ରାୟଗଡା

ଗୁଣିଗାରେଡ଼ି ହତ୍ୟା ଘଟଣାରେ ୩ ଗିରଫ: ପୁତୁରା ମୁଖ୍ୟ ଖଳନାୟକ

ଗୁଣିଗାରେଡ଼ି ହତ୍ୟା ଘଟଣାରେ ୩ ଗିରଫ: ପୁତୁରା ମୁଖ୍ୟ ଖଳନାୟକ

କାଲିମେଳା,୨୨।୧୨(ଡି.ଏନ୍‌.ଏ.): କାଲିମେଳା ଥାନା ବଦଲିଗୁଡା ଗ୍ରାମର ଗଙ୍ଗା ପଡିଆମିଙ୍କୁ ହତ୍ୟା କରି ମାଟି ତଳେ ପୋତିଦେଇଥିଲେ ୪ ଜଣ ଦୁର୍ବୃତ୍ତ। ପ୍ରାଥମିକ ତଦନ୍ତ ବେଳେ ଗୁଣିଗାରେଡ଼ିରୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଥିଲା। ତେବେ ଅଧିକ ତଦନ୍ତ ପରେ ହତ୍ୟାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଛି। ପଚରାଉଚୁରା ବେଳେ ହତ୍ୟା ପଛରେ ଗୁଣିଗାରେଡ଼ି ସହ ଜମି ବିବାଦ ମଧ୍ୟ ଅନ୍ୟତମ କାରଣ ଥିବା ଜଣାପଡ଼ିଛି। ମୃତ ଗଙ୍ଗାଙ୍କ ଦାଦାପୁଅ ଭାଇ କୁଟା ପଡିଆମି ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ। ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରୁ ସେ ଅନ୍ୟତମ। ଅନ୍ୟ ଦୁଇ ଜଣ ହେଲେ ବଦଲିଗୁଡ଼ାର ରାମା ପଡିଆମିଙ୍କ ପୁଅ ଭୀମା ଓ କାନା ପଡିଆମିଙ୍କ ପୁଅ ମୁକା। ଗୁରୁବାର ଏହି ୩ ଜଣଙ୍କୁ ସେମାନଙ୍କ ଘରୁ ପୋଲିସ ଗିରଫ କରିଥିଲା। କେସ୍‌ ନଂ ୮୩/୧୭ରେ ମାମଲା ରୁଜୁହୋଇ ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ା ଥାନାଧିକାରୀ ରାମପ୍ରସାଦ ନାଗଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ କୁଟା ପଡିଆମିଙ୍କ ବାପା ଓ ମୃତ ଗଙ୍ଗା ହେଉଛନ୍ତି ଦୁଇଭାଇ ା କୁଟା ଛୋଟବେଳୁ ଗଙ୍ଗାଙ୍କ ଘରେ ରହିଆସୁଥିଲେ ା କୁଟାଙ୍କ ପୈତୃକ ଜମିବାଡି ଗଙ୍ଗାଙ୍କ ପାଖରେ ତତ୍ତ୍ୱାବଧାନରେ ଥିବାବେଳେ ପରେ ତାହା କୁଟାଙ୍କୁ ମିଳିନଥିଲା। ଏଥିରେ ଅସନ୍ତୁଷ୍ଟ କୁଟା ଗଙ୍ଗାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ବହୁ ଆଗରୁ ଯୋଜନା କରିଥିଲେ। ଜଣେ ସମ୍ପର୍କୀୟଙ୍କୁ ଗଙ୍ଗା ଗୁଣିକରି ମାରିଥିବା ସନ୍ଦେହ କରି ମଧ୍ୟ କୁଟା ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ୮ ତାରିଖ ଗଙ୍ଗାଙ୍କୁ ଘରୁ ଡାକିନେଇ ଜଙ୍ଗଲରେ ପ୍ରଥମେ ଠେଙ୍ଗାରେ ପିଟି ତାଙ୍କୁ ଅଚେତ କରାଯାଇଥିଲା। ଏହାପରେ ଗୋଡ଼ ହାତ ବାନ୍ଧି ତାଙ୍କର ଗଳା କାଟିଦେଇଥିଲେ କୁଟା। ପରେ ତାଙ୍କ ମୃତଦେହକୁ ପୋତି ଦିଆଯାଇଥିଲା। ଏଥିରେ ଦୁଇସାଙ୍ଗ ଭୀମା ଓ ମୁକା ସାହାଯ୍ୟ କରିଥିଲେ।

All Right Reserved By

ରାୟଗଡା

ସରକାରୀ ଯୋଜନା ଅନିୟମିତତା ବିରୋଧରେ ଧାରଣା

ସରକାରୀ ଯୋଜନା ଅନିୟମିତତା ବିରୋଧରେ ଧାରଣା

କାଶୀନଗର, ୧୯।୬(ଡି.ଏନ୍‌.ଏ.)- ଗଜପତି ଜିଲା କାଶୀନଗର ବ୍ଲକରେ ଇନ୍ଦିରା ଆବାସ, ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କ୍ଷେତ୍ରରେ ଅନିୟମିତତା ହୋଇଥିବା ଅଭିଯୋଗରେ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ, ସିପିଏମ୍‌ ପକ୍ଷରୁ ଧାରଣା ଦିଆଯାଇଛି। ଶିଆଳି ପଞ୍ଚାୟତର ସରପଞ୍ଚ ଲଳିତା ପାଣି, ପୂର୍ବତନ ସରପଞ୍ଚ ରାମ ପ୍ରସାଦ ପଟ୍ଟନାୟକ, କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି ଜି. ତିରୁପତି ରାଓ, ସିପିଏମ୍‌ ନେତା କେ. ମୀନାରାଓ, କଂଗ୍ରେସ ନେତା ସୁବାସ ପାତ୍ର, କେ. ରାମାରାଓ, ଆର୍‌.ରାମାରାଓ, ଉଦୟ ଚନ୍ଦ୍ର ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ଧାରଣାରେ ବସିଛନ୍ତି।

ନନ୍ଦପୁର ବ୍ଲକ ନୂତନ ବିଡିଓଙ୍କ କାର୍ଯ୍ୟରେ ଯୋଗଦାନ

ନନ୍ଦପୁର ବ୍ଲକ ନୂତନ ବିଡିଓଙ୍କ କାର୍ଯ୍ୟରେ ଯୋଗଦାନ

ନନ୍ଦପୁର, ୧୯।୬(ଡି.ଏନ୍‌.ଏ.)- କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଡିଓ ଭାବେ କୈଳାଶ ଚନ୍ଦ୍ର ଶିଆଳ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ କାର୍ଯ୍ୟରେ ଯୋଗଦେବାପରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି। ବ୍ଲକର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ନନ୍ଦପୁର ବ୍ଲକର ପୂର୍ବତନ ବିଡିଓ ରାମେଶ୍ୱର ପ୍ରଧାନ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକକୁ ବଦଳି ହୋଇ ଯାଇଛନ୍ତି।

ପାଣି ପାଇଁ ସହକାରୀ ଯନ୍ତ୍ରୀଙ୍କୁ ଘେରିଲେ ମହିଳା

ପାଣି ପାଇଁ ସହକାରୀ ଯନ୍ତ୍ରୀଙ୍କୁ ଘେରିଲେ ମହିଳା

ଗୁଣପୁର, ୧୯।୬(ଡି.ଏନ୍‌.ଏ.)- ଅଞ୍ଚଳରେ ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ରାୟଗଡା ଜିଲା ଗୁଣୁପୁର ସହର ୨,୩,୪ ନଂ ୱାର୍ଡର ମହିଳାମାନେ ମଙ୍ଗଳବାର ଜନ ସାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇବା ସହ ସହକାରୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲଙ୍କୁ ଘେରିଥିଲେ। ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ ମହିଳା ମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ତୁରନ୍ତ ସମସ୍ୟାର ସମାଧାନ କରାଯିବ ବେଲେି ଯନ୍ତ୍ରୀ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେବାପରେ ସେମାନେ ଆନ୍ଦୋଳନରୁ ଓହ୍ଲାଇ ଥିଲେ।

ଆୟବର୍ହିଭୂତ ସମ୍ପତି ଠୁଳ  ଅଭିଯୋଗରେ ନବରଙ୍ଗପୁର ଲ୍ୟାମ୍ପସ୍‌  ଏମ୍‌ଡିଙ୍କ ବାସଭବନ, କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ

ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନବରଙ୍ଗପୁର ଲ୍ୟାମ୍ପସ୍‌ ଏମ୍‌ଡିଙ୍କ ବାସଭବନ, କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର,୧୯ା୬(ବି.ପ୍ର.)- ଆୟବର୍ହିଭୂତ ସମ୍ପତି ଠୁଳ ନେଇ ନବରଙ୍ଗପୁର ଲ୍ୟାମ୍ପସ୍‌ ଏମ୍‌ଡି ନିଳାମ୍ବର ଶତପଥୀଙ୍କ ବାସ ଭବନ, ସ୍କୁଲ, ଭଡାଘର ଓ କାର୍ଯ୍ୟାଳୟରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ୪ଟି ଟିମ ଗଠନ କରାଯାଇ ଚଢାଉ ଜାରି ରହିଛି। ଏମ୍‌୍‌ଡିଙ୍କ ଉମରକୋଟ ହାଟପଦା ନିକଟସ୍ଥ ରାଇମିଙ୍ଗ ବାର୍ଡ ଇଂଲିସ ମିଡିମ ସ୍କୁଲ, ନିଜ ବାସଭବନ, ଲୁନିଆ ଯୋଡି ନିକଟସ୍ଥ ଦୁଇ ମହଲା କୋଠା, ଗୁଲିପାଟଣାଠାରେ ଥିବା ନିଜ ଘର ସମେତ ଭାଇ ତ୍ରିନାଥ ଶତପଥୀଙ୍କ ଘର ଉପରେ ଭିଜିଲାନ୍ସ ଚଢାଉକରିଛି।

ନବରଙ୍ଗପୁରରେ ଜିଲା ପ୍ରଶାସନ ପକ୍ଷରୁ  ମକଡ୍ରିଲ

ନବରଙ୍ଗପୁରରେ ଜିଲା ପ୍ରଶାସନ ପକ୍ଷରୁ ମକଡ୍ରିଲ

ନବରଙ୍ଗପୁର,୧୯।୬(ବି.ପ୍ର.)- ଜିଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ମକଡ୍ରିଲ କାର୍ଯ୍ୟକ୍ରମ ସ୍ଥାନୀୟ ଦାରୁବନ୍ଧ ସାହି ସ୍ଥିତି ଗାୟତ୍ରୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ପରିକ୍ଷିତ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅଗ୍ନୀଶମ ବିଭାଗ ପକ୍ଷରୁ ଇନ୍‌ସକେପ୍ଟର ଦୋଳଗୋବିନ୍ଦ ତ୍ରିପାଠୀ ଓ ଦୁର୍ଯୋଧନ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗ୍ୟାସ ସିଲିଣ୍ଡରେ ହଠାତ୍‌ ନିଆଁ ଲାଗିଲେ ତହାକୁ କିପରି ନିୟନ୍ତ୍ରଣ କରାଯିବା ଏ ସମ୍ପର୍କରେ ଡେମୋ ଦିଆଯାଇଥିଲା। ସେହିଭଳି ଘୁର୍ଣ୍ଣିଝଡ ଓ ବାତ୍ୟା ସମୟରେ ଗଛ ପଡି ରାସ୍ତା ଅବରୋଧ ହେଲେ କିଭଳି ଗଛ ଗୁଡିକ କଟାଯାଇ ପାରୁଛି, ବନ୍ୟା ସମୟରେ ବିଦ୍ୟୁତ ସରବରାହ ବନ୍ଦ ଥିଲେ ଟାୱାର ଲାଇଟ କିଭଳି ସହଯୋଗ କରିଥାଏ ତହା ମକଡ୍ରିଲ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା।

୪କୁଇଣ୍ଟାଲ ଗଞ୍ଜେଇ ଜବତ

୪କୁଇଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି, ୧୯।୬(ଡି.ଏନ୍‌.ଏ./ସ୍ବ.ପ୍ର.)- ମୁଦୁଲିପଡା ଥାନା ପୋଲିସ ସୋମବାର ବିଳମ୍ବିତ ରାତିରେ ପୋଡାଘାଟ ଛକରେ ଯାନବାହନ ଯାଞ୍ଚ କରୁଥିବା ବେଳେ ଏକ ବୋଲେରେ ପିକ୍‌ଅପ ଭ୍ୟାନରୁ ୪ କୁଇଣ୍ଟାଲ ୭୭ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି। ସେ ହେଲେ ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପୁରନାଗଡାର ରଞ୍ଜିତ କୁମାର । ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରଯାଇଛି।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ

ରାୟଗଡ଼ା ଅଫିସ, ୧୯।୬- ପ୍ରାକୃତିକ ବିପଯର୍ର୍‌ୟୟ ସମୟରେ ପ୍ରଭାବିତ ଅଞ୍ଚଳରେ ଆକସ୍ମିକ ଦୁର୍ଘଟଣାରେ ନଷ୍ଟ ହେଉଥିବା ଧନଜୀବନକୁ ରକ୍ଷା କରିବା, ଏହାର ମୁକାବିଲା ପାଇଁ ଅଗ୍ନିଶମ,ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ତରଫରୁ ନିଆଯାଉଥିବା ପଦକ୍ଷେପ ଉପରେ ମଙ୍ଗଳବାର ସ୍ଥାନୀୟ ଜି.ସି.ଡି.ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଜିଲାସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଏଲ.ଏନ.ସାହୁ ସାପ କାମୁଡା ଓ ଆକସ୍ମିକ ଦୁର୍ଘଟଣାର ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ସୂଚନା ଦେଇଥିଲେ। ଏଲପିଜି ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଲେ କିପରି ବନ୍ଦ କରିବା, ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ଆଦି ବିଷୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ପ୍ରର୍ଦଶନ କରାଯାଇଥିଲା।

ମଣ୍ଡେଇ ପଡ଼ିଆକୁ ପଲିଥିନ ମୁକ୍ତ କରିବାକୁ ସଫେଇ

ମଣ୍ଡେଇ ପଡ଼ିଆକୁ ପଲିଥିନ ମୁକ୍ତ କରିବାକୁ ସଫେଇ

ନବରଙ୍ଗପୁର,୧୯।୬ (ବି.ପ୍ର.) ନବରଙ୍ଗପୁର ମଣ୍ଡେଇ ପଡିଆ (ପୋଲିସ ପଡିଆ) ଠାରେ ବିଭିନ୍ନ ସମୟରେ ଅନେକ କାର୍ଯ୍ୟକ୍ରମ କରାଯାଇ ଆସୁଛି । ଗତ କିଛି ଦିନ ତଳେ ଅରୁପା ପକ୍ଷରୁ ସର୍ବଭାରତୀୟ ହସ୍ତଶିଳ୍ପ ମେଳା ଅନୁଷ୍ଠିତ ହୋଇଥିଲା । ଉଦଯାପିତ ପରେ ମଧ୍ୟ ପଡିଆରେ ପଡି ରହିଥିବା ଆବର୍ଜନା ଓ ପଲିଥିନ ପଡି ଗୁଡିକ ସଫା କରାଯାଇ ନ ଥିଲା। ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମା ଥାନାକୁ ଆସିଥିବା ସମୟରେ ଏହା ଦେଖି କ୍ଷୋଭ ପ୍ରକାଶ କରିଥିଲେ। ନବରଙ୍ଗପୁର ସହରକୁ ପଲିଥିନ ମୁକ୍ତ ପାଇଁ ପଦକ୍ଷେପ ନିଆ ଯାଇଛି । କିନ୍ତୁ ପଲିଥିନ ଗୁଡିକ ମଣ୍ଡେଇ ପଡିଆ ସାରା ପଡି ରହିଛି। ଏନେଇ ବିଭାଗର କର୍ମଚାରୀ ଓ ଅଫିସରଙ୍କୁ ନେଇ ସାମୂହିକ ସଫେଇ କରାଇଥିଲେ ।

କଂଗ୍ରେସର ପଞ୍ଚାୟତ କମିଟି ଗଠିତ

ଡାବୁଗାଁ,୧୯।୬(ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ଓ ଜୁନାପାଣି ପଞ୍ଚାୟତ ସ୍ତରୀୟ କଂଗ୍ରେସ କମିଟି ରବିବାର ଗଠିତ ହୋଇଯାଇଛି । ଏଥିରେ ଜୁନାପାଣି ପଞ୍ଚାୟତ ନିକଟସ୍ଥ ହାଟପଦାଠାରେ କଂଗ୍ରେସ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତର ନୂତନ କମିଟି ଗଠନ ହୋଇଥିଲା । ଏଥିରେ ସଭାପତି ସୀତାରାମ ଭତରା ,ଉପସଭାପତି ବୈଶାଖୁ ଭତରା ଓ ଡମ୍ବରୁ ଭତରା, ସମ୍ପାଦକ ଲମ୍ବୋଦର କଲାରଙ୍କୁ ମନୋନୀତ କରଯାଇଥିଲା । ଉକ୍ତ କମିଟିରେ ପ୍ରତ୍ୟକ ଗ୍ରାମରୁ ୨ ଜଣ ଲେଖାଏ ସଭ୍ୟ ଭାବେ ରହିଛନ୍ତ। ସେହିପରି ଡାବୁଗାଁ ପଞ୍ଚାୟତ ପାଇଁ ଡାବୁଗାଁ ଗ୍ରାମଠାରେ ବ୍ଲକ କଂଗ୍ରେସ ସଭାପତି ଜି. ସାଇରାଜୁ ଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ପି. ଭୈରବ ରାଓ , ଉପସଭାପତି ଭଦର ମାଝି, ତୁଳା ବିଶୋଇ, ଗୋପୀନାଥ ଭତରା, ସମ୍ପାଦକ ଗଙ୍ଗା ଗୌଡ ଓ କୋଷାଧକ୍ଷ ଗଣେଶ ସୌରା ପ୍ରମୁଖଙ୍କୁ ମନୋନୀତ କରଯାଇଥିଲା।

ନୂତନ ଏଡିଜେଙ୍କ କାର୍ଯ୍ୟରେ ଯୋଗଦାନ

ଗୁଣପୁର,୧୯।୬(ଡି.ଏନ୍‌.ଏ.) ରାୟଗଡା ଜିଲା ଗୁଣପୁରର ନୂତନ ଏଡିଜେ ଭାବେ ନିଶିତ ମିଶ୍ର ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ଓକିଲ ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା। ସଂଘ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା କରାଯାଇ ଥିଲା। ସେ ପୂର୍ବରୁ ବଲାଙ୍ଗିର ଏଡିଜେ ଭାବେ କାର୍ଯ୍ୟ କରୁଥିଲେ। ୨୦୧୬ରେ ସେ ଏଡିଜେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ପୂର୍ବରୁ ସେ ଓଡିଶା ହାଇକୋର୍ଟରେ ଓକିଲାତି କରୁଥିଲେ। ପୂର୍ବତନ ଗୁଣପୁର ଏଡିଜେ ଡ.ଶୁଭେନ୍ଦୁ କୁମାର ପତିଙ୍କୁ ମୁମ୍ବାଇରେ ନିଯୁକ୍ତି ମିଳିବା ପରେ ଗତ ମେ ୮ ତାରିଖରୁ ଗୁଣପୁର ଏଡିଜେ ପଦବୀ ଖାଲି ରହିଥିଲା।

ଡ୍ରୋନ ଜରିଆରେ ବସ୍ତି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଡ୍ରୋନ ଜରିଆରେ ବସ୍ତି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଗୁଣପୁର,୧୯।୬(ଡି.ଏନ୍‌.ଏ.)- ରାୟଗଡା ଜିଲା ଗୁଣପୁରରେ ଡ୍ରୋନ କ୍ୟାମରା ସହାୟତାରେ ବସ୍ତି ଚିହ୍ନଟ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି। ସହରର ୧୬ ନଂ ୱାର୍ଡରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମ୍ୟୁନିସିପାଲିଟି ଅଧ୍ୟକ୍ଷା କବିତା ଶବର, ଉପାଧ୍ୟକ୍ଷ ମୁଖି ରାବଣା, ୧୬ନଂ. ୱାର୍ଡ କାଉନସିଲର ମୋହିନୀ ଦେବୀ, କାଉନ୍‌ସିଲର ସୀମାଞ୍ଚଳ ମଣ୍ଡଳ, ସୀତାଲକ୍ଷ୍ମୀ, ତହସିଲଦାର ନମ୍ରତା ମୋଦି, ଅତିରିକ୍ତ ତହସିଲଦାର ବନମାଳୀ ସେଠୀ, ନିର୍ବାହୀ ଅଧିକାରୀ ଭାବଗ୍ରାହୀ ସାହୁ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ। ଗୁଣପୁର ମ୍ୟୁନିସିପାଲିଟି ଅଧୀନ ୨୧ ବସ୍ତିକୁ ଏହି ପ୍ରକ୍ରିୟାରେ ଚିହ୍ନଟ କରାଯିବ।

ଗୋପବନ୍ଧୁ ସେବା ସମିତିର ବୈଠକ

କୋରାପୁଟ,୧୯।୬(ସ୍ବ.ପ୍ର) କୋରାପୁଟ ପ୍ରେସକ୍ଲବ ପରିସରରେ ଗୋପବନ୍ଧୁ ସେବା ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତି ସଭାପତି ଭବାନି ଶଙ୍କର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଆସନ୍ତା ବନମହୋତ୍ସବ ଅବସରରେ କୋରାପୁଟସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୫୦୦ଟି ଔଷଧୀୟ ବୃକ୍ଷରୋପଣ କରିବା ସହିତ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ବୃକ୍ଷ ରୋପଣ କରିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି ।

Model This Week

ପ୍ରଭାତ