ବାଲେଶ୍ୱର

ମହୁଲଡିହା ଲ୍ୟାମ୍ପସରେ ଖୋଲିଲା ଧାନ ମଣ୍ଡି

ମହୁଲଡିହା ଲ୍ୟାମ୍ପସରେ ଖୋଲିଲା ଧାନ ମଣ୍ଡି
ଠାକୁରମୁଣ୍ଡା,୨୨।୧୨(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଲ୍ୟାମ୍ପ୍ସରେ ଶୁକ୍ରବାର ଧାନ କିଣା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ପାଞ୍ଚପୀଢ ଉପଜିଲାପାଳ ଶରତ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡି ଶୁଭାରମ୍ଭ କରିଥିଲେ । ଏଥିରେ ଏ.ଏସ.ଏସ.ଓ. ରଞ୍ଜନ ପଣ୍ଡା, ଏ.ଆର.ସି.ଏସ ସୋରଞ୍ଜିନି ନାୟକ ଯୋଗ ଦେଇଥିବା ବେଳେ ଏମଡି ଅନ୍ତର୍ଯାମୀ ଭୋଇ ଏବଂ ପି.ପି.ଓ ଉଦିତ୍‌ ନାରାୟଣ ମହାନ୍ତ, ଡି.ଇ.ଓ ଧମେନ୍ଦ୍ର ସାହୁ, ଠାକୁରମୁଣ୍ଡା ବ୍ଲକ ଏମ.ଆଇ. ପ୍ରଦୀପ କୁମାର ଦାସ, ଭାଜପା ମହୁଲଡିହା ମଣ୍ଡଳ ସଭାପତି ତଥା ଲ୍ୟାମ୍ପ୍ସ ଡାଇରେକ୍ଟର ରଞ୍ଜନ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଧାନ କିଣା ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନର ଧାନ କିଣାରେ ୩ଜଣ ଚାଷୀଙ୍କଠାରୁ ମୋଟ ୧୦୦ କୁଇଣ୍ଟାଲ ଧାନ କିଣାଯାଇଥିଲା । ୫୮୩ ଜଣ ଚାଷୀ ଅନଲାଇନରେ ନାମ ପଞ୍ଜୀକରଣ କରିଥିତ୍ବା ବେଳେ ମହୁଲଡିହା ଲ୍ୟାମ୍ପ୍ସ ତରଫରୁ ୨୩ହଜାର୪୨ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଜଣାପଡିଛି ।
All Right Reserved By

ବାଲେଶ୍ୱର

ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର  ପ୍ରଦାନ

ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ତିହିଡ଼ି,୨୦।୯(ଡି.ଏନ୍‌.ଏ.): ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗୁରୁବାର ମଧ୍ୟାହ୍ନରେ ତିହିଡ଼ି ବ୍ଲକରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। 

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ,୨୦।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଦେଓବନ୍ଧ ପରେଷ୍ଟ ସେକ୍ସନ ବାରବରଙ୍କ ସଂରକ୍ଷିତ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। 

ବଜ୍ରପାତରେ ଫାଟିଲା ଗ୍ୟାସ ଟାଙ୍କି: ଭୁଷୁଡ଼ିଲା ଘର, ୩ ଗୁରୁତର

ବଜ୍ରପାତରେ ଫାଟିଲା ଗ୍ୟାସ ଟାଙ୍କି: ଭୁଷୁଡ଼ିଲା ଘର, ୩ ଗୁରୁତର

ମୋରଡ଼ା,୨୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ତୁଟାପଡ଼ା ପଞ୍ଚାୟତ ଅଧୀନ ଅସନଖାଲି ଗ୍ରାମରେ ବୁଧବାର ବଜ୍ରପାତରେ ଗ୍ୟାସ ଟାଙ୍କି ଫାଟିଯିବା ଯୋଗୁ ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବାଲି ହେମ୍ରମ(୭୦), ହେମ୍ରମ(୧୦), ଝିଆରି ପୁଷ୍ପଲତା ମାରାଣ୍ଡି(୧୨)। 

ଭିଜିଲାନ୍ସ ଜାଲରେ କେନ୍ଦୁଝର ସଦର ଥାନା ଏଏସ୍‌ଆଇ

ଭିଜିଲାନ୍ସ ଜାଲରେ କେନ୍ଦୁଝର ସଦର ଥାନା ଏଏସ୍‌ଆଇ

କେନ୍ଦୁଝର,୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଏଏସ୍‌ଆଇ ଗୌତମ ଦାସ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜବତ ଗାଡ଼ି ଛାଡ଼ି ଦେବା ପାଇଁ ସେ ହୃଦାନନ୍ଦ ନାୟକଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାୟକ କହିଛନ୍ତି। 

୧୫ ଦିନ ଶିଶୁକୁ ଚେଙ୍କ

୧୫ ଦିନ ଶିଶୁକୁ ଚେଙ୍କ

କେନ୍ଦୁଝର, ୨୦।୯(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅନ୍ତର୍ଗତ କାଞ୍ଜିପାଣି ଗ୍ରାମରେ ୧୫ ଦିନର ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଅଣ୍ଟା ଓ ପେଟ ବ୍ୟଥା ନକମିବାରୁ ଚେଙ୍କ ଦିଆଯାଇଥିବା ଜଣାପଡିଛି।

ବିପଦ ସଙ୍କୁଳ ସୁବର୍ଣ୍ଣରେଖା ଫେରିଘାଟ

ବିପଦ ସଙ୍କୁଳ ସୁବର୍ଣ୍ଣରେଖା ଫେରିଘାଟ

ଭୋଗରାଇ,୨୦।୯(ପ୍ରଦୀପ ଦାସ)- ବାଲେଶ୍ୱର ଜିଲାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଭୌଗୋଳିକ ଦୃଷ୍ଟିରୁ ଭୋଗରାଇ ଓ ବାଲିଆପାଳ ବ୍ଲକକୁ ବିଚ୍ଛିନ୍ନ କରିଛି। ଉଭୟ ବ୍ଲକର ଅଞ୍ଚଳବାସୀଙ୍କ ଦୈନନ୍ଦିନ ଗମନାଗମନରେ ଏହା ପ୍ରତିବନ୍ଧକ ହୋଇ ରହି ଆସିଛି। 

ଡିପ୍ଲୋମା ଇଞ୍ଜିନିୟରଙ୍କ ଆନ୍ଦୋଳନ

ଡିପ୍ଲୋମା ଇଞ୍ଜିନିୟରଙ୍କ ଆନ୍ଦୋଳନ

କେନ୍ଦୁଝର/ଆନନ୍ଦପୁର/ହାଟଡିହୀ,୨୦।୯(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାରେ କାର୍ଯ୍ୟରତ ଡିପ୍ଲୋମା ଇଞ୍ଜିନିୟରମାନେ ବିଭିନ୍ନ ଦାବି ନେଇ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ଡାକରାରେ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ମିଳିତ ମଞ୍ଚର ପଞ୍ଚାୟତ ପଦଯାତ୍ରା

ମିଳିତ ମଞ୍ଚର ପଞ୍ଚାୟତ ପଦଯାତ୍ରା

ପାଟଣା/ତେଲକୋଇ, ୨୦।୯(ସ୍ବ.ପ୍ର./ଡି.ଏନ.ଏ.): ରାଜ୍ୟ ବ୍ଲକଗ୍ରାଣ୍ଟ ସ୍କୁଲ କଲେଜ ମିଳିତ ମଞ୍ଚର ଆବାହକ ପ୍ରକାଶ ଚନ୍ଦ୍ର ମାହାନ୍ତିଙ୍କ ଆହ୍ବାନରେ ପାଟଣା ଓ ସାହାରପଡା ବ୍ଲକର  ବ୍ଲକଗ୍ରାଣ୍ଟ ପ୍ରାପ୍ତ ଶିକ୍ଷକ, ଅଧ୍ୟାପକ କର୍ମଚାରୀଙ୍କ ଦ୍ୱାରା ବୁଧବାର ଏକ ମୋଟରସାଇକେଲ ରାଲି ହୋଇଥିଲା।

ଖୋଲା ଶୌଚମୁକ୍ତ ନେଇ ପଦଯାତ୍ରା

ଖୋଲା ଶୌଚମୁକ୍ତ ନେଇ ପଦଯାତ୍ରା

ଚମ୍ପୁଆ,୨୦ା୯(ଡି.ଏନ.ଏ.): ଚମ୍ପୁଆ ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ୧୩ ଗୋଟି ୱାର୍ଡକୁ ଖୋଲା ଶୌଚମୁକ୍ତ ୱାର୍ଡ ଭାବେ ଘୋଷଣା ପରିପ୍ରେକ୍ଷୀରେ ପଦଯାତ୍ରା ଆରମ୍ଭ କରାଯାଇଛି।

 ଦୁର୍ନୀତିର ତଦନ୍ତ  ନ ହେଲେ ଆନ୍ଦୋଳନ

ଦୁର୍ନୀତିର ତଦନ୍ତ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୨୦।୯-ରାଫେଲ ଯୁଦ୍ଧ ଜାହାଜ କିଣାରେ  ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।   କେନ୍ଦ୍ର ନେତୃତ୍ୱାଧୀନ ଭାଜପା ସରକାର ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ନେଇ  ମୟୂରଭଞ୍ଜ ଜିଲା କଂଗ୍ରେସ ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣ ବିକ୍ଷୋଭ କରାଯାଇଛି।  ଜିଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

‘ନୈତିକତା ଓ ଚରିତ୍ର ନିର୍ମାଣ’ ଆଲୋଚନଚକ୍ର

‘ନୈତିକତା ଓ ଚରିତ୍ର ନିର୍ମାଣ’ ଆଲୋଚନଚକ୍ର

ବାରିପଦା ଅଫିସ,୨୦ା୯- ଜାତୀୟ ସ୍ବେଚ୍ଛାସେବୀ ସଙ୍ଗଠନ ସୁପ୍ରିମ ୱେଲଫେୟାର ସୋସାଇଟି ଦ୍ୱାରା ବାରିପଦାସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ପ୍ରୋଜେକ୍ଟ ବିଦ୍ୟାଳୟରେ ‘ନୈତିକତା ଓ ଚରିତ୍ର ନିର୍ମାଣ’ ଶିର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। 

ରେଡକ୍ରସ ଚିହ୍ନ ସମ୍ପର୍କିତ ସଚେତନା କର୍ମଶାଳା

ରେଡକ୍ରସ ଚିହ୍ନ ସମ୍ପର୍କିତ ସଚେତନା କର୍ମଶାଳା

ବାରିପଦା ଅଫିସ,୨୦ା୯- ଜିଲା ରେଡକ୍ରସ ସୋସାଇଟି ଏବଂ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲାପାଳଙ୍କ ସଦଭାବନା ସଭାଗୃହରେ ରେଡକ୍ରସ ଚିହ୍ନ ସମ୍ପର୍କୀତ ଏକ  କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।