ବାଲେଶ୍ୱର

ପୂର୍ବତନ ଅବକାରୀ ସବଇନ୍ସପେକ୍ଟରଙ୍କୁ ୩ବର୍ଷ ଜେଲ

  ପୂର୍ବତନ ଅବକାରୀ ସବଇନ୍ସପେକ୍ଟରଙ୍କୁ ୩ବର୍ଷ ଜେଲ

ବାରିପଦା ଅଫିସ,୨୨।୧୨- ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଜଜ ତାରାପ୍ରସାଦ ରଥ ଶୁକ୍ରବାର ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ଅଭିଯୁକ୍ତଙ୍କ ୩ବର୍ଷ ଜେଲ ଦଣ୍ଡ ପ୍ରଦାନ କରିବା ସହ ୫ଲକ୍ଷ ଟଙ୍କା ଜରିମାନା ଆଦେଶ କରିଛନ୍ତି। ଏବଂ ଜରିମାନା ଟଙ୍କା ଅନାଦେୟ ଅଧିକ ଦେଢ଼ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ଅଛି। ଏହାଛଡା ବିଜୟପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳରେ ଥିବା ତାଙ୍କ ଘର ଏବଂ ଆହ୍ଲାବାଦ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ଥିବା ୭୫ହଜାର ଟଙ୍କାକୁ ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ,୨୦୦୩ରେ ବିଜୟପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ରତ୍ନାକର ପଣ୍ଡା ବାରିପଦା ଅବକାରୀ କାର୍ଯ୍ୟାଳୟରେ ସବଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ସେ ସେଠାରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ନାମରେ ଭିଜିଲାନ୍ସରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ତେବେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଉଦଳା ଏବଂ ବାରିପଦା ସ୍ଥିତ ଘର ଉପରେ ଚଢ଼ାଉ କରାଯାଇଥିଲା। ୨୦୦୩ ମାର୍ଚ୍ଚ ୨୮ତାରିଖରେ ଏନେଇ ମାମଲା (ନଂ୧୬/୦୩) ରୁଜୁ ହୋଇଥିଲା। ଏହି ମାମଲାର ବିଚାର ସମୟରେ ତାଙ୍କର ମୋଟ ୧୧ଲକ୍ଷ ୫୬ହଜାର ୭୭୮ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଏହି ମାମଲାକୁ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଶତପଥୀ ପରିଚାଳନା କରୁଥିଲେ।

All Right Reserved By

ବାଲେଶ୍ୱର

ରୁଗ୍‌ଣା ଝିଅଙ୍କୁ ବଦାନ୍ୟବ୍ୟକ୍ତିଙ୍କ ସହାୟତା

ବାଲେଶ୍ୱର ଅଫିସ,୨୦।୬- ବାଲେଶ୍ୱର ଜିଲା ସିଂଲା ଥାନା ଅଧିନସ୍ଥ କଷାଫଳ ଗ୍ରାମର ଜୟନ୍ତୀ ଓ ସନ୍ୟାସୀ ବେହେରାଙ୍କ ୧୧ ବର୍ଷର ଝିଅ ସୁମିତା ବ୍ରେନ୍‌ ଟ୍ୟୁମର ରୋଗରେ ଶଯ୍ୟାଶାୟୀ। ଅର୍ଥ ଅଭାବରୁ ଚିକିତ୍ସା ସମ୍ଭବ ହୋଇପାରି ନ ଥିବା ବେଳେ ମା’ବାପା ଗତ ୧୮ ତାରିଖରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।

୩ବର୍ଷ ତଳର ଫେରାର ଅଭିଯୁକ୍ତ ଗିରଫ

୩ବର୍ଷ ତଳର ଫେରାର ଅଭିଯୁକ୍ତ ଗିରଫ

ଖଇରା,୨୦।୬(ଡି.ଏନ.ଏ.)- ଜଣେ ନାବାଳିକାଙ୍କୁ ଗର୍ଭବତୀ କରାଇ ଫେରାର ଥିବା ଖଇରା ଥାନା ଗଡ଼ପୋଖରୀ ପଞ୍ଚାୟତ ଅଧୀନ କୁଟୀରପାଳ ଗ୍ରାମର କେଶବ ନାୟକଙ୍କୁ ଖଇରା ପୋଲିସ ବୁଧବାର କୋର୍ଟ ଚାଲାଣ କରିଛି।

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ସିମୁଳିଆ,୨୦।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ଜାମୁଝାଡ଼ି ଛକରେ ବୁଧବାର ସନ୍ଧ୍ୟାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସିମୁଳିଆ ଥାନା ଅନ୍ତର୍ଗତ ବାଲିହାନ୍ତି ଗ୍ରାମର ସୁରେଶ ସାମଲ (୩୫) ଜାମୁଝାଡ଼ି ଛକରେ ଭ୍ୟାନ୍‌ରୁ ଲୁହା ଆଙ୍କେଲ ଓହ୍ଲାଉଥିବା ବେଳେ ୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ।

ସଦର ଅଞ୍ଚଳରେ ଶିବ ବିବାହ

ରାଇସୁଆଁ,୨୦।୬(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ଧୃପଦା ନିକଟ ଆଖଣ୍ଡଳମଣୀ ପୀଠ ଏବଂ ରାଇସୁଅଁାର ଗୋପୀନାଥପୁର ରୋପେଶ୍ୱର ମନ୍ଦିରରେ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ଧୃପଦା ଆଖଣ୍ଡଳମଣୀ ପୀଠରେ ବର କର୍ତ୍ତା ଭାବେ ସୁଜାତା ନାଏକ ଏବଂ ହରିଶଙ୍କର ନାଏକ ରହିଥିଲେ।

ପୃଥକ ସ୍ଥାନରେ ସାପ କାମୁଡାରେ ୨ ଯୁବକଙ୍କ ମୃତ୍ୟୁ

ପୃଥକ ସ୍ଥାନରେ ସାପ କାମୁଡାରେ ୨ ଯୁବକଙ୍କ ମୃତ୍ୟୁ

ଝୁମ୍ପୁରା/ବଡବିଲ, ୨୦।୬(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲାର ପୃଥକ ସ୍ଥାନରେ ସାପ କାମୁଡାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ବାରିଆ ଥାନାଞ୍ଚଳ ଧନୁର୍ଜୟପୁର ଗ୍ରାମର ହତଳ ମୁଣ୍ଡାଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ହତଳ ନିଜ ଘର ପାଖ ଜମିରେ କାମ କରୁଥିବାବେଳେ ହଠାତ୍‌ ଏକ ସାପ କାମୁଡି ଦେଇଥିଲା।

ରେଞ୍ଜ ଛାଡ଼ୁନାହାନ୍ତି ହାତୀପଲ

ରେଞ୍ଜ ଛାଡ଼ୁନାହାନ୍ତି ହାତୀପଲ

ଚମ୍ପୁଆ, ୨୦ା୬(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଛାଡି ପାରୁନାହାନ୍ତି ହାତୀପଲ। ଘଉଡାଇବା ପରେ ଅନ୍ୟ ଜଙ୍ଗଲକୁ ଚାଲିଯାଇ ପୁଣି ଝାଡଖଣ୍ଡି ହାତୀପଲ ଫେରି ଆସୁଛନ୍ତି। କିଛି ଦିନ ବ୍ୟବଧାନ ପରେ ୨୩ ହାତୀପଲ ଚମ୍ପୁଆ ରେଞ୍ଜକୁ ପ୍ରବେଶ କରିଛନ୍ତି।

ସଦର ଅଞ୍ଚଳରେ ଶିବ ବିବାହ

ସଦର ଅଞ୍ଚଳରେ ଶିବ ବିବାହ

ରାଇସୁଆଁ,୨୦।୬(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ଧୃପଦା ନିକଟ ଆଖଣ୍ଡଳମଣୀ ପୀଠ ଏବଂ ରାଇସୁଅଁାର ଗୋପୀନାଥପୁର ରୋପେଶ୍ୱର ମନ୍ଦିରରେ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ଧୃପଦା ଆଖଣ୍ଡଳମଣୀ ପୀଠରେ ବର କର୍ତ୍ତା ଭାବେ ସୁଜାତା ନାଏକ ଏବଂ ହରିଶଙ୍କର ନାଏକ ରହିଥିଲେ।

ଭାଜପା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଭାଜପା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଖଇରା,୨୦।୬-ବାଲେଶ୍ୱର ଜିଲା ଖଇରା ବ୍ଲକ ୫ନମ୍ବର ଜୋନ ଭାଜପା କର୍ମକର୍ତ୍ତା ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ରବିବାର ନନ୍ଦୁର ଚଣ୍ଡି ମନ୍ଦିର ଓ ଏହାର ଆଖପାଖ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଅଘିରାପଦାରେ ରଜବତୀ ଉଡ଼ା ପର୍ବ

ଔପଦା,୨୦।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକର ଅଘିରାପଦା ପଞ୍ଚାୟତର ଅଘିରାପଦା ଠାରେ ମହାସମାରୋହରେ ରଜବତୀ ଉଡ଼ା ପର୍ବ ପାଳିତ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟା ୭ଟାରେ ଏହି ଉଡ଼ା ପର୍ବ ଗ୍ରାମଦେବତୀଙ୍କ ପାରମ୍ପରିକ ପୂଜା ଉପସନା ଯଥାବିଧି ସମାପନ ପରେ ଉଡ଼ାପର୍ବ ଆରମ୍ଭ ହୋଇଥିଲା।

ରାହୁଲଙ୍କ ଜୟନ୍ତୀରେ ଚାରା ରୋପଣ

ରାହୁଲଙ୍କ ଜୟନ୍ତୀରେ ଚାରା ରୋପଣ

ରୂପ୍‌ସା,୨୦।୬(ଡି.ଏନ.ଏ.)- ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ମଙ୍ଗଳବାର ବସ୍ତା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି।

ଅବସରପ୍ରାପ୍ତ ଶିଶୁବିକାଶ ଅଧିକାରୀଙ୍କ ସ୍ମୃତିସଭା

ଖଇରା,୨୦।୬(ଡି.ଏନ.ଏ.)- କୁନ୍ତଳା କଲ୍ୟାଣି ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅବସରପ୍ରାପ୍ତ ଶିଶୁ ବିକାଶ ଅଧିକାରୀ କୌଶଲ୍ୟା ମହାରଥାଙ୍କ ସ୍ମୃତିସଭା ରବିବାର ଡଗରପଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି।

ନିର୍ମାଣର ୨ ମାସରେ ରାସ୍ତା ଫାଟି ଆଁ

ନିର୍ମାଣର ୨ ମାସରେ ରାସ୍ତା ଫାଟି ଆଁ

ଝୁମ୍ପୁରା, ୨୦।୬(ଡି.ଏନ.ଏ.): ଝୁମ୍ପୁରା ବ୍ଲକ ବାରିଆ ପଞ୍ଚାୟତ କେନ୍ଦୁଆ ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଦବି ଫାଟି ଆଁ ହୋଇଛି। ଏ ନେଇ ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସ୍ପେଶିଆଲ ଡେଭଲପମେଣ୍ଟ ପ୍ରୋଗ୍ରାମରେ ଉକ୍ତ ରାସ୍ତା ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨ ମାସ ହେଲା ନିର୍ମାଣ ହୋଇଥିଲା। ଚମ୍ପୁଆସ୍ଥିତ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) କର୍ତ୍ତୃପକ୍ଷ ଉକ୍ତ ରାସ୍ତାର ତଦାରଖ ଦାୟିତ୍ୱରେ ନେଇଥିଲା। ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ରାସ୍ତା ନିର୍ମାଣ ପାଇଁ ଟଙ୍କା ବ୍ୟୟ କରାଯାଇଥିଲା। ଉକ୍ତ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବାରୁ ଦବି ଫାଟିଗଲା ବୋଲି ଗ୍ରାମବାସୀ କହୁଛନ୍ତି।

Model This Week

ପ୍ରଭାତ