ବାଲେଶ୍ୱର

ଲୌହଖଣିରେ ଗଣ୍ଡଗୋଳ, ୪ ଗିରଫ

ଲୌହଖଣିରେ ଗଣ୍ଡଗୋଳ,  ୪ ଗିରଫ
କେନ୍ଦୁଝର, ୨୨।୧୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିଠାରେ ଥିବା ଓଏମ୍‌ସି ଗନ୍ଧମାର୍ଦ୍ଦନ ‘ବି’ ବ୍ଲକର ଜାଗର ଲୌହଖଣିରେ ଲୁହାପଥର ଲୋଡିଂକୁ ନେଇ ବିବାଦ ଦେଖା ଦେଇଛି। ତେଣୁ କାର୍ଯ୍ୟ ବନ୍ଦ ରହିଛି। ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ ଓଏମ୍‌ସି ତରଫରୁ ଆଞ୍ଚଳିକ ପରିଚାଳକ କେନ୍ଦୁଝର ସଦର ଥାନାରେ ଗତ ଗୁରୁବାର ଏକ ଏତଲା ଦାୟର କରିଥିଲେ। ଓଏମ୍‌ସି ଖଣିର ଖଣିଜ ଉତ୍ତୋଳନ ଓ ପରିବହନ ବ୍ୟବସ୍ଥାକୁ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ସରକାରୀ ବିଧିବ୍ୟବସ୍ଥା ମୁତାବକ ବିଭିନ୍ନ କମ୍ପାନୀକୁ ଲୁହାପଥର ଉତ୍ତୋଳନ କାମ ହୋଇଆସୁଥିଲା। ଗୁରୁବାର ପ୍ରାୟ ୧୨ଟା ସମୟରେ ଶତାଧିକ ଲୋକ ଲାଠି, ଭାଲା, ରମ୍ପା ଏବଂ ଟାଙ୍ଗିଆ ଧରି ୫, ୧୧ ଓ ୧୨ନଂ ଓଜନକଣ୍ଟାରେ ପହଞ୍ଚି ଗଣ୍ଡଗୋଳ କରିଥିବା ଅଭିଯୋଗ ହେଉଛି। ଲୋଡ଼ର ଅପରେଟର ହିମାଂଶୁ ଶେଖର ମହାନ୍ତଙ୍କ ସହିତ ଅନ୍ୟ କର୍ମଚାରୀଙ୍କୁ ମାରପିଟ କରାଯାଇଥିବା ସଦର ଥାନାରେ ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହଖଣିର ଆଞ୍ଚଳିକ ପରିଚାଳକ ପ୍ରଶାନ୍ତ କୁମାର ସାହୁ ଅଭିଯୋଗ କରିଥିଲେ। ପରେ ସଦର ପୋଲିସ ପକ୍ଷରୁ ଏକ ମାମଲା (ନଂ.୩୫୦/୧୭) ରୁଜୁ କରି ଜଗଦୀଶ ଦେହୁରି, ଭୋଳାନାଥ ଦେହୁରି, ସାଧୁ ମନ୍ତ୍ରୀ, ଲକ୍ଷ୍ମୀଧର ଦେହୁରିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗଣ୍ଡଗୋଳ କରିଥିବା ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।
All Right Reserved By

ବାଲେଶ୍ୱର

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ବାଲେଶ୍ୱର ଅଫିସ,୧୫।୧୦-ବାଲେଶ୍ୱର ସହର ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି। ଚଳିତବର୍ଷ ସହରରେ ୭୦ ମେଢ଼ରେ ଦୁର୍ଗତୀନାଶିନୀ ମା’ ଦୁର୍ଗା ପୂଜା ପାଉଛନ୍ତି।

କାନ୍ଥ ପଡ଼ି ବୃଦ୍ଧ ମୃତ

କାନ୍ଥ ପଡ଼ି ବୃଦ୍ଧ ମୃତ

ବାଲେଶ୍ୱର ଅଫିସ, ୧୫।୧୦-ରବିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ପାଖରାବାଡ଼ ଗାଁର ଗୋକୁଳି ବେହେରା (୬୦) ନାମକ ବୃଦ୍ଧଙ୍କ କାନ୍ଥ ପଡ଼ି ମୃତ୍ୟୁ ଘଟିଛି। 

ଯୁବକଙ୍କ ମାଡ଼ରେ ବୃଦ୍ଧାଙ୍କ ଜୀବନ ଗଲା

ଯୁବକଙ୍କ ମାଡ଼ରେ ବୃଦ୍ଧାଙ୍କ ଜୀବନ ଗଲା

ତିହିଡ଼ି, ୧୫ା୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧୀନ ତଳହଂସପାଟ ଗ୍ରାମର ଜଣେ ଯୁବକଙ୍କ ମାଡ଼ରେ ସେହି ଗ୍ରାମର ଲକ୍ଷ୍ମୀ ନାୟକ (୭୫) ନାମ୍ନୀ ଜଣେ ବୃଦ୍ଧାଙ୍କର ଜୀବନ ଯିବା ଘଟଣା ସେଠାରେ ଆଲୋଡ଼ନ ସୃଷ୍ଟି କରିଛି।

