ଅନଗୁଳ-ଢେଙ୍କାନାଳ

ଧରାପଡ଼ିଲେ ୩ ସିନ୍ଧି ଚୋର

ଧରାପଡ଼ିଲେ ୩ ସିନ୍ଧି ଚୋର
ଢେଙ୍କାନାଳ ଅଫିସ, ୨୧ା୧୨-ଢେଙ୍କାନାଳ ସହରରେ ଗତ ଦୁଇମାସ ମଧ୍ୟରେ ଘଟିଥିବା ୫ଟି ସିନ୍ଧି ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏଥିରେ ସମ୍ପୃକ୍ତ ୩ ଅଭିଯୁ୍‌କ୍ତ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ୨୩ ହଜାର ଟଙ୍କା, ୬ଟି ମୋବାଇଲ, ୨ଟି ରୁପା ମୂର୍ତ୍ତି, ୩ କେଜି ରୁପା ସାମଗ୍ରୀ, ମୋବାଇଲ ଚାର୍ଜର, ଦୋକାନରୁ ଲୁଟ୍‌ ସାମଗ୍ରୀ, ଟିଭି, କାନ୍ଥ ଖୋଲିବା ପାଇଁ ବ୍ୟବହୃତ ଶାବଳ ଏବଂ ଲୁହା ଉପକରଣକୁ ପୋଲିସ ଜବତ କରିଛି। ସମସ୍ତ ଘଟଣାର ମାଷ୍ଟର ମାଇଣ୍ଡ ହେଉଛନ୍ତି ଗଁଦିଆ ଥାନା ଯୋରନ୍ଦା ଫାଣ୍ଡିର ସିଙ୍ଗାରାଇତଳା ଗ୍ରାମର ବସନ୍ତ ଦେହୁରି (୩୫)। ତାଙ୍କୁ ସହାୟତା କରିଥିବା ଏବଂ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ କରମୂଳ ଗ୍ରାମର କୁଳମଣି ସାହୁ ଏବଂ ଅଶ୍ୱଖୋଲା ଅଞ୍ଚଳର ନିରଦାନନ୍ଦ ସାହୁଙ୍କୁ ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ଗୁରୁବାର ଅପରାହ୍ନରେ ସଦର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ ସବିଶେଷ ସୂଚନା ଦେଇଛନ୍ତି। ଅକ୍ଟୋବର ୨୦ ରାତିରେ ବସଷ୍ଟାଣ୍ଡସ୍ଥିତ ବିଦେଶୀ ମଦ ଦୋକାନ, ନଭେମ୍ବର ୨ରେ ସୁପରମାର୍କେଟ ଅଞ୍ଚଳର ବିମଳା ଜୁଏଲାର୍ସ, ସେହିମାସ ୨୪ ତାରିଖରେ ରାମେଶ୍ୱରପୁର ଛକସ୍ଥିତ ଷ୍ଟେସନାରୀ ଦୋକାନ, ଡିସେମ୍ବର ୯ରେ ବସଷ୍ଟାଣ୍ଡସ୍ଥିତ ତେଜରାତି ଦୋକାନ ଏବଂ ୨୦ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ବାପୁଜୀ ମେଡିସିନ୍‌ ଷ୍ଟୋର୍‌ରୁ କାନ୍ଥ ଖୋଳିି ଲୁଟ୍‌ ହୋଇଥିଲା। ଏହି ସମସ୍ତ ଘଟଣାରେ ଯଥାକ୍ରମେ କେସ୍‌ (ନଂ. ୨୭୧/୧୭, ଦଫା ୪୫୭, ୩୮୦), (୨୭୭/୧୭, ଦଫା ୪୫୭, ୪୨୭, ୩୮୦ ଓ ୫୧୧), (୩୦୫/୧୭, ଦଫା ୩୮୦), (୩୨୮/୧୭, ଦଫା ୪୫୭ ଓ ୩୮୦) ଏବଂ (୩୪୨/୧୭, ଦଫା ୪୫୭, ୩୮୦)ରେ ମାମଲା ରୁଜୁ କରାଯାଇଥିଲା। ସିସିଟିଭି ଫୁଟେଜ୍‌, ମୋବାଇଲ୍‌ ଟ୍ରାକିଂ କରି ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶରେ ଟାଉନ ଥାନା ପୋଲିସ ସିଙ୍ଗାରାଇତଳା ଗ୍ରାମରୁ ମୁଖ୍ୟ ଅଭିଯୁକ୍ତ ବସନ୍ତ ଦେହୁରି ଏବଂ ତାଙ୍କ ସହଯୋଗୀ କୁଳମଣି ଓ ନିରଦାନନ୍ଦଙ୍କୁ ଗିରଫ କରିଛି। ୫ଟି ଘଟଣାରେ ୭୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ହୋଇଛି। ବସନ୍ତଙ୍କ ନାମରେ ଜିଲାର ବିଭିନ୍ନ ଥାନାରେ ମାମଲା ରହିଛି। ଏ ସମ୍ପର୍କରେ ଯାଞ୍ଚ କରାଯାଉଛି। ଅଭିଯୁକ୍ତମାନେ ପୋଲିସ ଆଗରେ ଦୋଷ ସ୍ବୀକାର କରିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ନିରଞ୍ଜନ ପାତ୍ର, ଟାଉନ ଥାନାଧିକାରୀ ଅଭିନବ ଡାଳୁଆ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର


ଅନୁଗୋଳ ଅଫିସ,୧୫ା୧୦- ଅନୁଗୋଳ ସ୍ଥିତ ସ୍ଥାନୀୟ ସଭାଘରଠାରେ ଅନୁଗୋଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗାନ୍ଧିଜୀଙ୍କ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ‘ସବୁଠାରୁ ବଡ଼ ମଣିଷ’ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା


ଅନୁଗୋଳ ଅଫିସ,୧୫ା୧୦- କଟକରୁ ଅନୁଗୋଳ ଗାନ୍ଧୀ ମାର୍ଗ ଅଭିମୁଖେ ଆସୁଥିବା ଏକ ଟ୍ରକ୍‌ର ଡ୍ରାଇଭରଙ୍କଠାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ସୋମବାର  ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଡ୍ରାଇଭର କନ୍ଦର୍ପ ବିଶ୍ୱାଳଙ୍କୁ ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ୫ ହଜାର ୨ଶହ ଟଙ୍କା ସହ ଦୁଇଟି ମୋବାଇଲ ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। 

ଶୁଦ୍ଧ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ

ଶୁଦ୍ଧ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ


ବଇଣ୍ଡା,୧୫।୧୦(ଡି.ଏନ.ଏ.)- ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ସରକାର ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ପ୍ରତ୍ୟେକ ପରିବାର ଏଥିରୁ କିଭଳି ଉପକୃତ ହେବାସହ ଶୁଦ୍ଧ ଜଳ ପାଇବେ ସରକାରଙ୍କ ଲକ୍ଷ୍ୟ ବୋଲି ସୋମବାର କିଶୋରନଗର ବ୍ଲକ ଅଙ୍ଗପଡ଼ା ପଞ୍ଚାୟତ ତୁରୁଡ଼ା ଗ୍ରାମରେ  ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭୂମିପୂଜା ଅବସରରେ  ମୁଖ୍ୟଅତିଥି  ଭାବେ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ଯୋଗଦେଇ ଏହା କହିଛନ୍ତି। 

ପରିଷ୍କାର ପରିଚ୍ଛନତା ରହିଲେ ରୋଗ ଦୂର ହୁଏ

ପରିଷ୍କାର ପରିଚ୍ଛନତା ରହିଲେ ରୋଗ ଦୂର ହୁଏ

ବଇଣ୍ଡା,୧୫।୧୦(ଡି.ଏନ.ଏ.)- ବର୍ତ୍ତମାନ ସମାଜରେ ଅଳିଆ ଆବର୍ଜନା ଭରପୁର ହୋଇଗଲାଣି। ଆମମାନଙ୍କ ଅବହେଳା ଯୋଗୁ ପରିବେଶ ଦୂଷିତ ହେଉଛି। 

 ଖଣି ପରିଦର୍ଶନ କଲେ କୋଇଲା ମନ୍ତ୍ରୀ

ଖଣି ପରିଦର୍ଶନ କଲେ କୋଇଲା ମନ୍ତ୍ରୀ


ତାଳଚେର,୧୫।୧୦(ନି.ପ୍ର)- କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ ସୋମବାର ଅପରାହ୍ନରେ ତାଳଚେର ଗସ୍ତରେ ଆସି କୋଲ ଫିଲଡ୍ସ ପରିଦର୍ଶନ କରିଛନ୍ତି। 

ବାଛୁରୀକୁ   ଝାମ୍ପିନେଲା ସୁନ୍ଦରୀ: ହାତୀବାରିରେ ପୁଣି ଆତଙ୍କ

ବାଛୁରୀକୁ ଝାମ୍ପିନେଲା ସୁନ୍ଦରୀ: ହାତୀବାରିରେ ପୁଣି ଆତଙ୍କ

ବନ୍ତଳା,୧୫।୧୦ (ଡି.ଏନ୍‌.ଏ.)- ମାସେ ପରେ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ଟିକରପଡା ରେଞ୍ଜ ହାତୀବାରି ଗ୍ରାମରେ ପୁଣି ବାଘୁଣୀ ସୁନ୍ଦରୀ ଆତଙ୍କ ଦେଖାଦେଇଛି।

ପଥର ଖାଦାନରେ ଚଢ଼ାଉ, ୪ ପାଓ୍ବାର ଟିଲର ଜବତ

ପଥର ଖାଦାନରେ ଚଢ଼ାଉ, ୪ ପାଓ୍ବାର ଟିଲର ଜବତ

ଭୁବନ ୧୫।୧୦(ଡି.ଏନ.ଏ.)-ଭୁବନ ବ୍ଲକ ବାଲିବୋ ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ ପଥର ଖାଦାନରେ ଚଢ଼ାଉ କରି ପୋଲିସ ୪ ପାଓ୍ବାର ଟିଲର ଜବତ କରିଛି। ଆଗୁଆ ଚଢ଼ାଉ ସୂଚନା ପାଇଁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। 

ଏଏପିର ଜନସମାବେଶ

ଏଏପିର ଜନସମାବେଶ

ଢେଙ୍କାନାଳ ଅଫିସ,୧୫।୧୦-ଢେଙ୍କାନାଳ ମିନିଷ୍ଟାଡିୟମରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ସୋମବାର ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।

ପଦଯାତ୍ରା ବେଳେ ମହୁମାଛି ଆକ୍ରମଣ:୧୦ ଆହତ, ୩ ଗୁରୁତର

ପଦଯାତ୍ରା ବେଳେ ମହୁମାଛି ଆକ୍ରମଣ:୧୦ ଆହତ, ୩ ଗୁରୁତର

ଭୁବନ, ୧୫।୧୦(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଏକତାଳି ପଞ୍ଚାୟତରେ ବିଜେଡି ପଦଯାତ୍ରା ବେଳେ ମହୁମାଛି ଆକ୍ରମଣରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି।

‘ସମସ୍ୟା ସମାଧାନ ଲାଗି ଗଣମାଧ୍ୟମର ସହଯୋଗ ନିଅ’

‘ସମସ୍ୟା ସମାଧାନ ଲାଗି ଗଣମାଧ୍ୟମର ସହଯୋଗ ନିଅ’

ଛେଣ୍ତପଦା,୧୫।୧୦(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ସଭାଗୃହରେ ମହିଳା ଜନପ୍ରତିନିଧିଙ୍କୁ ନେଇ ସୋମବାର ଜିଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

କେନାଲ, ଘାଇ ମରାମତି ହେଉନି; ୩୦ରେ ଜଳସେଚନ କାର୍ଯ୍ୟାଳୟ ଘେରାଉ

କେନାଲ, ଘାଇ ମରାମତି ହେଉନି; ୩୦ରେ ଜଳସେଚନ କାର୍ଯ୍ୟାଳୟ ଘେରାଉ

ବଇଣ୍ଡା,୧୫।୧୦(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଦନପୁର କଟାବନ୍ଧର କେନାଲରେ ସୃଷ୍ଟି ହୋଇଥିବା ଘାଇ ମରାମତି ହେଉନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ମଦନପୁର ସୋରିଷପଙ୍କ, ସରଗିସେଣୀ ଆଦି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 

ସେଣ୍ଟ୍ରାଲ ପୂଜା କମିଟି ପ୍ରସ୍ତୁତି ବୈଠକ: ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ

ସେଣ୍ଟ୍ରାଲ ପୂଜା କମିଟି ପ୍ରସ୍ତୁତି ବୈଠକ: ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୧୫।୧୦: ଆଗାମୀ ଦୁର୍ଗା ଓ ଲକ୍ଷ୍ମୀ ପୂଜାକୁ ସୂଚାରୁରୂପେ ପାଳନ ନିମନ୍ତେ ଅନୁଗୋଳ ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ରବିବାର ଏକ ପ୍ରସ୍ତୁତି ବୈଠକ ଜିଲା କଳାକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଶୃଙ୍ଖଳା ଉପରେ ପୂଜା ଆୟୋଜନ କରିବାକୁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।