ରାୟଗଡା

ରାସ୍ତାକାମକୁ ବିରୋଧ କରି ମାଓବାଦୀଙ୍କ ଧମକପୂର୍ଣ୍ଣ ଚିଠି

ରାସ୍ତାକାମକୁ ବିରୋଧ କରି ମାଓବାଦୀଙ୍କ ଧମକପୂର୍ଣ୍ଣ ଚିଠି
ମାଲକାନଗିରି/କୁଡୁମୁଲୁଗୁମ୍ମା,୨୨।୧୨(ସ୍ବ.ପ୍ର./ଡି.ଏନ.ଏ.) ଶୁକ୍ରବାର ମାଲକାନଗିରି ଜିଲା କୋରାପୁଟ ବିଶାଖା ଡିଭିଜନର ସମ୍ପାଦକ ବେଣୁ ବିଭିନ୍ନ ଗଣମାଧ୍ୟମକୁ ରାସ୍ତା କାମକୁ ବିରୋଧ କରି ଧମକ ପୂର୍ଣ୍ଣ ଚିଠି ଦେଇଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ସ୍ବାଧୀନତାର ୭୦ବର୍ଷ ପରେ ସରକାରଙ୍କ ବିକାଶ କଥା ଚିନ୍ତା ପଡିଲାଣି। ଏବେ ବଡ ବଡ ରାସ୍ତା କରୁଛନ୍ତି। ଯାହା ଦ୍ୱାରା ଏଠାରେ ଥିବା ଖଣିଜ ସମ୍ପଦକୁ ଲୁଟିନେବେ। ଯଦି ବିକାଶ ଚାହୁଁଛନ୍ତି ତେବେ ଆଦିବାସୀମାନଙ୍କ ପାଖରେ ଶିକ୍ଷା, ସ୍ବାସ୍ଥ୍ୟ, ରହିବାକୁ ଘର, ଖାଦ୍ୟ କିପରି ପହଞ୍ଚତ୍ବ ସେଥିପାଇଁ କାମ କରନ୍ତୁ। ଯେଉଁମାନେ ନ ଶୁଣି ରାସ୍ତା କାମ କରିବେ ଯାହା ଅଘଟଣ ହେବ ସେମାନେ ଦାୟୀ ରହିବେ। ପ୍ରକାଶ ଥାଉକି, ମାଓବାଦୀମାନେ ବଣ୍ଡା ଘାଟି ଓ ନାକାମାମୁଡ଼ି ରାସ୍ତାକାମରେ ନିୟୋଜିତ ଗାଡ଼ି ପୋଡ଼ିବା ସହ ରାସ୍ତା କାମ ବନ୍ଦ କରିଛନ୍ତି। ଏହାପରେ ଆଦିବାସୀ ଏକତା ମଞ୍ଚ ତରଫରୁ ବିକାଶ ହେଲେ ମାଓବାଦୀମାନଙ୍କ ଅସୁବିଧା ହେବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଥିଲା। ପରେ ଏମ୍‌କେଭିଡ଼ି ସମ୍ପାଦକ ବେଣୁଙ୍କ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଠିକାଦାରମାନଙ୍କ ମଧ୍ୟରେ ଭୟଦେଖାହେବା ସହ ରାସ୍ତାକାମ ଆଗେଇବାରେ ବାଧା ଉପୁଜିପାରେ ବୋଲି ଅନୁମାନ କରାଯାଉଛି।
All Right Reserved By

ରାୟଗଡା

ବାଉଁଶଗୁଡ଼ାର ଦୁଃଖ: ରାଜନୈତିକ ମତଭେଦରେ ଛନ୍ଦି ହୋଇଛି ବିକାଶ

ପଟ୍ଟାଙ୍ଗି,୧୬ା୧୧(ଡି.ଏନ୍‌.ଏ.)- ରାଜ୍ୟ ସରକାର ଗ୍ରାମାଞ୍ଚଳ ଉନ୍ନତି ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି। କିନ୍ତୁ ଅଧିକାରୀ ଏବଂ ଲୋକ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଯୋଜନା ଗାଁରେ ପହଞ୍ଚତ୍ବାରେ ବାଧକ ସାଜିଛି। 

ବାତ୍ୟାରେ କ୍ଷତିଗ୍ରସ୍ତ ସତ୍ତ୍ୱେ ମରାମତି ହେଉନି: ରାମଗିରି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର

ପାରଳାଖେମୁଣ୍ଡି/ରାମଗିରି,୧୬ା୧୧(ସ୍ବ.ପ୍ର./ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକର ରାମଗିରିସ୍ଥିତ ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମରାମତି ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି। 

ଅନୁମତି ନଥାଇ ହଷ୍ଟେଲ ପରିସରରୁ କଟିଲା ଚନ୍ଦନ ଗଛ

ଜୟପୁର, ୧୬|୧୧(ଡି.ଏନ.ଏ): ଜୟପୁର ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ପୁରାତନ ଭବନ ଛାତ୍ରୀ ନିବାସ ପିଏମଜି-୧ର ପରିସରରେ ରହିଥିବା ୧୦ ବର୍ଷର ଚନ୍ଦନ ଗଛକୁ ବନ ବିଭାଗର ଅନୁମତି ବିନା କଟାଯାଇଛି। 

ଠିକାଦାରଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିିର,୧୫ା୧୧(ଡି.ଏନ.ଏ.)-  ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ମାଓବାଦୀମାନେ  ଜଣେ ଠିକାଦାରଙ୍କୁ  ହତ୍ୟା କରିଛନ୍ତି। ବୁଧବାର ସୁକୁମା ଅଞ୍ଚଳର ଠିକାଦାର ହରି ଶଙ୍କର ସାହୁଙ୍କୁ ଅପହରଣ ପରେ ଗୁରୁବାର ତାଙ୍କୁ   ହତ୍ୟା କରିଥିବା ଦେଖିବାକୁ ମିଳିଛି ା 

ଜାତୀୟ ହୌସଲା ପ୍ରତିଯୋଗିତାକୁ ଯିବେ ମାଲକାନଗିରି ଜିଲାର ୨ଛାତ୍ରୀଛାତ୍ର

ଜାତୀୟ ହୌସଲା ପ୍ରତିଯୋଗିତାକୁ ଯିବେ ମାଲକାନଗିରି ଜିଲାର ୨ଛାତ୍ରୀଛାତ୍ର

ବାଲିମେଳା, ୧୫ା୧୧(ଡି.ଏନ.ଏ.)- ମାଲକାନଗିରି ଜିଲା କୋରକୋଣ୍ଡା ବ୍ଲକ ଅଧୀନ କାମ୍ବେଡା ପଞ୍ଚାୟତ ମାର୍କଲଗୁଡାସ୍ଥିତ ଟାଗୋର ସୋସାଇଟି ଶିଶୁଗୃହର ଆଦିବାସୀ ଛାତ୍ରୀ ରିମଝିମ୍‌ ମାଡକାମୀ ଏବଂ ପରିବର୍ତ୍ତନ ଶିଶୁଗୃହର ଛାତ୍ର ଶଙ୍କର ଘୋଷ ହୌସଲା ପ୍ରତିଯୋଗିତାରେ ସଫଳତା ପାଇଛନ୍ତି। ଏଥିପାଇଁ ଉଭୟେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବାକୁ ନୂଆଦିଲ୍ଲୀ ଯିବେ। ନୂଆଦିଲ୍ଲୀରେ ଆସନ୍ତା ୨୬ରୁ ୨୯ଯାଏ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ହେବ। 

ଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ରାଇଘର, ୧୫।୧୧(ଡି.ଏନ୍‌.ଏ.)-ରାଇଘର ବ୍ଲକ କୁରାବେଡା ପଞ୍ଚାୟତ କୁବୁଡା ଡିହି ଗ୍ରାମର ଜଣେ ଯୁବକ ବେକରେ ଗାମୁଛା   ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାଗାରାମ ଗଣ୍ଡ(୨୮)। 

ପିଲାଙ୍କ ଆଗ୍ରହ ବାସ୍ତବତାର ରୂପ ଦିଏ ସର୍ଗିଫୁଲ:   ୨୪ ପରିବେଶ ସମ୍ପର୍କିତ ପ୍ରକଳ୍ପ ଦେଖି ଖୁସିହେଲେ ଅତିଥି

ପିଲାଙ୍କ ଆଗ୍ରହ ବାସ୍ତବତାର ରୂପ ଦିଏ ସର୍ଗିଫୁଲ: ୨୪ ପରିବେଶ ସମ୍ପର୍କିତ ପ୍ରକଳ୍ପ ଦେଖି ଖୁସିହେଲେ ଅତିଥି

ମାଲକାନଗିରି,୧୫।୧୧ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ସଦର ମହକୁମା ମାଲ୍ୟବନ୍ତ ଛାତ୍ରାବାସ ପରିସରରେ  ଜିଲା ମଙ୍ଗଳ ବିଭାଗ ତରଫରୁ ୨ଦିନିଆ ଜିଲାସ୍ତରୀୟ ସର୍ଗିଫୁଲ ଉତ୍ସବ ଉଦ୍‌ଘାଟିତ ହୋଇଛି। ପ୍ରକଳ୍ପ ନିର୍ଦେଶକ ଲିଙ୍ଗରାଜ ପଣ୍ଡା, ଏହାକୁ ଉଦ୍‌ଘାଟନ କରିଥିଲେ।

ଜଳିଗଲା ୩୬ ବଖରା: ୧୨ ପରିବାର ଏବେ ବାସହରା

ଜଳିଗଲା ୩୬ ବଖରା: ୧୨ ପରିବାର ଏବେ ବାସହରା

କାଶୀନଗର,୧୫।୧୧(ଡି.ଏନ୍‌.ଏ.)-ଗଜପତି ଜିଲା କାଶୀନଗର ବ୍ଲକର କିତାଙ୍ଗି ଗ୍ରାମରେ  ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ଟି ପରିବାରର ୩୬ବଖରା ଘର ଜଳିଯାଇଛି। ତେବେ କୌଣସି ଜୀବନହାନୀ ଘଟିନାହିଁ। ଖବର ପାଇ କାଶୀନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ।  ଏକ ରୋଷେଇ ଘର ଚୁଲିରୁ ନିଅଁା ଉଠି ଚାଳରେ ଲାଗି ବ୍ୟାପିଯାଇଥିଲା ବୋଲି ଜଣାପଡିଛି। 

ବିଡିଓଙ୍କ ବଦଳି ଦାବି: ବ୍ଲକ ଅଫିସ ସମ୍ମୁଖରେ ଧାରଣା

ବିଡିଓଙ୍କ ବଦଳି ଦାବି: ବ୍ଲକ ଅଫିସ ସମ୍ମୁଖରେ ଧାରଣା

ପାରଳାଖେମୁଣ୍ଡି, ୧୫।୧୧(ସ୍ବ.ପ୍ର.)-ନୂଆଗଡ ବିଡିଓଙ୍କ ବଦଳି ଦାବିରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଜାଗାକୁ କେନ୍ଦ୍ରକରି ଗଣ୍ଡଗୋଳ,  ୫ଆହତ

ଜାଗାକୁ କେନ୍ଦ୍ରକରି ଗଣ୍ଡଗୋଳ, ୫ଆହତ

ପାରଳାଖେମୁଣ୍ଡି, ୧୫।୧୧(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ରାମସାଗର ନିକଟରେ ଏକ ଜାଗାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି।ଏଥିରେ ଉଭୟ ପରିବାରର ୫ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ଜାଗାକୁ ନେଇ ପୂର୍ବରୁ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଟି.ସୀମାଦ୍ରୀ(୬୨) ଓ ତାଙ୍କ ପରିବାରବର୍ଗ ଏହି ଜାଗାରେ କାନ୍ଥ ନିର୍ମାଣ କରୁଥିଲେ।

ଚକଡ଼ା ଉଜାଡ଼ିଦେଲା କ୍ଷେତ: ଫସଲରେ ନିଆଁ ଲଗାଇଲେ ଚାଷୀ

ଚକଡ଼ା ଉଜାଡ଼ିଦେଲା କ୍ଷେତ: ଫସଲରେ ନିଆଁ ଲଗାଇଲେ ଚାଷୀ

କୁନ୍ଦୁରା,୧୫।୧୧(ଡି.ଏନ୍‌.ଏ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଡଙ୍ଗରପାଉଁଶୀ, ଫୁପୁଗାଁ ଏବଂ କୁନ୍ଦୁରା ପଞ୍ଚାୟତରେ ବର୍ଷାଭାବ ଯୋଗୁଁ ଏବଂ ଚକଡ଼ା ପୋକ ଦାଉରେ ଉଜୁଡ଼ିଯାଇଥିବା ଚାଷ ଜମିରେ ଚାଷୀମାନେ ନିଆଁ ଲଗାଇଦେଇଛନ୍ତି। କୁନ୍ଦୁରା ବ୍ଲକ୍‌ର ଡ଼ଙ୍ଗରପାଉଁଶୀ ଗ୍ରାମପଞ୍ଚାୟତ ଅଧୀନ ପ୍ରଧାନୀପୁଟ, ଶୁଣ୍ଢିଗୁଡ଼ା,ସମର୍ଥା ଗୁଡ଼ା, ମୁସାଲଯୁବା, ଫୁପୁଗାଁ ଗ୍ରାମପଞ୍ଚାୟତର ଯୁବାପାତ୍ରପୁଟ, ଫୁପୁଗଁା, ଚନ୍ଦ୍ରଶୁଣ୍ଢିଗୁଡ଼ାର ଚାଷ ଜମିରେ ଚକଡ଼ା ପୋକ ଲାଗିବା ସହିତ ବର୍ଷାଭାବ ଯୋଗୁ ଧାନ କେଣ୍ଡା ଧରିବା  ସମୟରେ ନଷ୍ଟ ହେବାକୁ ଲାଗିଥିଲା। ଏପରି ଅବସ୍ଥା ପ୍ରାୟ ୨ଶହରୁ ୩ଶହ ଏକର ଧାନ ଚାଷରେ ଦେଖିବାକୁ ମିଳିଛି। 