ବ୍ରହ୍ମପୁର

ଜାନିବିଲି ପ୍ରକଳ୍ପକୁ ଆଶା

ଜାନିବିଲି ପ୍ରକଳ୍ପକୁ ଆଶା

ସତ୍ୟବ୍ରତ ସାମଲ

ବ୍ରହ୍ମପୁର ଅଫିସ,୨୨।୧୨- ବ୍ରହ୍ମପୁର ମହାନଗରରେ ଅଧିକାଂଶ ସମୟରେ ଜଳ ସମସ୍ୟା ଉତ୍କଟ। ବ୍ରହ୍ମପୁର ସହରରେ ଏହି ସମସ୍ୟା ଅନେକ ଦିନରୁ ରହିଛି। ବିଭିନ୍ନ ଜଳ ପ୍ରକଳ୍ପ ହୋଇ ମଧ୍ୟ ବର୍ତ୍ତମାନ ଯାଏ ବ୍ରହ୍ମପୁରବାସୀଙ୍କୁ ଆବଶ୍ୟକ ଅନୁସାରେ ପାଣି ଯୋଗାଇ ଦିଆଯାଇ ପାରୁ ନ ଥିବା ଅଭିଯୋଗ ହେଉଛି ା ବିଶେଷ କରି ସହରର ଗୋଷାଣୀନୂଆଗଁା, ଆଙ୍କୁଲି, ଲାଞ୍ଜିପଲ୍ଲୀ ଓ ଶିଳ୍ପାଞ୍ଚଳ ପ୍ରଭୃତି ଅଞ୍ଚଳରେ ରହୁଥିବା ଲୋକଙ୍କ ଲାଗି ପାଣି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଗ୍ରୀଷ୍ମ ଋତୁ ହୋଇ ନ ଥିଲେ ମଧ୍ୟ ଉକ୍ତ ଅଞ୍ଚଳଗୁଡିକରେ ଦୁଇଦିନକୁ ଥରେ ପାଣି ଟ୍ୟାପରେ ଆସୁଛି। ଫଳରେ ଅଞ୍ଚଳବାସୀ ଦୁଇଦିନ ପାଇଁ ପାଣି ରଖି କାମ ଚଳାଉଥିବା କହିଛନ୍ତି ା
୪୦ ଓ୍ବାର୍ଡକୁ ନେଇ ଗଠିତ ବ୍ରହ୍ମପୁର ମହାନଗର ନିଗମରେ ୨୦୧୧ଜନଗଣନା ଅନୁସାରେ ଜନସଂଖ୍ୟା ପ୍ରାୟ ୩ଲକ୍ଷ ୭୦ ହଜାର ଥିବା ବେଳେ ଏବେ ପ୍ରାୟ ସାଢେ ୪ ଲକ୍ଷ ଟପିଯାଇଛି। ତେଣୁ ଜନସଂଖ୍ୟା, ଶିଳ୍ପ କାରଖାନା ସହିତ ସହରରେ ବଡ ମେଡିକାଲ ରହିଥିବାରୁ ପ୍ରତିଦିନ ସହରରେ ୬୦.୫୩ଏମ୍‌ଏଲ୍‌ଡି (ମିଲିୟନ ଲିଟର ପର୍‌ ଡେ) ପାଣି ଆବଶ୍ୟକ ଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଯୋଗାଇ ଦିଆଯାଉଛି ମାତ୍ର ୫୧ ଏମ୍‌ଏଲ୍‌ଡି ଜଳ। ଦକ୍ଷିଣପୁର ଓ ମାଧବପୁରରେ ଥିବା ଜଳ ପ୍ରକଳ୍ପରୁ ଏହି ଜଳ ଯୋଗାଇ ଦିଆଯାଉଛି। ଜଳ ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଜାନିବିଲି ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ। ଏହି ପ୍ରକଳ୍ପ ୨୦୧୮ ନଭେମ୍ବର ଶେଷ ସୁଦ୍ଧା ଶେଷ ହେବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବ୍ରହ୍ମପୁର ସହରରେ ପାଣି ସମସ୍ୟା ସମ୍ପୂର୍ଣ୍ଣ ଦୂରେଇ ଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ସୀତରାମ ପଣ୍ଡା କହିଛନ୍ତି।
ବିଭାଗରୁ ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ସହରରେ ମୋଟ ୩୧ ହଜାର ୨୪୪ ଉପଭୋକ୍ତାଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଘରୋଇ ବ୍ୟବହାରକାରୀମାନଙ୍କଠାରୁ ଜଳକର ବାବଦରେ ମାସିକ ୧୨୨ ଟଙ୍କା ଆଦାୟ କରାଯାଉଛି। ସେହିପରି କର୍ମସିଆଲ (ବାଣିଜ୍ୟ) ଉଦ୍ଦେଶ୍ୟରେ ଶିଳ୍ପ କାରଖାନା ତଥା ବ୍ୟବସାୟ ପାଇଁ ଏହା ଅଲଗା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ସେହିକ୍ରମରେ ବିଭାଗ ମାସକୁ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜଳକର ଆଦାୟ କରୁଛି। ସେହିପରି ପାନୀୟ ଜଳ ପାଇଁ ବସ୍ତି ବାସିନ୍ଦାଙ୍କ ସକାଶେ ତଥା ପ୍ରତି ଓ୍ବାର୍ଡରେ ଷ୍ଟାଣ୍ଡପୋଷ୍ଟର ବ୍ୟବସ୍ଥା କରାଯାଇଛି। ଏହାର ସଂଖ୍ୟା ୧୫୦। ଘରୋଇ ବ୍ୟବହାରକାରୀଙ୍କ ପାଇଁ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଓ ଅପରାହ୍ନ ସମୟରେ ୩ ଟାରୁ ୪ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇ ଦିଆଯାଉଛି।
ମୁଖ୍ୟତଃ ଦକ୍ଷିଣପୁର ଅଞ୍ଚଳରେ ଥିବା ଜଳ ପ୍ରକଳ୍ପରୁ ପ୍ରତିଦିନ ୩୦ ଏମ୍‌ଏଲ୍‌ଡି ବିଶୋଧିତ ଜଳ ସହରକୁ ଯୋଗାଇ ଦିଆଯାଉଛି। ଋଷିକୁଲ୍ୟାରୁ ଜଳ ଅଣାଯାଇ ପ୍ରଥମେ ଏହାକୁ ବିଶୋଧନ କରାଯାଉଛି। ଏଥିପାଇଁ ଏକ ବିଶୋଧନାଗାର ଟିମ୍‌ ସେଠାରେ ନିୟୋଜିତ ହୋଇଛନ୍ତି। ଜଳରେ ଉପଯୁକ୍ତ ବ୍ଲିଚିଂ ଓ ଫ୍ୟୁରିକ ଆଲୁମିନିୟମ ବ୍ୟବହାର କରାଯାଇ ଏହାକୁ ବିଶୋଧନ କରାଯାଇ ତା’ପରେ ପାଇପ ଯୋଗେ ସହରକୁ ଯୋଗାଇ ଦିଆଯାଉଛି। ସେହିପରି ମାଧବପୁରଠାରେ ଥିବା ଜଳ ପ୍ରକଳ୍ପରୁ ଦୈନିକ ୨୧ଏମଏଲଡି ଜଳ ବ୍ରହ୍ମପୁର ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାରଙ୍କର ଅମୃତ ଯୋଜନାରେ ବ୍ରହ୍ମପୁର ମହାନଗର ସାମିଲ ହୋଇଛି। ଏହି ଯୋଜନା ଅଧୀନରେ ଜାନିବିଲି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଏହା କାର୍ଯ୍ୟକ୍ଷମ ହେଲେ ସହରର ଜଳ ସମସ୍ୟା ଦୂର ହୋଇପାରିବ। ଜାନିବିଲି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଉପଭୋକ୍ତାଙ୍କ ଘରେ ଜଳ ମିଟର ସଂଯୋଗ କରାଯିବ। ଫଳରେ ଉପଭୋକ୍ତାମାନେ ଯେତିକି ପାଣି ଖର୍ଚ୍ଚ କରିବେ ସେହି ଅନୁସାରେ ବିଲ ପୈଠ କରିବେ।

All Right Reserved By

Model This Week

Model This Week

ବ୍ରହ୍ମପୁର

ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ: ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟରାସ୍ତା ଅବରୋଧ

ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ: ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟରାସ୍ତା ଅବରୋଧ

ଶଙ୍କରାଖୋଲ, ୨୬।୪ (ଡି.ଏନ.ଏ.)କନ୍ଧମାଳ ଜିଲା ଚକାପାଦ ବ୍ଲକ ଶଙ୍କରାଖୋଲରେ ୩ ଦିନ ଧରି ବିଏସ୍‌ଏନ୍‌ଏଲ୍‌ ସେବା ବ୍ୟାହତ ହୋଇଛି। ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗୁରୁବାର ଏଥିଯୋଗୁ ଅସନ୍ତୋଷ ଦେଖା ଦେଇଛି । ସ୍ଥାନୀୟ ଲୋକେ ଶଙ୍କରାଖୋଲରେ ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।

ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

ସୋରଡ଼ା,୨୬।୪(ଡି.ଏନ.ଏ.):ସୋରଡ଼ା-ଆସିକା ଜାତୀୟ ରାଜପଥର ନରଣପୁର ନିକଟରେ ଗୁରୁବାର ରାତି ପ୍ରାୟ ୮ଟାରେ ବାଇକ୍‌ ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି।

ଅପରାଧ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ଅପରାଧ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୨୬।୪(ଡି.ଏନ.ଏ.)ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଗୁରୁବାର ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ମାମଲାରେ ପେଣ୍ଡିଂ ଥିବା ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରିବାକୁ ବୈଠକରେ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଭିନ୍ନ ମାମଲାର ତଦନ୍ତ ସାରିବାକୁ କୁହାଯାଇଛି।

ଆସିକାରେ ଆଇପିଏଲ୍‌  ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକାରେ ଆଇପିଏଲ୍‌ ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକା,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଆଇପିଏଲ୍‌ କ୍ରିକେଟ ବେଟିଂ ଆରମ୍ଭ ହୋଇଯାଇଛି। କିଛିଦିନ ତଳେ ବ୍ରହ୍ମପୁରରୁ ଆଇପିଏଲ୍‌ ବେଟିଂ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ଆସିକା ବିଜୁ ପଟ୍ଟନାୟକ ଛକସ୍ଥିତ ଏକ ମୋବାଇଲ ଦୋକାନରେ ଆଇପିଏଲ ମ୍ୟାଚକୁ ନେଇ ସଟ୍ଟାବାଜି ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଦୋକାନ ମାଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି।

କେସି ହାଇସ୍କୁଲରୁ ହଟୁନି ଇଂଲିଶ୍‌ ମିଡିୟମ୍‌ ସ୍କୁଲ: ଉପଜିଲାପାଳଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୬।୪-ବ୍ରହ୍ମପୁର ଗୋଷାଣୀନୁଆଗାଁ କେସି ହାଇସ୍କୁଲ ପରିସରରେ ବେଆଇନ ଭାବେ ଚାଲିଥିବା ବେସରକାରୀ ଇଂଲିଶ୍‌ ମିଡିୟମ୍‌ ସ୍କୁଲ ହଟାଇବା ନେଇ ଆନ୍ଦୋଳନ ଧିରେ ଧିରେ ଉଗ୍ରରୂପ ଧାରଣ କରୁଛି। ହାଇସ୍କୁଲ ପରିସରରୁ ଉକ୍ତ ସ୍କୁଲ ହଟାଇବାକୁ ଡିଇଓ ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରୁଥିଲେ ମଧ୍ୟ ସ୍କୃଲ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମାକୁ ବେଖାତିର କରୁଛନ୍ତି।

ହରିହରାତ୍ମକ ପଞ୍ଚ ମହାଯଜ୍ଞ

ହରିହରାତ୍ମକ ପଞ୍ଚ ମହାଯଜ୍ଞ

ଖଲ୍ଲିକୋଟ, ୨୬।୪ (ଡି.ଏନ.ଏ.)- ଖଲ୍ଲିକୋଟସ୍ଥିତ ଶ୍ରୀକୃଷ୍ଣଶରଣପୁର ଶାସନସ୍ଥିତ ସକଳେଶ୍ୱର ମହାଦେବଙ୍କ ପୀଠରେ ୧୧ ଦିନ ଧରି ହେବାକୁ ଥିବା ହରିହରାତ୍ମକ ପଞ୍ଚ ମହାଯଜ୍ଞର ଗୁରୁବାର ଥିଲା ନବମ ଦିବସ। ଗୁରୁବାର ଚମ୍ପକ ପୁଷ୍ପାଅର୍ଚ୍ଚନା ଓ ମୋଦକ ଲାଗି ସ୍ବତନ୍ତ୍ର ନୀତି କରାଯାଇଛି।

ପାଇଖାନା ନିର୍ମାଣ ସମ୍ପର୍କିତ କର୍ମଶାଳା

ଭଞ୍ଜନଗର,୨୬।୪(ଡି.ଏନ.ଏ)-ଭଞ୍ଜନଗର ବ୍ଲକର ସମସ୍ତ ହିତାଧିକାରୀଙ୍କ ଘରେ କିଭଳି ପାଇଖାନା ନିର୍ମାଣ ହେବ ସେ ନେଇ ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ସୁବ୍ରତ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ।

ରଥଦାଣ୍ଡରୁ ଜବରଦଖଲ ଉଚ୍ଛେଦ ଦାବି

ପାତ୍ରପୁର,୨୬।୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଜରଡ଼ାଗଡ଼ ପାର୍ଥସାରଥୀଙ୍କ ରଥଦାଣ୍ଡ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ରାସ୍ତା ପାର୍ଶ୍ୱରେ ଥିବା କିଛି ଦୋକାନ ଲାଗି ଏହି ସମସ୍ୟା ଉପୁଜିଛି। ବର୍ତ୍ତମାନ ପିଚୁକାମ ଚାଲିଥିବା ବେଳେ ରାସ୍ତାରୁ ଜବରଦଖଲ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। କାମ ଆରମ୍ଭ ହେବା ପୂର୍ବରୁ କେତେଜଣ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିଲା। ହେଲେ ଖାତା ନଂ.୮୬୦ର ପ୍ଲଟ ନଂ. ୧୬୨୭ରେ ଥିବା କେତୋଟି ଦୋକାନ ହଟାଯାଇନାହିଁ।

ପାନୀୟ ଜଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ

ପାନୀୟ ଜଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା,୨୬।୪(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଏକଡ଼ାଳ, ଘୋଳପୁର ଓ ଭାବସର ଗ୍ରାମରେ ଗୁରୁବାର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ବିଜୁ ଯୁବ ବାହିନୀ କର୍ମକର୍ତ୍ତା ଚୟନ

ବୁଗୁଡ଼ା,୨୬।୪(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ପାଙ୍ଗିଡ଼ି ପଞ୍ଚାୟତରେ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସୁଶାନ୍ତ କୁମାର ଆପଟ୍ଟ ଓ କୃଷ୍ଣଚନ୍ଦ୍ର ରାଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଚିକିଟି ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ

ଚିକିଟି,୨୬।୪(ଡି.ଏନ.ଏ.)-ଚିକିଟି ସମେତ ଏହାର ଆଖପାଖ ଗ୍ରାମାଞ୍ଚଳରେ ମାସେ ହେଲା ବିଦ୍ୟୁତ ବିଭ୍ରାଟ ଦେଖାଦେଉଛି। ବର୍ତ୍ତମାନ ସମୟରେ ପ୍ରବଳ ଗ୍ରୀଷ୍ମ ଅନୁଭୁତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍‌କାଟ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ କରୁଛି। କାଳବୈଶାଖୀ ପ୍ରଭାବରେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଘଣ୍ଟା ଘଣ୍ଟା ବିଦ୍ୟୁତ ସରବରାହ ଠପ୍‌ ହୋଇଯାଉଛି । ଫଳରେ ସାଧାରଣ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାଙ୍କ ଓ ଅଫିସ କାର୍ଯ୍ୟରେ ବ୍ୟାଘାତ ଘଟୁଛି।

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୦ ଗୁରୁତର

ପାଟପୁର, ୨୬।୪ (ଡି.ଏନ.ଏ.)- ପାଟପୁର ଥାନା ସୁମନ୍ତପୁର ବାଙ୍କରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଏକ ବରଯାତ୍ରୀ ବସ୍‌ ସହ ଗୋଟିଏ ୪୦୭ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ଗାଡିର ୨୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି।