ଉପକୂଳ ଓଡିଶା

କଳିଙ୍ଗନଗର ମହୋତ୍ସବକୁ ନେଇ କଂଗ୍ରେସ ଦୁଇଫାଳ

କଳିଙ୍ଗନଗର ମହୋତ୍ସବକୁ ନେଇ କଂଗ୍ରେସ ଦୁଇଫାଳ
ଯାଜପୁର ଅଫିସ/ସୁକିନ୍ଦା (ଡି.ଏନ.ଏ.),୨୧।୧୨ ଯାଜପୁର ଜିଲା ସୁକିନ୍ଦା ରାଜନୀତିରେ ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ଏବେ କଳିଙ୍ଗନଗର ମହୋତ୍ସବକୁ ବିରୋଧ କରି ପୁଣି ଚଳଚଞ୍ଚଳ ହେବାକୁ ଉଦ୍ୟମ କରୁଛି। ତେବେ ଏହାକୁ ନେଇ କଂଗ୍ରେସର ଭିତିରି କଳି ପଦାରେ ପଡିଛି। ଶୁକ୍ରବାର କଳିଙ୍ଗନଗର ମହୋସତ୍ବର ଉଦଘାଟନ ଦିବସକୁ ବିରୋଧ କରି ସ୍ଥାନୀୟ ବେକାର ଯୁବକଙ୍କୁ ନେଇ ଏକ ରାଲି କରିବାକୁ କଂଗ୍ରେସର ବରିଷ୍ଠ ନେତା ଶରତ ଚନ୍ଦ୍ର ରାଉତ ଯୋଜନା କରିଛନ୍ତି। ତେବେ କଂଗ୍ରେସ ନେତା ରାଉତଙ୍କ ଏହି ପଦକ୍ଷେପକୁ ସୁକିନ୍ଦା ଯୁବ କଂଗ୍ରେସ ନିନ୍ଦା କରିଛି। ଏଥିପାଇଁ ପୂର୍ବରୁ ଏକ ଖବରଦାତା ସମ୍ମିଳନୀ କରିଥିବାବେଳେ ଏବେ ଜିଲାରେ ଏକ ବିବାଦୀୟ ପ୍ରଚାରପତ୍ର ବୁଲୁଥିବା ଦେଖିବାକୁ ମିଳିଛି। ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି କଂଗ୍ରେସ କ୍ଷମତା ବାହାରେ ରହିଛି । ଏହି ନିର୍ବାଚନ ମଣ୍ଡଳୀରେ ପ୍ରଫୁଲ୍ଲ ଘଡ଼େଇ ଏବଂ ତାଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କର ଅଦ୍ୟାବଧି ପତିଆରା ରହିଛି। ତଥାପି କଂଗ୍ରେସ ଏଠାରେ ସଂଗଠନ ଦୃଷ୍ଟିରୁ ଶକ୍ତିଶାଳୀ ରହିଛି। କାରଣ ପ୍ରତ୍ୟେକ ନିର୍ବାଚନରେ ମାତ୍ର ୨ରୁ ୪ହଜାର ଭୋଟରେ କଂଗ୍ରେସ ପରାଜୟ ବରଣ କରୁଛି । ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥି ଶରତ ରାଉତ ଖୁବ କମ ସମୟ କ୍ଷେତ୍ରକୁ ଆସୁଥିବାରୁ ଏହାର ଶ୍ରେୟ ସମ୍ପୂର୍ଣ୍ଣ ଭାବେ କର୍ମୀଙ୍କୁ ଯାଉଛି। ଏବେ କଂଗ୍ରେସ ଦୁଇଫାଳ ଅବସ୍ଥାକୁ ଆସିଛି । ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ କଳିଙ୍ଗନଗର ମହୋତ୍ସବର ଆୟୋଜନ କରୁଛନ୍ତି । ଏହାକୁ କଂଗ୍ରେସ ନେତା ରାଉତ ବିରୋଧ କରି ଏକ ରାଲି କରିବାର ଯୋଜନା କରିଛନ୍ତି। ଯୁବ କଂଗ୍ରେସକୁ ନ ଜଣାଇ ଶରତ ରାଲି ଆୟୋଜନ କରିଥିବାରୁ ସୁକିନ୍ଦା ଯୁବ କଂଗ୍ରେସ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ଯୁବ କଂଗ୍ରେସ ସଭାପତି ଚନ୍ଦନ ମହାପାତ୍ର ପୂର୍ବରୁ ଏକ ଖବରଦାତା ସମ୍ମିଳନୀ କରି ସୁକିନ୍ଦା କଂଗ୍ରେସ କର୍ମୀ ଏବଂ ଜନତାଙ୍କୁ ରାଉତ ଭୁଆଁ ବୁଲାଉଛନ୍ତି ବୋଲି କହିଥିଲେ। ଯୁବ କଂଗ୍ରେସକୁ ନ ଜଣାଇ ବେକାର ଯୁବକଙ୍କୁ ନେଇ ରାଲିର ଆୟୋଜନ କରିବା ତାଙ୍କର କେଉଁ ପ୍ରକାର ରାଜନୀତି ବୋଲି ମହାପାତ୍ର ପ୍ରଶ୍ନ କରିଥିଲେ। ତେବେ ଏହି ଘଟଣାର ସପ୍ତାହେ ନ ପୁରୁଣୁ ସୁକିନ୍ଦା ଅଞ୍ଚଳରେ ସ୍ବଭିମାନୀ କଂଗ୍ରେସ ମଞ୍ଚ ନାମରେ ଏକ ପ୍ରଚାର ପତ୍ର ବଣ୍ଟା ହେଉଥିବା ଦେଖିବାକୁ ମିଳିଛି । ପ୍ରଚାର ପତ୍ରରେ କଂଗ୍ରେସ ନେତା ରାଉତ ନିର୍ବାଚନ ପରେ ୩ବର୍ଷ ୬ମାସ ଧରି କେଉଁଠି ଥିଲେ ବୋଲି ପ୍ରଶ୍ନ କରାଯାଇଛି। ପୁନଃଶ୍ଚ ସେ ନିର୍ବାଚନ ଆୟୋଗଙ୍କୁ ଜଣାଇଥିବା ସମ୍ପତ୍ତିର ପରିମାଣ ୨୦୦୪ରେ ୩୦ ଲକ୍ଷ ଥିବା ବେଳେ ୨୦୧୪ରେ ୧.୫୦ କୋଟି କେମିତି ହେଲା ବୋଲି ପ୍ରଶ୍ନ କରାଯାଇଛି। ୨୦୧୨ରେ ଅନୁଷ୍ଠିତ ହୋଇଥିବା ବେକାର ଯୁବକଙ୍କ ରାଲି ପରେ ଟାଟାରେ ନିଜ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେଇ ରାଉତ ଆନ୍ଦୋଳନକୁ ଦବାଇ ଦେଇଥିଲେ ବୋଲି ପ୍ରଚାରପତ୍ରରେ ସୁକିନ୍ଦା ସ୍ବାଭିମାନୀ କଂଗ୍ରେସ ଉଲ୍ଲେଖ କରିଛି । ଫଳରେ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏ ସଂକ୍ରାନ୍ତରେ କଂଗ୍ରେସର ବରିଷ୍ଠ ନେତା ରାଉତଙ୍କୁ ପଚାରିବାରୁ, କଳିଙ୍ଗନଗର ଶିଳ୍ପାଞ୍ଚଳରେ ବେକାରୀ ସମସ୍ୟା ଉକତ୍ଟ ହୋଇଛି । ନିଯୁକ୍ତି ଆଶାରେ ସ୍ଥାନୀୟ ଯୁବତୀଯୁବକ ବିଭିନ୍ନ ବୈଷୟିକ ଶିକ୍ଷା ଗ୍ରହଣ କରି ବେକାର ହୋଇ ବସିଛନ୍ତି। ବିସ୍ଥାପିତଙ୍କ ଥଇଥାନ ଦିଗରେ ଅବହେଳା କରାଯାଉଛି ବୋଲି କହିବା ସହିତ ଏଭଳି ସ୍ଥିତିରେ କଳିଙ୍ଗନଗର ମହୋସତ୍ବର ଆୟୋଜନ କରିବା କେତେ ଯୁକ୍ତିଯୁକ୍ତ ବୋଲି ରାଉତ ପ୍ରଶ୍ନ କରିଛନ୍ତି। ମହୋସତ୍ବକୁ ବିରୋଧ ନ କରି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଦାବିରେ ରାଲିର ଆୟୋଜନ ହେଉଛି ବୋଲି ରାଉତ କହିଛନ୍ତି।
All Right Reserved By

ଉପକୂଳ ଓଡିଶା

ପ୍ଲାଷ୍ଟିକମୁକ୍ତ ଅଭିଯାନରେ କୁରୁଜଙ୍ଗା ପଞ୍ଚାୟତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସାମିଲ

ପ୍ଲାଷ୍ଟିକମୁକ୍ତ ଅଭିଯାନରେ କୁରୁଜଙ୍ଗା ପଞ୍ଚାୟତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସାମିଲ

ଡେରାବିଶ, ୨୬।୯ (ସ୍ବ.ପ୍ର.)-ଧରିତ୍ରୀ ଓ ଓଡ଼ିଶାପୋଷ୍ଟ ତରଫରୁ ଆୟୋଜିତ ପ୍ଲାଷ୍ଟିକମୁକ୍ତ ଓଡ଼ିଶା ଅଭିଯାନରେ ଡେରାବିଶ ବ୍ଲକ କୁରୁଜଙ୍ଗାସ୍ଥିତ ପଞ୍ଚାୟତ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକମାନେ ସାମିଲ ହୋଇଛନ୍ତି।

ମନପୁରମ୍‌ ଗୋଲ୍ଡ ଲୋନ୍‌ ଅଣବ୍ୟାକିଂ ଆର୍ଥିକ ସଂସ୍ଥାରେ ନିଆଁ

ମନପୁରମ୍‌ ଗୋଲ୍ଡ ଲୋନ୍‌ ଅଣବ୍ୟାକିଂ ଆର୍ଥିକ ସଂସ୍ଥାରେ ନିଆଁ

ଯାଜପୁର ରେଡ୍‌, ୨୬।୯ (ନି.ପ୍ର.)-ଯାଜପୁର ରୋଡ୍‌ର ଯୋରନ୍ଦାଠାରେ ଥିବା ମନପୁରମ୍‌ ଗୋଲ୍ଡ ଲୋନ୍‌ ଅଣବ୍ୟାକିଂ ଆର୍ଥିକ ସଂସ୍ଥାରେ ବୁଧବାର ପୂର୍ବାହ୍ନରେ ବିଦ୍ୟୁତ୍‌ ସର୍ଟଶର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା।

ଖୁସି ପ୍ରଶିକ୍ଷଣ ଶିବିର

ଖୁସି ପ୍ରଶିକ୍ଷଣ ଶିବିର

ଡେରାବିଶ, ୨୬।୯ (ସ୍ବ.ପ୍ର.)- ଡେରାବିଶ ବ୍ଲକ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୁଧବାର ଖୁସି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। 

ଯୁବକଙ୍କ ମାଡ଼ରେ ବୃଦ୍ଧ ମୃତ

ଯୁବକଙ୍କ ମାଡ଼ରେ ବୃଦ୍ଧ ମୃତ

ନିରାକାରପୁର, ୨୬।୯ (ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ବଡ଼ପୋଖରିଆ ପଞ୍ଚାୟତ ଅଧୀନ ପଶ୍ଚିମସାହିର ଜଣେ ବୃଦ୍ଧଙ୍କୁ ସ୍ଥାନୀୟ ଜଣେ ଯୁବକ ପିଟି ପିଟି ମାରିଦେଇଥିବା ଜଣାପଡିଛି। ମୃତକ ଜଣକ ହେଲେ କେଦାରନାଥ ଜେନା(୭୦)। 

କ୍ଷେତ୍ରବାସୀ ମହାବିଦ୍ୟାଳୟ: ଫାଟକରେ ତାଲା ପକାଇ ଛାତ୍ରୀଛାତ୍ରଙ୍କ ଧାରଣା

କ୍ଷେତ୍ରବାସୀ ମହାବିଦ୍ୟାଳୟ: ଫାଟକରେ ତାଲା ପକାଇ ଛାତ୍ରୀଛାତ୍ରଙ୍କ ଧାରଣା

ନିରାକାରପୁର, ୨୬।୯ (ଡି.ଏନ୍‌.ଏ.)- ନିରାକାରପୁରସ୍ଥିତ ଗ୍ରାମୀଣ ବିଜ୍ଞାନ ମହାବଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ରୀଛାତ୍ରମାନେ ବୁଧବାର ଧାରଣାରେ ବସିଛନ୍ତି। 

ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ନିଶ୍ଚିନ୍ତକୋଇଲି, ୨୬।୯ (ସ୍ବ.ପ୍ର.)- ହାଇକୋର୍ଟ ଆଇନଜୀବୀଙ୍କୁ ଆଶାଳୀନ ବ୍ୟବହାର ଓ ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କୁ ଗିରଫ ଦାବିରେ ସାଲେପୁର ବାର୍‌ ଆସୋସିଏଶନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି।

କୃଷି ଋଣ ଛାଡ଼ ପାଇଁ ଭାଜପାର ଧାରଣା

କୃଷି ଋଣ ଛାଡ଼ ପାଇଁ ଭାଜପାର ଧାରଣା

ଆଳି, ୨୬।୯ (ଡି.ଏନ୍‌.ଏ.)-ଆଳି ବ୍ଲକ ଭାଜପା ପକ୍ଷରୁ ବୁଧବାର ଆଳି ବଡବଜାରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା ଦିଆଯାଇଛି। 

ଉତ୍କଳ  ସଂସ୍କୃତ ଶିକ୍ଷକ  ମହାସଂଘର ବାର୍ଷିକୋତ୍ସବ

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ବାର୍ଷିକୋତ୍ସବ

ପଟ୍ଟାମୁଣ୍ଡାଇ, ୨୬।୯ (ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ମଦନପୁର ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲା ଉତ୍କଳ  ସଂସ୍କୃତ ଶିକ୍ଷକ  ମହାସଂଘର ଦଶମ  ବାର୍ଷିକ  ଉତ୍ସବ ବୁଧପବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। 

ଅନ୍‌ଲାଇନ୍‌ରେ ବାରୋର କାଇଁଚ ହସ୍ତଶିଳ୍ପ

ଅନ୍‌ଲାଇନ୍‌ରେ ବାରୋର କାଇଁଚ ହସ୍ତଶିଳ୍ପ

କେନ୍ଦ୍ରାପଡ଼ା ଅଫିସ, ୨୬।୯-କେନ୍ଦ୍ରାପଡ଼ା ଜିଲାର ଧାନ କ୍ଷେତରେ ଅଯତ୍ନ ଭାବେ ବଢ଼ୁଥିବା କାଇଁଚ ଏବେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପହଞ୍ଚୁଛି। କେନ୍ଦ୍ରାପଡ଼ା ବ୍ଲକ ବାରୋ ଗ୍ରାମର ଶ୍ରୀବଳଦେବଜୀଉ ସିଦ୍ଧ ମହାପୁରୁଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ତିଆରି କାଇଁଛ ହସ୍ତଶିଳ୍ପ ଏବେ ଆମାଜନ ଓ ଫ୍ଲିପ୍‌କାର୍ଟ ସପିଂ ସାଇଟ୍‌ରେ ଉପଲବ୍ଧ ହେଉଛି। ଦେଶ ବିଦେଶରେ ଏହାର ଆଦର ବି ବଢ଼ୁଛି।

ସିଦ୍ଧପୁରୁଷ ବାଲାବାବାଙ୍କ ଜନ୍ମ ଉତ୍ସବ

ସିଦ୍ଧପୁରୁଷ ବାଲାବାବାଙ୍କ ଜନ୍ମ ଉତ୍ସବ

କେନ୍ଦ୍ରାପଡ଼ା ଅଫିସ, ୨୬।୯-ସହରର ଗଣାମାହାଲସ୍ଥିତ ବାଲାବାବା ମନ୍ଦିର ପରିସରରେ ସିଦ୍ଧପୁରୁଷ ବାଲାବାବାଙ୍କ ଜନ୍ମୋତ୍ସବ ମଙ୍ଗଳବାର ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଅବସରରେ ପାଳିତ ହୋଇଯାଇଛି। ପ୍ରାତଃକାଳରେ ବାଲାବାବାଙ୍କ ମହାସ୍ନାନ କରାଯାଇଥିଲା।

 ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ଦାଦାଗିରି, ଆକ୍ରମଣରେ ଗର୍ଭବତୀଙ୍କ ସ୍ବାମୀ ଗୁରୁତର

ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ଦାଦାଗିରି, ଆକ୍ରମଣରେ ଗର୍ଭବତୀଙ୍କ ସ୍ବାମୀ ଗୁରୁତର

ମହାକାଳପଡା, ୨୬।୯(ଡି.ଏନ୍‌.ଏ.)-ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ରୋଗୀଙ୍କୁ  ଚିକିତ୍ସା ସେବା ଯୋଗାଇବାରେ ସହଯୋଗ କରିବା ବଦଳରେ ଚିକିତ୍ସାଳୟକୁ ଯାଇଥିବା ଜଣେ ଗର୍ଭବତୀଙ୍କ ସ୍ବାମୀଙ୍କୁ ଆକ୍ରମଣ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମହାକାଳପଡା ବ୍ଲକ ଗଗୁଆ ପଞ୍ଚାୟତ  ଅଧୀନ ବାବରସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ। ଏନେଇ ମହିଳା ଜଣକ ମଙ୍ଗଳବାର ତନ୍ତିଆପାଳ ମେରାଇନ ଥାନାରେ ଲିକ୍ଷିତ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବିକରି ଥାନାରେ ଧାରଣା ଦେଇଥିଲେ। 

ଥାନାରେ ପ୍ରେମୀଯୁଗଳଙ୍କ ବାହାଘର

ଥାନାରେ ପ୍ରେମୀଯୁଗଳଙ୍କ ବାହାଘର

କେନ୍ଦ୍ରାପଡ଼ା ଅଫିସ୍‌, ୨୬ା୯-କେନ୍ଦ୍ରାପଡ଼ା ସଦର ଥାନାରେ ମଙ୍ଗଳବାର ଏକ ପ୍ରେମୀଯୁଗଳଙ୍କ ବାହାଘର ଅନୁଷ୍ଠିତ ହୋଇଯାଇଛି।