ଉପକୂଳ ଓଡିଶା

ମୋବାଇଲ ଟାୱାର ବ୍ୟାଟେରି ଚୋରିର ପର୍ଦ୍ଦାଫାଶ

ମୋବାଇଲ ଟାୱାର ବ୍ୟାଟେରି ଚୋରିର ପର୍ଦ୍ଦାଫାଶ

ବିରିଡି,୨୨।୧୨(ଡି.ଏନ.ଏ)

ଜଗତସିଂହପୁର ଜିଲାରେ ଥିବା ବିଭିନ୍ନ ମୋବାଇଲ ଟାୱାରଗୁଡିକରୁ କିଛିଦିନ ହେଲା ବାରମ୍ବାର ବ୍ୟାଟେରୀ ଚୋରି ହୋଇଥିଲା। ଏହି ଘଟଣା ସମ୍ପୃକ୍ତ କମ୍ପାନୀ ଓ ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଥିଲା। ତେବେ ବିରିଡି ଥାନା ପୋଲିସ ଏହି ର଼୍ୟାକେଟର ପର୍ଦ୍ଦାଫାଶ କରିବା ପରେ ଏହାର ଚେର ବିରିଡିରୁ କଲିକତା ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୮ଜଣକୁ ବିଭିନ୍ନ ଅଞ୍ଚଳରୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ବିରିଡି ଥାନା ସଙ୍ଖାରି ସାହିଠାରେ ଥିବା ଏୟାରଟେଲ କମ୍ପାନିର ସାଇଡ୍‌ ଇନଚାର୍ଜଙ୍କ ଏତଲାକୁ ଭିତ୍ତି କରି ଏନେଇ କେସ (ନଂ ୧୦୧/୧୭) ରୁଜୁ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ କଟକ ସଦର ଥାନା କୋଠପାଟଣା ଗ୍ରାମର ଉତ୍ତମ ମଣ୍ଡଳ, ଦୀପକ ମଣ୍ଡଳ, ବିଲିଅନ୍ତା ଥାନା ଭଇଂଚୁଆ ଗ୍ରାମର ମୁନା ଓରଫ ମୋହନ ଦାସ, କଟକ ପୁରିଘାଟ ଥାନା ଶିବ ବଜାର ରାଉଶା ପାଟଣାର କୈଳାସନାଥ ଶ, ଓଲଟପୁର ଥାନା ଅଡଶପୁର ମୌଜାପୁର ଗ୍ରାମର ରମେଶ ଚନ୍ଦ୍ର ଦାସ, ତିର୍ତ୍ତୋଲ ଥାନା ନରସିଂହପୁର ତୁଳଙ୍ଗ ଗ୍ରାମର ତପନ କୁମାର ବରାଳ ଓ ହେମନ୍ତ ରାଉତ ଏବଂ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଜିଜିପି କୋଲୋନୀର ରମେଶ ଚନ୍ଦ୍ର ସାହୁ। ଏହି କାରବାରରେ ବ୍ୟବହୃତ ଏକ ବୋଲେରୋ ଓ ଘରୋଇ ବସ୍‌କୁ ପୋଲିସ ଜବତ କରିଛି। ଏଥିସହ କେତେକ ଯନ୍ତ୍ରାଂଶ ଜବତ କରାଯାଇଛି।
ଶୁକ୍ରବାର ବିରିଡି ଥାନାରେ ଆୟୋଜିତ ଏକ ଖବର ଦାତା ସମ୍ବିଳନୀରେ ଜଗତ୍‌ସିଂହପୁର ଏସଡିପିଓ ସୁଜୋଗ୍ୟ ମିଶ୍ର, ବିରିଡି ଥାନା ଅଇଆଇସି ଭରତ କୁମାର ବେହେରା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ର଼୍ୟାକେଟ ବ୍ୟାଟେରିିଗୁଡିକୁ ଚୋରି କରି ଏକ ବୋଲେରୋ ଗାଡି (ନଂ ଓଡି -୦୫ ଆର ୨୫୪୧)ରେ ଭୁବନେଶ୍ୱର ଆଣୁଥିଲେ। ସେଠାରୁ ଏକ ଘରୋଇ ବସ୍‌ (ନଂ ଓଆର ୦୫-ଏବି-୨୭୨୭)ରେ କଲିକତା ଚାଲାଣ କରୁୁଥିଲେ। ଏହି ଘଟଣାରେ ମୁଖ୍ୟ ଉତ୍ତମ ମଣ୍ଡଳଙ୍କ ବୋଲେରୋ ଗାଡିରେ ବ୍ୟାଟେରୀଗୁଡିକ ଆଣି ମଞ୍ଚେଶ୍ୱର ଥାନା ନିକଟରେ ଥିବା କବାଡିଆ ଦୋକାନି ରମେଶ ସାହୁଙ୍କୁ ଦିଆଯାଏ। ସେଠାରୁ କୈଳାସ ସେଗୁଡିକ ବସରେ ନେଇ କଲିକତାରେ କିଲୋ ଦରରେ ବିକ୍ରି କରେ। କଲିକତାରୁ କୈଳାସଙ୍କ ଆକାଉଣ୍ଟଙ୍କୁ ସିଧାସଳଖ ଟଙ୍କା ଆସିଥାଏ। ଟଙ୍କାକୁ କୈଳାସ ସମସ୍ତଙ୍କୁ ବଣ୍ଟନ୍ତି ବୋଲି ଏସଡିପିଓ ମିଶ୍ର ପ୍ରକାଶ କରିଛନ୍ତି। ସେମାନଙ୍କ ବିରୋଧରେ ତିର୍ତ୍ତୋଲ ଥାନାରେ ୬ଟି, ରଘୁନାଥପୁର ଥାନାରେ ୨, ଏରସମା ଥାନାରେ ୨, ବିରିଡି ୧, କଟକ ଜିଲ୍ଲା ଓଲଟପୁର ଥାନାରେ ୨, କେନ୍ଦ୍ରାପଡା ଜିଲା ଚାନ୍ଦୋଳ ଥାନାରେ ୧, ନିକିରାଇରେ ୧ଟି କେସ ରୁଜୁ ହୋଇଛି।

All Right Reserved By

ଉପକୂଳ ଓଡିଶା

ଖଡିଅଣ୍ଟା ହାଇସ୍କୁଲରେ ବନ ମହୋତ୍ସବ

ଖଡିଅଣ୍ଟା ହାଇସ୍କୁଲରେ ବନ ମହୋତ୍ସବ

ରାଜନଗର, ୧୮।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ୬୯ତମ ବନ ମହୋତ୍ସବ ବୁଧବାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଖଡିଅଣ୍ଟା ଜି.ପି. ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି।

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଯାଜପୁର ଅଫିସ, ୧୮।୭: ଯାଜପୁରରୋଡ ମାଲଗୋଦାମରେ ଟ୍ରକ ଚାପାରେ ମଙ୍ଗଳବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ତଥା ଅନ୍ୟାନ୍ୟ ଦାବିରେ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେଶନକୁ ଲାଗିଥିବା ମାଲଗୋଦାମ ସମ୍ମୁଖରେ ଶ୍ରମିକମାନେ ବୁଧବାର ସକାଳେ ଧାରଣା ଦେଇଛନ୍ତି।

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ନୟାଗଡ଼ ଅଫିସ,୧୮ା୭- ଜିଲାର ଅଙ୍ଗନୱାଡ଼ି କର୍ମୀମାନେ ସୋମବାର ଜିଲାପାଳଙ୍କୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନୱାଡ଼ିରେ ଏସ୍‌ଏନପି ଓ ଟିଏଚ୍‌ଆର ଖାଦ୍ୟ ବିବରଣୀରେ ପରିବର୍ତ୍ତନ ସାଙ୍ଗକୁ ବଜାର ଦରବୃଦ୍ଧି ହେତୁ ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରାଯିବା , ଅଙ୍ଗନୱାଡ଼ି କାର୍ଯ୍ୟ ବାହାରେ ଥିବା ୬ଟି କାର୍ଯ୍ୟକ୍ରମକୁୂ ବାଦ୍‌ ଦେବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ।

 ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ନୟାଗଡ଼ ଅଫିସ,୧୮ା୭-ନୟାଗଡ଼ ଜିଲା ଶରଣକୁଳ ଥାନା ଖିଲାରପାଟଣା ମଶାଣିଠାରେ ଶନିବାର ଜଳ ନିଷ୍କାସନକୁ କେନ୍ଦ୍ର କରି ହୋଇଥିବା ଗୁଳିକାଣ୍ଡରେ ମଙ୍ଗଳବାର ପୋଲିସ ୭ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବଧିସାହିର ପ୍ରଭାତ ପ୍ରଧାନ, ଉଲ୍ଲାସ ପାତ୍ର, ଭଦ୍ର ଓରଫ ବଳଭଦ୍ର ସାହୁ, ପ୍ରମୋଦ ସାହୁ, ବୃନ୍ଦାବନ ପ୍ରଧାନ, ଅକ୍ରୂର ସ୍ବାଇଁ, ମଦନ ମହାପାତ୍ର । ସେହିଭଳି ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଶରଣକୁଳ ଏସ୍‌ଡିପିଓ ନାରାୟଣ ବାରିକ ପ୍ରକାଶ କରିଛନ୍ତି।

ଶରଣକୁଳରୁ ୧୭  ନାଗସାପ ଛୁଆ  ଉଦ୍ଧାର

ଶରଣକୁଳରୁ ୧୭ ନାଗସାପ ଛୁଆ ଉଦ୍ଧାର

ନୟାଗଡ଼ ଅଫିସ,୧୮ା୭- ନୟାଗଡ଼ ଜିଲା ଶରଣକୁଳ ଭଞ୍ଜସାହିରେ ଥିବା ଏକ କୂଅରୁ ମଙ୍ଗଳବାର ୧୭ଟି ନାଗସାପ ଛୁଆ ଉଦ୍ଧାର କରାଯାଇଛି। ତେବେ ମା’ ସାପ ଉଦ୍ଧାର ହୋଇପାରି ନ ଥିବାରୁ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ନୟାଗଡ଼ ଅଫିସ,୧୮ା୭(ରଞ୍ଜନ କୁମାର ପ୍ରଧାନ)-ରୋଜଗାର ଲକ୍ଷ୍ୟରେ ପ୍ରତିଦିନ ଗ୍ରାମରୁ ଲୋକମାନେ ସହରାଭିିମୁଖୀ ହେଉଛନ୍ତି। ଏହାଦ୍ୱାରା ସହରରେ ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହାସହିତ ତାଳଦେଇ ସହରରେ ଦେଖାଦେଉଛି ବିଭିନ୍ନ ସମସ୍ୟା। ସେହିଭଳି ଗ୍ରାମରେ ଲୋକ ଅଭାବରୁ ଜମିଗୁଡ଼ିକ ପଡ଼ିଆ ହୋଇ ପଡ଼ି ରହୁଛି।

ପୋଲିସର ହସ୍ତକ୍ଷେପ ପରେ ଏକାଠି ହେଲେ ପ୍ରେମୀ ଯୁଗଳ

ପୋଲିସର ହସ୍ତକ୍ଷେପ ପରେ ଏକାଠି ହେଲେ ପ୍ରେମୀ ଯୁଗଳ

ରାଜନଗର, ୧୮।୭ (ଡି.ଏନ୍‌.ଏ.):ପ୍ରେମିକଠାରୁ ପ୍ରତାରିତ ହେବା ପରେ ପୋଲିସର ଆଶ୍ରୟ ନେଇଛନ୍ତି ଜଣେ ଯୁବତୀ। ଏହି ଘଟଣା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।

ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ଜୟନ୍ତୀ ପାଳିତ

ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା ଅଫିସ,୧୮ା୭:କନିକା ରାଜାଙ୍କ ଅତ୍ୟାଚାର ବଢି ଚାଲିଥିବା ବେଳେ ଆଶୁ କବିତା ମାଧ୍ୟମରେ କବି ଆନନ୍ଦ ଚନ୍ଦ୍ର ଜେନା ବିପ୍ଲବର ସେତୁ ବାନ୍ଧିଥିଲେ ା ଏହା ମାଧ୍ୟମରେ ଜନସାଧାରଣଙ୍କୁ ଏକାଠି କରିବା, ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ପ୍ରତିବାଦର ସ୍ବର ଉଠାଇବା, ଜେଲ ବରଣ କରିବା ବିପ୍ଲବୀ କବିଙ୍କ ଜୀବନର ଅଙ୍ଗ ହୋଇଥିଲା ବୋଲି ୧୩୪ତମ ଜୟନ୍ତୀ ଅବସରରେ ଅତିଥିମାନେ ମଙ୍ଗଳବାର ମତପ୍ରକାଶ କରିଛନ୍ତି ା

