ବାଲେଶ୍ୱର

ହୋମ୍‌‌ଗାର୍ଡ଼ଙ୍କ ରହସ୍ୟଜନକ ମୃତ୍ୟୁ

ହୋମ୍‌‌ଗାର୍ଡ଼ଙ୍କ ରହସ୍ୟଜନକ ମୃତ୍ୟୁ
ବାଲେଶ୍ୱର ଅଫିସ,୨୨।୧୨- ବାଲେଶ୍ୱର ପ୍ରତିରକ୍ଷା ବିଭାଗ ୭ନଂ ଟାୱାର ପାଖରେ କାର୍ଯ୍ୟରତ ଥିବା ହୋମ୍‌ଗାର୍ଡ଼ ବଳରାମ ବାରିକ (୫୦)ଙ୍କର ଶୁକ୍ରବାର ସକାଳେ ରହସ୍ୟଜନକ ପରିସ୍ଥିତିରେ ମୃତ୍ୟୁ ହୋଇଯାଇଛି। ଗୁରୁବାର ରାତି ୧୨ଟା ସମୟରେ ଟାୱାରରେ ଡ୍ୟୁଟି କରୁଥିବା ସମୟରେ ଗାର୍ଡ଼ ରୁମ୍‌ରେ ଶୋଇପଡ଼ିଥିଲେ। ସକାଳ ସମୟରେ ସେ ନିଦରୁ ନ ଉଠିବାରୁ ତାଙ୍କ ସହକର୍ମୀ ଉଠାଇବାକୁ ଚେଷ୍ଟା କରିଥିଲେ। ସେ ନ ଉଠିବା ଖବର ପାଇ ବିଭାଗ ତରଫରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚାନ୍ଦିପୁର ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ ୨୧/୨୦୧୭) ରୁଜୁ କରାଯାଇ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି। ମୃତ୍ୟୁର କାରଣ ଜଣା ପଡିନାହିଁ । ମୃତକଙ୍କ ଘର କେନ୍ଦୁଝର ଜିଲା ନନ୍ଦିପଦାରେ ବୋଲି ପୋଲିସ କହିଛି।
All Right Reserved By

ବାଲେଶ୍ୱର

ବିଶ୍ୱ କୃମିନାଶକ ଦିବସ

ବିଶ୍ୱ କୃମିନାଶକ ଦିବସ

ବଡ଼ସାହି,୨୫ା୯(ସ୍ବ.ପ୍ର)-ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମଙ୍ଗଳବାର ବିଶ୍ୱ କୃମିନାଶକ ଦିବସ ପାଳିତ ହୋଇଯାଇଛି । 

ଉନ୍ନତ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା

ଉନ୍ନତ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା

ବାରିପଦା ଅଫିସ,୨୫।୯- ଭାରତୀୟ ଭେଷଜ ସଂଘ ଓଡିଶା ଶାଖା ପକ୍ଷରୁ କୋଣ୍ଟିନ୍ୟୁଡ ମେଡିକାଲ ଏଜୁକେସନ(ସିଏମଇ) ଶୀର୍ଷକ ରାଜ୍ୟସ୍ତରୀୟ ଚିକିତ୍ସାଜନିତ ଗବେଷଣାତ୍ମକ ଆଲୋଚନାଚକ୍ର ପ୍ରଥମ ଥର ପାଇଁ  ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। 

ଗୌରାଙ୍ଗ ପୁର ଘାଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଗୌରାଙ୍ଗ ପୁର ଘାଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଧାମନଗର,୨୫।୯ (ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତ ଗୌରାଙ୍ଗପୁର ଗ୍ରାମର ନିରାକାର ଜେନା(୬୦) ନାମକ ଜଣେ ବୃଦ୍ଧଙ୍କ ମୃତ ଦେହ ମଙ୍ଗଳବାର ବୈତରଣୀ ନଦୀରୁ ଉଦ୍ଧାର ହୋଇଛି ।

ଖାତା ଛଡାଇବା ଅଭିଯୋଗରେ ଜଣେ ଗିରଫ

ଖାତା ଛଡାଇବା ଅଭିଯୋଗରେ ଜଣେ ଗିରଫ

ଧାମନଗର,୨୫।୯ (ଡି.ଏନ.ଏ.)-ଧାମନଗର ବ୍ଲକ ତାଳପଦା ନୋଡାଲ ବିଦ୍ୟାଳୟ ପରିଚାଳନା କମିଟି ଗଠନ ସମୟରେ ଗଣ୍ଡଗୋଳ ଏବଂ ରିଜୋଲ୍ୟୁସନ ଖାତା ଛଡାଇ ନେଇ ଥିବା ଅଭିଯୋଗରେ ଧାମନଗର ଥାନା ପୋଲିସ  ବଣିଆସାହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କରିଛି ।

ଡେଙ୍ଗୁ ପ୍ରଭାବିତ ଗାଁ ବୁଲିଲେ ଡାକ୍ତରୀ ଦଳ

ଡେଙ୍ଗୁ ପ୍ରଭାବିତ ଗାଁ ବୁଲିଲେ ଡାକ୍ତରୀ ଦଳ

ବନ୍ତ,୨୫ା୯(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ଦୁଇ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ା ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଡେଙ୍ଗୁ ଓ ମ୍ୟାଲେରିଆ ବିଭାଗର ଅଧିକାରୀ ସୁପ୍ରିୟା ପାଢୀ,  ମୂରଲୀଧର ନାୟକ ଓ ଏଏନ୍‌ଏମ୍‌ କଳ୍ପନା ଜେନା ପ୍ରମୁଖ ସମ୍ପୃକ୍ତ ଗ୍ରାମକୁ ଯାଇ ରୋଗୀଙ୍କୁ ଭେଟିବା ସହ ଲୋକ ମାନଙ୍କୁ ସଚେତନ କରାଇଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବାଲେଶ୍ୱର ଅଫିସ, ୨୫।୯-ପଶ୍ଚିମବଙ୍ଗ ଇସଲାମପୁର ଯୁକ୍ତ ୨ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଉର୍ଦ୍ଦୁ ଶିକ୍ଷକ ନିଯୁକ୍ତି ନେଇ ଚାଲିଥିବା ଆନ୍ଦୋଳନରେ ସାମିଲ ଥିବା ୮ଜଣ ନୀରିହ ଛାତ୍ରଙ୍କ ଉପରେ ପୋଲିସ ଗୁଳିଚାଳନା କରିଥିଲା।

୬ ରାସ୍ତାର ଉନ୍ନତୀକରଣ ଶିଳାନ୍ୟାସ

୬ ରାସ୍ତାର ଉନ୍ନତୀକରଣ ଶିଳାନ୍ୟାସ

ଚାନ୍ଦବାଲି,୨୫ା୯(ଡି.ଏନ.ଏ.)-ଚାନ୍ଦବାଲି ଏନଏସି ଅଧୀନ ୬ଟି ରାସ୍ତାର ଉନ୍ନତିକରଣ ନିମନ୍ତେ ୫ କୋଟି ୫୫ଲକ୍ଷ ଟଙ୍କାର ବ୍ୟୟ ବରାଦରେ ପ୍ରକଳ୍ପର ଶିଳାନ୍ୟାସ ମଙ୍ଗଳବାର ଅନୁଷ୍ଠିତ ହୋଇଛ। ରାସ୍ତା ଓ ଗୃହ ନିର୍ମାଣ ସଂସ୍ଥାର ତତ୍ତ୍ବାବଧାନରେ ଏହାର ଟେଣ୍ଡର କରାଯାଇ କଟକର ଏକ ଠିକାଦାର ସଂସ୍ଥା ପକ୍ଷରୁ ଏହି ରାସ୍ତା ଉନ୍ନତିକରଣ କାମ ଆରମ୍ଭ ହୋଇଛି ା

ମୋରମ ବୋଝେଇ ଡମ୍ପର ଜବତ

ମୋରମ ବୋଝେଇ ଡମ୍ପର ଜବତ

ରୂପ୍‌ସା, ୨୫।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କସିପଦା ପଞ୍ଚାୟତ ରାସ୍ତାରୁ ମଙ୍ଗଳବାର ରୂପ୍‌ସା ଥାନା ପୋଲିସ ଏକ ବେଆଇନ ମୋରମ ବୋଝେଇ ଡମ୍ପରକୁ ଜବତ କରିଛି। ମୟୂରଭଞ୍ଜ ଅଞ୍ଚଳରୁ ଏହି ଡମ୍ପର (ନଂ. ଓଡ଼ି୦୧ଏମ୍‌-୭୦୩୦)ଟି ମୋରମ ବୋଝେଇ କରି ଯାଉଥିବା ବେଳେ କସିପଦା ଛକଠାରେ ରାସ୍ତାରେ ଦବିଯାଇଥିଲା। 

ଗ୍ରାମୀଣ ଡାକସେବକଙ୍କ ଆନ୍ଦୋଳନ

ଗ୍ରାମୀଣ ଡାକସେବକଙ୍କ ଆନ୍ଦୋଳନ

ବାଲେଶ୍ୱର ଅଫିସ, ୨୫।୯-ସର୍ବଭାରତୀୟ ଗ୍ରାମୀଣ ଡାକସେବକ ସଂଘ ଆହ୍ବାନରେ ମଙ୍ଗଳବାର ମୁଖ୍ୟ ଡାକଘର ପରିସରରେ ଡାକସେବକମାନେ ଦିନିକିଆ ଅନଶନ ଧାରଣାରେ ବସିଥିଲେ। ଗତ ମେ’ ୨୨ରୁ ଜୁନ୍‌ ୬ ତାରିଖ ପର୍ଯ୍ୟନ୍ତ ଡାକସେବକମାନେ ଦେଶବ୍ୟାପୀ କାର୍ଯ୍ୟବନ୍ଦ ଧର୍ମଘଟ କରିଥିଲେ। କମଳେଶ ଚନ୍ଦ୍ରା କମିଶନଙ୍କ ରିପୋର୍ଟକୁ ଡାକବିଭାଗ କାର୍ଯ୍ୟକାରୀ କରିବା ଦାବିରେ ଏହି ଧର୍ମଘଟ କରାଯାଇଥିଲା। 

ରାଜପଥରେ ଯାନବାହାନ ଯାଞ୍ଚ: ୩ ହଜାର ଊର୍ଦ୍ଧ୍ୱ ଜରିମାନା ଆଦାୟ

ରାଜପଥରେ ଯାନବାହାନ ଯାଞ୍ଚ: ୩ ହଜାର ଊର୍ଦ୍ଧ୍ୱ ଜରିମାନା ଆଦାୟ

ରୂପ୍‌ସା, ୨୫।୯(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ବସ୍‌ଷ୍ଟାଣ୍ଡଠାରେ ମଙ୍ଗଳବାର ଯାନବାହନ ଯାଞ୍ଚ କରାଯାଇଛି। ଜିଲା ପରିବହନ ବିଭାଗ ଓ ରୂପ୍‌ସା ଥାନା ପୋଲିସ ମିଳିତ ଆନୁକୂଲ୍ୟରେ ବାଇକ୍‌, ଭ୍ୟାନ୍‌ ଆଦି ଯାନବାହନ ଯାଞ୍ଚ କରାଯାଇ ଆଇନ ଉଲ୍ଲଂଘନ କରୁଥିବା ଚାଳକଙ୍କଠାରୁ ୩ହଜାର ୯ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। 

ସାପ କାମୁଡାରେ ମହିଳା ମୃତ

ସାପ କାମୁଡାରେ ମହିଳା ମୃତ

ଭଦ୍ରକ ଅଫିସ,୨୫ା୯- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା ମାର୍କେଟ୍‌ ସାହିର ଆଦିବାସୀ ସମ୍ପ୍ରଦାୟର ସନ୍ଧ୍ୟାରାଣୀ ମୁଣ୍ଡା ନାମ୍ନୀ ଜଣେ ମହିଳାଙ୍କୁ ସୋମବାର ସାପ କାମୁଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ରଜିଆରେ ସ୍ବଚ୍ଛ ଭାରତ ଅଭିଯାନ

ରଜିଆରେ ସ୍ବଚ୍ଛ ଭାରତ ଅଭିଯାନ

ଚମ୍ପୁଆ,୨୫।୯(ଡି.ଏନ.ଏ.): ଚମ୍ପୁଆ ଲ୍ୟାମ୍ପ୍‌ ଓ କେନ୍ଦୁଝର କୋଓପୋରେଟିଭ୍‌ ବ୍ୟାଙ୍କ ପକ୍ଷରୁ ରଜିଆ ଗ୍ରାମରେ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।