ଉପକୂଳ ଓଡିଶା

ପ୍ରଦୂଷଣମୁକ୍ତ ହେବ ଖରସ୍ରୋତା ଜଳ

ପ୍ରଦୂଷଣମୁକ୍ତ ହେବ ଖରସ୍ରୋତା ଜଳ
ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୨୨।୧୨ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ଜଳନମୁନା ସଂଗ୍ରହ ଓ ପରୀକ୍ଷାରେ ତୀବ୍ର ବିଷାକ୍ତ ଦ୍ରବ୍ୟ ରହିଥିବା ରିପୋର୍ଟ ପ୍ରକାଶର ପ୍ରାୟ ୨ ବର୍ଷ ବିତିଯାଇଛି । ଅଥଚ ଜଳ ପ୍ରଦୂଷଣମୁକ୍ତ ହୋଇ ପାରିନାହିଁ। କଳିଙ୍ଗନଗର ଶିଳ୍ପାଞ୍ଚଳର ନୀଳାଚଳ ଇସ୍ପାତ, ମୈଥାନ, ବିଆରପିଏଲ, ଟାଟା ଷ୍ଟିଲ, ଜିନ୍ଦଲ ଓ ଭିସା କାରଖାନାର ବୋହି ଯାଉଥିବା ଭୂପୃଷ୍ଠ ଜଳ ଗଣ୍ଡାନାଳ ଦେଇ ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ଖରସ୍ରୋତାକୁ ଜହର କରୁଛି। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରେନେଜ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି । ଯାହାକି ଡୁବୁରୀ ଅଞ୍ଚଳରୁ ଖରସ୍ରୋତା ତଟବର୍ତ୍ତୀ ମାର୍ଥାପୁର ପର୍ଯ୍ୟନ୍ତ ସ୍ବତନ୍ତ୍ର ଡ୍ରେନ ନିର୍ମାଣ ହୋଇ ଏହାର ତଳ ଭାଗରେ ଏକ ଉନ୍ନତମାନର ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଇଟିପି) ସ୍ଥାପନ ହେବ। ଏହାଦ୍ୱାରା ଗଣ୍ଡନାଳ, ଖରସ୍ରୋତା ଜଳ ପ୍ରଦୂଷଣ ମୁକ୍ତ ହୋଇପାରିବ ବୋଲି ଦାବି ହୋଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟା ଷ୍ଟିଲ ଯେତେବେଳେ ପରିବେଶ ଅନୁମତି ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ସେତେବେଳେ ହଟ ଷ୍ଟ୍ରିପ ଅବା ରୋଲିଂ ମିଲ ସମ୍ପର୍କରେ ସ୍ଥାନିତ ହୋଇ ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମାଟିତଳେ ଏକ କିଲୋମିଟର ଲମ୍ବ ପର୍ଯ୍ୟନ୍ତ ରୋଲିଂ ନିର୍ମାଣ ହୋଇଛି। ଟାଟା ଷ୍ଟିଲ କାରଖାନା ସ୍ଥାପନ ହେବା ପୂର୍ବରୁ ଏହାର ଦକ୍ଷିଣରେ ଥିବା ବଡଶୁଣୀ ପାହାଡ଼ରୁ ଛୋଟ ଛୋଟ କେତେକ ଝରଣା ବାହାରୁଥିଲା । ତେବେ ଏହି ବୃହତ୍ତ କାରଖାନା ପ୍ରତିଷ୍ଠା ହେବା ପରେ ସେହି ଝରଣା ସବୁ ଶୁଖି ଯାଇଛି ।କିନ୍ତୁ ମାଟି ଭିତରେ ପାଣି ଝରି(ସିପେଜ) ହଟଷ୍ଟ୍ରିପ ଓ ପାୱାର ପ୍ଲାଣ୍ଟର କଣ୍ଟ୍ରୋଲ ରୁମ ପର୍ଯ୍ୟନ୍ତ ଭର୍ତ୍ତି ହୋଇ ଯାଉଛି । ଏହି ପାଣିକୁ ପମ୍ପ ଯୋଗେ ଉଠାଇ ବାହାରକୁ ଛଡା ଯାଉଛି। ପାହାଡରୁ ଝରିଥିବା ପାଣି କାରଖାନା ମଧ୍ୟରେ ସେତେଟା ବିଷାକ୍ତ ହୋଇ ନ ଥିଲେ ହେଁ ଖାରା(ଟିଡିଏସ) ଗୁଣ ଅଧିକ ଥିବା ଜଣାପଡିଛି । ତେବେ କାରଖାନାରେ ବ୍ୟବହୃତ ହେଉଥିବା ବିଭିନ୍ନ ରାସାୟନିକ ପଦାର୍ଥ ମାଟି ଉପରେ ପଡି ସେହି ବାଟଦେଇ ଏହି ପାଣି ଗଣ୍ଡନାଳାକୁ ବୋହୁଥିବାରୁ ତାହା ଅତି ବିଷାକ୍ତ ହୋଇଥିବା ପ୍ରମାଣିତ ହୋଇଛି। କେବଳ ଟାଟା ଷ୍ଟିଲ ନୁହେଁ ଉପରୋକ୍ତ ଅନ୍ୟ କମ୍ପାନୀଗୁଡିକର ବର୍ଜ୍ୟଜଳ ଗଣ୍ଡନାଳରେ ମିଶି ଖରସ୍ରୋତାକୁ ବୋହୁଛି। ଯାହାକି ପୂର୍ବରୁ ଜଳ ନମୁନା ପରୀକ୍ଷାରେ ତୀବ୍ର ବିଷାକ୍ତ ଦ୍ରବ୍ୟ ସାୟାନାଇଡ ଓ ଫେନୋଲିକ କମ୍ପାଉଣ୍ଡ (କୋଇଲାକ୍ତ ପଦାର୍ଥ) ରହିଥିବା ଜଣାପଡିଥିଲା । ଏନେଇ ଧରିତ୍ରୀରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ଜନ ଆନ୍ଦୋଳନ ହେବା ସହିତ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ସେହି ଜନସ୍ବାର୍ଥ ମାମଲାର ବିଚାର କରି ଗଣ୍ଡନାଳର ଜଳ ପ୍ରଦୂଷଣକୁ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ, ଶିଳ୍ପ, ଖଣି, ଜଳ ସମ୍ପଦ, ଜଙ୍ଗଲ ଓ ପରିବେଶ ସଚିବଙ୍କ ସମେତ ଏସପିସିବର ଅଧ୍ୟକ୍ଷ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଏବଂ ଝାରସୁଗୁଡା, ଯାଜପୁର, ତାଲଚେର ଓ କେନ୍ଦୁଝର ଜିଲାପାଳଙ୍କୁ ପକ୍ଷଭୁକ୍ତ କରିଥିଲା । ବ୍ରାହ୍ମଣୀ ଓ ଏହାର ଶାଖାନଦୀଗୁଡିକର ଜଳ ପ୍ରଦୂଷଣ ମୁକ୍ତ କରିବାକୁ ହାଇକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଥିଲେ । ଏହାପରେ ଏସପିସିବି ପକ୍ଷରୁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ତଟବର୍ତ୍ତି ୪ଟି ସ୍ଥାନରେ ଜଳ ବିଶୋଧନ ପ୍ଲାଣ୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାକୁ ନେଇ ଝାରସୁଗୁଡା ବିଧାୟକ ନବକିଶୋର ଦାସ ଗତ ୪।୫।୨୦୧୬ ତାରିଖରେ ବିଧାନସଭାରେ ବ୍ରାହ୍ମଣୀ ନଦୀରେ ଅନଲାଇନ ମନିଟରିଂ ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ଆବଶ୍ୟକୀୟ ଭିତ୍ତଭୂମିକୁ ଦୃଷ୍ଟିରେ ରଖି ବ୍ରାହ୍ମଣୀ ନଦୀ ଜଳ ପ୍ରଦୂଷଣକୁ ରୋକିବା ନିମନ୍ତେ ୪ଟି ଶିଳ୍ପସଂସ୍ଥାକୁ ନଦୀର ଅନଲାଇନ ମନିଟରିଂ ଉପକରଣ ସ୍ଥାପନ କରିବାକୁ ଅନୁରୋଧ କରାଯାଇଥିଲା । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରାଉରକେଲାର ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ, ମହାନଦୀ କୋଲଫିଲ୍ଡସ ଲିମିଟେଡ ତାଲଚେର, ଭୂଷଣ ଷ୍ଟିଲ ଲିମିଟେଡ ଢେଙ୍କାନାଳ ଓ ଟାଟା ଷ୍ଟିଲ କଳିଙ୍ଗନଗର ଖରସ୍ରୋତା ନଦୀ କୂଳରେ ଏହି ଉପକରଣ ବସାଇବେ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ବନ୍ୟା ପ୍ଲାବିତ ତଥା ଉପଯୁକ୍ତ ଭିତ୍ତିଭୂମି ଅଭାବରୁ ଏହା ଏଯାଏ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ଏସପିସିବି ଖରସ୍ରୋତାରେ ମିଶୁଥିବା ଗଣ୍ଡନାଳାକୁ ସୁରକ୍ଷା ଦେବାକୁ ଯାଇ ଏକ ସ୍ବତନ୍ତ୍ର ଡ୍ରେନେଜର ପରିକଳ୍ପନା କରିଛି । ଏ ସଂକ୍ରାନ୍ତରେ ଏସପିସିବିର ଆଞ୍ଚଳିକ ଅଧିକାରୀ ଡ. ଅନୂପ କୁମାର ମଲ୍ଲିକଙ୍କୁ ପଚାରିବାରୁ, କଳିଙ୍ଗନଗର ଡୁବୁରୀ ଅଞ୍ଚଳରୁ ମାର୍ଥାପୁର ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ଲମ୍ବ ସ୍ବତନ୍ତ୍ର ଡ୍ରେନେଜର ପରିକଳ୍ପନା କରାଯାଇଛି, ମାତ୍ର ଏ ପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ ଯୋଜନା ଓ ବ୍ୟୟଅଟକଳ ପ୍ରସ୍ତୁତ ହୋଇ ପାରି ନାହିଁ । ତେବେ ଯେତେଶୀଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେବ ସେ ଦିଗରେ ବିଭାଗ ଯନତ୍ବାନ ରହିଛି ବୋଲି ସେ କହିଛନ୍ତି ।
All Right Reserved By

ଉପକୂଳ ଓଡିଶା

ଶ୍ରୀଶ୍ରୀ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀର ଶ୍ରୀକ୍ଷେତ୍ର ଯାତ୍ରା

ଶ୍ରୀଶ୍ରୀ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀର ଶ୍ରୀକ୍ଷେତ୍ର ଯାତ୍ରା

ଆଳି, ୨୪।୯ (ଡି.ଏନ୍‌.ଏ.): ଆଳି ନୂଆବଜାରର ଶ୍ରୀ ଜଗନ୍ନାଥ କିର୍ତ୍ତନ ମଣ୍ଡଳୀ ପକ୍ଷରୁ ୩୦ତମ ବାର୍ଷିକ ଅଖଣ୍ଡ ନାମ ସଂକୀର୍ତ୍ତନ ପଦଯାତ୍ରା ସୋମବାର ଆରମ୍ଭ ହୋଇଛି। ପୂର୍ବାହ୍ନରେ ଏହି କିର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ଆଳିର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଲକ୍ଷ୍ମୀବରାହ ଜୀଉ ମନ୍ଦିରରେ ପୂଜାର୍ଚ୍ଚନା କରି ଶ୍ରିକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। 

ଅଗ୍ନିଶମ ସେବା କର୍ମଚାରୀଙ୍କ ଧର୍ମଘଟ: ଘର ଜଳିଗଲା, ସହଯୋଗ କଲେନି କର୍ମଚାରୀ

ଅଗ୍ନିଶମ ସେବା କର୍ମଚାରୀଙ୍କ ଧର୍ମଘଟ: ଘର ଜଳିଗଲା, ସହଯୋଗ କଲେନି କର୍ମଚାରୀ

କୃଷ୍ଣପ୍ରସାଦ,୨୩ା୯(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ ମାଲୁଦ ଅଗ୍ନିସେବା କେନ୍ଦ୍ର କର୍ମଚାରୀମାନେ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧର୍ମଘଟ ଆରମ୍ଭ କରିଛନ୍ତି। 

ଅଗ୍ନିଶମ କର୍ମଚାରୀଙ୍କ ଧାରଣା

ଯାଜପୁର ରୋଡ, ୨୪ା୯ (ନି.ପ୍ର.) -  ଯାଜପୁର ରୋଡ ଅଗ୍ନିଶମ କର୍ମଚାରୀଙ୍କର ଆନ୍ଦୋଳନ ସୋମବାରଠାରୁ ଆରମ୍ଭ ହୋଇଛି। ଅଗ୍ନିଶମ କର୍ମଚାରୀଙ୍କୁ ଓଡିଶା ପୋଲିସ୍‌ କର୍ମଚାରୀଙ୍କ ପରି ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ ଦରମା,  ଅବସର କରିଥିବା କର୍ମଚାରିଙ୍କୁ ତୁରନ୍ତ ପେନସନ ଓ ଅବସର କାଳୀନ ପ୍ରାପ୍ୟ ପ୍ରଦାନ ଆଦି ୬ଦଫା ଦାବିରେ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। 

କୋରେଇ ବ୍ଲକରେ ଜିଲାପାଳଙ୍କ ଜନଶୁଣାଣି

ଯାଜପୁର ରୋଡ,୨୪ା୯ (ନି.ପ୍ର.)-  ସୋମବାର ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ କୋରେଇ ବ୍ଲକରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା ।

ପୂର୍ବ ଶତ୍ରୁତାରୁ ବୋମାମାଡ଼, ବାପପୁଅ ଆହତ

ଓଡ଼ଗାଁ,୨୪।୯(ସ୍ବ.ପ୍ର.)- ଓଡ଼ଗାଁରେ ପୂର୍ବ ଶତ୍ରୁତା ନେଇ ସୋମବାର ବୋମାମାଡ଼ ହୋଇଥିବା ବେଳେ ଏଥିରେ ସତ୍ୟନାରାୟଣ ସେନାପତି (୫୨) ଓ ପୁଅ ସୌମ୍ୟରଞ୍ଜନ ସେନାପତି (୨୨) ଆହତ ହୋଇଛନ୍ତି ା ଅପରାହ୍ନ ପ୍ରାୟ ୨ଟା୧୦ରେ ଥାନା ଓ ବନାଞ୍ଚଳ ଅଫିସ ନିକଟସ୍ଥ ସରକାରୀ ଏମଇ ସ୍କୁଲ ସାମନାରେ ବାପପୁଅଙ୍କ ଉପରକୁ ଜଣେ ଦୁର୍ବୃତ୍ତ ବୋମା ମାଡ କରିଥିଲେ। 

ପାଇଖାନା ବିଲ୍‌ ଦାବିରେ ବ୍ଲକ ଆଗରେ ଏସ୍‌ଏଚଜିର ଧାରଣା

ରଣପୁର,୨୪।୯ (ସ୍ବ.ପ୍ର.)- ପାଇଖାନା ବିଲ୍‌ ପ୍ରଦାନ ଦାବିରେ ସୋମବାର ରଣପୁର ବ୍ଲକର ୧୦ରୁ ଊର୍ଦ୍ଧ୍ୱ ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚଜି)ର ଶତାଧିକ ମହିଳାପୁରୁଷ ବ୍ଲକ ଅଫିସ ଆଗରେ ଧାରଣା ଦେଇଥିଲେ । 

ବିଦ୍ୟୁତ୍‌ ବିଭାଗ ଠିକା କର୍ମଚାରୀଙ୍କ ଧାରଣା

ବିଦ୍ୟୁତ୍‌ ବିଭାଗ ଠିକା କର୍ମଚାରୀଙ୍କ ଧାରଣା

ମାର୍ଶାଘାଇ,୨୪ା୯(ଡି.ଏନ.ଏ.)- ମାର୍ଶାଘାଇ ବିଦ୍ୟୁତ୍‌ ଡିଭିଜନ ଅଧୀନ ୬ଟି ଷ୍ଟ୍ରକ୍‌ଚରରେ ଠିକାରେ କାମ କରୁଥିବା ୪୨ଜଣ କର୍ମଚାରୀ ସୋମବାର ବିଭିନ୍ନ ଦାବି ନେଇ ଡିଭିଜନ ଅଫିସ ଆଗରେ ଧାରଣା ଦେଇଛନ୍ତି। 

ଦମକଳ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦମକଳ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ମାର୍ଶାଘାଇ,୨୪ା୯(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ମର୍ଶାଘାଇ ବ୍ଲକର ଦମକଳ କେନ୍ଦ୍ର କର୍ମଚାରୀମାନେ ବିଭିନ୍ନ ଦାବି ନେଇ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନେ କେନ୍ଦ୍ର ସମ୍ମୁଖରେ ଧାରଣା ଦେବା ସହ ଦାବି ସମ୍ପର୍କରେ ନାରାବାଜି ଦେଇଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ବ୍ୟାସନଗର ପୌର ପରିଷଦ ବୈଠକ ବାତିଲ

ଯାଜପୁର ରୋଡ,୨୪।୯(ନି.ପ୍ର.)- କୋରମ ଅଭାବରୁ ବ୍ୟାସନଗର ପୌର ପରିଷଦ ବୈଠକ ସୋମବାର ବାତିଲ ହୋଇଯାଇଛି। ପୌରାଧ୍ୟକ୍ଷା ସବିତା ରାଉତଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲେ ହେଁ ୨୬ଜଣଙ୍କ ମଧ୍ୟରୁ ମାତ୍ର ୬ଜଣ କାଉନସିଲର ଉପସ୍ଥିତ ଥିବାରୁ ବୈଠକ ବାତିଲ କରାଗଲା ବୋଲି ଘୋଷଣା କରାଯାଇଥିଲା। 

ରାସ୍ତା ମରାମତି ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର

ରାସ୍ତା ମରାମତି ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର

ଯାଜପୁର ରୋଡ,୨୪ା୯(ନି.ପ୍ର.)- ଯାଜପୁର ରୋଡ-ଡୁବୁରୀ ମୁଖ୍ୟ ରାସ୍ତାର ଚୋରଦା ଓ ଧବଳଗିରି ରାସ୍ତା ମରାମତି ଦାବିରେ ବ୍ୟାସନଗର ଯାଜପୁର ରୋଡ ସିଭିଲ ସୋସାଇଟି ପକ୍ଷରୁ ସୋମବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

କଳାବ୍ୟାଚ ପିନ୍ଧି ପରୀକ୍ଷା ପରିଚାଳନା କଲେ ଶିକ୍ଷକ

କଳାବ୍ୟାଚ ପିନ୍ଧି ପରୀକ୍ଷା ପରିଚାଳନା କଲେ ଶିକ୍ଷକ

ଆଳି, ୨୪।୯(ଡି.ଏନ.ଏ.)-ରାଜ୍ୟ ସରକାର ନାର୍ଯ୍ୟଦାବି ପୂରଣ କରିନଥିବାରୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଗୁଡିକର ଶିକ୍ଷକମାନେ କଳାବ୍ୟାଚ ପିନ୍ଧି ପରୀକ୍ଷା ପରିଚାଳନା କରୁଛନ୍ତି।

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ  ୭ବର୍ଷ ସଶ୍ରମ କାରାଦଣ୍ଡ

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼ ଅଫିସ,୨୪ା୯-ବନ ବିଭାଗର ଚେକ୍‌ଗେଟ୍‌ ଭାଙ୍ଗିବା ଓ ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାର ଶୁଣାଣି କରି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଲୋକନାଥ ସାହୁ ୨ଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି।