ଅନଗୁଳ-ଢେଙ୍କାନାଳ

ଅନ୍ତୁଳିଆ, ଟାଇଁସି ଛକରେ ମାଓବାଦୀ ପୋଷ୍ଟର

ଅନ୍ତୁଳିଆ, ଟାଇଁସି ଛକରେ ମାଓବାଦୀ ପୋଷ୍ଟର
ଅନୁଗୋଳ ଅଫିସ, ୨୨।୧୨: ଅନୁଗୋଳ ଜିଲା ସାତକୋଶିଆର ପୁରୁଣାକୋଟ ଥାନା ଅନ୍ତର୍ଗତ ଅନ୍ତୁଳିଆ ଛକ ଓ ଟାଇଁସିରେ ୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ପୋଷ୍ଟର ଲଗାଯାଇଥିବା ଶୁକ୍ରବାର ସକାଳେ ଦେଖିବାକୁ ମିଳିଛି। ପ୍ରକାଶଥାଉକି, ପୁରୁଣାକୋଟ ଥାନା ଟିକରପଡ଼ା ଅଞ୍ଚଳରେ ଗୁରୁବାର ୨୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଥିଲା।
All Right Reserved By

ଅନଗୁଳ-ଢେଙ୍କାନାଳ

୬୩ ୟୁନିଟ୍‌ ରକ୍ତ ସଂଗ୍ରହ

୬୩ ୟୁନିଟ୍‌ ରକ୍ତ ସଂଗ୍ରହ

ସାତମାଇଲ, ୨୫।୯(ଡି.ଏନ୍‌.ଏ.)-ହିନ୍ଦୋଳ ବ୍ଲକ ଖଜୁରିଆକଟାସ୍ଥିତ ଜନତା କଲେଜ ଅଡିଟୋରିୟମ୍‌ରେ ୟୁଥ ରେଡ୍‌କ୍ରସ୍‌ ଏବଂ ଏଚଡିଏଫ୍‌ସି ବ୍ୟାଙ୍କର ମିଳିତ ସହଯୋଗରେ ମଙ୍ଗଳବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୩ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। 

ନିର୍ମାଣ ଶ୍ରମିକଙ୍କୁ ସହାୟକ ଉପକରଣ ବଣ୍ଟନ

ନିର୍ମାଣ ଶ୍ରମିକଙ୍କୁ ସହାୟକ ଉପକରଣ ବଣ୍ଟନ


ସାତମାଇଲ, ୨୫।୯(ଡି.ଏନ୍‌.ଏ.)-ହିନ୍ଦୋଳ ବ୍ଲକ ଖଜୁରିଆକଟା ଦଶହରା ପଡ଼ିଆରେ ଓଡ଼ିଶା ନିର୍ମାଣ ମଜଦୁର ସଭା ଶାଖା ପକ୍ଷରୁ ମଙ୍ଗଳବାର ନିର୍ମାଣ ଶ୍ରମିକଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଛି। ବିଧାୟିକା ସୀମାରାଣୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ  ୫୦୦ଜଣ ଶ୍ରମିକଙ୍କୁ ଗୃହ ନିିର୍ମାଣ ଉପକରଣ ଏବଂ ୪୮୦ ଜଣଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା।

ମଦ ଜବତ, ୨ ଗିରଫ

ମଦ ଜବତ, ୨ ଗିରଫ


ବଇଣ୍ଡା,୨୫।୯(ଡି.ଏନ.ଏ.)- ହଣ୍ଡପା ପୋଲିସ ସୋମବାର ରାତିରେ କଣ୍ଢାଳ ଓ ପାପସରା ଗ୍ରାମରେ ଚଢାଉ କରି ଚୋରା ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଣ୍ଢାଳ ଗ୍ରାମର ନିଳକଣ୍ଠ ପ୍ରଧାନ, ପାପସରା ଗ୍ରାମର ଝାଡ଼ୁ ବେହେରା।

