ବାଲେଶ୍ୱର

ଗଡ଼ିଲା ନିଶା ନିବାରଣ ସଚେତନତା ରଥ

ଗଡ଼ିଲା ନିଶା ନିବାରଣ ସଚେତନତା ରଥ
ବାଲେଶ୍ୱର ଅଫିସ,୨୨।୧୨- ବାଲେଶ୍ୱର ଜିଲାରେ ନିଶା ମୁକ୍ତି ଏବଂ ନିଶା ନିବାରଣ ସମ୍ପର୍କିତ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ନେଇ ଏକ ସଚେତନତା ରଥ ଶୁକ୍ରବାର ଯାତ୍ରା ଆରମ୍ଭ କରିଛି । ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାପାଳ ପ୍ରମୋଦ କୁମାର ଦାସ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ନିଶା ନିବାରଣ ସମ୍ବନ୍ଧରେ ସଚେତନ କରାଯିବ। ନିଶା ସେବନ ଦ୍ୱାରା ପରିବାର ଏବଂ ସମାଜ ଉପରେ କୁପ୍ରଭାବ ପଡୁଥିବାରୁ ଏହାଠାରୁ ଦୂରେଇ ରହିବା ପାଇଁ ଜିଲାପାଳ ଦାସ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ”ପିସ ବାର୍ଡ ଅଫ କାପାବିଲିଟି“ ଅନୁଷ୍ଠାନ ସହାୟତାରେ ଜିଲାଠାରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଏହି ରଥ ଜରିଆରେ ସଚେତନତା ବାର୍ତ୍ତା ପ୍ରଚାର କରାଯିବ। ଦାସକାଠିଆ, ପାଲା, ଡାକବାଜି ଯନ୍ତ୍ର ସମେତ ଅନ୍ୟ ମାଧ୍ୟମ ଦ୍ୱାରା ଲୋକଙ୍କୁ ସଚେତନ କରାଯିବ। ଜାନୁୟାରୀ ୨୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଉପଜିଲାପାଳ ଭବତାରଣ ସାହୁ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବେହେରା, ଜିଲା ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ବାଲେଶ୍ୱର

ଛାତ୍ର ନିଖୋଜ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଛାତ୍ର ନିଖୋଜ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ପାଟଣା, ୨୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପ୍ରାଥମିକ ବିଦ୍ୟାଳୟର ୪୦ ଶଯ୍ୟା ବିଶିଷ୍ଟ ଛାତ୍ରବାସରୁ ଗତ ୧୨ ତାରିଖରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ନିଖୋଜ ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି। 

ଜନ ଅଭିଯୋଗ ଶୁଣାଣି ପ୍ରହସନ:  ନିରାଶ ଗ୍ରାମବାସୀ

ଜନ ଅଭିଯୋଗ ଶୁଣାଣି ପ୍ରହସନ: ନିରାଶ ଗ୍ରାମବାସୀ

ଝୁମ୍ପୁରା, ୨୫।୯(ଡି.ଏନ.ଏ.): ଝୁମ୍ପୁରା ବ୍ଲକରେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ହୋଇଯାଇଛି। ପୂର୍ବ ପ୍ରସ୍ତୁତି ଅନୁସାରେ ଜିଲାସ୍ତରୀୟ ଏବଂ ବ୍ଲକସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। 

ଖୁଦୁରୁକୁଣୀ ଭସାଣି ବେଳେ ଗଣ୍ଡଗୋଳ: ୩ ଆହତ

ଖୁଦୁରୁକୁଣୀ ଭସାଣି ବେଳେ ଗଣ୍ଡଗୋଳ: ୩ ଆହତ

ଭଣ୍ଡାରିପୋଖରୀ,୨୫।୯(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦାଠାରେ ସୋମବାର ଅପରାହ୍ନରେ ଖୁଦୁରୁକୁଣୀ ଭସାଣି ଚାଲିଥିବା ବେଳେ ଗଣ୍ଡଗୋଳ ଘଟିଛି। ମାଳଦା ଜେନା ସାହି ଓ ଚତୁର୍ଭୁଜପୁର କୈବର୍ତ୍ତସାହିର ଖୁଦୁରୁକୁଣୀ ମେଢ଼ ମାଳଦା ବଜାରରେ ଅତିକ୍ରମ କରୁଥିବା ବେଳେ ଗଣ୍ଡଗୋଳ ହୋଇ ଢେଲାମାଡ଼ ହୋଇଥିଲା। 

‘ଭାରି ଯାନ ଚଳାଚଳ ବନ୍ଦ କରାଯାଉ’

‘ଭାରି ଯାନ ଚଳାଚଳ ବନ୍ଦ କରାଯାଉ’

ବନ୍ତ,୨୫।୯(ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଗଣିଜାଙ୍ଗଠାରୁ ବନ୍ତ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ନ ସରିବା ଯାଏ ଭାରିଯାନ ଚଳାଚଳ ବନ୍ଦ ରଖାଯିବାକୁ ବନ୍ତ-ଭଣ୍ଡାରିପୋଖରୀ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି। 

ଗଣ ବଳାକତ୍ାର ଘଟଣା: ୨ ଗିରଫ

ବେତନଟୀ,୨୫।୯ (ଡ଼ି.ଏନ.ଏ)-ବୈଶିଙ୍ଗା ଥାନା  ଅଞ୍ଚଳରେ ଗତ ସେପ୍ଟେମ୍ବର ୮ ତାରିଖରେ ହୋଇଥିବା ଗଣବଳାତ୍କାର ଘଟଣାର ଫେରାର ୨ ଅଭିଯୁକ୍ତଙ୍କୁ ବୈଶିଙ୍ଗା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

୨ ମହିଳାଙ୍କ ବେକରୁ ସୁନା ଚେନ ଲୁଟ

ମୋରଡା,୨୫।୯- ମୋରଡା ଓ ରାସଗୋବିନ୍ଦପୁର ଥାନା ଅଧୀନ ୨ଟି ସ୍ଥାନରୁ ସୋମବାର ୨ ମହିଳାଙ୍କ ବେକରୁ ସୁନା ହାର ଲୁଟ୍‌ ହୋଇଛି। ଏଥିଯୋଗୁ ଦୁର୍ବୃତ୍ତଙ୍କ  ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। 

ଗୋଖର ସାପ ଉଦ୍ଧାର

ଗୋଖର ସାପ ଉଦ୍ଧାର

ବିଶୋଇ,୨୫।୯  : ବିଶୋଇ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସ୍ଥାନୀୟ ମାଖନା ଗ୍ରାମର ସାନ ଭୈରବ ନାୟକଙ୍କ ଘରୁ ସୋମବାର ଏକ ଗୋଖର ସାପ ଉଦ୍ଧାର ହୋଇଛି । ଉଦ୍ଧାର ସାପର ଲମ୍ବ ୬ ଫୁଟ  ହୋଇଥିବା ବେଳେ ଓଜନ ସାଡ଼େ ୪ କେଜି  । ଭୈରବ  ସକାଳେ  ଘରେ ଦେଖି  ବିଶୋଇ ବନ ବିଭାଗକୁ ଜଣାଇଥିଲେ।   ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଖଡମବେଡା ସଂରକ୍ଷଣ ଜଙ୍ଗଲରେ ଛାଡି ଦେଇଥିଲେ।     

ଭୌତିକ କାଣ୍ଡ ସନ୍ଦେହ: ୮ମାସ ହେଲା ପାଠରେ ଡୋରି

ଭୌତିକ କାଣ୍ଡ ସନ୍ଦେହ: ୮ମାସ ହେଲା ପାଠରେ ଡୋରି

ବାରିପଦା ଅଫିସ,୨୫।୯- ଅନ୍ଧବିଶ୍ୱାସ କବଳରୁ ମୁକୁଳିପାରୁନି ମୟୂରଭଞ୍ଜ ଜିଲା। ଖାସ୍‌ ଏଇଥିଯୋଗୁ ବହୁ  ଲୋମହର୍ଷଣକାରୀ ଘଟଣା ଘଟୁଥିବା  ନଜିର ରହିଛି। 

ପ୍ରଧାନମନ୍ତ୍ରୀ ଆବାସ ଯୋଗାଣରେ ଅନିୟମିତତା

ପ୍ରଧାନମନ୍ତ୍ରୀ ଆବାସ ଯୋଗାଣରେ ଅନିୟମିତତା

ବାଲେଶ୍ୱର ଅଫିସ, ୨୫।୯-ବାଲେଶ୍ୱର ସଦର ବ୍ଲକ ଅଧୀନ ବୁଆଁଳ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରାଯାଉଛି। ଏହାର ପ୍ରତିବାଦରେ ହିତାଧିକାରୀମାନେ ସୋମବାର ପୂର୍ବାହ୍ନରେ ସଦର ବିଡ଼ିଓ ଶଙ୍କର୍ଷଣ ବେହେରାଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ନ ଥିବା ଜଣାପଡିଛି। 

ଅଲଚିକି ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି ତେଜିଲା

ଅଲଚିକି ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି ତେଜିଲା

ଜଳେଶ୍ୱର, ୨୫ା୯(ଡି.ଏନ.ଏ.)-ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରେ ଅଲିଚିକି ଭାଷାକୁ ସାମ୍ବିଧାନିକ ସ୍ବୀକୃତି ପ୍ରଦାନ ଦାବି ଦିନକୁ ଦିନ ତେଜିବାରେ ଲାଗିଛି। 

୩ ବର୍ଷ ଷ୍ଟାଇପେଣ୍ଡ ମିଳୁନି, ଜିଲା ପ୍ରଶାସନଠାରେ ଅଭିଯୋଗ କଲେ ଛାତ୍ରୀଛାତ୍ର

୩ ବର୍ଷ ଷ୍ଟାଇପେଣ୍ଡ ମିଳୁନି, ଜିଲା ପ୍ରଶାସନଠାରେ ଅଭିଯୋଗ କଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୨୫।୯-ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ମାଣ୍ଡରକୁଲା ଗାନ୍ଧିଜୀ ହାଇସ୍କୁଲର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କୁ ୩ ବର୍ଷ ହେଲା ଷ୍ଟାଇପେଣ୍ଡ ମିଳିନି। ସୋମବାର ସେମାନେ ଅତିରିକ୍ତ ଜିଲାପାଳ ମାନସ ରଞ୍ଜନ ପାଢ଼ୀଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ନିଶା ନିବାରଣ ଆଇନ କାର୍ଯ୍ୟକାରିତା ପାଇଁ ଦାବିପତ୍ର

ନିଶା ନିବାରଣ ଆଇନ କାର୍ଯ୍ୟକାରିତା ପାଇଁ ଦାବିପତ୍ର

ଭଦ୍ରକ ଅଫିସ,୨୪।୯-ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଭଦ୍ରକ ଜିଲା ଶାଖା ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛି।