ବ୍ରହ୍ମପୁର

ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ
ଫୁଲବାଣୀ ଅଫିସ, ୨୧।୧୨- ରାସ୍ତା କାମ ବାବଦରେ ବିଲ କରିବା ନେଇ ଲାଞ୍ଚ ନେବା ମାମଲାର ରାୟ ଗୁରୁବାର ଫୁଲବାଣୀ ଭିଜିଲାନ୍ସ କୋର୍ଟରେ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ବିରଞ୍ଚି ନାରାୟଣ ମିଶ୍ର ମାମଲାର ବିଚାର କରି ଅଭିଯୁକ୍ତ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୩ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟେ ଅଧିକ ୩ ମାସ ଜେଲ ଭୋଗିବା ପାଇଁ ରାୟରେ ଉଲ୍ଲେଖ କରଛନ୍ତି। ଅଭିଯୁକ୍ତ ଜଣକ ହେଲେ ମହାଦେବ ଖଟେଇ। ସେ ୨୦୦୭ ରେ ବାଲିଗୁଡା ପୂର୍ତ୍ତ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ୨୦୦୭ରେ ବାଲିଗୁଡା ବ୍ଲକ ବାରଖମା ଖମଣଖୋଲ ସିର୍ତ୍ତିଗୁଡା ରାସ୍ତା କାମ ଚାଲିଥିଲା। ଏହାକୁ ଠିକାଦାର ଅନ୍ତର୍ଯାମୀ ବେହେରା କରୁଥିଲେ। ବିଲ ପାସ୍‌ କରିବାକୁ ଯନ୍ତ୍ରୀ ଖଟେଇ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ ଦଫାରେ ସେ ୨ ହଜାର ଦେଇଥିଲେ। ପରେ ଆଉ ୧ ହଜାର ଟଙ୍କାରେ କଥା ଛିଡିଥିଲା। ହେଲେ ଏ ନେଇ ଠିକାଦାର ବେହେରା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ନଭେମ୍ବର ୧୪ ତାରିଖରେ ବେହେରା ଯନ୍ତ୍ରୀଙ୍କ ବାସ ଭବନକୁ ଯାଇ ୧ ହଜାର ଟଙ୍କା ଦେଇଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ବିଭାଗ କର୍ମଚାରୀ ଯନ୍ତ୍ରୀ ଖଟେଇଙ୍କୁ ଧରିଥିଲେ। ଏ ନେଇ ନଂ. ୨୬/୦୭ରେ ମାମଲା ରୁଜୁ ହୋଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତିକରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେଶ ମହାପାତ୍ର ମାମଲା ପରିଚାଳନା କରୁଥିଲେ।
All Right Reserved By

ବ୍ରହ୍ମପୁର

ଔଷଧ ଭାବି ବିଷ ପିଇ ମହିଳା ମୃତ

ଔଷଧ ଭାବି ବିଷ ପିଇ ମହିଳା ମୃତ

ପାତ୍ରପୁର,୨୨ା୧୦(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଚରିଆବାଡ଼ ଗ୍ରାମର ଜଣେ ମହିଳା ପେଟ ବ୍ୟଥା ଔଷଧ ଭାବି ବିଷ ପିଇ ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ନରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ରେଣୁ ପ୍ରଧାନ। 

ପାଣି ସୁଅରେ ଘର ସହ ୬ଜଣ ଭାସିଯିବା ଘଟଣା:ଆଉ ଜଣଙ୍କ ମୃତଦେହ ମିଳିଲା

ସୋରଡା,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡାଠାରୁ ଦାରିଙ୍ଗବାଡି ଜାତୀୟ ରାଜପଥ ନଂ.୫୯ ପାର୍ଶ୍ୱରେ ଥିବା ଗାଜଲବାଡି ପଞ୍ଚାୟତ ଆମ୍ବକଣ ଗଁା ନିକଟ ଅଡାଙ୍ଗି ନାଳରେ ବନ୍ୟାପାଣି ଆସିବାରୁ ଗତ ୧୧ ତାରିଖରେ ଘର ସହ ୬ ଜଣ ଭାସି ଯାଇଥିଲେ। 

କୋଠରଶିଙ୍ଗି ଗଣ୍ଡଗୋଳ ଘଟଣା : ଉଭୟ ପକ୍ଷରୁ ଥାନାରେ ଏତଲା

ବ୍ରହ୍ମପୁର ଅଫିସ୍‌,୨୨ା୧୦: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠରଶିଙ୍ଗି ଗ୍ରାମରେ ୧୯ ତାରିଖ ରାତିରେ ହୋଇଥିବା ଗଣ୍ଡଗୋଳ ଓ ମାରପିଟ ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ା 

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଦିଗପହଣ୍ଡି/ପାଟପୁର, ୨୩ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଗ୍ରାମରେ ଚାଷଜମି ମାଲିକାନା ସତ୍ତ୍ବକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପୁଣିଥରେ ମୁଣ୍ଡ ଟେକିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। 

୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର

୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର

ବୁଗୁଡ଼ା,୨୩ା୧୦(ଡି.ଏନ.ଏ.)-ବୁଗୁଡ଼ା ଥାନା ବେତାରସିଙ୍ଗି ପାହାଡ଼ ପଛପଟୁ ସୋମବାର ମଧ୍ୟାହ୍ନରେ ବୁଗୁଡ଼ା ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ସହ ଏକ ରକ୍ତଭିଜା ଛୁରୀ ଜବତ କରିଛି। ମୃତକ ହେଲେ ଲକ୍ଷ୍ମୀ ପ୍ରଧାନ (୨୮)। ଲକ୍ଷ୍ମୀଙ୍କ ମା’ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୋଲିସକୁ କହିଛନ୍ତି। 

ବିବାହ ପାଇଁ ଜିଦ୍‌ କରିବାରୁ କଲେଜ ଛାତ୍ରୀଙ୍କୁ ହତ୍ୟା

ବିବାହ ପାଇଁ ଜିଦ୍‌ କରିବାରୁ କଲେଜ ଛାତ୍ରୀଙ୍କୁ ହତ୍ୟା

ପାତ୍ରପୁର,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଜରଡା ଥାନା ଖାରିଆଗୁଡା ପଞ୍ଚାୟତ ଅଧୀନ ଏସ.ନୂଆଗଁାସ୍ଥିତ ଅଜା ଘରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଛନ୍ତି। ଶନିବାର ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ସୋମବାର ହତ୍ୟାକାରୀ ଜରଡା ଥାନାରେ ଆତ୍ମସମର୍ପଣ କରି ସବୁକଥା କହିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ କୂଅରୁ ମୃତଦେହ ଜବତ କରିବା ସହ ନଂ.୧୭୪/୧୮ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କଲେ ଲୋକେ

ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କଲେ ଲୋକେ

ଛତ୍ରପୁର/ ଗଞ୍ଜାମ, ୨୩ା୧୦ (ଡି.ଏନ.ଏ)-ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ବିରିପୁର ଗାଁରେ ଲୋକଙ୍କୁ ରବିବାର ବିଳମ୍ବିତ ରାତିରେ ଭୟଭୀତ କରିବା ସହ  ମାରଣାସ୍ତ୍ର ଧରି କେତେଜଣ ବଟି ମାଗିଥିବା ଅଭିଯୋଗ ହୋଇଛି ା 

ରାଜୀବ ଆବାସ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ରାଜୀବ ଆବାସ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ବ୍ରହ୍ମପୁର ଅଫିସ,୨୩ା୧୦-ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ୩୮ ନଂ. ୱାର୍ଡ ଖୋଳାସାହି ଅଞ୍ଚଳରେ ରାଜୀବ ଆବାସ ଯୋଜନା(ଆରଏୱାଇ)ରେ ଗୃହ ନିର୍ମାଣ ପାଇଁ ୨୦୧୬ରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା ା ଉଚ୍ଛେଦ ହୋଇଥିବା ଲୋକଙ୍କୁ ରାଜୀବ ଆବାସ ପ୍ରଦାନ କରାଯିବ ବୋଲି ବିଏମସି ପକ୍ଷରୁ ସେ ସମୟରେ ପ୍ରତିଶ୍ରୁତି ଦିଆଯାଇଥିଲା। 

ତ୍ୱରିତ ପଦକ୍ଷେପରୁ ଟଳିଗଲା ମହାମାରୀ

ତ୍ୱରିତ ପଦକ୍ଷେପରୁ ଟଳିଗଲା ମହାମାରୀ

ବ୍ରହ୍ମପୁର ଅଫିସ,୨୩ା୧୦-ବାତ୍ୟା ତିତ୍‌ଲି ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲା ପ୍ରଭାବିତ ହୋଇଥିଲା। ଅଧିକାଂଶ ବ୍ଲକର ବିଭିନ୍ନ ଗ୍ରାମ ଜଳମଗ୍ନ ହୋଇଥିଲା। ଏପରିକି ଘରେ ମଧ୍ୟ ପାଣି ପଶି ଯାଇଥିଲା। 

ନିଖୋଜର ୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର: ରକ୍ତଭିଜା ଛୁରୀ ଜବତ

ନିଖୋଜର ୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର: ରକ୍ତଭିଜା ଛୁରୀ ଜବତ

ବୁଗୁଡ଼ା,୨୨ା୧୦(ଡି.ଏନ.ଏ.)- ବୁଗୁଡ଼ା ଥାନା ବେତାରସିଙ୍ଗି ପାହାଡ଼ ପଛପଟୁ ସୋମବାର ମଧ୍ୟାହ୍ନରେ ବୁଗୁଡ଼ା ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ସହ ଏକ ରକ୍ତଭିଜା ଛୁରୀ ଜବତ କରିଛି। ମୃତକ ଜଣକ ହେଲେ ଲକ୍ଷ୍ମୀ ପ୍ରଧାନ (୨୮)। ଲକ୍ଷ୍ମୀଙ୍କ ମା’ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୋଲିସକୁ କହିଛନ୍ତି। ଏନେଇ ନଂ. ୨୪୫/୧୮ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ଏଥିସହ ହତ୍ୟାକାଣ୍ଡର ତଦନ୍ତ ଚାଲୁ ରଖିବା ସହ ହତ୍ୟାକାରୀ ତୁରନ୍ତ ଧରାଯିବ ବୋଲି ପୋଲିସ କହିଛି।

ଏନ୍‌କାଉଣ୍ଟରରେ ଆହତ କାଳୁ ବିଶ୍ୱାଳ ଗିରଫ

ଏନ୍‌କାଉଣ୍ଟରରେ ଆହତ କାଳୁ ବିଶ୍ୱାଳ ଗିରଫ

ଆସିକା,୨୨।୧୦(ଡି.ଏନ୍‌.ଏ)- ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଚାରିମଇଲି ଛକ ନିକଟରେ ଅଗଷ୍ଟ ୯ରେ ପୋଲିସ ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ଥିଲେ। କାଳୁ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯାଇ ସୋମବାର ଅଫରାହ୍ନରେ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି।

ଜୁଆ ଆଡ୍ଡାରେ ଚଢ଼ାଉ, ୩୧ ଗିରଫ

ଜୁଆ ଆଡ୍ଡାରେ ଚଢ଼ାଉ, ୩୧ ଗିରଫ

ଭଞ୍ଜନଗର,୨୨।୧୦(ଡି.ଏନ.ଏ.)-ଭଞ୍ଜନଗର ପୋଲିସ ସୋମବାର ୫ଟି ଜୁଆ ଆଡ୍ଡାରେ ଚଢାଉ କରି ୩୧ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୬୮ହଜାର ୮୯୦ ଟଙ୍କା, ୧୦ଟି ମୋବାଇଲ ଫୋନ୍‌ ସମେତ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।