ହତ୍ୟା ଅଭିଯୁକ୍ତ ଗିରଫ

ହତ୍ୟା ଅଭିଯୁକ୍ତ ଗିରଫ

ତାଳଚେର,୨୫ା୯(ନି.ପ୍ର.)- ତାଳଚେର ବ୍ଲକ କୁକୁଡଲା ଗ୍ରାମର ଭିକାରୀ ଭୂତିଆ(୫୨)ଙ୍କୁ ହତ୍ୟା ଅଭିଯୋଗରେ ତାଳଚେର ପୋଲିସ ସେହି ଗ୍ରାମର କିଶୋରୀ ଭୂତିଆଙ୍କୁ ଗିରଫ କରିଛି। ମୃତ ଭିକାରୀଙ୍କ ପୁଅ ଗଙ୍ଗୁଆ ଦେଇଥିବା ଏତଲା ଓ ବ୍ୟବଚ୍ଛେଦ ରିପୋର୍ଟକୁ ଭିତ୍ତିକରି ପୋଲିସ ନମ୍ବର ୨୬୮/୧୮ରେ ଏକ ହତ୍ୟା ମାମଲା ରୁଜୁ କରିଛି। ପୋଲିସ କହିଛି, ଭିକାରୀ ରବିବାର ଅପରାହ୍ନ ୧ଟାରେ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ କିଶୋରୀ ତାଙ୍କୁ ଛୁରୀରେ ଭୁଶି ଦେଇଥିଲେ।

ଅଘୋଷିତ ବିଦ୍ୟୁତ୍‌  କାଟ: ଉପଭୋକ୍ତା ହନ୍ତସନ୍ତ

ଅଘୋଷିତ ବିଦ୍ୟୁତ୍‌ କାଟ: ଉପଭୋକ୍ତା ହନ୍ତସନ୍ତ


ମାଧପୁର,୨୫।୯- ଆଠମଲ୍ଲିକ ବ୍ଲକ ମାଧପୁର ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌  କାଟ ହେଉଛି। ଫଳରେ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛିଦିନ ହେବ ପ୍ରତିଦିନ ୧୨ ରୁ୧୫ ଘଣ୍ଟା ବିଦ୍ୟୁତ୍‌ କାଟ ହେଉଥିବା ଉରଭୋକ୍ତା ଅଭିଯୋଗ କରିଛନ୍ତି। 

୫ ଫୁଟ୍‌  ଲମ୍ବର ନାଗ ସାପ ଉଦ୍ଧାର

୫ ଫୁଟ୍‌ ଲମ୍ବର ନାଗ ସାପ ଉଦ୍ଧାର


ଢେଙ୍କାନାଳ ଅଫିସ,୨୫।୯- ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରୁ  ମଙ୍ଗଳବାର ଏକ ୫ ଫୁଟ୍‌  ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି।

ବିଜୁ ଯୁବ ବାହିନୀ ବୈଠକ

ବିଜୁ ଯୁବ ବାହିନୀ ବୈଠକ

ଛେଣ୍ଡିପଦା,୨୫।୯(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କୁଶକିଳା ପଞ୍ଚାୟତ ଅଫିସଠାରେ ବିଜୁ ଯୁବ ବାହିନୀ ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ପଞ୍ଚାୟତ ସଭାପତି ଚିତ୍ତ ରଞ୍ଜନ ବିଶ୍ୱାଳଙ୍କ ଆହ୍ବାନକ୍ରମେ ଆୟୋଜିତ ଏହି ବୈଠକରେ ବିଜୁ ଯୁବ ବାହିନୀ ସଙ୍ଗଠନ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଟ୍ରକକୁ ଧକ୍କା ଦେଲା ବାଇକ: ଜଣେ ଗୁରୁତର

ଟ୍ରକକୁ ଧକ୍କା ଦେଲା ବାଇକ: ଜଣେ ଗୁରୁତର


ଛେଣ୍ଡିପଦା,୨୫।୯(ସ୍ବ.ପ୍ର)- ଛେଣ୍ଡିପଦା ବ୍ଲକ ଜରପଡା ଥାନା ତୁକୁଡା ଗାଈକଟା ପୋଲ ନିକଟରେ ମଙ୍ଗଳବାର ଏକ ଟ୍ରକକୁ ବାଇକ ଧକ୍କା ଦେଇଛି। ଏଥିରେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ପୋଲିସ କହିଛି, ବଇଣ୍ଡାରୁ ଅନୁଗୋଳ ଅଭିମୁଖେ ଯାଉଥିବା ଉକ୍ତ ବାଇକ ପୋଲ ନିକଟରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। 