ମାଛ ହାଟ ଆବର୍ଜନାରେ ପୋତି ହେଉଛି ନାଳ: ଲୋକେ ଅଣନିଃଶ୍ୱାସୀ

ମାଛ ହାଟ ଆବର୍ଜନାରେ ପୋତି ହେଉଛି ନାଳ: ଲୋକେ ଅଣନିଃଶ୍ୱାସୀ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ବଜାର ତଳି ମାଛ ହାଟର ଆବର୍ଜନା ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ହୋଇଛି। ମାଛ ବ୍ୟବସାୟୀଙ୍କ  ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ମୁଖ୍ୟ ନାଳ ପୋତି ହୋଇପଡ଼ିଛି। 

ନଦୀରେ ବୁଡ଼ି ଜୀବନ ଗଲା

ନଦୀରେ ବୁଡ଼ି ଜୀବନ ଗଲା

ପଦ୍ମପୁର,୧୫।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ସମିଅଁା ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା(୫୦) ରବିବାର ରାତିରେ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ଶହୀଦ ସ୍ମୃତିଭବନ ଆଜି ଶ୍ରୀହୀନ

ଶହୀଦ ସ୍ମୃତିଭବନ ଆଜି ଶ୍ରୀହୀନ

ଭଦ୍ରକ ଅଫିସ,୧୫।୧୦-ସାହିତ୍ୟ ସଂସ୍କୃତି ସମ୍ପନ୍ନ ଭଦ୍ରକ ସହରରେ ଗଢ଼ିଉଠିଥିବା  ଶହୀଦ ସ୍ମୃତିଭବନ ଆଜି ଶ୍ରୀହୀନ ହୋଇପଡ଼ିଛି। ସ୍ବାଧୀନତା ଆନ୍ଦୋଳନ ବେଳେ ଭଦ୍ରକର ସଂଗ୍ରାମ ଭୂମିରେ ଶହୀଦ ହୋଇଥିବା  ସଂଗ୍ରାମୀଙ୍କ ସମେତ ବିଭିନ୍ନ ମହାପୁରୁଷମାନଙ୍କ ଫଟୋ ଏହି ସ୍ମୃତି ଭବନରେ ପୂର୍ବରୁ ଲଗାଯାଇ ସେମାନଙ୍କ ନାମ ଉଲ୍ଲେଖ କରାଯାଇଥିଲା। ଏଥିଲାଗି ଏହାର ନାମ ଶହୀଦ ଭବନ ବା ଶହୀଦ ସ୍ମୃତି ଭବନ ରଖାଯାଇଥିଲା।  କେହି କେହି ଏହାକୁ ଟାଉନ ହଲ୍‌ କହନ୍ତି। ଏବେ ସେଠି ଜଣେ ହେଲେ ଶହୀଦଙ୍କ ଫଟୋ ଦେଖିବାକୁ ମିଳୁ ନାହିଁ। ଶହୀଦ ଭବନରୁ ହଜିଛି ସବୁ ସ୍ମୃତି।

କାଳିପଦା-ଡଗରା ରାସ୍ତା ମରଣଯନ୍ତା

କାଳିପଦା-ଡଗରା ରାସ୍ତା ମରଣଯନ୍ତା

ବାଲିଆପାଳ, ୧୫।୧୦(ଡି.ଏନ.ଏ.)-ବାଲିଆପାଳ-ଡଗରା ପୂର୍ତ୍ତବିଭାଗ ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଉପରେ ଦକ୍ଷିଣ ବାଲିଆପାଳର ୧୪ଟି ପଞ୍ଚାୟତ ଲୋକମାନେ ଯା’ଆସ କରନ୍ତି  ।  ପର୍ଯ୍ୟଟନ କେନ୍ଦ୍ର ଡଗରାକୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା ।ଏହାଛଡା ଚଉମୁଖ ଓ କାଳିପଦାରୁ ଦୈନନ୍ଦିନ ବସ୍‌ ଯିବା ଆସିବା କରେ। 

‘ସାମାଜିକ ପରିବର୍ତ୍ତନ ଲାଗି ନାରୀଶକ୍ତିର ଜାଗରଣ ଲୋଡା’

‘ସାମାଜିକ ପରିବର୍ତ୍ତନ ଲାଗି ନାରୀଶକ୍ତିର ଜାଗରଣ ଲୋଡା’

