେଇଲେ ଲାଭବାନ ହେବେ ଚାଷୀ

ଫସଲ ବିବିଧକରଣକୁ ଆପଣେଇଲେ ଲାଭବାନ ହେବେ ଚାଷୀ

କଟକ ଅଫିସ, ୨୩।୪- ୨୦୨୨ ସୁଦ୍ଧା ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏ ଦିଗରେ ସରକାରଙ୍କ ପ୍ରୟାସକୁ ତ୍ୱରିତ କରିବା ପାଇଁ ଚାଷୀମାନେ ଆଗେଇ ଆସିବା ଦରକାର। ତେବେ ଫସଲ ବିବିଧକରଣକୁ ଆପଣେଇଲେ ଚାଷୀମାନେ ଅଧିକ ଲାଭବାନ ହେବେ। ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଏନ୍‌ଆରଆରଆଇ)ର ୭୨ତମ ପ୍ରତିଷ୍ଠା ଦିବସ ଅବସରରେ ସୋମବାର ପ୍ରତିଷ୍ଠାନ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାରତ ସରକାରଙ୍କ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡ. ତ୍ରିଲୋଚନ ମହାପାତ୍ର ଏହା କହିଥିଲେ।

କୋମାରେ ସାଲେପୁର ପୀଡ଼ିତା

କୋମାରେ ସାଲେପୁର ପୀଡ଼ିତା

କଟକ ଅଫିସ, ୨୩।୪- ବଳାତ୍କାର ଶିକାର ହେବା ପରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ସାଲେପୁର ଅଞ୍ଚଳର ୬ ବର୍ଷ ବୟସର ଶିଶୁକନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଛି। ମେଡିକାଲର ଶିଶୁ ରୋଗ ବିଭାଗ ଆଇସିୟୁରେ ପୀଡ଼ିତା କୋମାରେ ଅଛନ୍ତି। ଭେଣ୍ଟିଲେଟର ମଧ୍ୟରେ ରଖାଯାଇ ତାଙ୍କର ଚିକିତ୍ସା ଜାରି ରହିଛି।

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ପରିବାରରୁ ଆରମ୍ଭ ହେଉ ସଡ଼କ ସୁରକ୍ଷା

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ପରିବାରରୁ ଆରମ୍ଭ ହେଉ ସଡ଼କ ସୁରକ୍ଷା

ଭୁବନେଶ୍ୱର, ୨୩।୪(ବ୍ୟୁରୋ) - ଦେଶର ସର୍ବାଧିକ ସଡ଼କ ଦୁର୍ଘଟଣା ଓଡ଼ିଶାରେ ଘଟୁଛି। ଲୋକେ ଟ୍ରାଫିକ ନିୟମକୁ ପାଳନ କରୁନାହାନ୍ତି। ବାଇକ୍‌ ଚାଳକମାନେ ହାତରେ ଓ ଗାଡ଼ି ହ୍ୟାଣ୍ଡେଲ୍‌ରେ ହେଲ୍‌ମେଟ୍‌ ରଖି ଗାଡ଼ି ଚଳାଉଛନ୍ତି। କାର ଚଳାଇବା ସମୟରେ ଚାଳକ ସିଟ୍‌୍‌ ବେଲ୍ଟ ପିନ୍ଧୁ ନାହାନ୍ତି। ଚେକିଂ ହେଉଥିବା ବା ଟ୍ରାଫିକ ପୋଷ୍ଟ ଦେଖିଲେ ସେମାନଙ୍କର ନିୟମ କଥା ମନେ ପଡୁଛି।

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ ଘେରିଲେ ମହିଳା

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ ଘେରିଲେ ମହିଳା

ପୁରୀ ଅଫିସ, ୨୩।୪: ବାସେଳି ସାହି ଥାନା ଅଧୀନ ଗୋଖା ସାହି ମହିଳା ସମିତି ସଭାନେତ୍ରୀ ସତ୍ୟଭାମା ବେହେରାଙ୍କୁ ଗୁଳିମାଡ଼ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ହୋଇଛି।

ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତର: ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ

ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତର: ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୨୩।୪: ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତରକୁ ନେଇ ଖୋର୍ଦ୍ଧା ପୌର କର୍ମଚାରୀ ସଂଘ ପକ୍ଷରୁ ସୋମବାର ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ଏରିୟର ଟଙ୍କା ପାଇଁ ଖୋର୍ଦ୍ଧା ପୌର କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।

ସଡ଼କ ସୁରକ୍ଷା ପାଇଁ ସଚେତନତା

ସଡ଼କ ସୁରକ୍ଷା ପାଇଁ ସଚେତନତା

ଖୋର୍ଦ୍ଧା ଅଫିସ,୨୩।୪: ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଖୋର୍ଦ୍ଧା ଜିଲା ଆମ ପୋଲିସ ପକ୍ଷରୁ ସୋମବାର ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଟାଉନ ଥାନାଠାରୁ ବାହାରି ଏହି ଶୋଭାଯାତ୍ରା ନୂଆ ବସ୍‌ଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିଥିଲା।

ନିଆଁରେ ପୋଡି ମହିଳା ମୃତ

ନିଆଁରେ ପୋଡି ମହିଳା ମୃତ

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ଦୀପ ନିଆଁରେ ପୋଡିହୋଇ ସାଲିଆସାହି ଅଞ୍ଚଳର ଜଣେ ମହିଳାଙ୍କର ସୋମବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଜ୍ୟୋତିର୍ମୟୀ ରଥ ।

ସମୁଦ୍ରକୂଳ ଥାନା ପକ୍ଷରୁ ଜଳଛତ୍ର ଆରମ୍ଭ

ସମୁଦ୍ରକୂଳ ଥାନା ପକ୍ଷରୁ ଜଳଛତ୍ର ଆରମ୍ଭ

ପୁରୀ ଅଫିସ,୨୩।୪: ସମୁଦ୍ରକୂଳ ଥାନା ପକ୍ଷରୁ ଥାନା ଆଗରେ ସୋମବାର ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି। ଥାନା ଆଇଆଇସି ବିଶ୍ୱରଞ୍ଜନ ସେପାପତି ଏହାକୁ ଉଦ୍‌ଘାଟନ କରିଛନ୍ତି।

ଜିଲାପାଳଙ୍କ ଜନ ଶୁଣାଣି

ଜିଲାପାଳଙ୍କ ଜନ ଶୁଣାଣି

ସାକ୍ଷୀଗୋପାଳ,୨୩।୪(ଡି.ଏନ୍‌.ଏ.): ସତ୍ୟାବାଦୀ ବ୍ଲକରେ ସୋମବାର ପୁରୀ ଜିଲାପାଳଙ୍କ ଜନ ଶୁଣାଣି ଶିବିିର ଅନୁଷ୍ଠିତ ହୋଇଯାଇଛି। ମୋଟ ୯୮ ଅଭିଯୋଗ ଶୁଣିବାପରେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ ଦେଇଥିଲେ।

କମ୍ପୁଟର ଶିକ୍ଷକ ମାନ୍ୟତା ଦାବି

କମ୍ପୁଟର ଶିକ୍ଷକ ମାନ୍ୟତା ଦାବି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ଆଇସିଟି ବିଦ୍ୟାଳୟ ସଂଯୋଜନ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରାୟ ୪ ହଜାର ବିଦ୍ୟାଳୟ ସଂଯୋଜକ ସାମିଲ ହୋଇଥିଲେ।

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜି ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ସଭାପତି ଶିବ ଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ଶିକ୍ଷା ସ୍ବେଚ୍ଛାସେବୀ ରେଳ ଷ୍ଟେସନଠାରେ ଏକତ୍ର ହୋଇ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି।

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ପଦ ସହ ବହୁସଂଖ୍ୟକ ପଦ ଖାଲି ପଡିଛି। ସେଗୁଡିକ ମଧ୍ୟରେ ରହିଛି ୩ ସଦସ୍ୟ ପଦ, ଗୋଟିଏ ସଦସ୍ୟଙ୍କ ବ୍ୟକ୍ତିଗତ ସଦସ୍ୟ, ଗୋଟିଏ ବ୍ୟକ୍ତିଗତ ସହାୟକ, ଗୋଟିଏ ଲାଇବ୍ରେରିଆନ, ୬ ବରିଷ୍ଠ ସହାୟକ, ୩ କନିଷ୍ଠ ସହାୟକ ଇତ୍ୟାଦି।