
ରସୁଲପୁର,୨୨।୧୨(ଡିଏନ୍ଏ)
ଯାଜପୁର ଜିଲାର ପ୍ରସିଦ୍ଧ କୁଆଖିଆ ଲକ୍ଷ୍ମୀନାରାୟଣ ପୂଜାର ୬୩ତମ ପୂଜା ଅବସରରେ ଶୁକ୍ରବାର ସନ୍ଧ୍ୟାରେ ୧୦ମ ବାର୍ଷିକ କୁଅଖିଆ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ମହୋତ୍ସବର ସ୍ଥାୟୀ ସଭାପତି ତଥା ରସୁଲପୁର ବିଡିଓ ଅଶୋକ କୁମାର ବେଉରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ କୋରେଇ ବିଧାୟକ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବରେ ଯାଜପୁର ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, ସମ୍ମାନିତ ଅତିଥି ଭାବରେ ମୁଗୁପାଳ ସରପଞ୍ଚ ଭବାନୀଶଙ୍କର ପଣ୍ଡା, ବାହାଦଲାପୁରର ପୂର୍ବତନ ସରପଞ୍ଚ ଶିଶିର କୁମାର ମହାନ୍ତି, ବିଧାୟକ ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ ରୁଦ୍ରନାରାୟଣ ପୃଷ୍ଟି, ବରିଷ୍ଠ ସଂଗଠକ ଗୋପୀନାଥ ପତି, କୁଆଖିଆ ଲକ୍ଷ୍ମୀ ନାରାୟଣ ପୂଜା କମିଟି ସଭାପତି ବନୋଜ ସ୍ବାଇଁ, ସମ୍ପାଦକ ନାରାୟଣ ଚନ୍ଦ୍ର ମହାପାତ୍ର, କୁଆଖିଆ ମହୋତ୍ସବ କମିଟିର ସଭାପତି ଅରୁଣ ସାହୁ, କାଳନ୍ଦି କଣ୍ଠ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମହୋତ୍ସବ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଏକ ବଳିଷ୍ଠ ମାଧ୍ୟମ ପାଲଟିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବ କମିଟିର ସମ୍ପାଦକ ଅରୁଣ ରାଉତ ସମ୍ପାଦକୀୟ ବିବରଣୀ ପାଠ କରଥିଲେ । ବିଶିଷ୍ଠ ବ୍ୟବସାୟୀ ମହେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।