ବାଲେଶ୍ୱର ଅଫିସ, ୧୫।୧୦-ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ବାଲେଶ୍ୱର ମାଟିର ଅବଦାନ ଅତୁଳନୀୟ। ଏହି ସାରସ୍ବତ ପରମ୍ପରାକୁ ବଜାୟ ରଖି ଉଭୟ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ବାଲେଶ୍ୱର ସହରସ୍ଥିତ ‘ଆତିଥ୍ୟ’ ଭବନରେ ‘ଯୁଗଶ୍ରୀ ଯୁଗନାରୀ’ ପକ୍ଷରୁ ସାରସ୍ବତ ସମାରୋହ ଓ ବନ୍ଧୁମିଳନ ଉତ୍ସବରେ ମତବ୍ୟକ୍ତ କରାଯାଇଛି। ବାଲେଶ୍ୱର ପୂର୍ବାଞ୍ଚଳ ଡ଼ିଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଏହି ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ଶାରଦୀୟ ବିଶେଷାଙ୍କକୁ ଲୋକାର୍ପଣ କରି ନାରୀଶକ୍ତିର ଜାଗରଣ ଦ୍ୱାରା ସାମାଜିକ ପରିବର୍ତ୍ତନ ଆସିବ ବୋଲି କହିଥିଲେ। 

‘ଧୂଲ୍‌ କେ ଫୁଲ୍‌’ ପକ୍ଷରୁ ପ୍ରତିଭା ଅନ୍ବେଷଣ

‘ଧୂଲ୍‌ କେ ଫୁଲ୍‌’ ପକ୍ଷରୁ ପ୍ରତିଭା ଅନ୍ବେଷଣ

ବାଲେଶ୍ୱର ଅଫିସ, ୧୫।୧୦-ବାଲେଶ୍ୱର ସହରର ବସ୍ତି ବସ୍ତିରେ ବୁଲି ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ‘ଧୂଲ୍‌ କେ ଫୁଲ୍‌’ର ନଗରସ୍ତରୀୟ ଅଡ଼ିଶନ୍‌ ରବିବାର ଏଡ଼ିଏମ୍‌ ଛକ ସ୍ଥିତ ଜୁନିୟର ରେଡ଼କ୍ରସ୍‌ ଭବନରେ ଅନୁଷ୍ଠିତ ହୋଇଯାଇଛି। ବସ୍ତି ଅଞ୍ଚଳର ବିଭିନ୍ନ ପ୍ରତିଭାଧାରୀ କୁନି କୁନି ପିଲାଙ୍କୁ ଉତ୍ସାହିତ କରିବା ପାଇଁ ସେଠାରେ ବାଲେଶ୍ୱର ପୂର୍ବାଞ୍ଚଳ ଡ଼ିଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ସଦର ତହସିଲଦାର ଅନୁଜା ତାରିଣୀ ମିଶ୍ର, ବାଲେଶ୍ୱର ଆଲୋୟେଜ୍‌ର ଉପଦେଷ୍ଟା ସଂଗ୍ରାମ ମହାନ୍ତି, ଆନନ୍ଦମାର୍ଗ ପ୍ରଚାରକ ସଂଘର ରାଜ୍ୟ ସଂଯୋଜକ ଭାସ୍କର ଜେନା ପହଞ୍ଚିଥିଲେ।

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ବଡ଼ସାହି, ୧୫।୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଖାନୁଆ ଗ୍ରାମ ବାଥୁଡ଼ିସାହିର ଜଣେ ମହିଳା ସୋମବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସାବିତ୍ରୀ ନାଏକ(୪୫)। 

ବିଦ୍ୟୁତ୍‌  ତାର ସଂସ୍ପର୍ଶରେ ହାଇଓ୍ବା ଚାର୍ଜ, ଡ୍ରାଇଭରଙ୍କ ଜୀବନ ଗଲା

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ହାଇଓ୍ବା ଚାର୍ଜ, ଡ୍ରାଇଭରଙ୍କ ଜୀବନ ଗଲା

ବଡ଼ବିଲ,୧୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ଆର୍‌ପି ସାଓ ଖଣି ନିକଟରେ ରବିବାର ବିଳମ୍ବିତ ରାତିରେ  ଦୁର୍ଘଟଣା    ଘଟିଛି। 

ବିଷ ପିଇଲେ ଗର୍ଭବତୀ ନାବାଳିକା

ବିଷ ପିଇଲେ ଗର୍ଭବତୀ ନାବାଳିକା

ବାସୁଦେବପୁର, ୧୫।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ବିବାହର ପ୍ରତିଶୃତି ଦେଇ ଜଣେ ଯୁବକ ନାବାଳିକାଙ୍କୁ ଗର୍ଭବତୀ କରି ପରେ ପ୍ରତାରଣା କରିଥିଲେ।