ବାଲେଶ୍ୱର

ଝାମ୍ପି ନେଲେ ୫ ଲକ୍ଷ ଟଙ୍କା

ଝାମ୍ପି ନେଲେ ୫ ଲକ୍ଷ  ଟଙ୍କା

ବେତନଟୀ,୨୨।୧୨ (ଡ଼ି.ଏନ.ଏ)-ବେତନଟୀ ବ୍ୟାଙ୍କରୁ ଟଙ୍କା ଉଠାଇ ଚାଲି ଚାଲି ଯାଉଥିବା ୨ ବ୍ୟକ୍ତିଙ୍କଠାରୁ ଶୁକ୍ରବାର ଟଙ୍କା ବ୍ୟାଗ ଲୁଟ୍‌ ହୋଇଛି। ବାଇକ୍‌ରେ ଆସିଥିବା ୨ ଦୁର୍ବୃତ୍ତ ପ୍ରାୟ ୫ ଲକ୍ଷ ଧରି ଚମ୍ପଟ ମାରିଥିବା ଜଣାଯାଇଛି। ସ୍ଥାନୀୟ ଲୋକ ସେମାନଙ୍କୁ ଘେରିବାରୁ ର୍ମେଦା ନିକଟ ବୈଦପୁର ରାସ୍ତାଠାରେ ବାଇକ୍‌ ଛାଡ଼ି ଉଭୟ ଜଙ୍ଗଲ ଭିତରକୁ ପଶି ଯାଇଥିଲେ। ପୋଲିସ ସେମାନେ ଛାଡ଼ିଯାଇଥିବା ବାଇକ୍‌ (ନଂ ଓଡ଼ି ୩୨ସି୧୩୯୪) ଜବତ କରି ତଦନ୍ତ ଆରମ୍ଭ କରିଛି। ଘଟଣାରୁ ପ୍ରକାଶ ଏକ ଜମି କିଣା ବାବଦକୁ ଟଙ୍କା ଦେବାକୁ ର୍ମେଦା ଦୁର୍ଗାପୁର ଗ୍ରାମର ଲକ୍ଷ୍ମୀଧର ମୁର୍ମୁ ନିଜ ଶ୍ୱଶୁର ସାଗର ମୁର୍ମୁଙ୍କ ସହିତ ବେତନଟୀ ଷ୍ଟେଟ୍‌ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଶୁକ୍ରବାର ପୂର୍ବାହ୍ନରେ ଆସିଥିଲେ। ବ୍ୟାଙ୍କରୁ ୩ଲକ୍ଷ ୯୦ ହଜାର ଉଠାଇ ଥିବା ବେଳେ ପୂର୍ବରୁ ସେମାନଙ୍କ ନିକଟରେ ୧ଲକ୍ଷ ୨୦ ହଜାର ଟଙ୍କା ରହିଥିଲା। ସମସ୍ତ ଟଙ୍କାକୁ ନେଇ ସେମାନେ ଚାଲି ଚାଲି ଯାଉଥିଲା ବେଳେ ଦୁର୍ବୃତ୍ତମାନେ ଲୁଟ୍‌ କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଏତଲା ଦିଆଯାଇ ନାହିଁ।

All Right Reserved By

Model This Week

ନିକିତା

ବାଲେଶ୍ୱର

ଡମ୍ପରକୁ ଧକ୍କାଦେଇ ବୁଲେଟ୍‌ ଆରୋହୀ ମୃତ

ଜଳେଶ୍ୱର,୨୨।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ୍‌ ପ୍ଲାଜାଠାରୁ ୧ କି.ମି. ଦୂରରେ ରବିବାର ରାତି ୯ଟା ୪୫ ମିନିଟ୍‌ ସମୟରେ ଏକ ଡମ୍ପର ଓ ବୁଲେଟ୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ ବୁଲେଟ୍‌ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

୨ ଅପମୃତ୍ୟୁ

ଜଳେଶ୍ୱର, ୨୨।୪ (ଡି.ଏନ.ଏ)-ଜଳେଶ୍ୱର ଥାନା ଆରୁହା ପଞ୍ଚାୟତ ୧୦ ନଂ. ୱାର୍ଡ଼ର ବାସିନ୍ଦା ରଥ ସିଂ(୪୫)ଙ୍କ ମୃତଦେହ ଆରୁହା ଗ୍ରାମର ବନମାଳୀ ଦାସଙ୍କ ପୋଖରୀରୁ ଉଦ୍ଧାର କରାଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୮/୧୮) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ କରାଇଛି। ରଥ ସିଂ ବିଲରେ ଚାଷକାମ ସାରି ଉକ୍ତ ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ଥିଲେ।

ଦୁର୍ଘଟଣାରେ ଶଳା, ଭିଣୋଇ  ମୃତ

ଦୁର୍ଘଟଣାରେ ଶଳା, ଭିଣୋଇ ମୃତ

ବାହାନଗା,୨୨।୪(ଡି.ଏନ.ଏ.)-ରବିବାର ରାତି ୯ଟାରେ ବାହାନଗାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ବଜାର ନିକଟରେ ଏକ ଡମ୍ପର ଧକ୍କାରେ ୨ ମଟରସାଇକେଲ ଆରେହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଖନ୍ତାପଡା ଥାନା ପୋଲିସ ଶେରଗଡ ଟୋଲଗେଟ ନିକଟରୁ ଜବତ କରିଛି। ମୃତ ଯୁବକ ହେଲେ ସର୍ବୋଜ ଅଲ୍ଲୀ ଖଁ।, ଦାୟର ଅଲ୍ଲୀ ଖଁ। । ଘର ଚାନ୍ଦିପୁର ଥାନା ବଳାରାମଗଡ଼ିର ମିର୍ଜାପୁର ଅଞ୍ଚଳରେ। ଏମାନେ ସମ୍ପର୍କରେ ଶଳା ଓ ଭିଣୋଇ।

ବସ୍‌ରୁ ୮ ନାବାଳିକା ନାବାଳକ ଉଦ୍ଧାର

ଠାକୁରମୁଣ୍ଡା,୨୨।୪୯(ଡି.ଏନ.ଏ.ଏ)-ଠାକୁରମୁଣ୍ଡାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଶନିବାର ରାତିରେ ୮ ନାବାଳିକାନାବାଳିକାଙ୍କ ସମେତ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ବୟସ୍କ ବ୍ୟକ୍ତି ଥିବା ଜଣାଯାଇଛି।

ମହିଳାଙ୍କୁ ହତ୍ୟା ଅଭିଯୋଗ

କୁଳିଅଣା, ୨୨।୪ (ଡି.ଏନ.ଏ.)-ମୋବାଇଲରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ କଥା ହେଉଥିବା ଅଭିଯୋଗରେ କୁଳିଅଣା ଥାନା ଅନ୍ତର୍ଗତ କାଠରମା ଗାଁର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ କୁଳିଅଣା ଥାନା ପୋଲିସ ମାମଲା (ନଂ. ୩୩/୧୮) ରୁଜୁ କରିଛି।

ନବୋଦୟ ବିଦ୍ୟାଳୟ: ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ

ବେତନଟୀ,୨୨।୪(ଡ଼ି.ଏନ.ଏ)-ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅଧୀନ ଶାଳବଣିସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମ ଲେଖା ନିମନ୍ତେ ଗତ ଶନିବାର ପ୍ରବେଶ ପରୀକ୍ଷା ଅନୁଷ୍ଠିତ ହୋଇଛି। ହେଲେ ଏଥିରେ ପ୍ରଶ୍ନପତ୍ରରେ ବହୁ ତ୍ରୁଟି ଥିବା ଛାତ୍ରୀଛାତ୍ର ତଥା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)- କପ୍ତିପଦା ବ୍ଲକ୍‌ ଶରତ ଥାନା ଅଧୀନ ଲାବଣ୍ୟଦେଇପୁର ଗ୍ରାମର ଜଣେ ମହିଳା ରବିବାର ସକାଳେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେବା ସହିତ କୂଅକୁ ଡେଇଁ ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣକ ହେଲେ ମଙ୍ଗଲ ସିଂଙ୍କ ସ୍ତ୍ରୀ ରାଣୀ ମେଲଗାନ୍ଦୀ(୪୨)।

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)-ଅଧିକ ଯୌତୁକ ଦାବି କରି ଶନିବାର ବିଳମ୍ବିତ ରାତିରେ କପ୍ତିପଦା ଥାନା ମହୁଲଡିହା ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଲୁହା ରଡ ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଭାଜପା ଯୁବମୋର୍ଚ୍ଚାର ବିକ୍ଷୋଭ

ଭାଜପା ଯୁବମୋର୍ଚ୍ଚାର ବିକ୍ଷୋଭ

ବାଲେଶ୍ୱର ଅଫିସ୍‌ , ୨୨।୪-ବାଲେଶ୍ୱର ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସାଧାରଣ ସମ୍ପାଦକ ଲୋକନାଥ ଭୂୟଁାଙ୍କ ନେତୃତ୍ୱରେ ରବିବାର ସ୍ଥାନୀୟ ଫାଣ୍ଡିଛକ ଠାରେ ରାଜ୍ୟ ସରକାରଙ୍କର ଅପାଗରଗତା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୧ କେସ୍‌ର ଫଇସଲା

ବଡବିଲ, ୨୨।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲସ୍ଥିତ ସିଭିଲଜଜ୍‌ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ରବିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛିି।

ଅଗ୍ନିକାଣ୍ଡରେ ଦମ୍ପତି ଗୁରୁତର

ହାଟଡିହୀ,୨୨।୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବନ୍ତଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ପୋଡି ଯାଇଥିବାବେଳେ ଦମ୍ପତି ଗୁରୁତର ଆହତ ହୋଇ ଭଦ୍ରକ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। କାଳବୈଶାଖି ପ୍ରଭାବରେ ଗ୍ରାମରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା।

୭ ମାସ ହେଲା ଦରମା ପାଇନାହାନ୍ତି ଅଧ୍ୟାପକ

ହାଟଡିହୀ,୨୨।୪(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଉଳା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକମାନେ ୭ମାସ ହେବ ଦରମା ପାଇନାହାନ୍ତି।