ବ୍ରହ୍ମପୁର

ଉପ ନିର୍ବାଚନ: ପ୍ରଥମ ଦିନରେ ୫ ପ୍ରାର୍ଥିପତ୍ର ଦାଖଲ

ଉପ ନିର୍ବାଚନ: ପ୍ରଥମ ଦିନରେ ୫ ପ୍ରାର୍ଥିପତ୍ର ଦାଖଲ

ଶେରଗଡ,୨୧।୧୨(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ବରମୁଣ୍ଡଳୀ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ବ୍ଲକ କଂଗ୍ରେସ ସଭାପତି ରାମକୃଷ୍ଣ ପଣ୍ଡା ଓ ବରମୁଣ୍ଡଳୀର ଚିତ୍ତରଞ୍ଜନ ପାଢୀ ଗୁରୁବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ବ୍ରାହ୍ମଣଛାଇ ପଞ୍ଚାୟତର ସମିତିସଭ୍ୟ ଭାବେ ସୀତାରାମ ଜେନା, ସୀମାଞ୍ଚଳ ଦଳେଇ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ସେହିପରି ଭେଟସିଙ୍ଗିର ଗୋପାଳ ପାଣିଗ୍ରାହୀଙ୍କ ସ୍ତ୍ରୀ ବିଳାସିନୀ ପାଣିଗ୍ରାହୀ କୁମାରପାଣି ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀ ତଥା ବିଡିଓ ସୁରଞ୍ଜନ କୁମାର ସାହୁ, ଜିପିଓ ଶହଦେବ ମହାରଣା ଓ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ ଉପସ୍ଥିତ ଥିଲେ।

All Right Reserved By

ବ୍ରହ୍ମପୁର

ଟ୍ରାକ୍ଟର-ବାଇକ୍‌ ଧକ୍କା: ୪ ଗୁରୁତର

ଟ୍ରାକ୍ଟର-ବାଇକ୍‌ ଧକ୍କା: ୪ ଗୁରୁତର

ଶେରଗଡ଼,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଧବଳପୁର ଛକରେ ଏକ ଟ୍ରାକ୍ଟର ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ ବାଇକ୍‌ରେ ବସିଥିବା ୪ଜଣ ଗୁରୁତର ହୋଇଛନ୍ତି।

ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ

ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ

ସୋରଡା,୨୩ା୭(ଡି.ଏନ୍‌.ଏ.)- ଜନୈକ ଦମ୍ପତିଙ୍କୁ ସାହାଯ୍ୟ କରି ଲୁଟ୍‌ର ଶିକାର ହୋଇଥିବା ସୋରଡା ଅଞ୍ଚଳର ଜଣେ ମହିଳା ବ୍ୟବସାୟୀଙ୍କୁ ରବିବାର ଆଶ୍ୱସ୍ଥି ମିଳିଛି। ସୋରଡା ପୋଲିସ ମୋବାଇଲ୍‌ ଫୋନ୍‌ ଟ୍ରାକିଂ କରି ଲୁଟ୍‌ କରିଥିବା ଦମ୍ପତିଙ୍କୁ କଟକ ଚାଉଳିଆଗଞ୍ଜ ଥାନା ନଦୀକୂଳ ସାହିରୁ ଶନିବାର ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ୍‌ ଅଳଙ୍କାର ଜବତ କରିଛନ୍ତି। ସେମାନେ ହେଲେ ଦିଲୀପ ସାହୁ ଓ ସ୍ତ୍ରୀ ଭଗବତୀ।

ଶ୍ୱଶୁରଙ୍କୁ ଗୁଳିକରି ହତ୍ୟା ଘଟଣା, ଜ୍ୱାଇଁ ଗିରଫ

ଶ୍ୱଶୁରଙ୍କୁ ଗୁଳିକରି ହତ୍ୟା ଘଟଣା, ଜ୍ୱାଇଁ ଗିରଫ

ଆର.ଉଦୟଗିରି,୨୩ା୭(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ଲାଞ୍ଜା ଗ୍ରାମରେ ୧୯ ତାରିଖରେ ଉକ୍ତ ଗ୍ରାମର ନୂଆପାଇକ ବଡ଼ରଇତଙ୍କୁ ତାଙ୍କ ଜ୍ୱାଇଁଙ୍କ ବଡଭାଇ ସାମାନ୍ୟ କଥାକୁ ନେଇ ଗୁଳି କରି ହତ୍ୟା କରିଥିଲେ।

ଜିଡିସିଏ ସାଧାରଣ ପରିଷଦ ବୈଠକ, ବିବାଦ ଭିତରେ ସରିଲା ନିର୍ବାଚନ

ଜିଡିସିଏ ସାଧାରଣ ପରିଷଦ ବୈଠକ, ବିବାଦ ଭିତରେ ସରିଲା ନିର୍ବାଚନ

ବ୍ରହ୍ମପୁର ଅଫିସ୍‌,୨୩ା୭- ବହୁ ବିବାଦ ଭିତରେ ଗଞ୍ଜାମ ଜିଲା କ୍ରିକେଟ ସଂଘ(ଜିଡିସିଏ) ନିର୍ବାଚନ ବିଧିବଦ୍ଧ ଭାବେ ରବିବାର ଶେଷ ହୋଇଛି, କିନ୍ତୁ ଫଳାଫଳ ଘୋଷଣା କରାଯାଇନାହିଁ। ଜିଲା ଜଜ୍‌ଙ୍କ କୋର୍ଟରେ ଫଳାଫଳ ଘୋଷଣା କରାଯିବ।

ସାହି ରାସ୍ତା ଖୋଳି ଛାଡ଼ି ଦେଇଛିି ଠିକା ସଂସ୍ଥା

ବ୍ରହ୍ମପୁର ଅଫିସ ୨୩।୭- ବ୍ରହ୍ମପୁର ସହରର ଦୀର୍ଘଦିନର ପାଣି ସମସ୍ୟାକୁ ଦୂରେଇବା ପାଇଁ ଜାନିବିଲି ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ବ୍ରହ୍ମପୁର ସହରରେ ଦ୍ରୁତ ଗତିରେ ଚାଲିଛି । ତେବେ ଏନେଇ ଏକ ଘରୋଇ ଠିକା ସଂସ୍ଥାକୁ ଏହାର ଦାୟିତ୍ୱ ଦିଆଯାଇ ଥିବାରୁ ଉକ୍ତ ସଂସ୍ଥା ଏହି କାର୍ଯ୍ୟ ତଦାରଖ କରୁଛି ।

ବଡ଼ ମେଡିକାଲରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୩।୭-ସ୍ଥାନୀୟ ବଡ ମେଡିକାଲରେ ରବିବାର ଜଣେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତେବେ ଏ ନେଇ ବଡ ମେଡିକାଲ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ମୃତ ନାବାଳିକାଙ୍କ ପିତାଙ୍କଠାରୁ ଏହି ସୂଚନା ମିଳିଛି।

ଡକାୟତି ଯୋଜନା ପଣ୍ଡ: ୩ ଗିରଫ, ମାରଣାସ୍ତ୍ର ଜବତ

ଆସିକା,୨୩।୭(ଡି.ଏନ୍‌.ଏ.): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ସାପୁଆପଲ୍ଲୀ ରେଷ୍ଟ ସେଡରେ ଡକାୟତି ଯୋଜନା କରୁଥିବା ୩ ଅଭିଯୁକ୍ତଙ୍କୁ ଶନିବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି । ସେମାନେ ହେଲେ ଆସିକା ଥାନା ଢୁଙ୍କୁଣି ଗ୍ରାମର ସୁରେଶ ପ୍ରଧାନ, ଏ. ସୋନୁ ଓ କରାତଳି ଗ୍ରାମର ଡି. ବାଲାଜୀ ।

କେ.ବରିଡ଼ା ମୁଖ୍ୟ ରାସ୍ତା କଲଭର୍ଟ ଭୁଶୁଡ଼ିଲା

କେ.ବରିଡ଼ା ମୁଖ୍ୟ ରାସ୍ତା କଲଭର୍ଟ ଭୁଶୁଡ଼ିଲା

ବେଗୁନିଆପଡ଼ା,୨୩ା୭(ଡି.ଏନ.ଏ.) ବେଗୁନିଆପଡ଼ା ବ୍ଲ୍ଳକ କେ.ବରିଡ଼ା ମୁଖ୍ୟ ରାସ୍ତାରେ ଥିବା କଲଭର୍ଟ ଭୁଶୁଡ଼ି ଯିବା ଫଳରେ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି। ପିଡବ୍ଲ୍ୟୁଡି ରାସ୍ତାରୁ କେ.ବରିଡ଼ା ଗ୍ରାମକୁ ପ୍ରବେଶ କରିବା ମୁଖ୍ୟ ରାସ୍ତା ଅମରେଶ୍ୱରଙ୍କ ଗେଟ ନିକଟରେ ଥିବା କଲଭର୍ଟର ଛାତ ପ୍ରାୟ ୫ମାସ ତଳେ ଭୁଶୁଡ଼ି ପଡ଼ିଥିଲା।

ବସ୍‌ ଯିବାବେଳେ ଧସିଲା ଡାଇଭର୍ସନ୍‌ ରୋଡ

ବସ୍‌ ଯିବାବେଳେ ଧସିଲା ଡାଇଭର୍ସନ୍‌ ରୋଡ

ଜଗନ୍ନାଥପ୍ରସାଦ,୨୩ା୭- ଭଞ୍ଜନଗରରୁ ନୟାଗଡ଼ ଦେଇ ଯାଇଥିବା ୨୧ନଂ ରାଜ୍ୟ ରାଜପଥର ଭୂଷଣ୍ଡପାଳ ଛକଠାରେ ନିର୍ମାଣାଧୀନ ସେତୁର ଡାଇଭର୍ସନ୍‌ ରୋଡ ଧସିଯାଇଛି। ଶନିବାର ମଧ୍ୟରାତିରେ ଏକ ବସ ଯିବାବେଳେ ଡାଇଭର୍ସନ୍‌ ରୋଡଟି ଧୋଇଯାଇଥିଲେ ମଧ୍ୟ ଯାତ୍ରୀମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।

ଆସିକା : ବିପଦ ସଙ୍କେତ ଉପରେ ବଡ଼ନଦୀ

ଆସିକା : ବିପଦ ସଙ୍କେତ ଉପରେ ବଡ଼ନଦୀ

ଆସିକା,୨୨ା୭ (ଡି.ଏନ୍‌.ଏ.): ଆସିକା ଅଞ୍ଚଳରେ ଗୁରୁବାର ରାତିରୁ ଲଗାଣ ବର୍ଷା ହେଉଥିଲା। ରବିବାର ବର୍ଷା କମିଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଋଷିକୁଲ୍ୟା, ବଡ଼ନଦୀ ଓ ବାଘୁଆରେ ବନ୍ୟାଜଳ ପ୍ରବେଶ କରିଛି । ରବିବାର ସକାଳେ ଆସିକାଠାରେ ବଡ଼ନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଋଷିକୁଲ୍ୟା ଓ ବାଘୁଆ ନଦୀରେ ବିପଦ ସଙ୍କେତଠାରୁ ବହୁ ତଳକୁ ରହିଥିଲା। ଆସିକାଠାରେ ବଡ଼ନଦୀର ବିପଦ ସଙ୍କେତ ୧୧ ଫୁଟ ରହିଥିବା ବେଳେ ରବିବାର ୧୧.୫ରେ ଜଳ ପ୍ରବାହିତ ହେଉଥିଲା ।

ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ମାନବ ଶୃଙ୍ଖଳ

ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ମାନବ ଶୃଙ୍ଖଳ

ରାଇକିଆ,୨୨ା୭(ଡ଼ି.ଏନ.ଏ)-କନ୍ଧମାଳ ଜିଲା ରାଇକିଆ ବ୍ଲକ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ରବିବାର ମାନବ ଶୃଙ୍ଖଳ କରାଯାଇଛି। ରାଇକିଆ ବ୍ଲକ ସଂପୂର୍ଣ୍ଣ ବାହ୍ୟ ମଳମୁକ୍ତ ଭାବେ ଘୋଷଣା ହେବା ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଇଖାନାର ବ୍ୟବହାର ଓ ନିଜ ଅଞ୍ଚଳକୁ ଆବର୍ଜନାମୁକ୍ତ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା।

ବାଘୁଆ ଜଳଭଣ୍ଡାରର ୨ ଗେଟ ଖୋଲିଲା

ବୁଗୁଡ଼ା,୨୨।୭(ଡି.ଏନ୍‌.ଏ.): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରରୁ ୩ ବର୍ଷ ପରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଶନିବାର ମଧ୍ୟ ରାତିରେ ଜଳଭଣ୍ଡାରର ୨ଟି ଗେଟ ଖୋଲାଯାଇଥିବା ଜଳସେଚନ କାର୍ଯ୍ୟାଳୟରୁ ଜଣାପଡିଛି। ବୁଡ଼ି ଆଶଙ୍କା ଥିବାରୁ ଆଖପାଖର ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବା ପାଇଁ ଢ଼େଣ୍ଡୁରା ପିଟି ଜଣାଇଦିଆଯାଇଛି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