ଉପକୂଳ ଓଡିଶା

ସ୍ଥିତି ଖୋଜିବାର ସମୟ ଆସିଛି

ସ୍ଥିତି ଖୋଜିବାର ସମୟ ଆସିଛି
ଯାଜପୁର ଅଫିସ,୨୨।୧୨ ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ଜିତି ସରକାର ଗଠନ କରିବ ସତ ମାତ୍ର ପୂର୍ବାପେକ୍ଷା ୧୬ଟି ଆସନ ହରାଇଛି। ବିଜୟ ପାଇଁ ଭାଜପା ନେତାଏଁ ଖୁସି ମନାଉଥିବାସତ୍ତ୍ୱେ ସିଟ୍‌ ସଂଖ୍ୟା ହ୍ରାସ ଯୋଗୁ ସେମାନଙ୍କ ମନ ଭିତରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଏଭଳି ସ୍ଥିତିରେ ଯାଜପୁର ଜିଲା ଭାଜପା ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଯାଇଛି। ଜିଲାର ୭ଟି ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ଅତି ଦୁର୍ବଳ ଥିବାବେଳେ ଗତ ପଞ୍ଚାୟତ ନିର୍ବାଚନ ଫଳାଫଳରେ ସାମାନ୍ୟ ସୁଧାର ଆସିଥିଲା। ମାତ୍ର ଗୋଷ୍ଠୀ କନ୍ଦଳ, ପୁରୁଣା ନେତାଙ୍କୁ ଅଣଦେଖା ଆଦି କାରଣରୁ ଦଳ ଏବେ ପୁଣି ପୂର୍ବ ଅବସ୍ଥାକୁ ଫେରୁଥିବା ସାଧାରଣରେ ଆଲୋଚନା ହେଉଛି। କହିବାକୁ ଗଲେ ଜିଲାରେ ଭାଜପା ନେତାଙ୍କ ପାଇଁ ଏବେ ନିଜର ସ୍ଥିତି ଖୋଜିବାର ସମୟ ଆସିଛି ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି। ଜିଲାରେ ଭାଜପା ରାଜ୍ୟସ୍ତରୀୟ ଆଗଧାଡିର ନେତାଙ୍କ ନେତୃତ୍ୱରେ ଅନ୍ୟଦଳର କିଛି କୋଣଠେସା ରାଜନେତାଙ୍କୁ ଆଣି ଦଳର ସ୍ଥିତିକୁ ନେଇ ଖୁସି ମନାଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ନେତାଙ୍କ ଆବଶ୍ୟକତା ଥିବାରୁ ଭାଜପା ଆଖି ବନ୍ଦ କରି ପୁରୁଣା କ୍ୟାଡର ନେତାଙ୍କ ମତାମତ ନ ନେଇ ବିଭିନ୍ନ ଦଳର କୋଣଠେସା ନେତାଙ୍କୁ ଖାଲି ସ୍ବାଗତ କରୁଛି। ଫଳରେ ଭାଜପା କ୍ୟାଡର ନେତା ଏଥିପ୍ରତି ଅସନ୍ତୁଷ୍ଟ ରହୁଛନ୍ତି।୨୦୦୪ ସାଧାରଣ ନିର୍ବାଚନରେ ଜିଲାର କୋରେଇ ଆସନରେ ଭାଜପାକୁ ସଫଳତା ମିଳିଥିଲା। ସେତେବେଳେ ବିଜେଡି ସହିତ ଭାଜପା ଭାଗୁଆଳି ଥିଲା। ୨୦୦୯ ନିର୍ବାଚନ ଆଗରୁ ଭାଜପା ଓ ବିଜେଡି ମଧ୍ୟରେ ସମ୍ପର୍କ ଛିନ୍ନ ହେବାପରେ ଜିଲାର ଭାଜପା ତାର ଅସ୍ତିତ୍ୱ ହରାଇ ଆସିଛି । ସେହିଦିନଠାରୁ ଭାଜପା ଜିଲାରେ ଗୋଟିଏ ବି ବିଧାନସଭା ଆସନରେ ବିଜୟୀ ହୋଇ ପାରିନାହିଁ । ଗତ ପଞ୍ଚାୟତ ନିର୍ବାଚନରେ ୬ଟି ଜିଲା ପରିଷଦ ଆସନରେ ବିଜୟୀ ହେବା ସହିତ ୧୫ରୁ ଭୋଟ ହାର ଦ୍ୱିଗୁଣିତ ହୋଇ ୩୧.୩୯ ପ୍ରତିଶତରେ ପହଞ୍ଚିଛି । ସେପଟେ କଂଗ୍ରେସ ନେତୃତ୍ୱ ଅଭାବରୁ ତୃତୀୟ ସ୍ଥାନକୁ ଖସି ଆସିଛି । ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଓ ବିଜେଡିର କେତେକ କୋଣଠେସା ନେତା ଭାଜପାରେ ସାମିଲ ହୋଇଥିଲେ। ମାତ୍ର ଏବେ ସେମାନଙ୍କ ମଧ୍ୟରୁ ଅନେକ ଦଳ ପାଇଁ କାଳ ହୋଇଥିବା କୁହାଯାଉଛି। ଏହାବାଦ ଚଣ୍ଡିଖୋଲ ଓ ଧର୍ମଶାଳା ଅଞ୍ଚଳର କେତେକ ଭାଜପା କ୍ୟାଡର କର୍ମୀଙ୍କୁ ଛାଡିଦେଲେ ନବାଗତ ନେତାମାନେ କୌଣସି ଆଖିଦୃଶିଆ ଲୋକହିତକର ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଶୁକ୍ରବାର ଭାଜପା ପକ୍ଷରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ୮ ଦଫା ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ହୋଇଛି । ଏଥିରେ କୃଷକ ଫସଲହାନି, ଧାନର ଅଭାବୀ ବିକ୍ରି, ନକଲି କୀଟନାଶକ, ଜଳନିଧି ଯୋଜନାରେ ହେରଫେର, ରାଶନକାର୍ଡ ବଣ୍ଟନରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ପାଇଖାନା ନିର୍ମାଣରେ ହେରଫେର ଏବଂ ଲଘୁଖଣିଜ ଦ୍ରବ୍ୟର ବ୍ୟାପକ ଲୁଟ ପ୍ରମୁଖ ଦାବି ରହିଛି, । ଯାହାକି ଚାଷୀ ମହଲ ସ୍ବାଗତ କରିଛି । ହେଲେ ପୂର୍ବରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ନେଇ ଆନ୍ଦୋଳନର ଏକ ପ୍ରମୁଖ ଦାବି ହେବ ବୋଲି ସୂଚନା ମିଳିଥିଲା । ଜିଲାର ହଜାର ହଜାର ଯୁବତୀଯୁବକ ବିଭିନ୍ନ ଡିଗ୍ରୀ ଧରି ବେକାର ହୋଇ ବସିଛନ୍ତି ସେମାନଙ୍କ ପାଇଁ କେତେକ ସଂଗଠନକୁ ବାଦ ଦେଲେ କୌଣସି ରାଜନୈତିକ ଦଳ ଆଗ୍ରହ ପ୍ରକାଶ କରୁନାହାନ୍ତି । ଟାଟା ଷ୍ଟିଲ, ମେସ୍କୋ, ମୈଥାନ, ନୀଳାଚଳ ଇସ୍ପାତ ଭଳି ବଡ ବଡ କାରଖାନାରେ ଅଧିକାଂଶ ରାଜ୍ୟ ବାହାର ଜିଲାର ଲୋକଙ୍କୁ ନିଯୁକ୍ତି ମିଳିଛି । କିଛି ଶ୍ରମିକ ସଂଗଠନ ଏହାର ପ୍ରତିବାଦ କରି ଆସୁଛନ୍ତି । କିନ୍ତୁ ବିରୋଧୀ ରାଜନୈତିକଗୁଡିକ ଦଳ ଏଥିପ୍ରତି ନୀରବ ସାଜିଛନ୍ତି। ଏହାର କାରଣ ଖୋଜିବାର ସମୟ ଆସିଛି ବୋଲି ଜିଲାର ବେକାର ଯୁବତୀଯୁବକଙ୍କ ମଧ୍ୟରେ ମତପ୍ରକାଶ ପାଉଛି । ଶିଳ୍ପପତି ଓ ବିରୋଧୀ ରାଜନୈତିକ ଦଳଗୁଡିକ ସହିତ ମଧୁଚନ୍ଦ୍ରିକା ଥିବା ଏଥିରୁ ଜିଲାବାସୀ ସନ୍ଦେହ କରିବା ସ୍ବାଭାବିକ । ଯଦ୍ଦ୍ବାରା ଜିଲାରେ କଂଗ୍ରେସ ଓ ଭାଜପା ଲୋକଙ୍କ ସେତେଟା ନିକଟତର ହୋଇ ପାରୁନାହାନ୍ତି । କେତେକ ଭାଜପା ନେତୃବର୍ଗ ଏବେ ବି ବିଜେଡି ସହିତ ପୂର୍ବ ସମ୍ପର୍କ ରଖିଥିବା କୁହାଯାଉଛି । ଅନ୍ୟପକ୍ଷେ ବିଭିନ୍ନ ଲୋକହିତକର ଯୋଜନା ନେଇ ଲୋକଙ୍କ ପାଖକୁ ଯାଉଥିବାରୁ ବିଜେଡି ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ପଞ୍ଚାୟତ ନିର୍ବାଚନ ପରେ ଭାଜପାର ଯେଉଁ ହାୱା ଉଠିଥିଲା ତାହା ପୁଣି ପୂର୍ବାବସ୍ଥାକୁ ଫେରି ଯିବାର ସମ୍ଭାବନା ସୃଷ୍ଟି କରିଛି । ଏ ସଂକ୍ରାନ୍ତରେ ଭାଜପା ଜିଲା ସଭାପତି ଗୌତମ ରାୟ କୁହନ୍ତି, ଦଳକୁ ଅଧିକ ସୁଦୃଢ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏଥିରେ ଜିଲାବାସୀଙ୍କ ମଧ୍ୟ ଅକୁଣ୍ଠ ସମର୍ଥନ ରହିଛି । ଭାଜପାର ଲୋକପ୍ରିୟତା କମିନାହିଁ, ବରଂ ଆହୁରି ଶକ୍ତିଶାଳୀ ହେଉଛି । ଆଗାମୀ ଦିନରେ ଭାଜପା ନିଶ୍ଚିତ ଭାବରେ ଜିଲାରେ ସଫଳତା ପାଇବ । ଜିଲାବାସୀଙ୍କ ବିଭିନ୍ନ ଦାବିକୁ ନେଇ ପର୍ଯ୍ୟାୟକ୍ରମେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି ।
All Right Reserved By

ଉପକୂଳ ଓଡିଶା

୪ ଶହୀଦ ପରିବାର ସମ୍ବର୍ଦ୍ଧିତ

୪ ଶହୀଦ ପରିବାର ସମ୍ବର୍ଦ୍ଧିତ

କୋରେଇ,୨୨ା୧୦(ସ୍ବ.ପ୍ର.)- ପାଣିକୋଇଲିସ୍ଥିତ ଯାଜପୁର ଜିଲା ପୋଲିସ ରିଜର୍ଭ ପଡିଆରେ ରବିବାର ୫୯ତମ ଶହୀଦ ଦିବସ ପାଳିତ ହୋଇଯାଇଛି ା ଯାଜପୁର ଏସ୍‌ପି ଚରଣ ସିଂହ ମୀନା କାର୍ଯ୍ୟକ୍ରମକୁ ଆରମ୍ଭ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ  ଦେଶର ମୋଟ ୪୧୪ଜଣ ଶହୀଦଙ୍କ ନାମ ପଠନ ସହ ସେମାନଙ୍କ ପରିବାର ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । 

୫୯ତମ ଶହୀଦ ଦିବସ ପାଳିତ

୫୯ତମ ଶହୀଦ ଦିବସ ପାଳିତ

ବିରଜାକ୍ଷେତ୍ର,୨୨ା୧୦(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ ଅକରପଡ଼ା  ପଞ୍ଚାୟତ ଅନ୍ତର୍ଗତ ଭେଲଙ୍ଗସ୍ଥିତ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଯାଜପୁର ଥାନା ପୋଲିସ ପକ୍ଷରୁ ୫୯ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଯାଜପୁର ଟାଉନ୍‌ ପୋଲିସ ଓ ଶହୀଦ ସତ୍ୟାନନ୍ଦ ସ୍ମୃତି କମିଟି ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶହୀଦ ସତ୍ୟାନନ୍ଦ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। 

ହରିଦାସପୁର ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ରହଣି ଦାବି

ହରିଦାସପୁର ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ରହଣି ଦାବି

ଚଣ୍ଡିଖୋଲ,୨୨ା୧୦(ଡି.ଏନ.ଏ.)- ପୂର୍ବତଟ ରେଲବାଇର ଖୋର୍ଦ୍ଧାରୋଡ଼ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ହରିଦାସପୁର ରେଳ ଷ୍ଟେଶନ ଏକ ପ୍ରମୁଖ ଷ୍ଟେଶନ । ଏଠାରୁ ବନ୍ଦର ନଗରୀ ପାରାଦୀପକୁ ରେଳପଥ ସଂଯୋଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି, ଲଲିତଗିରି ଓ ରତ୍ନଗିରିକୁ ଏହି ରେଳପଥ ସଂଯୋଗ କରିବା ସହ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇବାକୁ ଥିବା ଭିତର କନିକାକୁ ମଧ୍ୟ ସଂଯୋଗ କରିବ। 

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ଚଣ୍ଡିଖୋଲ,୨୧ା୧୦(ଡି.ଏନ.ଏ)- ଚଣ୍ଡିଖୋଲସ୍ଥିତ ସାର୍ବଜନୀନ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଶନିବାର ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଜା, ବାଣ ରୋଶଣୀରେ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ଚଣ୍ଡିଖୋଲ ବଜାର ପରିକ୍ରମା କରିବା ପରେ ଖୋସାଲିପୁରସ୍ଥିତ ହାଇଲେବୁଲ କେନାଲରେ ବିସର୍ଜନ କରାଯାଇଥିଲା। 

‘ଓଡ଼ିଆ ପାଲା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି କୃଷ୍ଣପ୍ରସାଦ’

‘ଓଡ଼ିଆ ପାଲା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି କୃଷ୍ଣପ୍ରସାଦ’

ବିରଜାକ୍ଷେତ୍ର,୨୨ା୧୦(ଡି.ଏନ୍‌.ଏ.)- ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ଯାଜପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅନନ୍ୟା ସାହିତ୍ୟ ସଂସଦ ତରଫରୁ ରବିବାର କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ସଭାପତି ସନ୍ତୋଷ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟମଣି ଖୁଣ୍ଟିଆ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।

ରାବଣପୋଡ଼ି,ଆତସବାଜି ପ୍ରତିଯୋଗିତା

ରାବଣପୋଡ଼ି,ଆତସବାଜି ପ୍ରତିଯୋଗିତା

କୋରେଇ,୨୨ା୧୦(ସ୍ବ.ପ୍ର.)- ଶାରଦୀୟ ଦୁର୍ଗାପୂଜା ଅବସରରେ କୋରେଇ ବ୍ଲକର ଶଙ୍ଖଚିଲାଠାରେ ୫୨ତମ ଦୁର୍ଗାପୂଜା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କମିଟି ପକ୍ଷରୁ ଶନିବାର ୨୭ତମ ରାବଣ ପୋଡ଼ି ଓ ଆତସବାଜି ପ୍ରତିଯୋଗିତା ହୋଇଥିଲା । ଦୁର୍ଗା ମଣ୍ଡପରେ ନିର୍ମିତ ୟ ହନୁମାନ, ରାମ ଓ ଲକ୍ଷ୍ମଣଙ୍କ  ପ୍ରତିମୂର୍ତ୍ତିକୁ ଶୋଭାଯାତ୍ରାରେ ନିଆଯାଇ ସଭାସ୍ଥଳରେ ରଖାଯାଇଥିଲା ।

ଦୁଇ ସନ୍ତାନଙ୍କୁ ବିଷ ପିଆଇ ନିଜେ ପିଇଲେ ଝିଅପୁଅ ମୃତ, ମା’ ଗୁରୁତର

ଦୁଇ ସନ୍ତାନଙ୍କୁ ବିଷ ପିଆଇ ନିଜେ ପିଇଲେ ଝିଅପୁଅ ମୃତ, ମା’ ଗୁରୁତର

ନୟାଗଡ଼ ଅଫିସ,୨୨ା୧୦-  ନୟାଗଡ ଜିଲା ଖଣ୍ଡପଡା ଥାନା ଶିଖରପୁର ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ସନ୍ତାନଙ୍କୁ ବିଷ ପିଆଇ ମା’ ନିଜେ ପିଇଥିଲେ। ଏଥିରେ ଝିଅପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। 

ଗଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ଗୁରୁତର

ଗଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ଗୁରୁତର

ନୂଆଗାଁ,୨୨ା୧୦ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଈଛେଳି ପଞ୍ଚାୟତ ସଂପଡା ରାଇଖମଣ ବାଙ୍କ ନିକଟରେ ରବିବାର ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ରାସ୍ତାପାର୍ଶ୍ୱ ଗଛରେ ପିଟିହୋଇଯିବାରୁ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ

୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ

ନୟାଗଡ଼ ଅଫିସ,୨୨ା୧୦- ନୟାଗଡ଼ ଜିଲା ପୋଲିସ ପକ୍ଷରୁ ରବିବାର ସ୍ଥାନୀୟ  ପିଟିଏସ୍‌ (ପୋଲିସ ଟ୍ରେନିଂ ସ୍କୁଲ) ପଡ଼ିଆଠାରେ  ୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ପରେଡ଼ରେ ଏସ୍‌ପି ଶଶିଭୂଷଣ ଶତପଥୀ ଓ ଅନ୍ୟ ପୋଲିସ ପଦାଧିକାରୀ ଯୋଗଦେଇ ଶହୀଦଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ।

ଆରପାରିରେ ପୂର୍ବତନ ବିଧାୟକ ବଂଶୀଧର ସାହୁ

ଆରପାରିରେ ପୂର୍ବତନ ବିଧାୟକ ବଂଶୀଧର ସାହୁ

ନୟାଗଡ଼ ଅଫିସ,୨୨ା୧୦- ନୟାଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ସୁସାହିତ୍ୟକ ବଂଶୀଧର ସାହୁଙ୍କ ରବିବାର ପରଲୋକ ଘଟିଛି। ୧୦ଦିନ ହେଲା ସେ ରୋଗରେ ପୀଡ଼ିତ ହୋଇ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ସକାଳ ୬ଟା ୪୫ ମିନିଟ ସମୟରେ ଆରପାରିକୁ ଚାଲିଯାଇଛନ୍ତି। ମୃତ୍ୟୁବେଳଙ୍କୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା। 

ବନମାଳୀପୁର ଟି ୨୦: ସାରୁଅ ଚାମ୍ପିୟନ

ବନମାଳୀପୁର ଟି ୨୦: ସାରୁଅ ଚାମ୍ପିୟନ

ଭାପୁର,୨୨ା୧୦(ଡି.ଏନ୍‌.ଏ.)- ଖଣ୍ଡପଡ଼ା ବ୍ଲକ ବନମାଳୀପୁର ଆଞ୍ଚଳିକ ସ୍ପୋର୍ଟସ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୩୧ତମ ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ କଣ୍ଟିଲୋର ବରୁଣେଇ କ୍ରିକେଟ୍‌ କ୍ଲବକୁ ୩୩ ରନରେ ହରାଇ ଖୋର୍ଦ୍ଧା ସାରୁଅର ଇଲେଭେନ ଷ୍ଟାର ସ୍ପୋର୍ଟସ କ୍ଲବ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି।

ପାରାଦେହରେ ସ୍ବସ୍ଥାନକୁ ଫେରିଲେ ମା’ ଖିଲାମୁଣ୍ଡା

ପାରାଦେହରେ ସ୍ବସ୍ଥାନକୁ ଫେରିଲେ ମା’ ଖିଲାମୁଣ୍ଡା

ରଣପୁର,୨୨ା୧୦-(ସ୍ବ.ପ୍ର)-ନୟାଗଡ଼ ଜିଲା ରଣପୁର ମାଳ ଜଙ୍ଗଲ ଭିତରେ ସ୍ଥାନୀୟ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ଅବସ୍ଥାନ କରନ୍ତି। ତେବେ ରଣପୁର ରାଜାଙ୍କ ନିମନ୍ତ୍ରଣରେ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ ରଣପୁର ରାଜନଅରରେ ପହଞ୍ଚତ୍ ପୂଜା ପାଉଥିଲେ ମା’। ରାଆଁରାଳ ଘଞ୍ଚ ଜଙ୍ଗଲ ମଧ୍ୟରୁ ଏକ କାଠି ସାହାଯ୍ୟରେ ମା’ ଏଠାକୁ ଆସିଥାନ୍ତି । ଭକ୍ତମାନେ ଦଶହରା ପଡିଆରେ ୭ ଥର ତୋପ ସଲାମି କରି ମା’ଙ୍କୁ ଦଶହରାରେ ବିଦାୟ ଦେଇଥାନ୍ତିି ଏବଂ ମା’ ଖିଲାମୁଣ୍ଡା ଏକ ପାରା ଦେହରେ ସ୍ବସ୍ଥାନକୁ  ଫେରିଯାନ୍ତି।