କାଠ ବୋଝେଇ ବାଇକ ଜବତ, ଚାଳକ ଗିରଫ

କାଠ ବୋଝେଇ ବାଇକ ଜବତ, ଚାଳକ ଗିରଫ

ଛେଣ୍ଡିପଦା,୨୫।୯(ସ୍ବ.ପ୍ର)- ଛେଣ୍ଡିପଦା ବନବିଭାଗ ମଙ୍ଗଳବାର ଚଢାଉ କରି ଏକ କାଠ ବୋଝେଇ ବାଇକ ସହ  ଏହାର ଚାଳକ ନୂଆପଡା ଗ୍ରାମର ଲୋଚନ ବେହେରା (୨୫)ଙ୍କୁ ଗିରଫ କରିଛି। 

ଝାଡ଼ାବାନ୍ତିରେ ୨୯ ଆକ୍ରାନ୍ତ: ଗ୍ରାମରେ ପହଞ୍ଚିଲା ମେଡ଼ିକାଲ ଟିମ୍‌

ଝାଡ଼ାବାନ୍ତିରେ ୨୯ ଆକ୍ରାନ୍ତ: ଗ୍ରାମରେ ପହଞ୍ଚିଲା ମେଡ଼ିକାଲ ଟିମ୍‌


କଣିହାଁ,୨୫।୯(ଡି.ଏନ.ଏ.)- କଣିହାଁ ବ୍ଲକ ବଡହିରା ଗ୍ରାମରେ ୨ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ସୋମବାର ୭ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ଘରୋଇ କ୍ଲିନିକରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ୨୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଖବରପାଇ କଣିହାଁ ମେଡିକାଲ ଟିମ୍‌ ଗ୍ରାମରେ ପହଞ୍ଚି  ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି।

ଝାମ୍ପିନେଲେ ୩ ଲକ୍ଷ

ଝାମ୍ପିନେଲେ ୩ ଲକ୍ଷ


ଅନୁଗୋଳ ଅଫିସ, ୨୫ା୯- ଅନୁଗୋଳ ସହର ଶଙ୍କର ସିନେମା ରୋଡ୍‌ସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସମ୍ମୁଖରୁ ସୋମବାର ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ଝାମ୍ପି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ନଂ. ୬୪୩/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି। 

 ମହ୍ଲାର ଦମ୍ପତିି ବୁଡ଼ିଯିବା ଘଟଣା: ବ୍ରାହ୍ମଣୀରୁ ସ୍ବାମୀଙ୍କ ମୃତଦେହ ଉଦ୍ଧାର

ମହ୍ଲାର ଦମ୍ପତିି ବୁଡ଼ିଯିବା ଘଟଣା: ବ୍ରାହ୍ମଣୀରୁ ସ୍ବାମୀଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଅଫିସ,୨୫ା୯- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଗୁଣ୍ଡିଚାନାଳି ଗ୍ରାମର ମହ୍ଲାର ଦମ୍ପତି ଗୁରୁବାର ମହୁ ସଂଗ୍ରହ କରିବାକୁ ଯାଇ ଫେରିବା ବେଳେ ନଦୀରେ ଭାସି ଯାଇଥିଲେ ା ଘଟଣାର ୪ ଦିନ ପରେ ସ୍ତ୍ରୀ  ରିଙ୍କିଙ୍କ ମୃତଦେହ ଗ୍ରାମସ୍ଥିତ ନଦୀରୁ ମିଳିଥିବା ବେଳେ ରବିବାର ସନ୍ଧ୍ୟାରେ ସ୍ବାମୀ କୁଶ ପଧାନଙ୍କ ମୃତଦେହ ଭୁବନ ଥାନା କିଙ୍ଗୋଳ ଗ୍ରାମ ବ୍ରାହ୍ମଣୀ ନଦୀକୂଳରୁ ଉଦ୍ଧାର କରାଯାଇଛି ା