ଜିଲାପାଳଙ୍କ ଗରଦପୁର ଗସ୍ତ

ଜିଲାପାଳଙ୍କ ଗରଦପୁର ଗସ୍ତ

ପାଟକୁରା, ୧୮।୭ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲାପାଳ ରେଘୁ ଜୀ. ମଙ୍ଗଳବାର ଗରଦପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ବେଡାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନ ଅର୍ଥ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ହେଉଛି କି ନାହିଁ ସେ ନେଇ ରେକର୍ଡପତ୍ର ଯାଞ୍ଚ କରିଥିଲେ।

ଡେରାବିଶ ପଞ୍ଚାୟତ ସମିତିର  ୫ମ ସାଧାରଣ ବୈଠକ: ବହୁ ବିଭାଗୀୟ ଅଧିକାରୀ ଅନୁପସ୍ଥିତ

ଡେରାବିଶ ପଞ୍ଚାୟତ ସମିତିର ୫ମ ସାଧାରଣ ବୈଠକ: ବହୁ ବିଭାଗୀୟ ଅଧିକାରୀ ଅନୁପସ୍ଥିତ

ଡେରାବିଶ, ୧୮।୭ (ସ୍ବ.ପ୍ର.): ଡେରାବିଶ ପଞ୍ଚାୟତ ସମିତିର ୫ମ ସାଧାରଣ ବୈଠକ ପଞ୍ଚାୟତ ସମିତି ସଭା ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ବିଡିଓ ଗୋପବନ୍ଧୁ ଭୋସାଗର ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ।

  କଲେଜ ପରିସରରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ: ଛାତ୍ର ସଂଗଠନ ପକ୍ଷରୁ ଧାରଣା

କଲେଜ ପରିସରରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ: ଛାତ୍ର ସଂଗଠନ ପକ୍ଷରୁ ଧାରଣା

ପଟ୍ଟାମୁଣ୍ଡାଇ,୧୮ା୭(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ କଲେଜ ପରିସରରେ ଅଣଛାତ୍ରଙ୍କ ଦୈରାତ୍ମ୍ୟ ଦିନକୁ ଦିନ ବଢିଚାଲିଛି । ଫଳରେ ଛାତ୍ରୀଛାତ୍ରମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସୋମବାର ପୂର୍ବାହ୍ନରେ ଜଣେ ଅଣଛାତ୍ର କଲେଜର ଯୁକ୍ତ ଦୁଇ ଶ୍ରେଣୀର ଦ୍ୱିତୀୟ ବାର୍ଷିକ ବିଜ୍ଞାନ ଛାତ୍ର ଅଭିଷେକ ଦାସଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ବନ୍ଧୁକ ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହାକୁ ନେଇ ସୋମବାର ଠାରୁ ଉତ୍ତେଜନା ଲାଗି ରହିଛି ।

ଦୋକାନ ଭଙ୍ଗାରୁଜାକୁ ବର୍ଷେ ବିତିଲା : ଚାର୍ଜସିଟ୍‌ ଦାଖଲ କରୁନି ପୋଲିସ

ଦୋକାନ ଭଙ୍ଗାରୁଜାକୁ ବର୍ଷେ ବିତିଲା : ଚାର୍ଜସିଟ୍‌ ଦାଖଲ କରୁନି ପୋଲିସ

ନାଉଗଁା,୧୮ା୭(ସ୍ବ.ପ୍ର.): ନାଉଗଁା ବ୍ଲକ ଅବଦଲପୁରସ୍ଥିତ ଥାନା ଛକରେ ୧୭ ଜୁଲାଇ ୧୦୧୭ରେ ହୋଇଥିବା ଦୋକାନ ପୋଡ଼ି ଘଟଣାକୁ ଇତିମଧ୍ୟରେ ୧ବର୍ଷ ବିତିଲାଣି। ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଦ୍ୟାବଧି ଚାର୍ଜସିଟ୍‌ ଦାଖଲ କରିନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Model This Week

ରୂପେଶ