Dharitri News
ବାଲେଶ୍ୱର

ଆକର୍ଷଣ ଅନେକ, ବିକାଶ ଧୀମା

 ଆକର୍ଷଣ ଅନେକ, ବିକାଶ  ଧୀମା ଭୋଗରାଇ,୨୨।୧୨(ଡି.ଏନ.ଏ.)- ଓଡ଼ିଶାର ସୀମାନ୍ତ ବାଲେଶ୍ୱର ଜିଲାରେ ପ୍ରକୃତିରାଣୀ ଭୋଗରାଇ ମାଟିକୁ ଦେଇଛି ଅଫୁରନ୍ତ ସୌନ୍ଦର୍ଯ୍ୟ। ଏଠାକାର ତାଳସାରୀ, ଉଦୟପୁର ଓ କୀର୍ତ୍ତନିଆର ମନୋରମ ବେଳାଭୂମିର ଆକର୍ଷଣ ନିଆରା। ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର, ସୁବର୍ଣ୍ଣରେଖା ନଦୀକୂଳରେ ସର୍ବବୃହତ୍‌ ଶିବଲିଙ୍ଗ ଭୁଷଣ୍ଡେଶ୍ୱର ଜୀଉ, ଭୋଗରାଇରେ ମା’ ବାସୁଳୀଙ୍କ କାଠରେ ନିର୍ମିତ ବିଶାଳ ମୂର୍ତ୍ତି କଖଡ଼ାରେ ଅଧିଷ୍ଠିତ ମା’ କାଳୀ ମନ୍ଦିର ଏହି ଇଲାକାର ପର୍ଯ୍ୟଟନ ବଳୟ ମଧ୍ୟରେ ରହିଛି, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସୁଛି। ପାନ-ଧାନ-ମୀନ ଓ ଜ୍ଞାନର ଗନ୍ତାଘର କୁହାଯାଉଥିବା ଭୋଗରାଇର ଏସବୁ ପର୍ଯ୍ୟଯନ କ୍ଷେତ୍ର ଓଡ଼ିଶା ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଲାଭ କରିଛି। ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରମୁଖ ଧର୍ମପୀଠ ଓ ନିଆରା ଭାଇଚାରା ଜନ ଜୀବନର ସଂସ୍କୃତି ସହ ଯୋଡି ହୋଇଯାଇଛି। ହେଲେ ନିକଟସ୍ଥ ପଡୋଶୀ ପଶ୍ଚିମବଙ୍ଗର ପର୍ଯ୍ୟଟନ କ୍ଷେତ୍ର ତୁଳନାରେ ଏଠାକାର ପର୍ଯ୍ୟଟନ ଭିତ୍ତିଭୂମି ଅବହେଳିତ ହୋଇ ରହିଛି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆନୁଷଙ୍ଗିକ ସୁବିଧା ମିଳି ପାରୁ ନାହିଁ । ଓଡ଼ିଶା ସୀମାକୁ ଲାଗିଥିବା ପଶ୍ଚିମବଙ୍ଗର‘ଦୀଘା’ରେ ଭିତ୍ତିଭୂମିର ଉନ୍ନତି ଘଟି ସେଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଶୀର୍ଷ ଛୁଇଁଛି। ହେଲେ ପ୍ରାକୃତିକ ଶୋଭା ସମ୍ପନ୍ନ ତାଳସାରୀ-ଉଦୟପୁର ବେଳାଭୂମି ଆବଶ୍ୟକ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ଅଭାବରୁ ସବୁବେଳେ ଖାଁ ଖାଁ ଲାଗୁଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ରୁ ପ୍ରାୟ ପ୍ରତିବର୍ଷ ତାଳସାରୀ ବେଳାଭୂମି ମହୋତ୍ସବକୁ ଆସି ଏହାକୁ ଉଦ୍‌ଘାଟନ କରି ଆସୁଛନ୍ତି। ବାଲେଶ୍ୱର ଜିଲାର ତାଳସାରୀ, ଡଗରା, ଚାନ୍ଦିପୁର ଓ ନୀଳଗିରିକୁ ନେଇ ତ୍ରିକୋଣୀୟ ପର୍ଯ୍ୟଟନ ବଳୟ କରାଯାଇ ପର୍ଯ୍ୟଟନ କ୍ଷେତ୍ରରେ ୮ଶହ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତଦନୁଯାୟୀ ଅଞ୍ଚଳବାସୀ ବେଶ୍‌ ଉତ୍ସାହିତ ହୋଇଥିଲେ। ହେଲେ କାର୍ଯ୍ୟରେ ମନ୍ଥରତା କାରଣରୁ ଅନେକ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ତାଳସାରୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ରୂପେ ଗଢ଼ି ତୋଳିବାକୁ ଯୋଜନା ଥିବାବେଳେ ଏଠାରେ ଲାଗିଥିବା ଦୁଇଟି ହାଇମାକ୍ସ ଲାଇଟ୍‌ ଦୀର୍ଘବର୍ଷ ଧରି ଜଳୁ ନାହଁ। ପର୍ଯ୍ୟଟକମାନେ ଅନ୍ଧାରିଆ ପରିବେଶରେ ରାତିରେ ରହିବାକୁ ନିରାପଦ ମଣୁ ନାହାନ୍ତି। ଭୋଗରାଇ ବିଧାୟକ ତଥା ବର୍ତ୍ତମାନର ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସଙ୍କ ଉଦ୍ୟମରେ ଉଦୟପୁର ବେଳାଭୂମି ଠାରେ ୧୫ଲକ୍ଷ ଟଙ୍କାରେ ବିଜୁ ପଟ୍ଟନାୟକ ପାର୍କ, ତାଳସାରୀ, ସୁବର୍ଣ୍ଣପୁର ଚଡ଼ ଉପରେ ଫୁଟ୍‌ ଓଭରବ୍ରିଜ୍‌ ପାଇଁ ଦେଢ଼କୋଟି ଟଙ୍କା, ତାଳସାରୀ-ଉଦୟପୁର ଦେଢ଼ କି.ମି. ମେରାଇନ୍‌ ଡ୍ରାଇଭ୍‌ ନିମନ୍ତେ ସାଢ଼େ ୧୩କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିଲାଗି କାର୍ଯ୍ୟାଦେଶ ଦିଆଯାଇଥିବା କୁହାଯାଇଛି। କିନ୍ତୁ ବିଜୁ ପାର୍କ କାମ ଅଧାପନ୍ତରିଆ ହୋଇପଡିଥିବା ବେଳେ ଠିକାଦାରୀ ସଂସ୍ଥା ଅନ୍ୟ କାର୍ଯ୍ୟ ଏଯାଏ ଆରମ୍ଭ କରି ନାହାନ୍ତି। ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଜୀଉଙ୍କ ମନ୍ଦିର ଗର୍ଭଗୃହରେ ଫାଟ ହୋଇ ଉପରିଭାଗ ତଳକୁ ଦବି ଯାଉଥିବା କୁହାଯାଉଛି। ଏହାର ସୁରକ୍ଷା ଲାଗି ପଦକ୍ଷେପ ନିଆଯାଇ ନାହିଁ । ମନ୍ଦିର ଚାରିପାଖରେ ଆବର୍ଜନା ପଡି ରହି ପରିବେଶକୁ ଦୂଷିତ କରୁଛି। ଏସବୁ ପର୍ଯ୍ୟଟନ କ୍ଷେତ୍ରର ସମନ୍ବିତ ବିକାଶ ହେଲେ ଅଞ୍ଚଳର ଆର୍ଥିକ ବିକାଶ ତ୍ୱରାନ୍ବିତ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି। ଚନ୍ଦନେଶ୍ୱରର ସେବାୟତ ତପନ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତାଳସାରୀ-ଉଦୟପୁରକୁ ଦୀଘା ସହିତ ସମକକ୍ଷ କରିବା ଲାଗି ଯୋଜନାବଦ୍ଧ କାର୍ଯ୍ୟ ହେବା ଆବଶ୍ୟକ। ଦୀଘାର କାର୍ଯ୍ୟଶୈଳୀ ଦେଖି ଆମେ ଶିଖିବା ଆବଶ୍ୟକ। ଜିଲା ପରିଷଦ ସଦସ୍ୟ ଦେବାଶିଷ ଚାନ୍ଦ ଓ ସର୍ବେଶ୍ୱର ନାୟକ କହିଛନ୍ତି, ପୂର୍ବ ସରକାର ଏହି ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରର ବିକାଶ କରି ନ ଥିଲେ। ବିଜେଡି ସରକାରଙ୍କ ଅମଳରେ ବିକାଶ ପାଇଁ ଅନେକ ଅନୁଦାନ ଦିଆଯାଉଛି। ପୂର୍ବତନ ଏମ୍‌ପି ଡ. କାର୍ତ୍ତିକେଶ୍ୱର ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଭୋଗରାଇରେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରି ନାହଁ । ଉତ୍କଳ ଭାରତ କେନ୍ଦ୍ରୀୟ ସଭାପତି ଐର ଖାରବେଳ ସ୍ବାଇଁ କହିଛନ୍ତି, ଭୋଗରାଇରେ ପର୍ଯ୍ୟଟନ ବିକାଶ ପାଇଁ ଉଦ୍ୟମ ଆବଶ୍ୟକ। ସେ ଏମ୍‌ପି ଥିବାବେଳେ ଉଦୟପୁର-ତାଳସାରୀରେ ଝାଉଁ ଚାରାରୋପଣ ପାଇଁ ନିଜସ୍ବ ପାଣ୍ଠିରୁ ପାଇଁ ୬ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଝାଉଁଗଛର ସୁରକ୍ଷା କରାଯାଇ ପାରିଲା ନାହଁ। କଂଗ୍ରେସ ନେତା ସତ୍ୟଶିବ ଦାସ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁ ପର୍ଯ୍ୟଟନର ବିକାଶ ହୋଇପାରୁ ନାହଁ ବୋଲି କହିଥିବା ବେଳେ ଭାଜପା ନେତା ପରେଶ ଚନ୍ଦ୍ର ନାୟକ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତି କରାଇବା ଆବଶ୍ୟକ ବୋଲି କହିଛନ୍ତି। ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ କହିଛନ୍ତି, ଉଦୟପୁରଠାରୁ ଭୁଷଣ୍ଡେଶ୍ୱର ପର୍ଯ୍ୟନ୍ତ ୨୬ଟି ଗାଁକୁ ନେଇ ପ୍ଲାନିଂ ଅଥରିଟି ଉନ୍ନୟନ କମିଟି ଗଠନ କରାଯାଇଛି। ତାଳସାରୀ ଓ ଉଦୟପୁରଠାରେ ହଟେଲ ଶିଳ୍ପର ବିକାଶ ପାଇଁ ଓଟିଡିସିକୁ ୫୦ଏକର ଜମି ଯୋଗାଇ ଦିଆଯାଇଛି। ବିକାଶ ଧାରା ଜାରି ରହିଛି, ଏଥିପାଇଁ ସମସ୍ତଙ୍କ ସହଯୋଗ ଜରୁରୀ।

ବାଲେଶ୍ୱର

ଗେଙ୍ଗୁଟି ନଦୀ ଆଁରେ ଖଡିମାହାରା ଓ ଭାରତୀସାହି

ଗେଙ୍ଗୁଟି ନଦୀ ଆଁରେ ଖଡିମାହାରା ଓ ଭାରତୀସାହି

ଭଦ୍ରକ ଅଫିସ,୨୦।୧- ଭଦ୍ରକ ଜିଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ଭାରତୀସାହି ଓ ଖଡ଼ିମାହାରା ଗାଁ ଏବେ ଗେଙ୍ଗୁଟି ନଦୀ ଆଁରେ। ବୈତରଣୀର ଶାଖା ନଦୀ ଗେଙ୍ଗୁଟିରେ ବନ୍ୟା ଜଳ ପ୍ରବାହିତ ହୋଇ ଉଭୟ କୂଳରେ ଥିବା ଗାଁ ଗୁଡିକ ପର୍ଯ୍ୟାୟ କ୍ରମେ ନଦୀ ଗର୍ଭରେ ଲୀନ ହେବାକୁ ବସିଛି। ଏହାକୁ ନେଇ ଆତଙ୍କିତ ଅଛନ୍ତି ୫ ପରିବାରର ୩୦ରୁ ଊର୍ଦ୍ଧ୍ୱ ସଦସ୍ୟ।

ଧରିତ୍ରୀ ପ୍ରଭାବ: ବିଦ୍ୟାଳୟର ଗୋଟିଏ ସ୍ଥାନରେ ପାଠପଢ଼ା, ରୋଷେଇ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଧରିତ୍ରୀ ପ୍ରଭାବ: ବିଦ୍ୟାଳୟର ଗୋଟିଏ ସ୍ଥାନରେ ପାଠପଢ଼ା, ରୋଷେଇ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଆରଡ଼ି,୨୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଥିବା ନୂଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଏକ ଝାଟିମାଟି କୁଡ଼ିଆ ଘରେ ଗୋଟିଏ ସ୍ଥାନରେ ରୋଷେଇ ଓ ପାଠପଢ଼ା ଚାଲୁଥିବା ସଂକ୍ରାନ୍ତରେ ଖବର ପ୍ରକାଶିତ ହୋଇଥିଲା। ଏହି ଖବରକୁ ଭିତ୍ତିକରି ଚଳିତ ୧୫ ତାରିଖରେ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଏହି ପ୍ରସଙ୍ଗରେ ବିଧିବଦ୍ଧ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠି (ନଂ. ୧୨୪/୧୫।୧।୧୮)ରେ ଷ୍ଟେଟ ନୋଡାଲ ଅଫିସର (ଏମଡିଏମ) ତଥା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଆଡସିନାଲ ସେକ୍ରେଟାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭଦ୍ରକ ପୋଲିସ କବ୍‌ଜାରେ ଗଞ୍ଜାମ ଲୁଟେରା

ଭଦ୍ରକ ଅଫିସ,୨୦।୧- ଗଞ୍ଜାମ ଜିଲାର ଲୁଟେରାମାନେ ଏବେ ଭଦ୍ରକ ତଥା ବାଲେଶ୍ୱର ମୁହାଁ ହୋଇଛନ୍ତି। ଗଞ୍ଜାମ ଜିଲା ପୋଲିସର ଏନକାଉଣ୍ଟର ଭୟରେ ଏବେ ସେଠାକାର ଲୁଟେରା ତଥା ଅପରାଧୀ ଏହି ଜିଲାକୁ ମୁହାଁଇଛନ୍ତି। ଶୁକ୍ରବାର ନୂଆବଜାର ଏସବିଆଇ ଶାଖା ସମ୍ମୁଖରୁ ଜଣେ ଜମାକାରୀଙ୍କଠାରୁ ୧୦ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାରେ ଟାଉନପୋଲିସ ତଦନ୍ତ ଆରମ୍ଭ କରି ସୋର ଅଞ୍ଚଳର ଏକ ଲଜରୁ ଗଞ୍ଜାମଜିଲା ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଯୁବକକୁ ଅଟକ ରଖିଛି।

ବିଦ୍ୟୁତ୍‌ ସଂସ୍ପର୍ଶରେ ଜଣେ ମୃତ: ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବିଦ୍ୟୁତ୍‌ ସଂସ୍ପର୍ଶରେ ଜଣେ ମୃତ: ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବାସୁଦେବପୁର,୨୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତର ଗଦଳା ଗ୍ରାମରେ ଶନିବାର ମଧ୍ୟାହ୍ନରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଗବନ୍ଧୁ କୁଅଁରଙ୍କ ମୃତ୍ୟୁ ଘଟିଛି। ଜଗବନ୍ଧୁ ନିଜ ବାଡ଼ିରେ ଇଟାଭାଟି କାମ କରୁଥିବା ବେଳେ ତାଙ୍କ ଉପରେ ବିଦ୍ୟୁତ୍‌ ତାର ଛିଡ଼ି ପଡ଼ିଥିଲା।

ଏଟିଏମ୍‌ ଭାଙ୍ଗି ଚୋରି ଉଦ୍ୟମ

ଚାନ୍ଦବାଲି,୨୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା-ବାସୁଦେବପୁର ରାସ୍ତାର ଡାହାଣ କଡ଼ରେ ଧାମରା ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟିଏମ୍‌ ମେସିନ ଭାଙ୍ଗି ଶୁକ୍ରବାର ବିଳମ୍ବିତ ରାତିରେ ଟଙ୍କା ଲୁଟ୍‌ ଉଦ୍ୟମ ହୋଇଛି।

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଘସିପୁରା,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଳତୀ ଠାରେ ୨୫ତମ ରାଜ୍ୟସ୍ତରୀୟ ଗୋଲଡେନ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆନନ୍ଦପୁର ଉପଜିଲାପାଳ ନିତ୍ୟାନନ୍ଦ ବାରିକ, ଆନନ୍ଦପୁର ବ୍ଲକ ବିଡିଓ ଉମାକାନ୍ତ ପରିଡା, ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ଦେବାଶିଷ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଆଉ ଜଣେ ଅସହାୟ ‘ଦ୍ରୋପଦୀ’

ଆଉ ଜଣେ ଅସହାୟ ‘ଦ୍ରୋପଦୀ’

ରାଇସୁଆଁ, ୨୦।୧(ସଞ୍ଜୀବ କୁମାର ସାହୁ)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଗୋପିନାଥପୁର ପଞ୍ଚାୟତର ଏକ ଅବହେଳିତ ଗାଁ ତଳଧାତିକା । ସଦର ବ୍ଲକଠାରୁ ଗାଁର ଦୂରତା ୧୨ କି.ମି. ହେବ । ଏହି ଗ୍ରାମରେ ରହୁଥିବା ୭୦ ବର୍ଷର ନିରାଶ୍ରୟ ବୃଦ୍ଧା ଦ୍ରୋପଦୀ ମହାକୁଡ ଏବେ ଭୋକ ଉପାସରେ ଦିନ ବିତାଉଛନ୍ତି।

 ୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

ରାଇସୁଆଁ,୨୦।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଇଣ୍ଡସ୍‌ ଇଣ୍ଡ ବ୍ୟାଙ୍କ ଶାଖାର ମ୍ୟାନେଜର ମାନସ ରାଉତ ଏକ କାରରେ ୫୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ପୋଲିସ ତାହାକୁ ଜବତ କରିବା ପରଠାରୁ ଏନେଇ ତନାଘନା ଜାରି ରଖିଛି। ବ୍ୟାଙ୍କ ମ୍ୟାନେଜରଙ୍କ ସମେତ କାରରେ ଯାଉଥିବା ବ୍ୟାଙ୍କ ଏକଜ୍‌କ୍ୟୁଟିଭ ଓ ଜଣେ ଗନ୍‌ମ୍ୟାନଙ୍କୁ ଗିରଫ କରି ଗତ୧୩ ତାରିଖରେ କୋର୍ଟ ଚାଲାଣ କରାଯାଇଛି।

ତାରିଣୀ ମନ୍ଦିରରୁ ଅଳଙ୍କାର ସହ ଟଙ୍କା ଚୋରି

ସୋର, ୨୦।୧(ଡି.ଏନ.ଏ.)-ସୋର ମ୍ୟୁନିସପାଲିଟି ଅନ୍ତର୍ଗତ ୩ ନମ୍ବର ୱାର୍ଡ଼ ସୋର ଷ୍ଟେସନ ନିକଟସ୍ଥ ଡିପାସାହି ଗ୍ରାମରେ ପ୍ରସିଦ୍ଧିଲାଭ କରିଥିବା ତାରିଣୀ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଓ ଟଙ୍କା ବାକ୍ସରୁ ଟଙ୍କା ଚୋରି ହୋଇଥିବା ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଅଭିଯୋଗ ହୋଇଛି।

ଚଳନ୍ତା ବାଇକ୍‌ ଉପରକୁ ଗୁଳିମାଡ: ଯୁବକ ଗୁରୁତର

ଚଳନ୍ତା ବାଇକ୍‌ ଉପରକୁ ଗୁଳିମାଡ: ଯୁବକ ଗୁରୁତର

ବାଲେଶ୍ୱର ଅଫିସ,୨୦।୧-ବାଲେଶ୍ୱର ସହର ଆଇଟିଆଇ ଛକ ଅଞ୍ଚଳରେ ବାରମ୍ବାର ଗୁଳି ଫୁଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟା ବାତାବରଣ ସୃଷ୍ଟି କରିଛି। ଶନିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଆଇଟିଆଇ ଛକ ଓରିପ୍ଲାଷ୍ଟ ଫ୍ୟାକ୍ଟ୍ରି ସମ୍ମୁଖରେ ଏକ ଚଳନ୍ତା ବାଇକ୍‌ ଉପରକୁ ଗୁଳିମାଡ କରାଯାଇଛି। ବାଇକ୍‌ରେ ଯାଉଥିବା ଯୁବକଙ୍କ ପିଠିର ଡାହାଣପାର୍ଶ୍ୱରେ ଗୁଳି ବାଜିବାରୁ ସେ ଗାଡିରୁ ତଳକୁ ପଡିଯାଇଥିଲେ। ଖବରପାଇ ସହଦେବଖୁଣ୍ଟା ଏବଂ ସଦର ଥାନା ପୋଲିସ୍‌ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲା।

୨୬ନଂ ଜୋନ୍‌ ଜିଲା ପରିଷଦ ଉପନିର୍ବାଚନ: ୪୧୧୭ ଭୋଟ୍‌ରେ ଜିତିଲେ କମଲ

୨୬ନଂ ଜୋନ୍‌ ଜିଲା ପରିଷଦ ଉପନିର୍ବାଚନ: ୪୧୧୭ ଭୋଟ୍‌ରେ ଜିତିଲେ କମଲ

ବାଲେଶ୍ୱର ଅଫିସ,୨୦।୧-ବାଲେଶ୍ୱର ଜିଲା ୨୬ନଂ. ଜୋନ୍‌ ଜିଲାପରିଷଦ ଆସନ ଭାଜପା ହାତରୁ ଖସିଯାଇଛି। ବିଜେଡି ପ୍ରାର୍ଥୀ କମଲ କୁମାର ସାହୁ ୪୧୧୭ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ଏହା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ବୋଲି କମଲ କହିଛନ୍ତି। ବିଜେଡିର କମଲ କୁମାର ସାହୁ ୧୩, ୪୯୯ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପର୍ଶୁରାମ ପରିଡ଼ା ୯୩୮୨ ଭୋଟ ପାଇଛନ୍ତି।

ରେଳ ସେବା କ୍ଷେତ୍ରରେ ବୈମାତୃକ ମନୋଭାବ ଅଭିଯୋଗ

ବାରିପଦା ଅଫିସ,୨୦।୧-ମୟୂରଭଞ୍ଜ ଜିଲାରେ ରେଳସେବାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଭିନ୍ନ ରେଳ ପ୍ରକଳ୍ପ ଏବଂ ଭିତ୍ତିଭୂମି ବିକାଶ ପାଇଁ ୬୫୦୦କୋଟି ନିମନ୍ତେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ହେଲେ ମୟୂରଭଞ୍ଜ ଜିଲାରେ ରେଳର ବିକାଶ ପାଇଁ ଉକ୍ତ ଚିଠିରେ ଧାଡିଟିଏ ବି ନ ଲେଖିବା ଦୁଃଖର ବିଷୟ ବୋଲି ମୟୂରଭଞ୍ଜ ଜିଲା ଭାଜପା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଏକ ପ୍ରେସ ବିବୃତିରେ ଅଭିଯୋଗ କରିଛନ୍ତି।