ବ୍ରହ୍ମପୁର

ଧାନକିଣା ଶୃଙ୍ଖଳିତ କରିବାକୁ ନିର୍ଦ୍ଦେଶ

ଧାନକିଣା ଶୃଙ୍ଖଳିତ କରିବାକୁ ନିର୍ଦ୍ଦେଶ
ଛତ୍ରପୁର,୨୨।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ଥିବା ସମବାୟ ବ୍ୟାଙ୍କ ଅଧିକାରୀମାନଙ୍କୁ ନେଇ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଚାଷୀଙ୍କଠାରୁ ଧାନ କିଣା ଶୃଙ୍ଖଳିତ କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଗତବର୍ଷ ୧ ଲକ୍ଷ ୩ ହଜାର ୬୨୫ ଚାଷୀ ଧାନ ବିକିବା ପାଇଁ ପଞ୍ଜୀକରଣ କରିଥିଲେ। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪ ହଜାର ୨୧୬ ଚାଷୀ ପଞ୍ଜୀକରଣ କରିଛନ୍ତି। ବର୍ତ୍ତମାନ ମଧ୍ୟ ଏହି ପ୍ରକ୍ରିୟା ଚାଲିଛି। ପଞ୍ଜୀକୃତଙ୍କ ମଧ୍ୟରେ ୧୯ ହଜାର ୭୬୨ ଭାଗ ଚାଷୀ ରହିଛନ୍ତି। ୨୧ ହଜାର ୯୯୧ ନୂଆ ଚାଷୀ ପଞ୍ଜୀକରଣ କରିଛନ୍ତି। ୩୮୮ ପ୍ରାଥମିକ ସେବା ସମବାୟ ସମିତି ଚାଷୀଙ୍କଠାରୁ ଧାନ କିଣିବେ। ଜିଲାରେ ଚଳିତବର୍ଷ ୪୦୯ଟି ମଣ୍ଡି ଖୋଲିବ ବୋଲି ସୂଚନା ଦିଆଯାଇଥିଲା। ୩ ଦିନ ମଧ୍ୟରେ ହିିଞ୍ଜିଳି, ଦିଗପହଣ୍ଡି ଓ ଭଞ୍ଜନଗର ଆରଏମସି ପକ୍ଷରୁ ସେବା ସମିତିଗୁଡିଙ୍କୁ ଓଜନ, ଆଦ୍ରତା ମାପ ଯନ୍ତ୍ର ଯୋଗାାଇବାକୁ ଜିଲପାାଳ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ଧାନ ବିକା ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ। ଚଳିତ ବର୍ଷ ରବି ଫସଲ ପାଇଁ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ୧୪୦ କୋଟି ଓ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ୧୮୦ କୋଟି ଟଙ୍କାର ଋଣ ଦେବାର ଲକ୍ଷ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପକ୍ଷରୁ ୪୪୭୨ ଚାଷୀଙ୍କୁ ୧୩ କୋଟି ୭୩ ଲକ୍ଷ ଟଙ୍କା ଏବଂ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପକ୍ଷରୁ ୭୪୯୫ ଚାଷୀଙ୍କୁ ୨୪ କୋଟି ୧୭ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି। ଜିଲାରେ ୫୦ ପ୍ରତିଶତ ଭାଗ ଚାଷୀ ରହିଛନ୍ତି । ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇଦେବାକୁ କୁହାଯାଇଥିଲା। ସମବାୟ ସମିତିରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟରମାନେ ବର୍ଷକରେ କେବଳ ୪ ମାସ ଦରମା ପାଇଥାନ୍ତି। ଏମାନେ ବର୍ଷ ସାରା ଚାଷୀ ପଞ୍ଜୀକରଣଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ କରୁଛନ୍ତି। ତେଣୁ ସେମାନଙ୍କୁ ବର୍ଷ ସାରା ଦରମା ଦେବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହା ଉପରେ ଏକ ଖସଡା ପ୍ରସ୍ତୁତ କରିବାକୁ ଜିଲାପାଳ କହିଥିଲେ। ବୈଠକରେ ଡିଆରସିଏସ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ସମବାୟ ବିଭାଗର ଅଧିକାରୀ ଓ ବ୍ୟାଙ୍କ ମ୍ୟାନେଜର ମାନେ ଯୋଗଦେଇଥିଲେ।
All Right Reserved By

ବ୍ରହ୍ମପୁର

ସମ୍ଭାବ୍ୟ ବନ୍ୟା: ଡିପ୍ଲୋମା ଇଞ୍ଜିନିୟର କାର୍ଯ୍ୟରେ ଯୋଗ ନ ଦେଲେ କ୍ରିମିନାଲ ମାମଲା

ସମ୍ଭାବ୍ୟ ବନ୍ୟା: ଡିପ୍ଲୋମା ଇଞ୍ଜିନିୟର କାର୍ଯ୍ୟରେ ଯୋଗ ନ ଦେଲେ କ୍ରିମିନାଲ ମାମଲା

ଛତ୍ରପୁର,୨୦।୯(ଡି.ଏନ.ଏ)-ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଗୁରୁବାର ରାତିରେ ଝଡବାତ୍ୟା ରୂପ ନେବା ସମ୍ଭାବନା ରହିଥିବା ଏସଆରସିଙ୍କ ପକ୍ଷରୁ ସତର୍କ କରାଯାଇଛି। ବର୍ଷା ହେଉଥିବାରୁ ନଦୀ ଓ ନାଳରେ ବନ୍ୟା ଜଳ ପ୍ରବେଶ କରିବ। ଏଣୁ  ସମ୍ଭାବ୍ୟ ବନ୍ୟା ପରିପ୍ରେକ୍ଷୀରେ କାର୍ଯ୍ୟରେ ଯୋଗ ଦେବାକୁ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଗୋଷ୍ଠୀ ସଂଘର୍ଷ ମାମଲା, ୩ ଗିରଫ

ଗୋଷ୍ଠୀ ସଂଘର୍ଷ ମାମଲା, ୩ ଗିରଫ

ଛତ୍ରପୁର,୨୦।୯(ଡି.ଏନ.ଏ)- ଚମାଖଣ୍ଡି ଥାନା ଭିକାରିପଲ୍ଲୀ ପଞ୍ଚାୟତ ନରସିଂହପୁର ଗାଁରେ ୧୭ ତାରିଖରେ ଚାଷ ଜମିରେ ପାଣି ମଡାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର  ଆହତଙ୍କୁ ପୋଲିସ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଚମାଖଣ୍ଡି ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଥିଲା। ଏହାକୁ ଭିତ୍ତିକରି ୨ଟି ମାମଲା (ନଂ. ୯୩/୧୮ ଓ ୯୪/୧୮) ରୁଜୁ ହୋଇଥିଲା। ଗୁରୁବାର ପୋଲିସ ଏହି ମାମଲାରେ ଉଭୟ ଗୋଷ୍ଠୀର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହରିବନ୍ଧୁ ପାତ୍ର, ପ୍ରଫୁଲ ପାତ୍ର ଓ  ନାଗେଶ୍ୱର ପାତ୍ର। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିଗୁଡା,୨୦।୯(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ସିନ୍ଦ୍ରିଗଁା ରାସ୍ତା ଦେଇ ଯାଇଥିବା ଖଡଗନଦୀରେ ଗତ ରବିବାର କଟପଡି ଗ୍ରାମର କାପୁ ଦିଗାଳ ନଦୀରେ ଗାଧୋଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଗ୍ରାମବାସୀ ଓ ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇ ନ ଥିଲେ। ଗୁରୁବାର ବାଲିଗୁଡା ନିକଟସ୍ଥ କୁଟିକିଆ ଘାଟରେ ଏକ ମୃତଦେହ ଲାଗିଥିଲା। କେତେକ ଲୋକ ଦେଖି ଏନେଇ କାପୁଙ୍କ ପରିବାର ଓ ଗ୍ରାମବାସୀଙ୍କୁ ଜଣାଇଥିଲେ। ଅପରାହ୍ନରେ କାପୁଙ୍କ ପରିବାର ଲୋକେ ପହଞ୍ଚତ୍ ମୃତଦେହ ଉଦ୍ଧାର କରି ଆଣି ସତ୍କାର କରିଥିଲେ।

ରାଜ୍ୟସ୍ତରୀୟ କବାଡ଼ିକୁ ମନୋନିତ ହେଲେ ୪ ଖେଳାଳି

ବୁଗୁଡ଼ା,୨୦ା୯(ଡି.ଏନ.ଏ.)- ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପିପୁଲସ୍‌ ହାଇସ୍କୁଲ ବୁଗୁଡ଼ାର ୪ ଜଣ ଖେଳାଳି ଚୟନ ହୋଇଥିବା ଜଣାପଡ଼ିଛି। ବୁଧବାର ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ଜିଲାସ୍ତରୀୟ ସମୂହ କବାଡ଼ି ପ୍ରତିଯୋଗିତାରେ ୧୧ ଜଣ ମନୋନୀତ ହୋଇ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ ହୋଇଛନ୍ତି। ସେଥିମଧ୍ୟରୁ କବାଡ଼ି ୧୭ ବର୍ଷରୁ କମ ବାଳକ ଦଳରେ ପିପୁଲସ ହାଇସ୍କୁଲ ବୁଗୁଡ଼ାର ରାକେଶ ଦାଶ, ଅଶୋକ କୁମାର ସାହୁ ଓ ରାଜେଶ ସାହୁ ଏବଂ କବାଡ଼ି ୧୪ ବର୍ଷରୁ କମ ବାଳକ ବିଭାଗରେ ପିପୁଲସ ହାଇସ୍କୁଲ ବୁଗୁଡ଼ାର ରାକେଶ ସାହୁ ଅଛନ୍ତି। ଏମାନଙ୍କର କୋଚ ଭାବେ କ୍ରୀଡ଼ା ଶିକ୍ଷକ ବିଶ୍ୱେଶ୍ୱର ଗିରି ଦାୟିତ୍ୱ ନେଇଥିଲେ।

ଶାଗୁଆନ କାଠଗଣ୍ଡି ବୋଝେଇ ଗାଡ଼ି ଜବତ, ୪ ଗିରଫ

ଶାଗୁଆନ କାଠଗଣ୍ଡି ବୋଝେଇ ଗାଡ଼ି ଜବତ, ୪ ଗିରଫ

ପୋଲସରା,୨୦।୯(ଡି.ଏନ.ଏ.)- ପୋଲସରା ବନାଞ୍ଚଳ ଜୋକବନ୍ଧ ରେଞ୍ଜ ରାଇପଡ଼ା ଗ୍ରାମସ୍ଥିତ ସ୍କୁଲ ନିକଟରେ ବୁଧବାର ରାତି ପ୍ରାୟ ସାଢେ ୨ଟାରେ ବନବିଭାଗ ଶାଗୁଆନ କାଠଗଣ୍ଡି ବୋଝେଇ ଏକ ପିକଅପ୍‌ ଭ୍ୟାନ (ନଂ ଓଆର୦୭ଡି-୪୫୨୯) ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି।

ଓ୍ବାର୍ଡମେମ୍ବର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଓ୍ବାର୍ଡମେମ୍ବର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଶଙ୍କରାଖୋଲ,୨୦।୯(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଟିକାବାଲି ହାଟପଦାଠାରେ ଥିବା କଳିଙ୍ଗ ବୈଶ୍ୟ ସମାଜ ଗୃହରେ ଚକାପାଦ ବ୍ଲକର ୩ ପଞ୍ଚାୟତର ଓ୍ବାର୍ଡମେମ୍ବରମାନଙ୍କୁ ନେଇ ଚାଲିଥିବା ପ୍ରଶିକ୍ଷଣ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି। ବ୍ଲକର ଶଙ୍କରାଖୋଲ, କୁସୁମେଣ୍ଡି ଓ (ଏଲ୍‌) ବପଲମେଣ୍ଡିର ୫୯ ଜଣ ଓ୍ବାର୍ଡମେମ୍ବର ଶିବିରରେ ଯୋଗ ଦେଇଥିଲେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଦ୍ୱାରା ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ପ୍ରଶିକ୍ଷକଭାବେ ସାମାଜିକକର୍ମୀ ଅଶୋକ ପରିଡା ଓ ନିରଞ୍ଜନ ବେହେରା ଯୋଗ ଦେଇଥିଲେ।

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୦।୯:  କୋର୍ଟପେଟାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଗୁରୁବାର ବାଟ ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଅଯୋଧ୍ୟାନଗର ଦ୍ୱିତୀୟ ଲାଇନ୍‌ର ଅନୀଲ କୁମାର ପ୍ରଧାନ ୨ ଲକ୍ଷ ଟଙ୍କା ଜମା କରିବା ନିମନ୍ତେ ବ୍ୟାଙ୍କକୁ ଯାଇଥିଲେ। ମାତ୍ର ଦୁଇଜଣ ଲୁଟେରା ଏକ ବାଇକ୍‌ରେ ଆସି ଅନିଲଙ୍କୁ ଛତ୍ରପୁର ଯିବାକୁ ରାସ୍ତା ପଚାରିଥିଲେ।

