ବାଲେଶ୍ୱର

ସାଙ୍ଗ ହେବ ତ ଏମିତି...

ସାଙ୍ଗ ହେବ ତ ଏମିତି...

ଖଇରା,୨୨।୧୨(ଡି.ଏନ.ଏ.)- ଜଣେ ସାଙ୍ଗ ପାଇଁ ଅନ୍ୟ ସାଙ୍ଗମାନେ ସାହାଯ୍ୟର ହାତ ବଢ଼ାଇବା ଭଳି ଅନେକ ନିଦର୍ଶନ ପୂର୍ବରୁ ରହିଛି। ସେହିଭଳି ଆଉ ଏକ ଘଟଣା ଖଇରା ମହାବିଦ୍ୟାଳୟ ଛାତ୍ରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏହି ମହାବିଦ୍ୟାଳୟର +୩ ବାଣିଜ୍ୟ ଶେଷ ବର୍ଷର ଛାତ୍ର ରାକେଶ ରାୟ ଗତ ୧୮ ତାରିଖ ପୂର୍ବାହ୍ନରେ ନିଜ ଘର ଆଗରପଡ଼ ଚାରିଗାଁ ଶାସନରୁ କୁପାରି-ସୋର ରାସ୍ତା ଦେଇ ବାଇକ୍‌ରେ ଖଇରା ଆସିଥିଲେ। କୋଚିଆକୋଇଲି ଛକ ନିକଟରେ ଏକ ସାଇକେଲ ସହ ଧକ୍କା ହେବା ଯୋଗୁଁ ସେ ଗୁରୁତର ଆହତ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଜୀବନ ସଙ୍କଟାପନ୍ନ ଥିବାରୁ ସାଙ୍ଗ ପିଲାମାନେ ଚିକତ୍ସା ଖର୍ଚ୍ଚ ତୁଲାଇବା ଲାଗି ମିଳିତ ଭାବେ ୨ଲକ୍ଷ ଟଙ୍କା ଦେଇ ସାରିଲେଣି। ଏବେ ରକ୍ତର ଆବଶ୍ୟକତା ପଡ଼ିବାରୁ ଶୁକ୍ରବାର ଖଇରାଠାରେ ଜିଲା ବ୍ଲଡ଼ ବ୍ୟାଙ୍କ ଓ ରେଡକ୍ରସ୍‌ ସହଯୋଗରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ମୋଟ୍‌ ୬୮ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଏଥିରୁ ଆବଶ୍ୟକ ରକ୍ତ ସାଙ୍ଗଙ୍କ ହିତରେ ଲଗାଇବାକୁ ବ୍ଲଡ଼ବ୍ୟାଙ୍କ ସହ କଥାବାର୍ତ୍ତା ହୋଇଛି। ଡା. ଦେବାଶିଷ ପଟ୍ଟନାୟକ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଗୌତମ ରାଉତ, ନାରାୟଣ ସାମଲ, ଓମ୍‌ ପ୍ରକାଶ ମହାପାତ୍ର, ଲକି ନାୟକ, ଛାତ୍ର ସଂସଦ ସଭାପତି ଶରତ କୁମାର ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

All Right Reserved By

ବାଲେଶ୍ୱର

‘ମତ୍ସ୍ୟଚାଷ କରିବ ସ୍ବାବଲମ୍ବୀ’

ରୂପ୍‌‌ସା,୧୮।୭(ଡି.ଏନ.ଏ.)- ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ମତ୍ସ୍ୟଚାଷ କଲେ ଚାଷୀ ଅଧିକ ଲାଭବାନ ହୋଇ ସ୍ବାବଲମ୍ବୀ ହୋଇପାରିବେ । ଏନେଇ ‘ଇଫ୍‌କୋ-କିଷାନ’ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ପ୍ରଶାନ୍ତ କୁମାର ପାଣିଗ୍ରାହୀ କର୍ମଶାଳାରେ ପୌରୋହିତ୍ୟ କରିଥିଲେ।

ଜାତୀୟ ରାଜପଥରେ ଯାନବାହାନ ଯାଞ୍ଚ

ରୂପ୍‌ସା,୧୮।୭(ଡି.ଏନ.ଏ.)- ବାଲେଶ୍ୱର ଦେଇ ଯାଇଥିବା ୬୦ନଂ. ଜାତୀୟ ରାଜପଥର ଆଗମୌଜା ଛକଠାରେ ରୂପ୍‌ସା ଥାନା ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଇଥିଲା।

ଖୋଲିବ ଅଣସଂକ୍ରମିତ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ର

ଔପଦା,୧୮।୭(ଡି.ଏନ.ଏ.)- ବାଲେଶ୍ୱର ଜିଲାରେ ୧୯୪୨ ମସିହାରୁ ପ୍ରତିଷ୍ଠିତ ଔପଦା ଡ଼ାକ୍ତରଖାନାରେ ଅଣସଂକ୍ରମିତ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ରର ଶାଖା ଖୋଲିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ଅଣସଂକ୍ରମିତ କର୍କଟ, ଡ଼ାଇବେଟିସ ଓ ରକ୍ତଚାପ ଜନିତ ରୋଗର ନିରୂପଣ ସହିତ ଚିକିତ୍ସା ସେବା ରୋଗୀଙ୍କୁ ଯୋଗାଇ ଦିଆଯିବ ।

ରାସ୍ତା ପାଲଟିଛି ମରଣଯନ୍ତା

ଜଳେଶ୍ୱର,୧୮।୭ (ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଦେଇ ଯାଇଥିବା ୬୦ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାୟାଁରାମଚନ୍ଦ୍ରପୁର ପ୍ରୟବକ୍ସି ମାର୍ଗ ମରାମତି ବିନା ଖାଲଖମା ହୋଇ ମରଣଯନ୍ତା ପାଲଟିଛି ।

ବାରଣ୍ଡା ଓ ଗଛମୂଳେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର

ସୋର, ୧୮।୭(ଡ଼ି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସାହି ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ଚାଲୁଛି । ଏହି ବାରଣ୍ଡା ଉପରେ ପଡ଼ିଥିବା ଆଜବେଷ୍ଟ କଣା ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ପାଣି ଝରୁଛି । ଅନ୍ୟ ସମୟରେ ଗଛ ମୂଳରେ କେନ୍ଦ୍ରର ୩୩ ଶିଶୁଙ୍କୁ ବସାଇ ପାଠ ପଢାଯାଉଛି।

ଚିଙ୍ଗୁଡ଼ି ଘେରିକୁ ନେଇ ହାତାହାତି

ବାଲେଶ୍ୱର ଅଫିସ,୧୮।୭-ବାଲେଶ୍ୱର ଚାନ୍ଦିପୁର ଥାନା ପାତ୍ରପଡ଼ା ପଞ୍ଚାୟତ ଅଞ୍ଚଳରେ ଚିଙ୍ଗୁଡି ଘେରି ଚୁକ୍ତିନାମାକୁ ନେଇ ତାହାତି ହେବାଭଳି ଗଣ୍ଡଗୋଳ ଘଟି ଥାନା ଯାଏ କଥା ଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା

ଜଳେଶ୍ୱର,୧୮।୭ (ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଓଲମାରା ପଞ୍ଚାୟତ ବ୍ରହ୍ମାପୁର ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କେତେକ ଗୃହ ବଣ୍ଟନ ଓ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏପରି କି ଏକ ଜଳାଶୟକୁ ପୋତି ସେଠାରେ ଗୃହ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି।

‘ଚାଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦିଅ’

ଖଇରା,୧୮।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଖଇରା ସେବା ସମବାୟ ସମିତି(ଏସିଏସ) ପକ୍ଷରୁ ସାରକୋଣା ହାଇସ୍କୁଲ ପରିସରରେ ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ସ୍କୁଲ ପରିସରରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା କର୍ମଶାଳା

ସ୍କୁଲ ପରିସରରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା କର୍ମଶାଳା

ଭଦ୍ରକ ଅଫିସ,୧୮।୭: ସଂସ୍କୃତି ଭବନ ପରିସରରେ ବୁଧବାର ୩୯ଟି ସ୍କୁଲର ପ୍ରଧାନଶିକ୍ଷକ, ବ୍ଲକ ଶିକ୍ଷାଧିକାରୀ ଓ ବିଡ଼ିଓ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଗୋପାଳପୁର ମହାବିଦ୍ୟାଳୟର ୪୧ ତମ ପ୍ରତିଷ୍ଠା ଦିବସ

ଗୋପାଳପୁର ମହାବିଦ୍ୟାଳୟର ୪୧ ତମ ପ୍ରତିଷ୍ଠା ଦିବସ

ବାହାନଗା, ୧୮।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକର ଗୋପାଳପୁର ମହାବିଦ୍ୟାଳୟ ପରିସରରେ ବୁଧବାର ୪୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା, ମୁଖ୍ୟ ବକ୍ତା ଭାବେ ସାହିତି୍ୟକ ତଥା କବି ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗ ଦେଇଛନ୍ତି।

ବାଇକ୍‌ ଧକ୍କାରେ ଷଣ୍ଢ ମୃତ, ଚାଳକ ଗୁରୁତର

ବାଇକ୍‌ ଧକ୍କାରେ ଷଣ୍ଢ ମୃତ, ଚାଳକ ଗୁରୁତର

ତିହିଡ଼ି, ୧୮।୭(ଡି.ଏନ୍‌.ଏ.): ଭଦ୍ରକ- ଚାନ୍ଦବାଲି ରାସ୍ତାର ତିହିଡ଼ି କଲେଜ ଛକ ନିକଟରେ ମଙ୍ଗଳବାର ରାତି ୧୦ଟାରେ ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଶୋଇଥିବା ଷଣ୍ଢକୁ ଏକ ବାଇକ୍‌ ଧକ୍କା ଦେବା ଫଳରେ ଷଣ୍ଢର ମୃତ୍ୟୁ ଘଟିଛି।

‘ମୌଳିକ ସୁବିଧା ଯୋଗାଇ ଦିଅ’

‘ମୌଳିକ ସୁବିଧା ଯୋଗାଇ ଦିଅ’

ଯୋଡ଼ା, ୧୮।୭(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକଠାରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବା ଗ୍ରାମଗୁଡିକୁ ଜାତୀୟ ମାନବାଧିକାର ଆୟୋଗ ଦ୍ୱାରା ନିଯୁକ୍ତ ସମୀକ୍ଷକ ବିଭୂତି ଭୂଷଣ ମିଶ୍ର ମଙ୍ଗଳବାର ଗସ୍ତ କରିଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ଦିନ ଗସ୍ତ। ବିସ୍ଥାପିତ ଗ୍ରାମ ରେଭେନ୍ସାପୁର (କ), (ଖ), ଗୋବିନ୍ଦପୁର ଓ ଦଡ଼ୁଆଁ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ମିଶ୍ର ଆଲୋଚନା କରିଛନ୍ତି। ଗ୍ରାମବାସୀ ଅଲେଖ କୁମାର ବାରିକ, ଉଦୟନାଥ ବାରିକ, ମାଧବ ଚନ୍ଦ୍ର ପଲେଇ, ବିପିନ ବାରିକ, ରୀନା ବାରିକ, ପ୍ରଭାକର ବାରିକ ପ୍ରମୁଖ ମହିଳାପୁରୁଷ ବିଭିନ୍ନ ଅଭିଯୋଗ କରିଥିଲେ।

Model This Week

ରୂପେଶ