ରାଜ୍ୟ |

ଇଶାନ ପାତ୍ର ହେଲେ ରେଭେନ୍‌ଶା କୁଳପତି

ଇଶାନ ପାତ୍ର ହେଲେ ରେଭେନ୍‌ଶା କୁଳପତି
ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ବିଶିଷ୍ଟ ଜୈବ ବିଜ୍ଞାନୀ ଡକ୍ଟର ଇଶାନ ପାତ୍ରଙ୍କୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟପାଳ ଡ. ଏସ୍‌ ସି ଜମିର ଡକ୍ଟର ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। ଡକ୍ଟର ପାତ୍ର ଗ୍ବାଲିୟର୍‌ର ଜିଓ୍ବାଜି ବିଶ୍ୱବିଦ୍ୟାଳୟର ଜୈବ ବିଜ୍ଞାନ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ୧୯୭୮ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଜୈବ ବିଜ୍ଞାନ ସମ୍ମାନରେ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ସେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ୧୯୮୧ରେ ଏମ୍‌ଏସି ଶେଷ କରି ୧୯୮୨ରେ ଏମ୍‌ଫିଲ୍‌ କରିଥିଲେ। ୧୯୮୬ରେ ସେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ହାସଲ କରିଥିଲେ। ସେ ଜୈବ ବିଜ୍ଞାନ କ୍ଷେତ୍ରରେ ବ୍ରିଟେନ, ଅଷ୍ଟ୍ରେଲିଆ, ସିଙ୍ଗାପୁର ଓ ଜର୍ମାନୀରେ ଗବେଷଣା ମଧ୍ୟ କରିଛନ୍ତି। ତାଙ୍କର ଗବେଷଣାତ୍ମକ ସନ୍ଦର୍ଭ ଦେଶ ବିଦେଶର ଅନେକ ପ୍ରତିଷ୍ଠିତ ପତ୍ରିକାରେ ପ୍ରକାଶ ପାଇଥିବାବେଳେ ବହୁ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି।
All Right Reserved By

ରାଜ୍ୟ |

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା : ୨ଶହ ଟଙ୍କା ବୃଦ୍ଧିନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା : ୨ଶହ ଟଙ୍କା ବୃଦ୍ଧିନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ ଟଙ୍କା ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ଏହା ଦ୍ୱାରା ୩୦୦ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ୫୦୦ ଟଙ୍କା ପାଇପାରିବେ। ସେହିପରି ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ୭ଶହ ଟଙ୍କା ପାଇବେ।

ପିଠା ସ୍ଥଳୀରେ ମାର୍‌ପିଟ: ସରପଞ୍ଚଙ୍କ ଅନୁପସ୍ଥିତିରେ ପ୍ରୋତ୍ସାହନ ବାଣ୍ଟିଲେ ମନ୍ତ୍ରୀ

ପିଠା ସ୍ଥଳୀରେ ମାର୍‌ପିଟ: ସରପଞ୍ଚଙ୍କ ଅନୁପସ୍ଥିତିରେ ପ୍ରୋତ୍ସାହନ ବାଣ୍ଟିଲେ ମନ୍ତ୍ରୀ

କଟକସଦର, ୧୯।୧(ଡି.ଏନ୍‌.ଏ.): କଟକସଦର ବ୍ଲକ ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତର ପିଠା କାର୍ଯ୍ୟକ୍ରମ ସ୍ଥଳରେ ଶନିବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ  ମାର୍‌ପିଟ୍‌ ହୋଇଛି। ଫଳରେ ସରପଞ୍ଚ ଗୋଷ୍ଠୀର ୨ ଜଣ ଆହତ ହୋଇଥିବା  ଜଣାପଡିଛି। 

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଥିଲା। ଶନିବାର ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ଏତଲା ପରେ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା:  ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା: ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଛି। ଛାତ୍ରୀ ଜଣକ ନିଜ ପରିବାର ସଦସ୍ୟଙ୍କ ସହ ବିହାର ଚାଲି ଯାଇଥିବା ଜଣାପଡିଛି । 

ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସ୍ବାମୀ,  ସ୍ତ୍ରୀ, ଝିଅ ଗୁରୁତର

ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସ୍ବାମୀ, ସ୍ତ୍ରୀ, ଝିଅ ଗୁରୁତର

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର ନଗର କେନାଲବନ୍ଧ ଅଞ୍ଚଳରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଦମ୍ପତ୍ତି ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ହେଲେ ସ୍ବାମୀ ଅଜୟ ଦାସ(୪୦), ସ୍ତ୍ରୀ ଜାନକୀ ଦାସ। ଏଥିରେ ସେମାନଙ୍କ ୩ ବର୍ଷିୟା ଝିଅ ମଧ୍ୟ ଆହତ ହୋଇଛନ୍ତି। 

ରାଜଧାନୀରେ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ, ବିମାନ ସେବା ବିଳମ୍ବ

ରାଜଧାନୀରେ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ, ବିମାନ ସେବା ବିଳମ୍ବ

ଭୁବନେଶ୍ୱର,୧୯।୧: ଘନ କୁହୁଡ଼ିର ଆସ୍ତରଣ ମଧ୍ୟରେ ରାଜଧାନୀ ଭୂବନେଶ୍ୱର। ଶନିବାର ସକାଳେ ରାଜଧାନୀ ସମେତ କଟକରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଫଳରେ ଜନଜୀବନ ସାଧାରଣ ବାଧାପ୍ରାପ୍ତ ହୋଇଛି। 

ପଶ୍ଚିମ  ଓଡିଶାରେ ଶୀତର ପ୍ରକୋପ ଜାରି: ୧୦ ଡିଗ୍ରୀ ତଳେ ୧୦ ସହର

ପଶ୍ଚିମ ଓଡିଶାରେ ଶୀତର ପ୍ରକୋପ ଜାରି: ୧୦ ଡିଗ୍ରୀ ତଳେ ୧୦ ସହର

 ଭୁବନେଶ୍ୱର,୧୯।୧(ବ୍ୟୁରୋ)-ପଶ୍ଚିମ  ଓଡିଶାରେ ଶୀତର ପ୍ରକୋପ ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଅନୁଗୋଳ, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଜିଲାରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଅଞ୍ଚଳରେ ପାରଦ ୧୦ ଡିଗ୍ରୀ ତଳେ ରହିବ।  କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ର ଆହୁରି ତଳକୁ ଖସିବ ବୋଲି ଅନୁମାନ କରାଯାଇଛି। 

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି  ରାଜ୍ୟ ସରକାର

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ଭୁବନେଶ୍ୱର, ୧୯।୧(ସୁନିତ୍‌ ମିଶ୍ର): ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇ ବିଜେଡି ନିଜ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। ଲୋକମାନଙ୍କ ବିପୁଳ ସମର୍ଥନ ପାଇ ୪ର୍ଥ ଥର ଲାଗି ବିଜେଡି କ୍ଷମତାକୁ ଫେରିଥିଲା। ହେଲେ ରାଜ୍ୟ ସରକାର ୨୦୧୯ ସୁଦ୍ଧା ୨୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଲେ। 

୨ମାସ ହେଲା ବିଦ୍ୟୁତ୍‌ ଆଲୋକରୁ ବଞ୍ଚିତ ରଣପୁର ବ୍ଲକର  ୮ ଗ୍ରାମ

୨ମାସ ହେଲା ବିଦ୍ୟୁତ୍‌ ଆଲୋକରୁ ବଞ୍ଚିତ ରଣପୁର ବ୍ଲକର ୮ ଗ୍ରାମ

ରଣପୁର,୧୯ା୧ (ସ୍ବ.ପ୍ର.)- ରଣପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ବନ୍ଧମୁଣ୍ଡା ପଞ୍ଚାୟତ। ୨୦୧୨ରେ ଏଠାକୁ ବିଦ୍ୟୁତ୍‌ ସଂଯୋଗ ଦେବା ପଇଁ ରାଜୀବ ଗାନ୍ଧୀ ବିଦ୍ୟୁତ୍‌ ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ୨୦୧୭ରେ ପଞ୍ଚାୟତର କେତେକ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ପ୍ରଥମ କରି ବିଦ୍ୟୁତ୍‌ ଆଲୋକ ପାଇ ସ୍ଥାନୀୟ ଗ୍ରାମବାସୀ ଖୁସି ପ୍ରକଟ କରିଥିଲେ।

ଓଡ଼ଗାଁରେ ଯୁବକଙ୍କ ଆକ୍ରମଣରେ ୨ ମୃତ,୨ ଗୁରୁତର ମାମଲା: ଉନ୍ମତ୍ତ ଯୁବକ ଜେଲ ଗଲେ

ଓଡ଼ଗାଁରେ ଯୁବକଙ୍କ ଆକ୍ରମଣରେ ୨ ମୃତ,୨ ଗୁରୁତର ମାମଲା: ଉନ୍ମତ୍ତ ଯୁବକ ଜେଲ ଗଲେ

ଓଡ଼ଗାଁ,୧୯।୧(ସ୍ବ.ପ୍ର.)-ଓଡ଼ଗାଁ ଥାନା ଅଞ୍ଚଳରେ ଯୁବକଙ୍କ ଉନ୍ମତ୍ତ କାଣ୍ଡରେ ୨ଜଣଙ୍କ ମୃତ୍ୟୁ ଘଟିବା ଓ ୨ଗୁରୁତର ହେବା ଘଟଣାରେ ପୋଲିସ ହେପାଜତରେ ଥିବା ଆକ୍ରମଣକାରୀ ଯୁବକଙ୍କୁ ଶୁକ୍ରବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ।

ନୟାଗଡ଼ ଜିଲାର ଚାଷୀଙ୍କୁ ହତୋତ୍ସାହ କରୁଛି ଉଦ୍ୟାନ ବିଭାଗ,  ୭ ଦିନ ଭିତରେ ସମାଧାନ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ

ନୟାଗଡ଼ ଜିଲାର ଚାଷୀଙ୍କୁ ହତୋତ୍ସାହ କରୁଛି ଉଦ୍ୟାନ ବିଭାଗ, ୭ ଦିନ ଭିତରେ ସମାଧାନ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ

ନୟାଗଡ଼ ଅଫିସ,୧୯।୧-ନୟାଗଡ଼ ଜିଲା ଉଦ୍ୟାନ ବିଭାଗ ଚାଷୀଙ୍କ ଉନ୍ନତି ନିମନ୍ତେ କାମ ନ କରି ଅବନତି ପାଇଁ କାର୍ଯ୍ୟ  କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ଚାଷୀମାନେ ଉଦ୍ୟାନ ବିଭାଗଠାରୁ କାର୍ଯ୍ୟାଦେଶ ପାଇ ଚାଷ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଉ ନାହିଁ। ।

୨୦୨୦ ସୁଦ୍ଧା ସରିବ ବ୍ୟାଖ୍ୟାନ କେନ୍ଦ୍ର କାମ: ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ବେଶ, ଖର୍ଚ୍ଚ ହେବ ୫ କୋଟି

୨୦୨୦ ସୁଦ୍ଧା ସରିବ ବ୍ୟାଖ୍ୟାନ କେନ୍ଦ୍ର କାମ: ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ବେଶ, ଖର୍ଚ୍ଚ ହେବ ୫ କୋଟି

ପୁରୀ ଅଫିସ,୧୯ା୧: ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ଥାନ ସ୍ବତନ୍ତ୍ର। ଶ୍ରୀମନ୍ଦିର ଏବଂ ବିସ୍ତୀର୍ଣ୍ଣ ବେଳାଭୂମିର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କେନ୍ଦ୍ର ସରକାରଙ୍କ ଆଇକନିକ ସିଟି ତାଲିକାରେ ସ୍ଥାନ ପାଇଥିବା ପୁରୀ ସହରରେ ରହିଛି ବହୁ ପୁରାତନ ମଠ ଓ ମନ୍ଦିର। ଯେଉଁଥିପାଇଁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଏଠାକୁ ଛୁଟି ଆସନ୍ତି।