Dharitri News
ଉପକୂଳ ଓଡିଶା

ଘରୋଇ କ୍ଲିନିକ୍‌ରେ ଅଗ୍ନିଶମ ବିଭାଗର ଚଢାଉ

ଘରୋଇ କ୍ଲିନିକ୍‌ରେ ଅଗ୍ନିଶମ ବିଭାଗର ଚଢାଉ ନୟାଗଡ ଅଫିସ,୨୨।୧୨(ଡି.ଏନ.ଏ.)-ନୟାଗଡ ସହରର ବିଭିନ୍ନ ଘରୋଇ କ୍ଲିନିକ୍‌ରେ ପୋଲିସ ମହା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଅଗ୍ନିଶମ ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଥିଲା। ପ୍ରଥମେ ନୟାଗଡ ରାଜାବଗିଚାସ୍ଥିତ ରଶ୍ମି ହସ୍‌ପିଟାଲ ଓ ପରେ ପ୍ରମିଳା ହସ୍‌ପିଟାଲ୍‌ , ମାତୃଶକ୍ତି ଆଦି କ୍ଲିନିକ୍‌ରେ ଚଢାଉ କରାଯାଇଥିଲା। ଅଗ୍ନିଶମ ବିଭାଗର ଅଧିକାରୀମାନେ ଉକ୍ତ କ୍ଲିନିକ୍‌ ମାନଙ୍କରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଠିକ୍‌ ଭାବେ କାର୍ଯ୍ୟ କରୁଛି କି ନାହିଁ ଯାଞ୍ଚ କରିବା ସହ କାଗଜପତ୍ର ଯାଞ୍ଚ କରିଥିଲେ।

ଉପକୂଳ ଓଡିଶା

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଯାଜପୁରରୋଡ,୨୩।୧(ନି.ପ୍ର.)- ଯାଜପୁର ସଦରଥାନା ଅନ୍ତର୍ଗତ ମୋଲପଡା ପଞ୍ଚାୟତର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ସୋମବାର ଯାଜପୁର ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ସଦରଥାନା ପୋଲିସ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରିଛି।

ବେଆଇନ ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା

ବେଆଇନ ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା

ମହାକାଳପଡା,୨୩।୧(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକର ଖରିନାସୀ ପଞ୍ଚାୟତର ଖରିନାସୀ ଗ୍ରାମରେ ବେଆଇନ ମଦ ବିକ୍ରିକୁ ବିରୋଧ କରି ମଙ୍ଗଳବାର ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏଥିନିମନ୍ତେ ଉକ୍ତ ଗ୍ରାମରେ ଥିବା ନାଗମାତା ଆଞ୍ଚଳିକ ମହିଳା ମଞ୍ଚ ପକ୍ଷରୁ ୨୧ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀର ୧୦୦ରୁ ଊର୍ଦ୍ଧ୍ୱ ମହିଳା ଏକତ୍ରୀତ ହୋଇଥିଲେ। ମହିଳାମାନେ ଗ୍ରାମରେ ଥିବା ୫ଟି ବେଆଇନ ମଦ ବେପାରୀଙ୍କ ଘର ସହ ୨ଟି ଜୁଆଡିଙ୍କ ଘରକୁ ଯାଇ ମଦ, ଗଞ୍ଜେଇ ବେଆଇନ୍‌ ବିକ୍ରି ଓ , ଜୁଆ ଖେଳକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି।

ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧି ସୁରେଶ ଆହତ

ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧି ସୁରେଶ ଆହତ

ନୟାଗଡ ଅଫିସ,୨୩।୧: ନୟାଗଡ ଜିଲା ବାରମାସୀ ଦଣ୍ଡା ନିକଟରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ସେ ହେଉଛନ୍ତି ଦଶପଲ୍ଲା ଥାନା ପୋଇବାଡି ଗ୍ରାମର ସୁରେଶ ରାଉତ। ପୋଲିସ ତାଙ୍କଠାରୁ ଗୋଟିଏ ମାଉଜର ଓ ବାଇକ୍‌ ଜବତ କରିଛି।

ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ଗଣିଆ,୨୨।୧(ଡି.ଏନ.ଏ.)- ଗଣିଆ ତହସିଲ ଅନ୍ତର୍ଗତ ଛାମୁଣ୍ଡିଆ ରାଜସ୍ବ ସର୍କଲର ଈଶ୍ୱରପୁର ଗ୍ରାମରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୨ ପରିବାରର ୨ ବଖରା ଜଳିଯାଇଛି। ଏଥିରେ ଗ୍ରାମର ଶରତ ଦଳେଇ, ନିରତ ଦଳେଇଙ୍କ ୧ ବଖରା ଲେଖାଏ ପୋଡିଯାଇଛି।

ଡମ୍ପର ଧକ୍କାରେ ବାଳକଙ୍କ ମୃତ୍ୟୁ

ଡମ୍ପର ଧକ୍କାରେ ବାଳକଙ୍କ ମୃତ୍ୟୁ

କଳିଙ୍ଗନଗର,୨୨।୧(ସ୍ବ.ପ୍ର.)- ଯାଜପୁର ଜିଲା କଳିଙ୍ଗନଗର ଥାନା ରାଇଟିକରଠାରେ ସୋମବାର ଏକ ଦୁର୍ଘଟଣା ଘଟି ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ଢୋଲପଥର ଗ୍ରାମର ସୁରେଶ ଓଝାଙ୍କ ପୁଅ କୃପାସିନ୍ଧୁ (୧୩)।

ଭାଜପା ସମର୍ଥିତ ମହିଳାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ଭାଜପା ସମର୍ଥିତ ମହିଳାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ରଣପୁର,୨୨।୧(ସ୍ବ.ପ୍ର.)- ରଣପୁର ଥାନା କାଣ୍ଡପଡା ପଞ୍ଚାୟତର କରଡାପଲ୍ଲୀ ଗ୍ରାମରେ ଜଣେ ଭାଜପା ସମର୍ଥିତ ମହିଳାଙ୍କୁ ସେହି ଗ୍ରାମର ବିଜେଡି କର୍ମୀ ରବିବାର ରାତିରେ ଆକ୍ରମଣ କରିଛନ୍ତି। ଆହତ ଅବସ୍ଥାରେ ମହିଳାଙ୍କୁ ରଣପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

୫୦ ବସ୍ତା ଧାନ ଜଳିଗଲା

୫୦ ବସ୍ତା ଧାନ ଜଳିଗଲା

ମହାକାଳପଡା, ୨୨।୧(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ବଳିପାଳ ପଞ୍ଚାୟତ ବଳିପାଳ ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟି ୫୦ ବସ୍ତା ଅମଳ ଧାନ ଜଳି ଯାଇଛି। ଏଥିରେ ଗ୍ରାମର ୩ ପରିବାର ନିରଞ୍ଜନ ସେଠୀ, କ୍ଷୀରୋଦ ସେଠୀ ଓ ଅକ୍ଷୟ ସେଠୀ କ୍ଷତିଗ୍ରସ୍ତ ହୋଇଛନ୍ତି।

ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଯାଜପୁର ଅଫିସ,୨୨।୧: ଯାଜପୁର ଜିଲା ସଦର ବ୍ଲକ ବୁଢ଼ାଘାଟ ନିକଟରୁ ସୋମବାର ସକାଳେ ପୋଲିସ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ସନ୍ଦେହ କରାଯାଉଛି।

ଖଣି ଅଞ୍ଚଳରୁ ମହିଳାଙ୍କୁ ରାଜ୍ୟ ବାହାରକୁ ଚାଲାଣ ଅଭିଯୋଗ

କାଳିଆପାଣି,୨୨।୧(ଡି.ଏନ୍‌.ଏ) ଯାଜପୁର ଜିଲା କ୍ରୋମାଇଟ ଖଣି ଅଞ୍ଚଳକୁ ରତ୍ନଗର୍ଭା ବୋଲି କୁହାଯାଉଥିବାବେଳେ ଏହି ଅଞ୍ଚଳରୁ ମହିଳାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ପରିବାର ଲୋକଙ୍କ ଅନୁପସ୍ଥତିରେ ଜଣେ ବିବାହିତା ମହିଳାଙ୍କୁ ଅନ୍ୟଜଣେ ସମ୍ପର୍କିୟା ମହିଳା ଦଲାଲଙ୍କ ମାଧ୍ୟମରେ ଶୁକ୍ରବାର ବାହାର ରାଜ୍ୟକୁ କାମ କରିବାକୁ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ସୁକିନ୍ଦା ବ୍ଲକର ରାଁସୋଳ ଗ୍ରାମରେ ରାଜାରାମ ମହାନ୍ତ ସ୍ତ୍ରୀ ମାମିନାଙ୍କ ସହ ବାସ କରନ୍ତି। ଶୁକ୍ରବାର ମଧ୍ୟାହ୍ନରେ ସେ ୪ବର୍ଷର ପୁଅକୁ ନେଇ ଟାଟା କାରଖାନାସ୍ଥିତ ବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କରୁ ଫେରି ସ୍ତ୍ରୀ ମାମିନା ଘରେ ନ ଥିବା ରାଜାରାମ ଜାଣିବାକୁ ପାଇଥିଲେ। ଏନେଇ ସେ ପଡ଼ୋଶୀଙ୍କୁ ପଚାରିବାରେ ସେମାନେ ମାମିନା କୁଆଡ଼େ ଯାଇଥିବା ସମ୍ପର୍କରେ ଜାଣି ନ ଥିବା କହିଥିଲେ।

ତତ୍‌କ୍ଷଣାତ କ୍ଷତିପୂରଣ ପ୍ରଦାନ କରିବାକୁ ପରାମର୍ଶ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୨୨।୧ ବ୍ୟବସାୟକୁ ଗୁରୁତ୍ୱ ଦେଇ କଳିଙ୍ଗନଗରରେ ଗଢି ଉଠିଥିବା ଟାଟା ଷ୍ଟିଲ କାରଖାନା କର୍ତ୍ତୃପକ୍ଷ ମାନବିକତାକୁ ଭୁଲି ଯାଇଛନ୍ତି। ଜଣେ କର୍ତ୍ତବ୍ୟରତ ଜବାନ ଓ ତାଙ୍କ ପରିବାରବର୍ଗଙ୍କ ଆଖିରେ ଲୁହ ଦେଇ ଜିଲା ପ୍ରଶାସନକୁ ନ ଜଣାଇ ଜୋର ଜବରଦସ୍ତ ବିସ୍ଥାପନ କରିବା ଘଟଣା ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଦୁର୍ବଳତାର ସୁଯୋଗ ନେଇ ଆଦିବାସୀ ଯବାନଙ୍କ ଘର ଭାଙ୍ଗିବା ସହ ତାଙ୍କ ପନତ୍ୀଙ୍କୁ ଅଶାଳୀନ ବ୍ୟବହାର କରି ମାଡ଼ ମାରିବା ଘଟଣାର ଅଭିଯୋଗ ହୋଇଥିଲେ ହେଁ ଅନୁସୂଚିତ ଜନଜାତି ଓ ଜାତି ନିର୍ଯାତନା ନିରାକରଣ ଆଇନରେ କୌଣସି ମାମଲା ଏଯାଏ ରୁଜୁ ହୋଇନାହିଁ ।

ବିପଦରେ ବୌଦ୍ଧପୀଠ ଉଦୟଗିରି

ବିପଦରେ ବୌଦ୍ଧପୀଠ ଉଦୟଗିରି

ଚଣ୍ଡିଖୋଲ,୨୨।୧(ଡି.ଏନ୍‌.ଏ.) ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଜାତୀୟସ୍ତରରେ ଏକ କୀର୍ତ୍ତିରାଜୀ ଭାବେ ପରିଗଣିତ ହୋଇଥିବାବେଳେ ଏଠାରେ ୩ଥର ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇସାରିଲାଣି। ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ କରିବା ପାଇଁ ଉଦ୍ୟମ ଚାଲିଥିବାବେଳେ ସ୍ଥାନୀୟ ପ୍ରଶାସନ ଓ ପଥର ମାଫିଆଙ୍କ ଯୋଗୁ ଏହି ବୌଦ୍ଧପୀଠ ପାହାଡ଼ର ପାଚେରି କଡ଼ରୁ ବେଆଇନ ଖନନ କରାଯାଇ ଚାଲାଣ କରାଯାଉଅଛି। ଫଳରେ ଖୁବ୍‌ଶୀଘ୍ର ଏହି ପାଚେରି ଭୁଶୁଡ଼ି ପଡ଼ିବ ବୋଲି ସମ୍ଭାବନା ରହିଛି।

ଦଳ ଭିତରେ ଚାଲିଛି ଛାୟାଯୁଦ୍ଧ

ଦଳ ଭିତରେ ଚାଲିଛି ଛାୟାଯୁଦ୍ଧ

ଯାଜପୁର ଅଫିସ,୨୨।୧ ଯାଜପୁର ଜିଲାରେ ଏବେ କୌଣସି ରାଜନୈତିକ ଉଷ୍ମତା ନ ଥିଲେ ହେଁ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ନିର୍ବାଚନକୁ ନେଇ ଚର୍ଚ୍ଚା ଥମୁନି। ଅନ୍ୟସ୍ଥାନର ଫଳାଫଳ ସହିତ ନିଜ ନିର୍ବାଚନ ମଣ୍ଡଳୀକୁ ଯୋଡି ରାଜନୈତିକ ବିଶ୍ଲେଷକମାନେ ବିଭିନ୍ନ ମତପୋଷଣ କରି ଚାଲିଛନ୍ତି। ଏହି କ୍ରମରେ ଜିଲାର ଗୋଟିଏ ସ୍ବତନ୍ତ୍ର ବ୍ଲକକୁ ନେଇ ଗଠିତ ବଡ଼ଚଣା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏହି ନିର୍ବାଚନ ମଣ୍ଡଳୀରେ ଗତ ୩୫ବର୍ଷ ମଧ୍ୟରେ କଂଗ୍ରେସ ୧୫ବର୍ଷ ଏବଂ ବିଜେଡି ଓ ଏନ୍‌ସିପି ମିଳିତ ଭାବେ ୨୦ବର୍ଷ ସଫଳତା ପାଇଛନ୍ତି । ତେବେ ୨୦୧୪ ନିର୍ବାଚନ ପରେ ଏବେ ବିଜେଡି ସାମ୍ନାରେ ଏକ ନୂଆ ବିକଳ୍ପ ଭାବେ କଂଗ୍ରେସ ଲେଉଟୁ ଥିବାବେଳେ ଭାଜପା ଛିଡ଼ା ହେବାକୁ ଉଦ୍ୟମ କରୁଛି। ହେଲେ କଂଗ୍ରେସ ଓ ଭାଜପା ଦଳ ଭିତରେ କର୍ମୀଙ୍କ ଅପେକ୍ଷା ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଏବେଠୁ ଛାୟାଯୁଦ୍ଧ ଦେଖା ଦେଉଛି। ବିଭିନ୍ନ ସାମଗ୍ରୀ ସହ ଗ୍ୟାସ, ଡିଜେଲ ଓ ପେଟ୍ରୋଲର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ କେନ୍ଦ୍ରରେ ଶାସିତ ଭାଜପାର ହାୱା କ୍ରମଶଃ ହ୍ରାସ ପାଉଥିବା ପରିଲ୍ଲକ୍ଷିତ ହୋଇଛି। କଳାଧନ ଫେରାଇ ଆଣିବାରେ ବିଫଳ ଭାଜପାର ଦମ୍ଭ ଆଉ ପୂର୍ବବତ ଦେଖିବାକୁ ମିଳୁ ନାହିଁ। ଅନ୍ୟପକ୍ଷେ ବିଜେଡି ନିର୍ବିକାର ଭାବେ ଜଣେ ନେତାଙ୍କୁ ନେଇ ବିବିଧ ରଣନୀତି ଆପଣାଇ ଚାଲିଛି।