ଅନଗୁଳ-ଢେଙ୍କାନାଳ

ସାଇବାଣୀଙ୍କ ୧୨ ହଜାରିଆ ଆବାସ;ରହୁଛନ୍ତି ପାଇଖାନାରେ, ଶୌଚ ବାହାରେ

ସାଇବାଣୀଙ୍କ ୧୨ ହଜାରିଆ ଆବାସ;ରହୁଛନ୍ତି ପାଇଖାନାରେ, ଶୌଚ ବାହାରେ
ଅନୁଗୋଳ ଅଫିସ,୨୧।୧୨- ସ୍ବଚ୍ଛ ଭାରତ ଯୋଜନାରେ ସରକାର ଯୋଗାଇ ଦେଇଥିଲେ ପାଇଖାନା। ଖର୍ଚ୍ଚ ହୋଇଥିଲା ୧୨ ହଜାର ଟଙ୍କା। ହେଲେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନଟିଏ ନ ଥିବାରୁ ସେହି ପାଇଖାନା ପାଲଟିଛି ଘର। ସେଠାରେ ରୋଷେଇ, ରହିବା, ଖାଇବା ସବୁକିଛି କରୁଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାଟକୁମୁଣ୍ଡା ଗ୍ରାମର ସାଇବାଣୀ ନାୟକ (୭୫)। ଦୀର୍ଘଦିନ ହେଲା ତାଙ୍କର ଏପରି ଅବସ୍ଥା ଉପରେ କିନ୍ତୁ ନଜର ପଡ଼ୁନି ପ୍ରଶାସନିକ ଅଧିକାରୀଙ୍କର। ମାସିକ ମିଳୁଥିବା ୩ଶହ ଟଙ୍କାର ଭତ୍ତା ଓ ୫ କିଲୋ ଚାଉଳରେ ପେଟ ପୂରୁ ନ ଥିବାରୁ ଗଁାରେ ମାଗି ଯାହା ପାଉଛନ୍ତି, ସେତିକିରେ ଚଳାଇଛନ୍ତି ତାଙ୍କ ସଂସାର। ସାଇବାଣୀଙ୍କ ବ୍ୟତୀତ ପରିବାରରେ କେହି ନାହାନ୍ତି। ୧୫ ବର୍ଷ ପୂର୍ବରୁ ସ୍ବାମୀ ଭଜମନଙ୍କ ପରଲୋକ ହୋଇଯାଇଛି। ସ୍ବାମୀଙ୍କ ସୂତ୍ରରୁ ସମ୍ପତ୍ତି ଭାବେ ସେ କେବଳ ଭଙ୍ଗା ଚାଳ ଘରଟିଏ ପାଇଥିଲେ। ସାହି ପଡ଼ିଶା ଯାହା ଦେଉଥିଲେ ସେତିକି ଖାଇ ଜୀବନ ବଞ୍ଚାଇଥିଲେ। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନାରେ ତାଙ୍କୁ ୧୨ ହଜାର ଟଙ୍କାର ପାଇଖାନାଟିଏ ମିଳିଥିଲା। ହେଲେ ତାହାକୁ ବି ସେ ଠିକଣା କାର୍ଯ୍ୟରେ ଲଗାଇପାରି ନ ଥିଲେ। କାରଣ ଝଡ଼ବର୍ଷାରେ ଭଙ୍ଗା ଛପର ଘର ମାଟିରେ ମିଶିଯିବା ପରେ ସେହି ପାଇଖାନା ହିଁ ପାଲଟିଯାଇଥିଲା ତାଙ୍କ ପାଇଁ ସବୁଠୁ ବଡ଼ ସମ୍ପତ୍ତି। ଆଉ ତାହାକୁ ସେ ପରିଣତ କରିଦେଇଥିଲେ ବାସସ୍ଥଳୀ ଭାବେ। ଭିତରେ ଥିବା ପ୍ୟାନ୍‌କୁ ଉଠାଇ ମାଟି ଫିଲିଂ କରିଦେଇଥିଲେ। ସେହି ଜାଗାରେ ଦିନରେ ରୋଷେଇ କରୁଥିବା ବେଳେ ରାତିରେ ଜାକିଜୁକି ଶୋଇପଡ଼ୁଛନ୍ତି ସାଇବାଣୀ। ବଳକା ଜାଗାରେ କିଛି ଆସବାବପତ୍ର ରଖିଛନ୍ତି। ଏପରି ଅସହାୟତା ସମ୍ପର୍କରେ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଏବଂ ପ୍ରଶାସନକୁ ଅନେକ ଥର ଜଣାଇଛନ୍ତି ସାଇବାଣୀ। ହେଲେ ୩ଶହ ଟଙ୍କା ଓ ୫ କେଜି ଚାଉଳ ବ୍ୟତୀତ ଏଯାଏ କିଛି ସହାୟତା ମିଳିନାହିଁ ତାଙ୍କୁ। ତଥାପି ଭାଗ୍ୟକୁ ଆଦରି ସେହି ୧୨ ହଜାରିଆ ଆବାସ ଭିତରେ ବଞ୍ଚୁଛନ୍ତି ବୃଦ୍ଧା ସାଇବାଣୀ। ସାଇବାଣୀ କୁହନ୍ତି, ବୟସ ଅଧିକ ଯୋଗୁ ମୂଲମଜୁରୀ କରିପାରୁନାହିଁ। ସରକାର ଯେଉଁ ଚାଉଳ ଦେଉଛନ୍ତି, ତାହା ପେଟକୁ ନିଅଣ୍ଟ ହେଉଛି। ସେଥିପାଇଁ ଗାଁରେ ହାତପାତିବାକୁ ପଡ଼ୁଛି। ଘରଟିଏ ତୋଳିବାକୁ ଯଦି ସରକାର ସହାୟତା କରନ୍ତେ, ତେବେ କିଛି ଦିନ ବଞ୍ଚିଯାଆନ୍ତି। ସାଇବାଣୀଙ୍କ ଅସହାୟତା ସମ୍ପର୍କରେ ଅତିରିକ୍ତ ଜିଲାପାଳ ଶ୍ରୀନିବାସ ବେହେରା କହିଛନ୍ତି, ଛେଣ୍ଡିପଦା ବ୍ଲକ ଖଣି ପ୍ରଭାବିତ ଅଞ୍ଚଳ। ଏଣୁ ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ଅସହାୟଙ୍କ ପାଇଁ ଘର ନିର୍ମାଣ ସୁବିଧା ରହିଛି। ସ୍ଥାନୀୟ ଅଧିକାରୀଙ୍କୁ ଏ ନେଇ ଅବଗତ କରାଯିବ। ବ୍ଲକ କର୍ତ୍ତୃପକ୍ଷଙ୍କୁ ଉକ୍ତ ଅଞ୍ଚଳକୁ ଯାଇ ରିପୋର୍ଟ ପ୍ରଦାନ କରିବାକୁ କୁହାଯିବ। ଡିଏମ୍‌ଏଫ୍‌ରୁ କିମ୍ବା ସରକାରଙ୍କ ଅନ୍ୟ ଆବାସ ଯୋଜନାରୁ ସାଇବାଣୀଙ୍କ ଘର ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳ ଅଫିସ,୨୩।୧: ଅନୁଗୋଳ ଉପକଣ୍ଠରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପଥରରେ ଛେଚି ହତ୍ୟା କରାଯିବା ଘଟଣାରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ୍‌ ବୁଧବାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

୧୭ ଦଫା ଦାବିରେ ନାଲ୍‌କୋ ଠିକା ମଜଦୂର ସଂଘର ପ୍ରତିବାଦ ସଭା

୧୭ ଦଫା ଦାବିରେ ନାଲ୍‌କୋ ଠିକା ମଜଦୂର ସଂଘର ପ୍ରତିବାଦ ସଭା

ବଅଁରପାଳ,୨୩।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଠିକା ମଜଦୂର ସଂଘ ପକ୍ଷରୁ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକମାନେ ବୁଧବାର ସିପିପି ପ୍ଲାଣ୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୨୩।୧-ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ବାର୍ଷିକ ସମୀକ୍ଷା ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ: କାର୍ଯ୍ୟକ୍ଷମ ହେବ ସବୁ ଚେକ୍‌ଡ୍ୟାମ୍‌

ଢେଙ୍କାନାଳ ଅଫିସ, ୨୩।୧- ଢେଙ୍କାନାଳ କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୧୯ ପାଳିତ ହୋଇଯାଇଛି। 

ପାଲଲହଡ଼ା ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ୩ ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା

ପାଲଲହଡ଼ା ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ୩ ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା

ପାଲଲହଡା,୨୩ା୧(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ପୋଲିସକୁ ମିଳିଛି ବଡ ସଫଳତା। କୋଅପରେଟିଭ ବ୍ୟାଙ୍କ ପାଲଲହଡ଼ା ଶାଖା ଲୁଟ୍‌ ଘଟଣାର ବର୍ଷକ ପରେ ଧରାପଡିଛନ୍ତି ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟ। ୨୦୧୭ରେ ଏମାନେ ୭ ଲକ୍ଷ ୮୩ ହଜାର ଟଙ୍କା ଓ ୨୭ ଗ୍ରାମ ସୁନା ଲୁଟି ଫେରାର ହୋଇଯାଇଥିଲେ।

ଟ୍ରକ୍‌ ଧକ୍କାରେ ନାଲ୍‌କୋ ଇଞ୍ଜିନିୟର ଗୁରୁତର

ଟ୍ରକ୍‌ ଧକ୍କାରେ ନାଲ୍‌କୋ ଇଞ୍ଜିନିୟର ଗୁରୁତର

ବଅଁରପାଳ, ୨୩।୧ (ଡି.ଏନ୍‌.ଏ.)-ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ମୁଖ୍ୟ ଫାଟକ ପରିସରରେ ମଙ୍ଗଳବାର ଅପରାହ୍ନରେ ଏକ ଟ୍ରକ୍‌ ଧକ୍କାରେ ନାଲ୍‌କୋର ଇଞ୍ଜିନିୟର ରାଜେଶ ମହାନ୍ତ ଗୁରୁତର ହୋଇଛନ୍ତି। 

ବିଭିନ୍ନ ପୌରସଂସ୍ଥା ଆର୍ଥିକ ସ୍ଥିତି ସମୀକ୍ଷା କଲେ ୫ମ ଅର୍ଥ କମିଶନ ଅଧ୍ୟକ୍ଷ: ଆୟ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ

ବିଭିନ୍ନ ପୌରସଂସ୍ଥା ଆର୍ଥିକ ସ୍ଥିତି ସମୀକ୍ଷା କଲେ ୫ମ ଅର୍ଥ କମିଶନ ଅଧ୍ୟକ୍ଷ: ଆୟ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ

ଅନୁଗୋଳ ଅଫିସ, ୨୩।୧-ରାଜ୍ୟ ପଞ୍ଚମ ଅର୍ଥ କମିଶନ ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଡା. ଆର୍‌.ଏନ୍‌. ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଅନୁଗୋଳ ଜିଲା ଗସ୍ତରେ ଆସି ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନର ୨୪ଟି ପୌରପାଳିକା, ୧୦ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୨ଟି ନିଗମର ଆର୍ଥିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ବିହନ ବଣ୍ଟନରେ ଠକେଇ ଅଭିଯୋଗ: ପ୍ୟାକେଟ ପିଛା କେଜିଏ କମ୍‌

ବିହନ ବଣ୍ଟନରେ ଠକେଇ ଅଭିଯୋଗ: ପ୍ୟାକେଟ ପିଛା କେଜିଏ କମ୍‌

ଭାପୁର, ୨୩।୧(ଡି.ଏନ୍‌.ଏ.)-ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ରବି ଫସଲ ବିହନ ପ୍ୟାକେଟରେ  ନିର୍ଦ୍ଧାରିତ ପରିମାଣଠାରୁ କମ୍‌ ରହୁଥିତ୍ବା ଅଭିଯୋଗ ଆଣିଛନ୍ତି  ଢେଙ୍କାନାଳ ସଦର ବ୍ଲକ ଭାପୁର ପଞ୍ଚାୟତର ଚାଷୀ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ତାର: ୨ ବାଇକ୍‌ ଆରୋହୀ ମୃତ

ଓଡ଼ାପଡ଼ା/ସାତମାଇଲ, ୨୩।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରକଲା-ମାଳିସାହି ଅଞ୍ଚଳରେ ମଙ୍ଗଳବାର ରାତିରେ ଅଭାବନୀୟ ଘଟଣା ଘଟିଛି। ବାର୍‌ହା ଶିକାର ଲାଗି ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଦୁଇ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି। 

ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭୂମିପୂଜନ, ଉଦ୍‌ଘାଟନ

ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭୂମିପୂଜନ, ଉଦ୍‌ଘାଟନ

ଅନୁଗୋଳ ଅଫିସ, ୨୩।୧-ଅନୁଗୋଳ ବ୍ଲକ ଶୁସୁଡା ପଞ୍ଚାୟତ ମାଳତୀ ବିହାରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭୂମିପୂଜନ ଓ ଉଦ୍‌ଘାଟନ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ନିଯୁକ୍ତି ମେଳା: ସିଧାସଳଖ ନିଯୁକ୍ତି ପାଇଲେ ୪୫୧

ଜିଲାସ୍ତରୀୟ ନିଯୁକ୍ତି ମେଳା: ସିଧାସଳଖ ନିଯୁକ୍ତି ପାଇଲେ ୪୫୧

ଅନୁଗୋଳ ଅଫିସ, ୨୩।୧-ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମଙ୍ଗଳବାର ପୂର୍ବାହ୍ନରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।

ଆଜିଠାରୁ ପୁସ୍ତକ ମେଳା

ଆଜିଠାରୁ ପୁସ୍ତକ ମେଳା

ତାଳଚେର,୨୨ା୧(ନି.ପ୍ର.)- ତାଳଚେର ଷୋଡ଼ଶ ପୁସ୍ତକ ମେଳା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ଜାନୁୟାରୀ ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେହ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ପାରମ୍ପରିକ ଖାଦ୍ୟ, ଆଲୋଚନାଚକ୍ର, କୁଇଜ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ।