ବାଲେଶ୍ୱର

ପୁଣି ମାତିଲେ ଲୁଟେରା: ଟେର୍‌ ପାଉନି ପୋଲିସ

ପୁଣି ମାତିଲେ ଲୁଟେରା: ଟେର୍‌ ପାଉନି ପୋଲିସ
ସଜନାଗଡ଼,୨୨।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ଅଧୀନ ସଜନାଗଡ଼ ବଜାର ବସ୍‌ଷ୍ଟାଣ୍ଡ ନିକଟସ୍ଥ ଗଣେଶ୍ୱର ବେହେରାଙ୍କ ଶ୍ରୀରାମ ଭେରାଇଟି ଷ୍ଟୋର୍‌ ଏବଂ ଅରୁଣ କୁମାର ରଣାଙ୍କ ବିଶ୍ୱକର୍ମା ଜୁଏଲାରୀ ଦୋକାନରୁ ଗୁରୁବାର ବିଳମ୍ବିତ ରାତ୍ରିରେ ଲୁଟ୍‌ ହୋଇଛି। ଏହି ଦୁଇ ଦୋକାନର ମାଲିକ ଦୋକାନ ବନ୍ଦ କରି ଘରକୁ ଚାଲିଯିବା ପରେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୋକାନର ସଟର୍‌କୁ ଭାଙ୍ଗି ଗହଣା ଦୋକାନକୁ ପଶିବା ପରେ ଆଇରନ୍‌ ଚେଷ୍ଟକୁ ଭାଙ୍ଗି ସୁନା, ରୂପା ଅଳଙ୍କାର ଏବଂ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଦୋକାନ ପାଖକୁ ଲାଗିଥିବା ଶ୍ରୀରାମ ଭେରାଇଟି ଷ୍ଟୋରରୁ ମଧ୍ୟ ଲୁଟି ନେଇଛନ୍ତି। ସକାଳ ଏହି ଘଟଣା ଜଣାପଡିବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। ନୀଳଗିରି ଥାନା ଆଇଆଇସି ରମେଶ ସିଂ ଏବଂ ବୈଲୋଚନ ସିଂ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଡକାଇ ତଦନ୍ତ ଚଳଇଛନ୍ତି। ଏ ନେଇ ଥାନାରେ ମାମଲା( ନଂ.୨୯୯/୧୭) ରୁଜୁ ହୋଇଛି। ଏଠାରେ ଦିନକୁ ଦିନ ଚୋର ଲୁଟେରାଙ୍କ ଉପଦ୍ରବ ଓ ହିଂସାକାଣ୍ଡ ବୃଦ୍ଧି ସାଧାରଣରେ ଆତଙ୍କ ଖେଳାଇଛି। ସ୍ଥାନୀୟ ଏନ୍‌ଏସି କଦମସାହିରେ ଜଣେ ମହିଳାଙ୍କୁ ହାତଗୋଡ଼ ବାନ୍ଧି ସନ୍ଧ୍ୟାବେଳେ ମରଣାନ୍ତକ ଆକ୍ର୍ରମଣ କରାଯିବାରୁ ଘଟଣାସ୍ଥଳରେ ତାଙ୍କା ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ୪୦ଦିନରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ବି ପୋଲିସ କାହାରି ଟେର୍‌ ପାଇ ନାହିଁ ା ଗତ ନଭେମ୍ବର ୨୨ ତାରିଖରେ ନୀଳଗିରି ସହରରେ ଘାଟଘର ସାହି ଗ୍ରାମର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସ୍ତ୍ରୀ କାନ୍ତିପୁକ୍ତ (୩୪) ଘର ସମ୍ମୁଖରେ ପାଇପ୍‌ରୁ ପାଣି ଆଣୁଥିବା ବେଳେ ହଠାତ୍‌ ଏକ କଳା ପଲସର୍‌ ବାଇକ୍‌ରେ ଦୁଇଜଣ ଯୁବକ ଆସି ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ନେଇ ଫେରାର ହୋଇଯାଇଥିଲେ। ନଭେମ୍ବର ୨୭ ତାରିଖରେ ନୀଳଗିରି ଥାନା ଅନ୍ତର୍ଗତ ପୋଡ଼ାଶୁଳ ଯାତ୍ରା ପଡ଼ିଆ ନିକଟରେ ରହୁଥିବା ସୋମନାଥ ନାୟକଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ନାୟକ (୫୮) ମଧ୍ୟାହ୍ନ ସମୟରେ ଘର ବାରଣ୍ଡାରେ ବସି ବିରି ବାଛୁଥିବା ବେଳେ ଅନୁରୂପ ଭାବେ ଏକ କଳା ପଲସର୍‌ ବାଇକ୍‌ରେ ଦୁଇଜଣ ଯୁବକ ଆସି ତାଙ୍କ ବେକରୁ ସୁନାଚେନ୍‌ ଛିଣ୍ଡାଇ ନେଇ ପଳାଇ ଯାଇଥିଲେ। ଗତ ୧୧ ତାରିଖରେ ନୀଳଗିରି ଥାନା ଅନ୍ତର୍ଗତ ନୂଆପୋଖରୀଠାରେ କାଶୀନାଥ ନାୟକଙ୍କ ସ୍ତ୍ରୀ ଆଦରମଣୀ ନିଜ ନାତିକୁ ସ୍କୁଲରୁ ଆଣିବାକୁ ଯାଉଥିବା ସମୟରେ ଏକ ପଲସର୍‌ ବାଇକ୍‌ରେ ଦୁଇଜଣ ଯୁବକ ଆସି ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ। ପୁନଶ୍ଚ ଗତ ୧୧ ତାରିଖରେ ଈଶ୍ୱରପୁର ଫାଣ୍ଡି ଅଧୀନ ସନ୍ତରାଗଡ଼ିଆ ବଜାରର ଏଟିଏମ୍‌ର ସିସି କ୍ୟାମେରା ଭାଙ୍ଗି କୁ ଡକାୟତମାନେ ଲୁଟ୍‌ ଉଦ୍ୟମ କରିଥିଲେ। ପରେ ସେମାନେ ଏଟିଏମ୍‌କୁ ଲାଗି ଥିବା ଜଳଖିଆ ଦୋକାନରୁ ଟଙ୍କା ଲୁଟ୍‌ କରି ନେଇଥିଲେ। ନୀଳଗିରି ଅଞ୍ଚଳରେ ହେଉଥିବା ଲୁଟ୍‌ ଓ ହତ୍ୟା ଭଳି ଅପରାଧ ରୋକିବା ଦିଗରେ ନୀଳଗିରି ଉପଖଣ୍ଡ ପୋଲିସ୍‌ କୌଣସି ପଦକ୍ଷେପ ନେଇପାରୁ ନ ଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପଇଛି।
All Right Reserved By

ବାଲେଶ୍ୱର

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୨୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୨୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ୍‌, ୨୨।୧(ଡି.ଏନ.ଏ):  ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଝାଡେଶ୍ୱର ମୁସଲିମ୍‌ ବସ୍ତିରେ ଚଢାଉ କରାଯାଇ ୨୩ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ପାଟଣା, ୨୨। ୧(ସ୍ବ.ପ୍ର): ୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ। ପୁଅକୁ  ପାଇ ପରିବାରରେ ଖେଳିଯାଇଛି ଖୁସିର ଲହରୀ।

ଶିଶୁକୁ ଝୁଣି ମାରିଲେ କୁକୁର

ଶିଶୁକୁ ଝୁଣି ମାରିଲେ କୁକୁର

ବାରିପଦା ଅଫିସ,୨୨।୧: କୁକୁର ପଲଙ୍କ ଆକ୍ରମଣର ଶିକାର ହୋଇ ଜଣେ ୭ ବର୍ଷର ଶିଶୁଙ୍କ ସୋମବାର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଏହି ଘଟଣା ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ। ସେ ଏକୁଟିଆ ସ୍କୁଲ ଯାଉଥିବାବେଳେ କାମୁଡ଼ା କୁକୁରଙ୍କ ହାବୁଡରେ ପଡିଯାଇଥିବା ଜଣାପଡିଛି। 

ଅର୍ଥ ହଡ଼ପ ଲାଗି ମସୁଧା

ଅର୍ଥ ହଡ଼ପ ଲାଗି ମସୁଧା

କେନ୍ଦୁଝର,୨୨ା୧(ସ୍ବ.ପ୍ର.): ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତରେ ବାର୍ଷିକ ପ୍ରକଳ୍ପ ତାଲିକାରେ ହେରଫେର କରି ଅର୍ଥ ହଡ଼ପ ଲାଗି ମସୁଧା କରାଯାଇଥିବା କେତେକ ଓ୍ବାର୍ଡ ମେମ୍ବର ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଧାନ ବୋଝେଇ ଟ୍ରକ୍‌କୁ ଅଟକ ରଖିଲେ ଚାଷୀ

ବନ୍ତ, ୨୨।୧ (ସ୍ବ.ପ୍ର.) - ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ଓଡ଼ଙ୍ଗଠାରେ ଏକ ଧାନ ବସ୍ତା ବୋଝେଇ ଟ୍ରକକୁ ସୋମବାର ସନ୍ଧ୍ୟାରେ ଚାଷୀମାନେ ଅଟକ ରଖିଥିଲେ। ଚାଷୀଙ୍କ ଧାନକୁ ବେସରକାରୀ ଭାବେ କମ୍‌ ଦରରେ କିଣି ଉକ୍ତ ଟ୍ରକରେ ନିଆଯାଉଥିବା ଅଭିଯୋଗ କରି ସରପଞ୍ଚ ଓ ଗ୍ରାମବାସୀ ଅଟକାଇଥିଲେ। 

ସରୁନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ

ସରୁନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ

ଆରଡ଼ି, ୨୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତରେ ୧୭ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ଅମୃତ ମଣୋହି ଓ ପାରଡିଆ-ଚମ୍ପାସାହି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ସରିଛି। ଏହି ୨ କେନ୍ଦ୍ରରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନେ ଅଧ୍ୟୟନ କରୁଛନ୍ତି। 

କେନ୍ଦୁଆପଦାରେ ନାହିଁ ରେଲୱେ ଓଭରବ୍ରିଜ୍‌

କେନ୍ଦୁଆପଦାରେ ନାହିଁ ରେଲୱେ ଓଭରବ୍ରିଜ୍‌

ବନ୍ତ, ୨୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦାଠାରେ ରେଲୱେ ଓଭରବ୍ରିଜ୍‌ ନ ଥିବାରୁ ବିପଦପୂର୍ଣ୍ଣ ଭାବେ ଯାନବାହନଗୁଡ଼ିକ ରେଲୱେ କ୍ରସିଂ ପାରି ହେଉଛନ୍ତି। ବନ୍ତ-ବାରିକପୁର ରାସ୍ତାର କେନ୍ଦୁଆପଦାଠାରେ ରେଲୱେ ଲେଭଲକ୍ରସିଂ ଥିବାବେଳେ ଏହି ରାସ୍ତା ଦେଇ ଦୈନନ୍ଦିନ ଶହ ଶହ ଯାନବାହନ ଚଳାଚଳ କରିଥାଏ।

ବିଦ୍ୟୁତ୍‌ ସେବା ଦାବିରେ  ରାସ୍ତାରୋକୋ

ବିଦ୍ୟୁତ୍‌ ସେବା ଦାବିରେ ରାସ୍ତାରୋକୋ

ବାରିପଦା ଅଫିସ,୨୨।୧-  ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜାସାହି  ଗ୍ରାମବାସୀଙ୍କ ନିମନ୍ତେ ବିଜୁଳି ସ୍ବପ୍ନ ପାଲଟିଛି। ବହୁବାର ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ    ଉତ୍ତ୍ୟକ୍ତ ଗ୍ରାମବାସୀ ସୋମବାର ରାସ୍ତାରୋକୋ କରିଛନ୍ତି। ଉତ୍ତ୍ୟକ୍ତ ମହିଳାମାନେ ବାରିପଦା -ଅମର୍ଦ୍ଦା ରାଜ୍ୟ ରାଜପଥକୁ  ସକାଳୁ  ଟାୟାର ଜାଳି ଅବରୋଧ  କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ  ବିରୋଧରେ ମାନହାନି ମାମଲା

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା

ବାରିପଦା ଅଫିସ,୨୨।୧-  ଗତ  ୫ ତାରିଖରେ  ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଏମ୍‌ପିଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।  ଏନେଇ ଏମ୍‌ପି ରାମଚନ୍ଦ୍ର ହାସଁଦା  ପୂର୍ବରୁ ବାରିପଦା ଟାଉନ ଥାନାରେ  ଅଭିଯୋଗ କରିଥିଲେ। 

୫ ଦିନରେ ୨ ଥର ଆସିବେ ମୁଖ୍ୟମନ୍ତ୍ରୀ : ୩୦ ରେ ବାରିପଦା, ୩ରେ ରାଇରଙ୍ଗପୁର ଗସ୍ତ

ବାରିପଦା ଅଫିସ,୨୨।୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖ ଓ ଫେବୃୟାରୀ ୩ ତାରିଖରେ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ।   ଏନେଇ ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। 

କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ କୋର୍ଟ ପ୍ରୋଜେକ୍ଟ ଶୁଭାରମ୍ଭ

କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ କୋର୍ଟ ପ୍ରୋଜେକ୍ଟ ଶୁଭାରମ୍ଭ

ଜଳେଶ୍ୱର, ୨୨ା୧(ଡି.ଏନ.ଏ.)-ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌.ଜାଭେରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସୋମବାର ଜଳେଶ୍ୱର କୋର୍ଟ କମ୍ପ୍ଲେକ୍ସ ପରିସରରେ କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ କୋର୍ଟ ପ୍ରୋଜେକ୍ଟକୁ ଶୁଭାରମ୍ଭ କରିଛନ୍ତି।

ଶାନ୍ତନୁ ରୋଟାରୀ କ୍ଲବ ଗଭର୍ନର

ଶାନ୍ତନୁ ରୋଟାରୀ କ୍ଲବ ଗଭର୍ନର

ବାଲେଶ୍ୱର ଅଫିସ,୨୨।୧-ରୋଟାରୀ ଜିଲା ଗଭର୍ନର ଭାବେ ବାଲେଶ୍ୱର ରୋଟାରୀ କ୍ଲବର ପ୍ରାକ୍ତନ ସଭାପତି ରୋ. ଶାନ୍ତନୁ କୁମାର ପାଣି ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବହୁ ଜିଲାର ରୋଟାରିୟାନ୍‌ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।