ରାୟଗଡା

ଅସ୍ତ୍ରୋପଚାର ପରେ ପ୍ରସୂତି ଦିବ୍ୟାଙ୍ଗ:ଖାଉଟି ଅଦାଲତରେ ଡାକ୍ତର ଦଣ୍ଡିତ

ଅସ୍ତ୍ରୋପଚାର ପରେ ପ୍ରସୂତି ଦିବ୍ୟାଙ୍ଗ:ଖାଉଟି ଅଦାଲତରେ ଡାକ୍ତର ଦଣ୍ଡିତ
ନବରଙ୍ଗପୁର,୨୧ା୧୨(ବି.ପ୍ର.)-ପ୍ରସବ ଜନିତ ଅସ୍ତ୍ରୋପଚାର ପରେ ଜଣେ ମହିଳା ପକ୍ଷାଘାତରେ ଆକ୍ରାନ୍ତ ହୋଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି। ଏ ନେଇ ହୋଇଥିବା ଅଭିଯୋଗର ବିଚାର କରି ନବରଙ୍ଗପୁର ଖାଉଟି ଅଦାଲତ ସ୍ଥାନୀୟ ଖ୍ରୀଷ୍ଟିୟାନ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ସନ୍ତୋଷ କୁମାର ନାଗଙ୍କୁ ଦଣ୍ଡିତ କରିଛନ୍ତି। ୩୦ ଦିନ ମଧ୍ୟରେ ସମ୍ପୃକ୍ତ ମହିଳାଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଖାଉଟି ଅଦାଲତ ସଭାପତି ଗୋପାଳ କୃଷ୍ଣ ରଥ ଓ ସଭ୍ୟା ମୀନାକ୍ଷୀ ପାଢୀ ସମ୍ପୃକ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୩୦ ଦିନ ମଧ୍ୟରେ କ୍ଷତି ପୂରଣ ନ ଦେଲେ ୧୨ ପ୍ରତିଶତ ସୁଧ ହାରରେ ଟଙ୍କା ଆଦାୟ କରାଯିବ ବୋଲି ବୁଧବାର ଖାଉଟି ଅଦାଲତ ରାୟ ପ୍ରକାଶ କରିଛନ୍ତି ା ନବରଙ୍ଗପୁର ଜିଲା ସଦର ବ୍ଲକ ତାରାଗାଁ ପଞ୍ଚାୟତର ବଦାମୁଣ୍ଡା ଗାଁର ଆସିଫ ରେହେମାନ ଖାନ ଦୁରାନୀଙ୍କ ସ୍ତ୍ରୀ ସବିନା ରେହେମାନ ଖାନଙ୍କୁ ୨୦୧୦ ମେ ୧୯ ତାରିଖରେ ପ୍ରସବକାଳୀନ ଯନ୍ତ୍ରଣା ହୋଇଥିଲା। ଆସିଫ ତାଙ୍କୁ ନବରଙ୍ଗପୁର ଖ୍ରୀଷ୍ଟିୟାନ ହସ୍ପିଟାଲ ଆଣିଥିଲେ ା ଡାକ୍ତର ସନ୍ତୋଷ କୁମାର ନାଗ ଅସ୍ତ୍ରୋପଚାର କରାଯିବ ବୋଲି କହିଥିଲେ ା ତେବେ ଅସ୍ତ୍ରୋପଚାର ସମୟରେ ସବିନାଙ୍କ ମେରୁଦଣ୍ଡରେ ୩ଥର ନିଶ୍ଚେତକ ଇଞ୍ଜେକସନ ଡାକ୍ତର ନାଗ ଦେଇଥିଲେ ା ତାହା କାମ କରି ନ ଥିଲା ା ସବିନା ଜଣେ ଫିଜିଓଥେରାପିଷ୍ଟ ହୋଇଥିବାରୁ ନିଶ୍ଚେତକ ଠିକ ଭାବେ ଦିଆ ଯାଉନାହିଁ , ଏଥିପାଇଁ ସମସ୍ୟା ହେବ ବୋଲି ଡାକ୍ତରଙ୍କୁ କହିଥିଲେ ା ତେବେ ଡାକ୍ତର ଶୁଣି ନଥିଲେ ା ପୁଣି ନିଶ୍ଚେତକ ଇଞ୍ଜେକସନ ମେରୁଦଣ୍ଡରେ ଦେଇଥିଲେ। ଅସ୍ତ୍ରୋପଚାର କରାଯାଇ ସବିନାଙ୍କ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ପ୍ରସବ ପରେ ସବିନାଙ୍କ ଅଣ୍ଟାରୁ ଗୋଡ ପର୍ଯ୍ୟନ୍ତ କାମ କରି ନ ଥିଲା ା ଏ ସମ୍ପର୍କରେ ଡାକ୍ତର ନାଗଙ୍କୁ ଆସିଫ ପଚାରିଥିଲେ। ସେ କୌଣସି ଅଧିକ ଚିକିତ୍ସା ପାଇଁ ପରାମର୍ଶ ଦେଇ ନଥିଲେ। ୨୦୧୦ ମେ ୨୨ ତାରିଖରେ ସବିନାଙ୍କୁ କୌଣସି ବଡ ମେଡିକାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ା ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲେ ା ପରେ ସବିନାଙ୍କୁ ବିଶାଖାପାଟଣାର କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ା ଏମଆରଆଇ ସ୍କାନ ପରେ ଜଣାପଡିଲା ଯେ ମେରୁଦଣ୍ଡର ଭୁଲ ସ୍ଥାନରେ ଓଭରଡୋଜ ନିଶ୍ଚେତକ ଇଞ୍ଜେକସନ ଦିଆ ଯାଇଛି ା ଏନେଇ ସେହି ମାସର ୩୧ ତାରିଖରେ ସବିନାଙ୍କ ମେରୁଦଣ୍ଡ ଅସ୍ତ୍ରୋପଚାର କରାଯାଇଥିଲା ା ଏଥିପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ା ୨୦୧୦ ଜୁନ ୮ ତାରିଖରେ ସବିନା ଡିସଚାର୍ଜ ହୋଇଥିଲେ ା ପୁଣି ଜୁନ ୨୧ ତାରିଖରେ ତାଙ୍କର ପୁନଃ ଚିକିତ୍ସା କରାଯାଇଥିଲା। ଏନେଇ ୧୯ ହଜାର ଟଙ୍କା ଖର୍ଚ୍ଚ କରିଥିଲୋ ୨ ବର୍ଷ ଧରି ବିଭିନ୍ନ ସମୟରେ ଚିକିତ୍ସାରେ ବହୁ ଅର୍ଥ ଆସିଫ ଖର୍ଚ୍ଚ କରିଥିଲେ ା ଏହା ସତ୍ତ୍ୱେ ସବିନା ୭୫ ପ୍ରତିଶତ ଦିବ୍ୟାଙ୍ଗ ହୋଇଯିବା ଓ ତାହାର କ୍ଷତିପୂରଣ ବାବଦକୁ ଆସିଫ ନବରଙ୍ଗପୁର ଖାଉଟି ଅଦାଲତରେ ଡାକ୍ତର ସନ୍ତୋଷଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ ା ଏନେଇ ନଂ ୯୨/୧୩ରେ ମାମଲା ରୁଜୁ ହୋଇଥିଲା ା ଖାଉଟି ଅଦାଲତ ନବରଙ୍ଗପୁର ଜିଲା ସିଡିଏମଓଙ୍କୁ ଏହାର ସମୀକ୍ଷା କରି ମେଡିକାଲ ରିପୋର୍ଟ ଦେବା ପାଇଁ ଜଣାଇଥିଲେ ା ତେବେ ନବରଙ୍ଗପୁର ଜିଲାରେ ବିଶେଷଜ୍ଞ ନଥିବା ସିଡିଏମଓ ଜଣାଇଥିଲେ ା ପରେ ଖାଉଟି ଅଦାଲତ ଏଭଳି ଏକ ଘଟଣା ନେଇ କଟକ ମେଡିକାଲ କଲେଜ ଡିନଙ୍କୁ ଏହାର ସମୀକ୍ଷା କରି ରିପୋର୍ଟ ମାଗିଥିଲେ ା ଇତି ମଧ୍ୟରେ ୨୦୧୪ ଫେବୃୟାରୀ ୧୪ରେ ଡାକ୍ତର ସନ୍ତୋଷ ରାଜ୍ୟ ଖାଉଟି କମିଶନ ନିକଟରେ ବିଳମ୍ବରେ ଅଭିଯୋଗ କରାଯାଇଥିବା ନେଇ ପିଟିସନ ନଂ ୧୯/୧୪ ଦାଖଲ କରିଥିଲେ ା ରାଜ୍ୟ ଖାଉଟି କମିଶନ ତାହାକୁ ଖାରଜ କରିଦେଇଥିଲେ ା ପରେ ଡାକ୍ତର ସନ୍ତୋଷ ଜାତୀୟ ଖାଉଟି କମିଶନ ନିକଟରେ ରିଟ୍‌ ପିଟିସନ ନମ୍ବର ୧୬୪୩ ଡାକ୍ତର ଦାଖଲ କରିଥିଲେ। ୧୩।୭।୨୦୧୭ ଜିଲା ଖାଉଟି ଅଦାଲତରେ ବିଚାରଣା ପାଇଁ ଜାତୀୟ ଖାଉଟି କମିଶନ ନିର୍ଦ୍ଦେଶ ଦେଇଥିଲେ ା ଉକ୍ତ ନିର୍ଦ୍ଦେଶ ପ୍ରକାରେ ନବରଙ୍ଗପୁର ଖାଉଟି ଅଦାଲତ ଅଭିଯୋଗର ବିଚାର କରି ବୁଧବାର ଉପରୋକ୍ତ ରାୟ ଶୁଣାଇଛନ୍ତି ା
All Right Reserved By

ରାୟଗଡା

ଟ୍ରକ-ବାଇକ୍‌ ଧକ୍କା, ଜଣେ ମୃତ

ଟ୍ରକ-ବାଇକ୍‌ ଧକ୍କା, ଜଣେ ମୃତ

ରାୟଗଡା ଅଫିସ, ୧୭।୧୦-ରାୟଗଡା ସହର ସାଇ ଇଣ୍ଟରନ୍ୟାସନାଲ ଟାଫିକ ଛକ ନିକଟରେ ଏକ ଟ୍ରକ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଏଥିରେ ବାଇକ ଚାଳକଙ୍କ   ମୃତ୍ୟୁ ହୋଇଛି। ସେ  ହେଲେ ଜେକେପୁର ଥାନା ଅଧୀନ ନେହେରୁ ନଗରର ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ। ପୋଲିସ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି। 

ଚିକ୍‌ମିକ୍‌ ଆଲୁଅରେ ଝଲସୁଛି ମାଲକାନଗିରି

ଚିକ୍‌ମିକ୍‌ ଆଲୁଅରେ ଝଲସୁଛି ମାଲକାନଗିରି

ମାଲକାନଗିରି, ୧୭।୧୦(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ସଦର ମହକୁମା ଏବଂ ବିଭିନ୍ନ ବ୍ଲକରେ  ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଏହାଛଡା ବିଭିନ୍ନ ଶକ୍ତିପୀଠରେ ନବମୀ ପୂଜା ମଧ୍ୟ ଅନୁଷ୍ଠିତ ହେଉଛି। ଷଷ୍ଠୀଠାରୁ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ବେଲ ବରଣ ପୂଜା ସହ   ଶକ୍ତିପୀଠଗୁଡ଼ିକରେ ଚଣ୍ଡୀପାଠ, ହୋମଯଜ୍ଞ  ଆଦି କରାଯାଉଛି। 

ସରକାରୀ ବ୍ୟବସ୍ଥାର ବିଚିତ୍ର ରୂପ: ଜଙ୍ଗଲ ହୁଡାରେ ଗୋବିନ୍ଦପାଲି ଯାତ୍ରୀ ପ୍ରତୀକ୍ଷାଳୟ

ସରକାରୀ ବ୍ୟବସ୍ଥାର ବିଚିତ୍ର ରୂପ: ଜଙ୍ଗଲ ହୁଡାରେ ଗୋବିନ୍ଦପାଲି ଯାତ୍ରୀ ପ୍ରତୀକ୍ଷାଳୟ

ମାଥିଲି, ୧୭।୧୦(ଡି.ଏନ୍‌.ଏ.) - ସରକାରୀ ବ୍ୟବସ୍ଥାରେ ବିଚିତ୍ର ରୂପ। ଯିବାକୁ ହୋଇନି ରାସ୍ତା। ଜଙ୍ଗଲ ହୁଡାରେ ଖୋଲାପଡିଛି ଯାତ୍ରୀ ପ୍ରତୀକ୍ଷାଳୟ। ମାଲକାନଗିରି ଜିଲା ଖଇରପୁଟ ବ୍ଲକ  ଗୋବିନ୍ଦପାଲି ସଦର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନରୁ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନୂତନ ଭାବେ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ବ୍ୟବହାର ହୋଇନାହିଁ।

ପୁଅକୁ ଫେରି ପାଇଲେ ବଣ୍ଡା ପରିବାର

ପୁଅକୁ ଫେରି ପାଇଲେ ବଣ୍ଡା ପରିବାର

ମାଲକାନଗିରି, ୧୭।୧୦(ଡି.ଏନ୍‌.ଏ.)-:ବର୍ଷେ ନୁହେଁ କି ଦୁଇବର୍ଷ, ଜଣେ ବଣ୍ଡା ଯୁବକଙ୍କୁ ମାଲକାନଗିରି ପୋଲିସ ଦୀର୍ଘ ୧୫ ବର୍ଷ ପରେ ଉଦ୍ଧାର କରି  ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ପରିବାର ଲୋକେ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଜମିବାଡି ବିକ୍ରି କରି ସର୍ବସ୍ବାନ୍ତ ହୋଇଯାଇଥିଲେ। ଯୁବକଙ୍କ ବାପା  ମାଲକାନଗିରି ଥାନାରେ ତାଙ୍କ ପୁଅ ନିଖୋଜ ଥିବା ନେଇ ପୁଣିଥରେ ଏତଲା ଦେଇଥିଲେ। ପରେ ମାଲକାନଗିରି ପୋଲିସ ୧୨ ଘଣ୍ଟା ମଧ୍ୟରେ ନିଖୋଜ ଯୁବକଙ୍କୁ ଖୋଜିବାରେ ସଫଳ ହୋଇଥିଲା।

ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ରାୟଗଡ଼ା ଅଫିସ,୧୭।୧୦: ରାୟଗଡ଼ା ସହର ସାଇ ଇଣ୍ଟରନ୍ୟାଶନାଲ ଟ୍ରାଫିକ ଛକ ନିକଟରେ ବାଇକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ।

କୋଲାବ ନଦୀରେ ଭାସୁଛି ଭାଲୁର ମୃତଦେହ

କୋଲାବ ନଦୀରେ ଭାସୁଛି ଭାଲୁର ମୃତଦେହ

ଜୟପୁର/କୁନ୍ଦୁରା, ୧୬।୧୦(ଡି.ଏନ୍‌.ଏ.) କୋରାପୁଟ ଜିଲା କୁନ୍ଦୁରା ଥାନା ଅଞ୍ଚଳର ଡଙ୍ଗରପାଉଁଶୀ ଗ୍ରାମ ନିକଟ କୋଲାବ ନଦୀରେ ମଙ୍ଗଳବାର ଏକ   ଭାଲୁର ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ। ଭାଲୁ ଦେହରେ କ୍ଷତ ଚିହ୍ନ ଥିବାରୁ ତାକୁ  କେହି ମାରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। 

ଦୁଇ ପୁତୁରାଙ୍କ କାଠ ଫାଳିଆ ମାଡରେ ଦାଦାଙ୍କ ମୃତ୍ୟୁ

ଦୁଇ ପୁତୁରାଙ୍କ କାଠ ଫାଳିଆ ମାଡରେ ଦାଦାଙ୍କ ମୃତ୍ୟୁ

ମୁନିଗୁଡା, ୧୬।୧୦(ଡି.ଏନ୍‌.ଏ.): ପାରିବାରିକ କଳହକୁ କେନ୍ଦ୍ରକରି ବଚସା ବଢିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦୁଇ ପୁତୁରା କାଠ ଫାଳିଆରେ  ଦାଦାଙ୍କୁ ମାଡ ମାରିବାରୁ ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ। ପୋଲିସ ସେଠାରେ ପହଞ୍ଚିବାପରେ ଅଭିଯୁକ୍ତ ଦ୍ୱୟ ଦୋଷ ସ୍ବିକାର କରିବା ସହ ଆତ୍ମସମର୍ପଣ କରିଥିଲେ। ମୃତକ ଜଣଙ୍କ ହେଲେ ରାୟଗଡା ଜିଲା ମୁନିଗୁଡା ଥାନା ଅଧୀନ କୁଲେରୀପେଟା ଗ୍ରାମର କାତ୍ରା ସିକ୍‌କା। ଅଭିଯୁକ୍ତ ଦ୍ୱୟ ହେଲେ ଉକ୍ତ ଗ୍ରାମର ଟଣିଆ ସିକ୍‌କା ଓ ଲୁକେ ସିକ୍‌କା।

ସବୁ ଅଞ୍ଚଳରେ ପହଞ୍ଚିନି ରିଲିଫ୍‌

କାଶୀନଗର, ୧୬।୧୦(ଡି.ଏନ୍‌.ଏ.): କାଶୀନଗର ବ୍ଲକ ଏବଂ ଏନ୍‌ଏସିର ସବୁ ଅଞ୍ଚଳରେ ରିଲିଫ ପହଞ୍ଚତ୍ ନ ଥିବା ବେଳେ ବିଦ୍ୟୁତ୍‌ ଓ ପାନୀୟଜଳ ଯୋଗାଣ ମଧ୍ୟ ସ୍ବାଭାବିକ ହୋଇପାରିନାହିଁ। ଫଳରେ ଲୋକେ ଦୁର୍ଦ୍ଦଶା ମଧ୍ୟରେ ଶଢୁଛନ୍ତି। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଏ. ଆଓ, ରାଜସ୍ବ ବିଭାଗ ଉପସଚିବ ଆଶୁତୋଷ ସାମଲଙ୍କ ସମୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି।

ଶୁଣିଲାନି ପ୍ରଶାସନ:ଗାଁ କୁ ରାସ୍ତା ତିଆରି କଲେ ରଙ୍ଗବନ୍ଧବାସୀ

ଶୁଣିଲାନି ପ୍ରଶାସନ:ଗାଁ କୁ ରାସ୍ତା ତିଆରି କଲେ ରଙ୍ଗବନ୍ଧବାସୀ

କୋରାପୁଟ/ନାରାୟଣପାଟଣା,୧୬।୧୦(ସ୍ବ.ପ୍ର/ଡି.ଏନ୍‌.ଏ.)-ଗାଁ କୁ ନାହିଁ ପକ୍କା ରାସ୍ତା। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ା ହେଲେ କିଛି ସୁଫଳ ମିଳିଲାନି ା

ଜୟପୁର ଆକାଶବାଣୀକୁ ମିଳିବ ଦୁଇଟି ଜାତୀୟସ୍ତର ପୁରସ୍କାର

ଜୟପୁର,୧୬।୧୦(ଡି.ଏନ.ଏ.)-କୋରାପୁଟ ଜିଲା ଜୟପୁରସ୍ଥିତ ଆକାଶବାଣୀ କେନ୍ଦ୍ରକୁ ଜାତୀୟସ୍ତରରେ ଦୁଇଟି ପୁରସ୍କାର ମିଳିବ ା ଏଥିନେଇ ଶନିବାର ସନ୍ଧ୍ୟାରେ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ା

ବେକକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ବେକକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ନନ୍ଦପୁର, ୧୫।୧୦(ଡି.ଏନ୍‌.ଏ.)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କସନ୍ଧି ଗ୍ରାମପଞ୍ଚାୟତ ଅନ୍ତଗର୍ର୍ତ ଆଡ୍ରା ଗ୍ରାମର ରଘୁ ହନ୍ତାଳଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ନନ୍ଦପୁର ପୋଲିସ।

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ମାଥିଲି,୧୫।୧୦(ଡି.ଏନ୍‌.ଏ)-ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ଫାଣ୍ତି ନିକଟ ବ୍ରିଜରେ ଭାରସାମ୍ୟ ହରାଇ ସୋମବାର ଏକ ଘରୋଇ ବସ୍‌ ବ୍ରିଜର ଏକ ପାଶର୍‌ବ ଗଛକୁ ପିଟି ହୋଇ ବସ୍‌ ତଳକୁ ଖସିପଡିଛି। ଫଳରେ ବସ୍‌ରେ ଥିବା ୩୦ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଗୋବିନ୍ଦପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ସୂଚନା ମିଳିଛି ।