ରାୟଗଡା

ବଦଳୁନି କିଞ୍ଜାମଯୋଡ଼ି ଗାଁର ଚିତ୍ର

ବଦଳୁନି କିଞ୍ଜାମଯୋଡ଼ି ଗାଁର ଚିତ୍ର

ବିଷମକଟକ,୨୨।୧୨ (ଡି.ଏନ.ଏ)-ଜନଜାତିଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କର୍ଯ୍ୟକାରୀ କରୁଥିଲେ ମଧ୍ୟ ରାୟଗଡା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ କିଞ୍ଜାମଯୋଡି ଗ୍ରାମର ଚିତ୍ର ବଦଳୁନାହିଁ। ବଣପାହାଡ଼ ଘେରା ଏହି ଦୁର୍ଗମ ଗ୍ରାମ ଏବେ ବି ଅବହେଳିତ ହୋଇରହିଛି। ଏଠାକାର ଲୋକେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ଓ ବିଦ୍ୟୁତ ଆଦି ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଏମାନଙ୍କ ପାଇଁ ସରକାରୀ ଯୋଜନା ପ୍ରହସନ ପାଲଟିଛି। ପ୍ରଶାସନ କୌଣସି ପଦକ୍ଷେପ ନନେଇ ଚୁପ୍‌ ବସିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଞ୍ଜାମଯୋଡି ଗ୍ରାମରେ ୩୦ପରିବାର ବାସ କରୁଥିବା ବେଳେ ଜନସଂଖ୍ୟା ୧୫୦। ଏଠାକାର ଲୋକେ ପାଣି ପାଇଁ ଝରଣା ଉପରେ ନିର୍ଭର କରୁଛନ୍ତି। ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ୱାରା ବିଶୁଦ୍ଧ ପାଣି ଯୋଗାଇଦେବାକୁ ୨୦୧୫ ମସିହାରେ ଗ୍ରାମୀଣ ଝରଣାଜଳ ଯୋଗାଣ ପ୍ରକଳ୍ପ ଜରିଆରେ ୧୦ଲକ୍ଷ ୭୪ହଜାର ଟଙ୍କା ବ୍ୟୟରେ ୨ଟି ଟାଙ୍କି ନିର୍ମାଣ କରାଯାଇଥିଲା। ତେବେ ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଗଁାରେ ଥିବା ଏକମାତ୍ର ନଳକୂପ ୪ବର୍ଷ ହେଲା ଅଚଳ ହୋଇପଡିଛି। ଗ୍ରାମକୁ ରାସ୍ତା ନାହିଁ। କେହି ରୋଗରେ ଆକ୍ରାନ୍ତ ହେଲେ ୨କି.ମି. ବୋହି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଆଣିବା ପରେ ଗାଡ଼ିରେ ବିଷମକଟକ ଡାକ୍ତରଖାନାକୁ ନେବାକୁ ପଡେ। ଲୋକେ ଉପଯୁକ୍ତ ଚିକିତ୍ସା ପାଇପାରୁନାହାନ୍ତି। ଏଥିଯୋଗୁ ଅନେକ ସମୟରେ ଗୁରୁତର ରୋଗୀଙ୍କ ଜୀବନ ଯାଉଛି। ସେହିପରି ପିଡିଏସ ସାମଗ୍ରୀ ପାଇଁ ୫କିମି ବାଟ ଯିବାକୁ ପଡୁଛି। ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଛତୁଆ ଠିକ ଭାବେ ମିଳୁନଥିବା ଅଭିଯୋଗ ହେଉଛି। ଗ୍ରାମରେ ୩ରୁ ୭ବର୍ଷ ବୟସର ୩୦ଜଣ ପିଲା ରହିଛନ୍ତି। ସ୍କୁଲ ନ ଥିବାରୁ ଏମାନେ ଶିକ୍ଷାଠାରୁ ବହୁଦୂରରେ। ପରିବାର ଲୋକଙ୍କ ସହ ଡଙ୍ଗର ପାହାଡରୁ କାଠ, ଖଲିପତ୍ର ସଂଗ୍ରହ କରିବାରେ ପିଲାଙ୍କ ଦିନ ବିତୁଛି। ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ଡଙ୍ଗରିଆ କନ୍ଧ ଉନ୍ନୟନ କାର୍ଯ୍ୟାଳୟ ଖୋଲାଯିବା ସହ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ସମସ୍ତ ମୌଳିକ ସୁବିଧା ମିଳିପାରିନାହିଁ। ଗ୍ରାମବାସୀ ଅନେକ ଥର ପ୍ରଶାସନକୁ ଅଭିଯୋଗ ଜଣାଇ ନିରାଶ ହୋଇଥିବା ଲକ୍ଷଣ ତୁଇକା, ମିନା ସିକାକା, ବିନ୍ଧୁ ତୁଇକା, ଜଟିଆ ପଡିକାକା, କାମ ତୁଇକା ଅଭିଯୋଗ କରିଛନ୍ତି। ଏ ନେଇ ବିଡିଓ ବଳରାମ ପାତ୍ରଙ୍କୁ ପଚାରିବାରେ କହିଛନ୍ତି ଯେ, ପାନୀୟଜଳ ସମସ୍ୟା ଦୂର ଲାଗି ତ୍ୱରିତ ପଦକ୍ଷେପ ନେବାକୁ ସେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶିକ୍ଷା ବ୍ୟବସ୍ଥା ଲାଗି ଡିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯିବ।

All Right Reserved By

ରାୟଗଡା

ବାଲ୍‌ ମୁକୁନ୍ଦ କେନ୍ଦ୍ର ଉଦ୍‌ଘାଟିତ

ପାରଳାଖେମୁଣ୍ଡି,୨୨।୭ (ସ୍ବ.ପ୍ର.): ପାରଳାଖେମୁଣ୍ଡିସ୍ଥିତ ରାଜୁଗୁରୁ ସାହିସ୍ଥିତ ରସିକରାଜ ମନ୍ଦିର (ପରିଚ୍ଛା ମଠ)ରେ ପବିତ୍ର ବାହୁଡା ଯାତ୍ରା ଅବସରରେ ଜଗତ୍‌ଗୁରୁ କୃପାଳୁଜୀ ମହାରାଜଙ୍କ ଶିଷ୍ୟ ସ୍ବାମୀ ସୁକୁନ୍ଦାନନ୍ଦ ମହାରାଜଙ୍କ ନିର୍ଦ୍ଦେଶରେ ବାଲ୍‌ ମୁକୁନ୍ଦ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଯୋଗ ଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ ଏବଂ ସେଣ୍ଟ ଜାଭିୟର ସ୍କୁଲ ଅଧ୍ୟକ୍ଷା ମାଳା ଚୌଧୁରୀ ପିଲାମାନଙ୍କୁ ମାତୃଭାଷାର ପ୍ରଗତି ନିମନ୍ତେ ବୁଝାଇଥିଲେ।

ଶାବର ଶ୍ରୀକ୍ଷେତ୍ର: ବାହୁଡ଼ିଲେ ମହାବାହୁ

କୋରାପୁଟ,୨୨ା୭(ସ୍ବ.ପ୍ର.): ଜନ୍ମବେଦୀରେ ଲୀଲାଖେଳା ସାରି ରବିବାର ରତ୍ନବେଦୀକୁ ବାହୁଡ଼ିଛନ୍ତି ଶ୍ରୀଜୀଉ। ଶାନ୍ତି ଶୃଙ୍ଖଳା ମଧ୍ୟରେ ଶାବର ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ସଂପନ୍ନ ହୋଇଛି। ଅପରାହ୍ନ ୪ଟା ୪୫ରେ ରଥଟଣା ସରିଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ୪୦ ହଜାର ସମାଗମ ହୋଇଥିଲା। ସକାଳ ୭ଟା ୩୦ରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ପରେ ୮ଟା ୩୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୯ଟା ୩୦ ସୁଦ୍ଧା ରଥାରୂଢ଼ ହୋଇଥିଲେ ଶ୍ରୀଜୀଉ।

ଅଟୋ ଓଲଟି ୧୩ ଗୁରୁତର

ପାପଡାହାଣ୍ଡି,୨୨।୭(ଡି.ଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଚିଙ୍ଗୁଡିଶର ନିକଟରେ ରବିବାର ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା

କୋରାପୁଟ,୨୨।୭(ସ୍ବ.ପ୍ର)- କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୁର୍ତ୍ତୀଙ୍କ ବାହୁଡା ଯାତ୍ରା ରବିବାର ଅନୁଷ୍ଠିତ ହୋଇଛି। ରବିବାର ସକାଳେ କୋରାପୁଟ ରାୟଗଡାଛକଠାରେ ଥିବା ମା’ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜୀଉଙ୍କ ମଙ୍ଗଳାପର୍ଣ୍ଣ ପୂଜା ଅନୁଷ୍ଠିତ ହେବା ପରେ ସକାଳ ୮ଟା ୩୦ ରୁ ଠାକୁରଙ୍କ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

କୋରାପୁଟ ଜିଲାରେ ୩୨୮.୪ ମିମି ବର୍ଷା : ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୩ ମିମି

କୋରାପୁଟ ଜିଲାରେ ୩୨୮.୪ ମିମି ବର୍ଷା : ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୩ ମିମି

କୋରାପୁଟ,୨୨।୭(ସ୍ବ.ପ୍ର)- କୋରାପୁଟ ଜିଲାରେ ରବିବାର ୩୨୮.୪ ମିଲିମିଟର ବର୍ଷା ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି।

ଜାମ୍ମୁର ଗ୍ରାମରେ ରାସ୍ତା ଯନ୍ତ୍ରଣା

ଜାମ୍ମୁର ଗ୍ରାମରେ ରାସ୍ତା ଯନ୍ତ୍ରଣା

ଦଶମନ୍ତପୁର,୨୨।୭(ଡି.ଏନ୍‌.ଏ.)-ବର୍ଷାଋତୁ ଆସିଲେ ଗ୍ରାମବାସୀଙ୍କ ମୁଣ୍ଡରେ ଚଡ଼କ ପଡିଯାଏ। ଏଥିନିମନ୍ତେ ୪ ମାସ ପାଇଁ ଗୃହରେ ଖାଦ୍ୟଶସ୍ୟ ସାଇତି ରଖନ୍ତି ବାସିନ୍ଦା। ଗ୍ରାମରେ କେହି ରୋଗୀ କିମ୍ବା ଗର୍ଭବତୀଙ୍କୁ ଚିକିତ୍ସାକେନ୍ଦ୍ରକୁ ନେବାକୁ ଭାଳେଣି ପଡ଼ିଯାଏ। ମହାମାରି ଝାଡ଼ାବାନ୍ତି ଏବଂ ଅଜଣା ରୋଗରେ ମୃତ୍ୟୁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଗ୍ରାମ ହେଲା କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ଗ୍ରାମ ପଞ୍ଚାୟତ ଅଧୀନ ଜାମ୍ମୁର ଗ୍ରାମ। ବ୍ଲକ ସଦର ମହକୁମାଠରୁ ମାତ୍ର ୧୩ କିମି ଦୂରରେ ଥିବା ଏହି ଗାଁକୁ ଖଣ୍ଡିଏ ରାସ୍ତା ନାହିଁ। ଫଳରେ ଯାତାୟତ କ୍ଷେତ୍ରରେ ବହୁ ସମସ୍ୟା ଉପୁଜୁଛି।

ଆଦର୍ଶ ବିଦ୍ୟାଳୟ :କାର୍ଯ୍ୟକ୍ଷମ ହେଉନି ହଷ୍ଟେଲ

ଆଦର୍ଶ ବିଦ୍ୟାଳୟ :କାର୍ଯ୍ୟକ୍ଷମ ହେଉନି ହଷ୍ଟେଲ

ତେନ୍ତୁଳିଖୁଣ୍ଟି,୨୨।୭(ଡି.ଏନ.ଏ)- ଗ୍ରାମାଞ୍ଚଳରେ ମେଧାବୀ ଛାତ୍ରୀଛାତ୍ରଙ୍କୁ ଉନ୍ନତ ମାନର ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି। କିନ୍ତୁ ଅନେକ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ରହିଛି। କେଉଁଠି ପିଲାଙ୍କ ପାଇଁ ହଷ୍ଟେଲ ନାହିଁ ତ ଆଉ କେଉଁଠି ବସିବାକୁ ଡେସ୍କ ଓ ବେଞ୍ଚ ନଥିବାରୁ ପିଲାମାନେ ତଳେ ବସି ପାଠ ପଢୁଛନ୍ତି। ହଷ୍ଟେଲ ନ ଥିବାରୁ ପିଲାମାନେ ଦୂରଦୂରାନ୍ତରୁ ବିଦ୍ୟାଳୟକୁ ଆସୁଥିବାରୁ ଅଭିଭାବକମାନେ ଅଧିକା ଖର୍ଚ୍ଚାନ୍ତ ହେଉଛନ୍ତି। ଏହିପରି ସମସ୍ୟା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳଗୁମ୍ମା ଗ୍ରାମ ପଞ୍ଚାୟତର ଲକଡିପାଲାରେ ଥିବା ଆଦର୍ଶ ବିଦ୍ୟାଳୟରେ ଦେଖିବାକୁ ମିଳୁଛି। ଶିକ୍ଷୟିତ୍ରୀ ଶିକ୍ଷକ ପାଇଁ କ୍ୱାଟର ଅଛି। ହଷ୍ଟେଲ ଗୃହ ତଫସିଲଭୁକ୍ତ ଜନଜାତି ଛାତ୍ରୀଛାତ୍ରଙ୍କ ପାଇଁ ରହିଛି।

ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଝରିଗାଁ,୨୨।୭(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ୧୨ ଦିନିଆ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ଝରିଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅଧ୍ୟାପକ ଗୋପାଳ ମହାରଣା, ଶଙ୍କର କୁମାର ନାଲା, ମନୋଜ କୁମାର ଖିଲାର, ଅଧ୍ୟାପିକା ତୁଷାରୀ ପଟ୍ଟନାୟକ, କ୍ରୀଡା ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆତ୍ମସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଆଇନ ସଚେତନତା ଶିବିର

ମାଲକାନଗିରି,୨୨।୭(ସ୍ବ.ପ୍ର.)- ମାଲକାନଗିରି ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଉଦୁଲିବେଡା ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଅଧିନିୟମ, ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ, କନ୍ୟାସନ୍ତାନର ମହତ୍ତ୍ୱ, ପ୍ରାକ୍‌ ଗର୍ଭଧାରଣ ଓ ପ୍ରାକ୍‌ ପ୍ରସୂତି ନିଦାନ ସମ୍ବନ୍ଧୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହିମାଂଶୁ ଶେଖର ସିଂ ରେଜିଷ୍ଟ୍ରାର ସିଭିଲ କୋର୍ଟ, ପ୍ରାଧିକରଣ ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଅମରେଶ ନାୟକ, ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ, ଆଇନଜୀବୀ ଦୀନବନ୍ଧୁ ଦାସ, ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ ।

ଦରମା ମିଳିନି, ରୋଗୀସେବା ବନ୍ଦକଲେ ଡାକ୍ତର

ଜୟପୁର,୨୨।୭(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହରର ମାଲକାନଗିରି ରାସ୍ତାରେ ରହିଥିବା ଏକ ଘରୋଇ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦରମା ମିଳିନଥିବା କାରଣରୁ ରୋଗୀସେବା ବନ୍ଦ ହୋଇଛି। ଡାକ୍ତରମାନଙ୍କ ଇପିଏଫ ଏବଂ ଇଏସ୍‌ଆଇ ଟଙ୍କା ପୈଠ କରାଯାଇ ନଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲାର ଏକମାତ୍ର ଏହି ଘରୋଇ ଚିକିତ୍ସାଳୟରେ ଅତ୍ୟାଧୁନିକ ଯନ୍ତ୍ରପାତି ରହିଥିବା ଯୋଗୁ କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲାର ରୋଗୀମାନେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି।

ଲଗାଣ ବର୍ଷା କୋରାପୁଟ ଜିଲାରେ ୨୫ ଘର ଭାଙ୍ଗିଲା

କୋରାପୁଟ,୨୨।୭(ସ୍ବ.ପ୍ର.) ଶନିବାର ମଧ୍ୟ ବର୍ଷା ଜାରି ରହିଥିବା ଯୋଗୁଁ କୋରାପୁଟ ଜିଲାରେ ୨୫ଟି ଘର ଭାଙ୍ଗିଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବର୍ଷାପାଣି ପଶିଯାଇଛି । ଜିଲାର ଜୟପୁର, ସେମିଳିଗୁଡ଼ା, ବୈପାରିଗୁଡ଼ା ଓ ବୋରିଗୁମ୍ମା ବ୍ଲକ ଅଞ୍ଚଳରେ ଏହିସବୁ ଘର ଭାଙ୍ଗିଥିବା ଜିଲା ଜରୁରୀ ବିଭାଗ ଅଧିକାରୀ ଦେବବ୍ରତ କରାତି ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ପଲିଥିନ ପ୍ରଦାନ କରାଯାଇଛି।

କୃଷି କଲ୍ୟାଣ ଅଭିଯାନ କାର୍ଯ୍ୟକ୍ରମ

ଟିକିରି,୨୨।୭-ରାୟଗଡ଼ା ଜିଲା କାଶୀପୁର ବ୍ଲକର ୪ଟି ଗ୍ରାମରେ କୃଷି କଲ୍ୟାଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗୁଲିମିଝୋଲା, ଡ଼ଙ୍ଗାସିଲ, ଦହଣ୍ଡି, ପୋଡ଼ାପାଡ଼ି ଗ୍ରାମରେ ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ପ୍ରିନ୍ସପାଲ ବିନୋଦଚନ୍ଦ୍ର ବେହେରା, କାଶୀପୁର ସହକୃଷି ଅଧିକାରୀ ସଙ୍ଗୀତା ନାଏକ,ସାଗରିକା ସାହୁ, ମୁଗୁରା ମାଝି, ସରପଞ୍ଚ ନରସିଂହ ସାଉଁନ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଦୁଇଗୁଣା ଫସଲ ଉତ୍ପାଦନ ନେଇ ଚାଷୀମାନଙ୍କୁ ବୁଝାଯାଇଥିଲା । ଏଥିସହିତ ଛତୁ,ଜିଆ, ମହୁଚାଷ ବିଷୟରେ କୁହାଯାଇଥିଲା ।

Model This Week

ଚିଣ୍ଟୁ