ବାଲେଶ୍ୱର

ଜଙ୍ଗଲ ଜାତ ଦ୍ରବ୍ୟରେ ଜୀବନ ବଞ୍ଚିଛି

ଜଙ୍ଗଲ ଜାତ ଦ୍ରବ୍ୟରେ ଜୀବନ ବଞ୍ଚିଛି

ଘସିପୁରା, ୨୨।୧୨(ଡି.ଏନ୍‌.ଏ.)-ବଣ ଜଙ୍ଗଲ ପାହାଡ଼ ଘେରା ଅପନ୍ତରା ଆଦିବାସୀ ମୂଲକ ହେଉଛି ମଣ୍ଡପଡ଼ା। ଆନନ୍ଦପୁର ବ୍ଲକର ନୂତନ ପଞ୍ଚାୟତ ଭାବେ ପରିଗଣିତ ବୁଢିକୁଦର ଶେଷ ସୀମାରେ ଅବସ୍ଥିତ ଏହି ଗାଁ। ଏଠାକାର ସମସ୍ତ ଆଦିବାସୀ ସମ୍ପ୍ରଦାୟର ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର। ନା ସେମାନଙ୍କ ପାଖରେ ସହର ବଜାରର ଆଧୁନିକତାର ଛାପ ରହିଛି ନା କିଛି ସୁବିଧା ସେମାନେ ହାସଲ କରିବାରେ ସମର୍ଥ ହେଉଛନ୍ତି। ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ସାମନ୍ୟ ତମ ମୌଳିକ ସୁବିଧା ଯେପରି ସେମାନଙ୍କ ପାଇଁ ସାତସପନ ହୋଇଛି। ଏହିପରି ଅତି ଦୟନୀୟ ଭାବେ ଗୁଜୁରାଣ ମେଣ୍ଟାଇଆସୁଛନ୍ତି ଅସହାୟ ମହିଳା ଶ୍ରୀମତୀ ଗାଗରାଇ। ୬ ମାସ ତଳୁ ନିଜ ସ୍ବାମୀକୁ ହରାଇ ନିଜର ୫ ନାବାଳକ ଛୁଆକୁ ଧରି ଅତି ଅସହାୟ ଭାବେ ଦରମେଲା ଘରେ ପରିବାର ଚଳାଇ ଆସୁଛନ୍ତି। ବଣପାହାଡ଼ରୁ କାଠ ଜାଳ, ଶାଳପତ୍ର ଆଦି ବନ୍ୟଜାତ ସାମଗ୍ରୀ ସଂଗ୍ରହ କରି ପେଟ ପୋଷିବାକୁ ଅଣ୍ଟା ଭିଡିଥିବା ଗାଗରାଇ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ବାପ ଛେଉଣ୍ଡ ୫ ଛୁଆଙ୍କ ପାଟିରେ ଆହାର ଦେବା ପାଇଁ ଗାଗରାଇଙ୍କୁ ବହୁ କଷ୍ଟ କରିବାକୁ ପଡୁଛି। ସରକାରୀ ରାଶନ୍‌ ଚାଉଳ ଗଣ୍ଡିକ ବ୍ୟତୀତ ଜଙ୍ଗଲ ଜମି ଘରଡିହ ଖଣ୍ଡିକ ତାଙ୍କର ଶେଷ ସମ୍ବଳ। ସେହି ଘର ଖଣ୍ଡିକ ଖୋଲାମେଲା ଅବସ୍ଥାରେ ରହିଛି। ସେହି ଭଙ୍ଗା ଘରେ ଧୁଧୁ ଶୀତରେ ବହୁତ କଷ୍ଟରେ ସେ ଏହି ୫ ଛୁଆପିଲାଙ୍କୁ ନେଇ ସଂସାର ଚଲାଇବାକୁ ବାଧ୍ୟ ହେଉଛନ୍ତି। ସେ ବଞ୍ଚିବା ପାଇଁ ସଂଘର୍ଶ କରୁଛନ୍ତି। ସରକାରଙ୍କ ପକ୍ଷରୁ ତାକୁ ଘର ଖଣ୍ଡିଏ ବି ମିଳିପାରିନି। ଅନ୍ୟପଟେ ୬ ମାସର ସାନ ଦୁଇ ପିଲା ଅପପୁଷ୍ଟିର ଶିକାର ହୋଇଥିବାବେଳେ ସମନ୍ବୀତ ଶିଶୁ ବିକାଶ ପ୍ରକଳ୍ପ ଆନନ୍ଦପୁର ପକ୍ଷରୁ ସେମାନଙ୍କୁ ଗତ ମାସ ଏନଆରସି( ନ୍ୟୁଟ୍ରିସନ୍‌ ରିହାବିଲିଟେସନ୍‌ ସେଣ୍ଟର)କୁ ରେଫର କରାଯାଇଥିଲା। ସେଠାରେ ପିଲା ୨ ଜଣ ୧୫ ଦିନ ଧରି ଚିକିତ୍ସିତ ହେବା ପରେ ନିଜ ଗାଁକୁ ଫେରିଆସିଥିଲେ। ସଦାବେଳେ ମାଙ୍କ ପଛେପଛେ ବୁଲୁଥିବା ଅନ୍ୟତିନି ଛୁଆ ଚାନ୍ଦୁ (୬), ମିଞ୍ଜ(୪), ମିଞ୍ଜାରୀ(୩) ଏବେ କୁକୁଡା ଖଣ୍ଡି ପୋକ ଦ୍ୱାରା ଆକ୍ରାନ୍ତ ହୋଇ ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି। ଅଦ୍ୟାବଧି ଏହି ପିଲାମାନଙ୍କର ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇପାରି ନାହିଁ। ଫଳରେ ଏହି ପରିବାରର ପିଲାମାନେ ଘା ଘାଉଡ଼ରେ ରହିଛନ୍ତି। ସରକାରୀ ଆବାସ ଯୋଜନାରେ ଘର ଏବଂ ବିଧବା ଭତ୍ତାର ବ୍ୟବସ୍ଥା ଯୋଗାଇ ଦିଆଯିବା ସହିତ ଏହି ପରିବାରବର୍ଗର ନାବାଳିକ ପିଲାମାନଙ୍କର ଥଇଥାନର ବ୍ୟବସ୍ଥା ଗ୍ରହଣ କରାଯାଇପାରିଲେ ସେମାନଙ୍କର କିଛିଟା ଦୁଃଖ ଲାଘବ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି। ଏ ନେଇ ଘଟଣା ସମ୍ପର୍କରେ ଆନନ୍ଦପୁର ସିଡିପି ଆଲାଦି ମାରଣ୍ଡିଙ୍କୁ ପାଚାରିବାରୁ ସେଠାରେ ଥିବା ମିନି ଅଙ୍ଗନଓ୍ବାଡି କେନ୍ଦ୍ରରେ ପିଲାମାନଙ୍କୁ ଓଜନ କରିବା ସମୟରେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ମିଳିଥିଲା। ଉଭୟ ଜାଆଁଳା ଶିଶୁ ହୋଇଥିବାରୁ ଗତ ନଭେମ୍ବରରେ ସେମାନଙ୍କ ମାଆର ପରମର୍ଶ କ୍ରମେ ଉଭୟଙ୍କୁ କେନ୍ଦୁଝର ଚିକିତ୍ସା ପାଇଁ ପଠାଯାଇଥିଲା। ସେମାନଙ୍କର ସ୍ବାସ୍ଥ୍ୟବସ୍ଥାରେ କିଛିଟା ଉନ୍ନତି ପରିଲକ୍ଷିତ ହେବା ପରେ ସେମାନଙ୍କୁ ତାଙ୍କ ଘରେ ଛାଡି ଦିଆଯାଇଥିଲା। ଅନ୍ୟ ତିନି ଶିଶୁ ଯେଉଁ ମାଙ୍କଡଖଣ୍ଡି ପୋକ କାମୁଡାରେ ଆକ୍ରାନ୍ତ ହୋଇଛନ୍ତି ସେ ସମ୍ପର୍କରେ ଆମେ କିଛି ସୂଚନା ପାଇନାହିଁ। ତୁରନ୍ତ ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମାରାଣ୍ଡି ପ୍ରକାଶ କରିଥିଲେ।

All Right Reserved By

ବାଲେଶ୍ୱର

ଅଗ୍ନିକାଣ୍ଡ: କୁକୁଡ଼ା ଫାର୍ମ, ୨ ବଖରା ଜଳିଗଲା

ଅଗ୍ନିକାଣ୍ଡ: କୁକୁଡ଼ା ଫାର୍ମ, ୨ ବଖରା ଜଳିଗଲା

ଚାନ୍ଦବାଲି,୨୩ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତ ମହାନ୍ତି ସାହି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ସହ କୁକୁଡ଼ାଫାର୍ମ ଜଳିଯାଇଛି।

ତାଲା ଭାଙ୍ଗି ଦୋକାନରୁ ୧୮ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ

ଚାନ୍ଦବାଲି,୨୩।୬(ଡି.ଏନ.ଏ.)-ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଘଣ୍ଟେଶ୍ୱର ବଜାରରେ ଥିବା ଦୟାଲ ଜୁଏଲର୍ସରୁ ଗୁରୁବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ୧୮ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନିଆଯାଇଛି।

ନକଲି ବନ୍ଧୁକ ଦେଖାଇ ଲୁଟ୍‌

ଚାନ୍ଦବାଲି,୨୩।୬(ଡି.ଏନ.ଏ.)-ଭଦ୍ରକ-ଚାନ୍ଦବାଲି ରାସ୍ତାର ଖେରଙ୍ଗ କାଠପୋଲ ନିକଟରେ ସ୍କୁଟିରେ ଆସୁଥିବା ୨ ଜଣ ଯୁବକଙ୍କୁ ଅନ୍ୟ ଜଣେ ବାଇକ୍‌ ଆରୋହୀ ଧକ୍କା ଦେବା ପରେ ଏକ ବନ୍ଧୁକ ଦେଖାଇ ମୋବାଇଲ ଫୋନ ଓ ଟଙ୍କା ଲୁଟି ନେଇଛନ୍ତି।

ମୋବାଇଲ ଫୋନକୁ ନେଇ ଟଣାଓଟରା

ମୋବାଇଲ ଫୋନକୁ ନେଇ ଟଣାଓଟରା

ବନ୍ତ,୨୩।୬(ଡି.ଏନ.ଏ.)- ରାଜ୍ୟ ସରକାର ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବ୍ଲକସ୍ତରରେ ଏକଦିବସୀୟ ସମବାୟ ସଚେତନତା କାର୍ଯ୍ୟକ୍ରମ ଭାବେ ‘ସମବାୟ ଆପଣଙ୍କ ଦ୍ୱାରରେ’ ଶୀର୍ଷକ କର୍ମଶାଳା ଆୟୋଜନ କରିଛନ୍ତି।

ଭାର କରି ଲୋକେ ଆଣୁଛନ୍ତି ପାନୀୟ ଜଳ

ଭାର କରି ଲୋକେ ଆଣୁଛନ୍ତି ପାନୀୟ ଜଳ

ଆରଡି,୨୩।୬(ଡି.ଏନ.ଏ.)-ସପ୍ତାହେ ହେଲା ପୋଡ଼ି ଯାଇଛି ଟ୍ରାନ୍ସଫର୍ମର। ଜଳ ପ୍ରକଳ୍ପ ଅଚଳ। ଏହା ଉପରେ ନିର୍ଭର କରୁଥିବା ୩ ଖଣ୍ଡ ଗଁାର ପ୍ରାୟ ୨ ହଜାର ପରିବାର ପାଣି ପାଇଁ ଏବେ ଡହଳବିକଳ।

ସରକାରୀ ଯୋଜନା ଏଠି ଅପହଞ୍ଚ

ସରକାରୀ ଯୋଜନା ଏଠି ଅପହଞ୍ଚ

ତିହିଡ଼ି,୨୩।୬(ଡି.ଏନ.ଏ.)- ଜାଗାବାଡ଼ି ନ ଥିବା ଅସହାୟ ଭିନ୍ନକ୍ଷମ ମଦନ ମଳିକଙ୍କୁ ବଞ୍ଚିବାର ବାଟ ଦେଖାଇଛି ଏକ ଷ୍ଟେଶନେରୀ ଦୋକାନ। ଏଠାକାର ଜୀବନଜ୍ୟୋତି ସଙ୍ଗଠନ ପକ୍ଷରୁ ତାଙ୍କ ଚଳିବା ପାଇଁ ସହାୟତା ସ୍ବରୂପ ଏହି ଦୋକାନ ଯୋଗାଇ ଦିଆଯାଇଛି।

ଆକ୍ରୋଶର ଶିକାର ହେଉଛନ୍ତି ରୋଗୀ

କେନ୍ଦୁଝର, ୨୩ା୬(ସ୍ବ.ପ୍ର.): ଜିଲା ରକ୍ତ ଭଣ୍ଡାର ବିଭିନ୍ନ ଅବ୍ୟବସ୍ଥାରେ ଚାଲିଛି। ବିଦ୍ୟୁତ୍‌ କାଟ ଯୋଗୁ ଅନ୍ଧାରରେ ରକ୍ତ ଭଣ୍ଡାରରେ ରକ୍ତ ନମୁନା ପରୀକ୍ଷା କରାଯାଉଛି। ବିନା ଡିଜି ସେଟରେ ରକ୍ତ ସଂଗ୍ରହ କରି ଗଚ୍ଛିତ ରଖାଯାଉଛି।

‘ବାଟ ଚାଲିବା ଦେଇଛି ଶକ୍ତି’

‘ବାଟ ଚାଲିବା ଦେଇଛି ଶକ୍ତି’

ପାଟଣା, ୨୩।୬(ସ୍ବ.ପ୍ର.)-ପ୍ରାତଃ ଭ୍ରମଣ, ଦୌଡ଼ାଦୌଡ଼ି ଆଉ ସାଇକେଲ୍‌ ଚାଳନା ଯୋଗୁ ସେ ଆଜି ବି ୮୬ ବର୍ଷରେ ବେଶ୍‌ ସୁସ୍ଥ ରହିଛନ୍ତି। ପିଲାଦିନେ ପାଠ ପଢ଼ିବା ପାଇଁ ଦୀର୍ଘ ୧୮କି.ମି. ଦୂର ବିଦ୍ୟାଳୟକୁ ଚାଲି ଚାଲି ଯାଉଥିଲେ।

ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା

ଆନନ୍ଦପୁର,୨୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ସୁଡୁସୁଡିଆ ବାଇପାସ୍‌ ଛକଠାରୁ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବିରେ ସ୍ଥାନୀୟ ବାସିନ୍ଦା, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ପ୍ରତୀକ ଧାରଣା ୧୫ ଦିନରେ ପହଞ୍ଚିଲାଣି।

ରାସ୍ତା କାମ ନ ସୁଧାରିଲେ ଆନ୍ଦୋଳନ

ରାସ୍ତା କାମ ନ ସୁଧାରିଲେ ଆନ୍ଦୋଳନ

ମୋରଡା,୨୩।୬-ମୋରଡା ବ୍ଲକ ତଥା ମୋରଡା ପଞ୍ଚାୟତର ପଟା କୁଣ୍ଡିଆ ନଦୀ ପାଖ ମେଟାଲ୍‌ ମୋରମ ରାସ୍ତା ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ପଟାକୁଣ୍ଡିଆ ପୂର୍ତ୍ତ ବିଭାଗ ରାସ୍ତାଠାରୁ ୭୧୦ ମିଟର ଓ ପାଞ୍ଚଗୋଛିଆ ଗ୍ରାମରେ ୪୫୦ ମିଟର ରାସ୍ତା କାମ ପାଇଁ ୭.୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ରାସ୍ତା ନିର୍ମାଣ ହେବା ପୂର୍ବରୁ ପ୍ରଥମେ ସୂଚନା ଫଳକ ଲାଗିବା ନିୟମ ଥିବା ବେଳେ ଏଠାରେ କିନ୍ତୁ ବ୍ୟତିକ୍ରମ ଦେଖାଦେଇଛି। ରାସ୍ତା ନିର୍ମାଣ ପୂର୍ବରୁ ପ୍ରଥମେ ମୋରମ ପଡିବା କଥା ।

ଘାଟି ତଳକୁ  ଟ୍ରେଲର ଖସି ୨ଗୁରୁତର

ଘାଟି ତଳକୁ ଟ୍ରେଲର ଖସି ୨ଗୁରୁତର

ଠାକୁରମୁଣ୍ଡା,୨୩ା୬(ଡି.ଏନ.ଏ)- ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟିରେ ଶୁକ୍ରବାର ଏକ ବିଦ୍ୟୁତ୍‌ ଖୁଣ୍ଟ ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିବା ଫଳରେ ୨ଜଣ ଗୁରୁତର ହୋଇଛନ୍ତି ା ସେମାନେ ହେଉଛନ୍ତି ଟ୍ରେଲର ଡ୍ରାଇଭର ବିଶ୍ୱଜିତ୍‌ ମାର୍ଣ୍ଣି ଓ ହେଲପର ଯୋଶେଫ୍‌ ଟୁଡୁ ା

ନ୍ୟାୟ ପାଇଁ ଧାରଣା ଦେଲେ ମହିଳା

ନ୍ୟାୟ ପାଇଁ ଧାରଣା ଦେଲେ ମହିଳା

ଉଦଳା, ୨୩।୬ (ଡି.ଏନ.ଏ.) -ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ଆକ୍ରମଣର ଶିକାର ହୋଇଛନ୍ତି ଜଣେ ମହିଳାଙ୍କ ସମେତ ତାଙ୍କ ପରିବାରର ୩ ସଦସ୍ୟ। ଏ ନେଇ ସେ ଥାନାର ଦ୍ୱାରସ୍ଥ ହେବାକୁ ୧୨ ଦିନ ବିତିଗଲାଣି।

Model This Week

ପ୍ରଭାତ