ନିର୍ବାହୀ ଅଧିକାରୀଙ୍କୁ ଘେରିଲେ ୱାର୍ଡବାସୀ

ନିର୍ବାହୀ ଅଧିକାରୀଙ୍କୁ ଘେରିଲେ ୱାର୍ଡବାସୀ

ଗଞ୍ଜାମ,୨୦ା୯(ଡି.ଏନ.ଏ.)-ଗଞ୍ଜାମ ଏନ୍‌ଏସି ଅଧୀନ ୱାର୍ଡ ନଂ. ୭ କୈବର୍ତ୍ତ ସାହିରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି। ଏନେଇ ସାହିର ମହିଳାମାନେ ବୁଧବାର ପୂର୍ବାହ୍ନରେ 

ନିର୍ଦ୍ଦୋଷରେ ଖଲାସ ହେଲେ ସବ୍ୟସାଚୀ, ଦଣ୍ଡପାଣି

ନିର୍ଦ୍ଦୋଷରେ ଖଲାସ ହେଲେ ସବ୍ୟସାଚୀ, ଦଣ୍ଡପାଣି

ବ୍ରହ୍ମପୁର ଅଫିସ୍‌,୨୦ା୯-ମାଓବାଦୀ ସମ୍ପର୍କିତ ଚିଠି ଜବତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ଏବଂ ମାଓବାଦୀ ମଧ୍ୟସ୍ଥ ଦଣ୍ଡପାଣି ମହାନ୍ତି।  ଅତିରିକ୍ତ ଜିଲା ସେସନ୍‌ ଜଜ୍‌ ସଞ୍ଜୟ କୁମାର ସାହୁ ବୁଧବାର ଏହି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।

ଆର୍ଯ୍ୟଭଟ୍ଟ ପକ୍ଷରୁ ପ୍ଲାଷ୍ଟିକ, ପଲିଥିନ ବର୍ଜନ ନେଇ ସଚେତନତା ସଭା

ଆର୍ଯ୍ୟଭଟ୍ଟ ପକ୍ଷରୁ ପ୍ଲାଷ୍ଟିକ, ପଲିଥିନ ବର୍ଜନ ନେଇ ସଚେତନତା ସଭା

ବ୍ରହ୍ମପୁର ଅଫିସ,୨୦ା୯-ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ ଏବଂ ଫୋରମ ଫର ଗଞ୍ଜାମ  ଆନୁକୂଲ୍ୟରେ ସ୍ଥାନୀୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଫାଟକ ନିକଟରେ ପଲିଥିନ ଏବଂ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ବୁଧବାର ଏକ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା। 

ପିଓଏସ୍‌ ଛଡ଼ାଇ ନେଲା ରାଶନ୍‌, ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ

ପିଓଏସ୍‌ ଛଡ଼ାଇ ନେଲା ରାଶନ୍‌, ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ୍‌,୨୦ା୯-ରାଶନ୍‌ ସାମଗ୍ରୀ ନେବା ପାଇଁ କେନ୍ଦ୍ର ସରକାର ଏଣିକି ସମସ୍ତ ରାଶନ୍‌ ବିକ୍ରୟ କେନ୍ଦ୍ରରେ ପିଓଏସ୍‌(ପଏଣ୍ଟ ଅଫ୍‌ ସେଲ୍‌) ମଶିନ୍‌ରେ ଟିପ ଚିହ୍ନ ଦେବାକୁ ପଡ଼ୁଛି। ଏହି ବାୟୋମେଟ୍ରିକ୍‌ ବ୍ୟବସ୍ଥା ପ୍ରଚଳନ ହେବା ପରେ ଅନେକ ସମସ୍ୟା ସୃଷ୍ଟି ହେଉଛି।

ଏମ୍‌ବିଏ ଛାତ୍ର ହତ୍ୟା ମାମଲା, ୨ଗିରଫ

ଏମ୍‌ବିଏ ଛାତ୍ର ହତ୍ୟା ମାମଲା, ୨ଗିରଫ

ଭଞ୍ଜନଗର,୧୯।୯(ଡି.ଏନ.ଏ.)- ତାରସିଂ ଥାନା ଭୋଗରା ଗ୍ରାମର ଏମ୍‌ବିଏ ଛାତ୍ର ହତ୍ୟା ମାମଲାରେ ପୋଲିସ ବୁଧବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜିତୁଙ୍କ ବନ୍ଧୁ ପ୍ରଭଞ୍ଜନ ତ୍ରିପାଠୀ ଓ ବଂଶି ଗୌଡ।