Dharitri News
ବାଲେଶ୍ୱର

ଉପନିର୍ବାଚନ : ନାମାଙ୍କନ ଦାଖଲ କଲେ ୪ ପ୍ରାର୍ଥୀ

ଉପନିର୍ବାଚନ : ନାମାଙ୍କନ ଦାଖଲ କଲେ ୪ ପ୍ରାର୍ଥୀ ବାଲେଶ୍ୱର ଅଫିସ,୨୨।୧୨- ବାଲେଶ୍ୱର ଜିଲା ୨୬ନଂ ଜୋନ୍‌ରେ ଉପନିର୍ବାଚନ ପାଇଁ ଶାସକ ବିଜେଡ଼ିକୁ ଛାଡ଼ି ଦେଲେ ଭାଜପା, କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏବଂ ଉତ୍କଳ ଭାରତ ଦଳର ସମର୍ଥିତ ପ୍ରାର୍ଥୀମାନେ ଦୁଇଦିନ ଭିତରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୁରୁବାର ମଧ୍ୟାହ୍ନରେ ଉତ୍କଳ ଭାରତ ଦଳର ସମର୍ଥିତ ପ୍ରାର୍ଥୀ ରମାକାନ୍ତ ଗୁଡ଼ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଶୁକ୍ରବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମର୍ଥିତ ପ୍ରାର୍ଥିନୀ ବନ୍ଦନା ପାତ୍ର, ଭାଜପାର ପର୍ଶୁରାମ ପରିଡ଼ା, ଜାତୀୟ କଂଗ୍ରେସର ମନୋଜ ନାୟକ ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଭବତାରଣ ସାହୁଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ । ବଦଳୁଥିବା ରାଜନୈତିକ ପାଣିପାଗ ଦୃଷ୍ଟିରୁ ସବୁ ରାଜନ୍ରେତିକ ଦଳ ବେଶ୍‌ ତତ୍ପର ହୋଇ ଉଠିଛନ୍ତି। ତେବେ ଶାସକ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଶୁକ୍ରବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମର୍ଥତ୍ତ ପ୍ରାର୍ଥୀ ସମର୍ଥକମାନଙ୍କୁ ଧରି ନିରାଡ଼ମ୍ବର ଶୋଭାଯାତ୍ରାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚଥିଲେ। ସେହିପରି ଭାଜପା ତରଫରୁ ପୁରୁଣା ଷ୍ଟାଡ଼ିୟମ୍‌ ସ୍ଥିତ ଜିଲା କାର୍ଯ୍ୟାଳୟରୁ କର୍ମୀମାନେ ଶୋଭାଯାତ୍ରାରେ ଆସିଥିଲେ। ସମର୍ଥବତ ପ୍ରାର୍ଥୀଙ୍କ ସହିତ ପୂର୍ବତନ ନୀଳଗିିରି ବିଧାୟକ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାଶ, ଜିଲାସଭାପତି ମଦନ ମୋହନ ଦତ୍ତ, ଉପସଭାପତି ପର୍ଶୁରାମ ବେହେରା, ରେମୁଣା ବ୍ଲକ ଚେୟାରମ୍ୟାନ୍‌ ସୁଶାନ୍ତ ପଟ୍ଟନାୟକ, ଜିଲାପରିଷଦ ସଦସ୍ୟ ସୁଧାଂଶୁ ପଣ୍ଡା, ବିପିନ୍‌ ମାରାଣ୍ଡି, ସରିତା ଗିରି, ବସୁନ୍ଧରା ସିଂ, ନଗର ସଭାପତି ସୀତାକାନ୍ତ ସ୍ବାଇଁ, ଶୋଭନା ମହାନ୍ତିଙ୍କ ସମେତ ସମସ୍ତ ଜିିଲା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସେହିପରି ଜାତୀୟ କଂଗ୍ରେସ ଦଳ କର୍ମୀ ଟାଉନହଲ୍‌ ଠାରୁ ଶୋଭାଯାତ୍ରାରେ ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ପ୍ରାର୍ଥୀଙ୍କ ସହିତ ପିସିସି ସଭ୍ୟ ସଞ୍ଜୀବ ଗିରି, ଜିଲା ସଭାପତି ସତ୍ୟ ମହାନ୍ତି, ବେଣୁଗୋପାଳ ପଣ୍ଡା, ବିକ୍ରମ ପଣ୍ଡା, ବିଧାନ ଚନ୍ଦ୍ର ଜେନା, ସନ୍ତୋଷ କୁମାର ଦାସ, ଭାଗବତ ସାହୁ ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ। ଏହି ଉଭୟ ଦଳର ଶୋଭାଯାତ୍ରାମଧ୍ୟରେ କଂଗ୍ରେସର ସଂଖ୍ୟା ଅଧିକ ରହିଥିଲା। ଭାଜପାର ସଂଖ୍ୟା କମ୍‌ ଥିବାକୁ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଛି। ଅ୍ଯଯପକ୍ଷରେ ଶାସକ ଦଳ ବିଜେଡ଼ିର ପ୍ରାର୍ଥୀ ଚୟନକୁ ନେଇ ଟଣାଓଟରା ଚାଲିଥିଲେ ମଧ୍ୟ ଶନିବାର ପ୍ରାର୍ଥୀପତ୍ର ଦାଖଲ କରାଯିବ ଦଳ ତରଫରୁ ସୂଚନା ମିଳିଛି।

ବାଲେଶ୍ୱର

ଅଗ୍ନି ବିପନ୍ନଙ୍କୁ ସହାୟତା

ଭଦ୍ରକ ଅଫିସ,୨୩।୧- ଧୂଷୁରୀ ଥାନା ଅନ୍ତର୍ଗତ ଖଡ଼ିମାହାରା ଭାରତୀସାହି ଗ୍ରାମରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ୨୮ ପରିବାରଙ୍କ ଅକଥନୀୟ କ୍ଷୟକ୍ଷତି ଘଟିଛି।

୨୨କୁଇଣ୍ଟାଲ ଚୋରା କୋଇଲା ସହ ପିକ୍‌ଅପ୍‌ ଜବତ

ବାସୁଦେବପୁର,୨୩।୧(ଡି.ଏନ.ଏ.)-ବାସୁଦେବପୁରର ବାଲିମେଦ ପଞ୍ଚାୟତ ଚାରିବାଟିଆ ଘାଟ ନିକଟରୁ ନାୟକାଣିଡିହୀ ପୋଲିସ ୨୨ କୁଇଣ୍ଟାଲ ଚୋରା କୋଇଲା ସହ ଏକ ପିକ୍‌ଅପ୍‌କୁ ଜବତ କରିଛି।

ଭଲିବଲ ଟୁର୍ନାମେଣ୍ଟ: ପଞ୍ଚମ ବାଟାଲିୟନ ବାରିପଦା ଚାମ୍ପିୟନ

ଭଲିବଲ ଟୁର୍ନାମେଣ୍ଟ: ପଞ୍ଚମ ବାଟାଲିୟନ ବାରିପଦା ଚାମ୍ପିୟନ

ବାରିପଦା ଅଫିସ,୨୩।୧-ମୟୂରଭଞ୍ଜ ୟୁନାଇଟେଡ ସ୍ପୋଟର୍ସ କଲଚର ଓ ଆର୍ଟ ଆସୋସିଏଶନ(ମୁସ୍କାନ) ଓ ମୟୂରଭଞ୍ଜ ଆଥଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୧୩ତମ ଗ୍ରାମାଞ୍ଚଳ ଭଲିବଲ ପ୍ରତିଯୋଗିତା ସ୍ଥାନୀୟ କଲେଜ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି।

ପାଳବଣି ଗୁଳିକାଣ୍ଡ ଘଟଣା: ଆଜି ବାରିପଦା ବନ୍ଦ

ବାରିପଦା ଅଫିସ,୨୩।୧- ବାରିପଦା ସହର ପାଳବଣି ଗୋଲେଇ ନିକଟରେ ଗୁରୁବାର ରାତିରେ ବାରିପଦା ନହରପଦା ଅଞ୍ଚଳର ପାର୍ଥସାରଥୀ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ୫ ଦିନ ବିତିଯାଇଥିଲେ ବି ପୋଲିସ ଅପରାଧିଙ୍କ ସମ୍ପର୍କରେ ଟେର ପାଇପାରି ନାହିଁ।

 ୭୦ ଫୁଟ କାନଭାସରେ ଚିତ୍ରକଳା

୭୦ ଫୁଟ କାନଭାସରେ ଚିତ୍ରକଳା

ବାରିପଦା ଅଫିସ,୨୩।୧- ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ମଙ୍ଗଳବାର ବାରିପଦାର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟସ୍‌ ତରଫରୁ ଏକ ୭୦ ଫୁଟର କାନଭାସରେ ଆତଙ୍କବାଦର ମୁକାବିଲା ଶୀର୍ଷକ ଏକ ମିଳିତ ଚିତ୍ରକଳା ଅଙ୍କନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।

ଆସ୍‌କଟଇଗଲ ବିଜୟୀ

ଆସ୍‌କଟଇଗଲ ବିଜୟୀ

ଝୁମ୍ପୁରା, ୨୩।୧(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଖୁଣ୍ଟାପଡ଼ା ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ୬ଦିନ ଧରି ଚାଲିଥିବା ନକଆଉଟ ପର୍ଯ୍ୟାୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି।

ଅଗ୍ନିକାଣ୍ଡରେ ୧୧ଗୋରୁ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ୧୧ଗୋରୁ ଜୀବନ୍ତ ଦଗ୍ଧ

ସିମୁଳିଆ,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ବଜାର ସାହିର ଦାମୋଦର ବେହେରାଙ୍କ ପରିବାରରେ ଲଗାତର ଅଘଟଣ ଘଟି ଚାଲିଛି। ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ଗାଈ, ୨ ବଳଦଙ୍କ ସମେତ ୫ଟି ବାଛୁରୀ ମୋଟ ୧୧ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି।

ଗ୍ରାମାଞ୍ଚଳ ପରିବେଶ ଶିକ୍ଷାରେ ସହାୟକ ହୋଇଥାଏ

ଗ୍ରାମାଞ୍ଚଳ ପରିବେଶ ଶିକ୍ଷାରେ ସହାୟକ ହୋଇଥାଏ

ସିମୁଳିଆ,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ଦୋଳଗୋବିନ୍ଦ ଉଚ୍ଚ ବିଦ୍ୟାଳୟର ୩୮ତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତ ଗିରଫ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତ ଗିରଫ

ରୂପ୍‌ସା,୨୩।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ବାରାପାଳ ଗ୍ରାମର ଜଗବନ୍ଧୁ ବାଡ଼ିଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ବାଲିଆପାଳ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମର ଅଶୋକ କୁମାର ଗିରିଙ୍କୁ ଗତ ୧୬ ତାରିଖରେ ମରଣାନ୍ତକ ଆକ୍ରମଣ ଘଟଣାରେ ତାଙ୍କୁ ଗିରଫ କରାଯାଇଛି।

ଚୋରା ବାଇକ ଜବତ : ଯୁବକ ଗିରଫ

ବନ୍ତ,୨୨।୧ : ବନ୍ତ ପୋଲିସ ପୂର୍ବରୁ ଚୋରି ଯାଇଥିବା ଏକ ବାଇକକୁ ସୋମବାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।

୨ ବଖରା ଜଳିଗଲା

ଭଦ୍ରକ ଅଫିସ,୨୨।୧-ବାସୁଦେବପୁର ବ୍ଲକ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମିଶ୍ରପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ହରେକୃଷ୍ଣ ଦତ୍ତଙ୍କ ୨ବଖରା ଘର ଜଳିଯାଇଛି।

ଯୋଜନାରେ ଅଟକିଯାଉଛି ପ୍ରକଳ୍ପ

ଯୋଜନାରେ ଅଟକିଯାଉଛି ପ୍ରକଳ୍ପ

ଭଦ୍ରକ ଅଫିସ, ୨୨।୧-ଭଦ୍ରକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇବାର ୨୫ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ଜିଲା ପ୍ରଶାସନ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ନିକଟରେ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟନ ହୋଇ ସ୍ଥାନାନ୍ତର ହୋଇଛି। ଏହାକୁ ବାଦ୍‌ ଦେଲେ ସେମିତି ବଡ଼ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ନୂତନ ପ୍ରକଳ୍ପ ପାଇଁ ଯୋଜନା କରାଯାଉଛି ସତ, କାର୍ଯ୍ୟକାରୀ କରାଯାଉନାହିଁ।